ରାଜ୍ୟ

ଚଢେଇଗୁଡି ଯୋଗାଶ୍ରମ ଭାଙ୍ଗିଲା ଦନ୍ତା

ସୋନପୁର,୩୧।୧୨(ନି.ପ୍ର.) ସୁବର୍ଣ୍ଣପୁର ବନଖଣ୍ଡର ଉଲୁଣ୍ଡା ବନାଞ୍ଚଳରେ ହାତୀ ଉପଦ୍ରବ ବୃଦ୍ଧି ପାଇଛି। ହାତୀପଲ ଦୀର୍ଘଦିନ ଧରି ସ୍ଥାନୀୟ ଅଞ୍ଚଳରେ ବ୍ୟାପକ କ୍ଷତି ଘଟାଉଛନ୍ତି। ଗୋଟିଏ ପଲରେ ୧୮ଟି, ଅନ୍ୟଟିରେ ୩ଟି ଓ ଗୋଟିଏ ଦନ୍ତା ଏକୁଟିଆ ବିଭିନ୍ନ ସ୍ଥାନରେ ଘୁରି ବୁଲୁଛନ୍ତି।…

ଟାର୍ଗେଟ୍‌ ବୃଦ୍ଧି ହୋଇନି: ମଣ୍ଡିରେ ପଡି ରହିଛି ଧାନ

ସୋନପୁର,୩୧।୧୨(ନି.ପ୍ର.) ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲାର ଧାନ କ୍ରୟ ଟାର୍ଗେଟ୍‌ ବୃଦ୍ଧି କରି ନ ଥିବାରୁ ସମସ୍ୟା ସୃଷ୍ଟି ହୋଇଛି। ଟାର୍ଗେଟ୍‌ ସରିଥିବାରୁ ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣୁ ନଥିବା ଚାଷୀ…

ଅର୍ଥାଭାବରୁ ହୋଇପାରୁନିି ଚିକିତ୍ସା, ଜୀବନ ଯନ୍ତ୍ରଣାରେ ସୁରେଖା

ଗଣ୍ଡତୁରୁମ, ୩୧।୧୨(ଡି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣତୁରୁମ ଗ୍ରାମର ସୁରେଖା ମେହେର (୪୫) । ସେ ଆଜକୁ ଦୁଇବର୍ଷ ହେବ ଦଉଡ଼ି ଖଟରେ ପଡ଼ିରହି ଛଟପଟ ହେଉଛନ୍ତି। ଅର୍ଥାଭାବରୁ ମେରୁଦଣ୍ଡ ଜନିତ ସମସ୍ୟାର ଉପଚାର କରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଜଗନ୍ନାଥ ହେରିଟେଜ କରିଡର ଚିଠା ଆର୍କିଟେକ୍‌ଚରାଲ ପ୍ଲାନ ଲୋକାର୍ପିତ, ଲୋକଙ୍କ ମତାମତ ଅନୁଯାୟୀ ହେବ ଚୂଡାନ୍ତ ପ୍ଲାନ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାର ଜୋର୍‌ଦାର କାର୍ଯ୍ୟକ୍ରମ ଆରମ୍ଭ କରିଦେଇଛନ୍ତି। ଏଥିପାଇଁ ମନ୍ଦିର ଚାରିପାଖରୁ ବିଭିନ୍ନ ଦୋକାନ ଏବଂ ଘରଗୁଡିକୁ ସରକାର ଉଚ୍ଛେଦ କରି ସେମାନଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ସୋମବାର ଏନେଇ ଲୋକସେବା ଭବନଠାରେ…

ନୂତନବର୍ଷ ପ୍ରସ୍ତୁତି: ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ, ଭିଡ଼ ଓ ଟ୍ରାଫିକ ନିୟନ୍ତ୍ରଣ ପ୍ରତି ଗୁରୁତ୍ୱ

ପୁରୀ ଅଫିସ,୩୦।୧୨: ନୂତନବର୍ଷରେ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏନେଇ ରବିବାର ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ ଅଭୟ ସିଂ ପୁରୀ ଗସ୍ତରେ ଆସି ବିଭିନ୍ନ ପ୍ରସଙ୍ଗରେ ଉପରେ ସମୀକ୍ଷା କରିଛନ୍ତି। ଡିଜିଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀମନ୍ଦିରରେ…

ଲାଞ୍ଚ ନେଇ ଧରାପଡ଼ିଲେ ଆଇଏଏସ୍‌ ଅଫିସର

ଭୁବନେଶ୍ୱର, ୩୦ା୧୨(ବ୍ୟୁରୋ)- ଲାଞ୍ଚ ନେଇ ଧରାପଡ଼ିଛନ୍ତି ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟ। ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ବିଜୟ କେତନ ୧ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଧରିଛି। ଉଦ୍ୟାନ କୃଷି ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ…

ଯୁବତୀଙ୍କୁ ପ୍ରତାରଣା: ସରପଞ୍ଚ ଗିରଫ

ଭୁବନେଶ୍ୱର,୩୦।୧୨(ବ୍ୟୁରୋ): ବୌଦ୍ଧ ଜିଲା ମୁଣ୍ଡିପଦର ସରପଞ୍ଚ ଅନ୍ତର୍ଯାମୀ ସାହୁଙ୍କୁ ଚନ୍ଦ୍ରଶେଖରପୁର ପୋଲିସ ସୋମବାର ଗିରଫ କରିଛି। ଜଣେ ଯୁବତୀଙ୍କୁ ପ୍ରତାରଣା ଦେଇଥିବା ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଡମଣା ଅଞ୍ଚଳରେ ରହୁଥିବା ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଅନ୍ତର୍ଯାମୀ…

ଆରପାରିରେ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆ

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ଓଡ଼ିଆ ସିନେ ଜଗତର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପୂର୍ଣ୍ଣ ଖୁଣ୍ଟିଆଙ୍କ ପରଲୋକ ଘଟିଛି। ସୋମବାର ଭୋର ୩ଟା ସମୟରେ ହୃଦ୍‌ଘାତରେ ତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା।…

ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁର କ୍ରାଇମବ୍ରାଞ୍ଚ ତଦନ୍ତ କରାଯାଉ: ତାରାପ୍ରସାଦ ବାହିନୀପତି

ଗୁଣପୁର, ୩୦।୧୨(ଡି.ଏନ.ଏ)- ରାୟଗଡା ଜିଲା ପରିଷଦ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କ ବାଇକ ଦୁର୍ଘଟଣାରେ ମୁତ୍ୟୁ ହୋଇଥିଲା l ଗୁଣପୁର ପୂର୍ତ୍ତବିଭାଗ ଡାକବଙ୍ଗଳାଠାରେ ସୋମବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଏହି ଦୁର୍ଘଟଣାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ବିଧାୟକ ତାରାପ୍ରସାଦ ବାହିନୀପତି। ଘଟଣାର…

ମାଓବାଦୀଙ୍କ ନାଁ ନେଇ ଗୁଳିକାଣ୍ଡ

ପାଟଣାଗଡ, ୩୦।୧୨(ଡି.ଏନ.ଏ.):ପାଟଣାଗଡ ଉପଖଣ୍ଡସ୍ଥ ଗଙ୍ଗାସାଗର ଗ୍ରାମ ଶେଷ ମୁଣ୍ଡରେ ଥିବା ନବୀନ ମେହେରଙ୍କ ବାସଭବନରେ ରବିବାର ବିଳମ୍ବିତ ରାତି ୨ଟା ସମୟରେ ଜଣେ ଅଜଣା ବ୍ୟକ୍ତି ମାଓବାଦୀଙ୍କ ନାଁ ନେଇ ନବୀନଙ୍କୁ ଗୁଳି କରିଥିବା ଜଣାପଡିଛିି। ସୂଚନା ଅନୁସାରେ ନବୀନ ମେହେର…

ପ୍ରବଳ ଶୀତ, ୧୦ ଡିଗ୍ରୀ ତଳେ ୧୬ ସହରର ତାପମାତ୍ରା

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ଏବେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଅସହ୍ୟ ଜାଡ଼ରେ ଥରୁଛି ସାରା ଓଡ଼ିଶା। ପୂର୍ବ, ପଶ୍ଚିମ, ଉତ୍ତର ଓ ଦକ୍ଷିଣ କେଉଁଠାରେ ବି ଶୀତରୁ ଲୋକଙ୍କୁ ନିସ୍ତାର ମିଳୁନାହିଁ। ଅନ୍ୟପକ୍ଷରେ ସୋମବାର ରାଜ୍ୟର ୧୬ଟି ସହରର…

ଚିଲିକା ଭ୍ରମଣରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼; ଡଙ୍ଗା ନ ପାଇ ନିରାଶରେ ଫେରିଲେ

ବାଲୁଗାଁ, ୩୦ା୧୨(ଡି.ଏନ.ଏ.):  ନୂତନବର୍ଷର ଆଗମନ ସଙ୍ଗେ ସଙ୍ଗେ ବିଦାୟବର୍ଷର ଶେଷ ରବିବାର ଚିଲିକା ପରିଭ୍ରମଣରେ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଚିଲିକା ମଧ୍ୟରେ ଥିବା ମା’ କାଳିଜାଈଙ୍କ ପୀଠ, ପକ୍ଷୀ ଅଭୟାରଣ୍ୟ ନଳବଣ ସମେତ ମା’ ନାରାୟଣୀ ପୀଠ, ବାଣପୁରସ୍ଥିତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri