ରାଜ୍ୟ

ଲ୍ୟାପ୍‌ଟପ୍‌ ବ୍ୟାଗ୍‌ରେ ଧଳା ଜହର କାରବାର: ୨.୭୦ କୋଟି ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୨ଇଞ୍ଜିନିୟରିଂ ଛାତ୍ର ଗିରଫ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଧଳା ଜହର କାରବାରରେ ସମ୍ପୃକ୍ତ ଇଞ୍ଜିନିୟରିଂ ଛାତ୍ର। କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ବାଲେଶ୍ୱର ଜିଲା ମିତ୍ରପୁର ଅଞ୍ଚଳରେ ଚଢ଼ାଉ କରି ୨ କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିବା ସହ ଦୁଇଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ…

କରୋନା ମୁକାବିଲାକୁ ନେଇ ବଡ଼ ନିଷ୍ପତ୍ତି: ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ

ପୁରୀ ଅଫିସ/ଭୁବନେଶ୍ୱର,୧୯।୩(ବ୍ୟୁରୋ): କରୋନା ମୁକାବିଲା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନେଇଛି ବଡ଼ ନିଷ୍ପତ୍ତି। ଶୁକ୍ରବାରଠାରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ। କିନ୍ତୁ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିବ। ଏଥିପାଇଁ କେବଳ ସେବାୟତମାନେ ହିଁ ମନ୍ଦିର ଭିତରକୁ ପ୍ରବେଶ…

ଡାକ୍ତରଙ୍କୁ ମାଡ଼ ଅଭିଯୋଗ: ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଚଳ, ରୋଗୀ ହନ୍ତସନ୍ତ

ଆଳି,୧୯।୩(ଡି.ଏନ୍‌.ଏ.): ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଡାକ୍ତରଙ୍କୁ ଦୁର୍ବ୍ୟବହାର ଓ ମାଡ଼ ଅଭିଯୋଗରେ ଗୁରୁବାର ସକାଳୁ ମେଡିକାଲରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ମେଡିକାଲରେ ଡାକ୍ତର ନ ଥିବାରୁ ଶହ ଶହ ରୋଗୀ ମେଡିକାଲକୁ ଆସି ଫେରୁଥିବା ଦେଖିବାକୁ ମିଳିଛି l କେବଳ…

ଗଞ୍ଜାମରୁ ଉଠିଲା ୧୪୪ ଧାରା: କୋଭିଡ-୧୯ ନିର୍ଦ୍ଦେଶନାମା ବଳବତ୍ତର

ଛତ୍ରପୁର, ୧୯।୩(ଡି.ଏନ୍‌.ଏ.)-କରୋନା ଭୟାବହତା ନେଇ ଗତ ୧୫ ତାରିଖରେ ଗଞ୍ଜାମ ଜ଼ିଲାରେ ଲାଗୁ ହୋଇଥିବା ୧୪୪ ଧାରାକୁ ବୁଧବାର ଜ଼ିଲାପାଳ ଉଠାଇ ଦେଇଛନ୍ତି। ଅପରପକ୍ଷେ କୋଭିଡ-୧୯ ରେଗୁଲସନ ୨୦୨୦ ଏବେ ବି ଜ଼ିଲାରେ ବଳବତ୍ତର ରହିଛି। ଏହାଫଳରେ ସାମାଜିକ କାର୍ଯ୍ୟକ୍ରମ, ସଭାସମିତି…

ବିଡିଏ କାର୍ଯ୍ୟାଳୟକୁ ଲୋକଙ୍କ ପ୍ରବେଶ ନିଷେଧ: ଅନ୍‌ଲାଇନ୍‌ ନଚେତ ଟୋଲ ଫ୍ରି ନଂରେ ଯୋଗାଯୋଗ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଭିଡ ଯୋଗୁ କରୋନା ଭୂତାଣୁ ସଂକ୍ରମଣ ଆଶଙ୍କା ଅଧିକ ରହିଛି। ଏହାକୁ ଏଡ଼ାଇବା ଲାଗି ଏବଂ ଲୋକମାନଙ୍କ ମଧ୍ୟରେ ସର୍ବନିମ୍ନ ଦୂରତା ବଜାୟ ରଖିବାକୁ ବିଏମ୍‌ସି ନିଜ ମୁଖ୍ୟ କାର୍ଯ୍ୟାଳୟ ସହ ସମସ୍ତ ଜୋନାଲ କାର୍ଯ୍ୟାଳୟ ବନ୍ଦ କରିଛି। ଲୋକଙ୍କୁ…

ଫେରିଲା ମହାପ୍ରଭୁଙ୍କ ଟଙ୍କା: ସୁଧ ସହ ୩୯୭.୨୩ କୋଟି ଦେଲା ୟେସ୍‌ ବ୍ୟାଙ୍କ

ପୁରୀ ଅଫିସ,୧୯।୩: ଫେରିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା। ଘରୋଇ ୟେସ୍‌ ବ୍ୟାଙ୍କରୁ ଇ-ଟ୍ରାନ୍ସଫର ମାଧ୍ୟମରେ ଗୁରୁବାର ୩୯୭ କୋଟି ୨୩ ଲକ୍ଷ ୨୭ ହଜାର ୬୩୬ ଟଙ୍କା ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଫେରିଛି। ୩୮୯ କୋଟି ମୂଳଜମା ସହ ୮ କୋଟି…

ସହାୟତାର ହାତ ବଢ଼ାଇଲା ‘ଓଡ଼ିଶା ମୋ ପରିବାର’: ପଞ୍ଜାବରୁ ଫେରିଲେ ଫସି ରହିଥିବା ୬୯ ଓଡ଼ିଆ ଛାତ୍ରୀଛାତ୍ର

ଭୁବନେଶ୍ୱର,୧୯।୩(ବ୍ୟୁରୋ): ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ପଞ୍ଜାବର ଭଟିଣ୍ଡାସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଫସି ରହିଥିବା ଓଡ଼ିଆ ଛାତ୍ରୀଛାତ୍ରମାନେ ‘ଓଡ଼ିଶା ମୋ ପରିବାର’ ସହାୟତାରେ ଓଡ଼ିଶା ଫେରିଛନ୍ତି। ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ତାଙ୍କ ନିର୍ବାଚନମଣ୍ଡଳୀର ୫ଜଣ…

ରାଜ୍ୟର ସମସ୍ତ ଜେଲ୍‌କୁ ଆଡଭାଇଜରି

ଭୁବନେଶ୍ୱର,୧୯।୩ (ବ୍ୟୁରୋ): ଜେଲ୍‌କୁ କରୋନା ଭୁତାଣୁ ସଂକ୍ରମଣରୁ ରୋକିବା ପାଇଁ କାରାଗାର ମହାନିର୍ଦ୍ଦେଶକ ବୁଧବାର ସ୍ବତନ୍ତ୍ର ଆଡଭାଇଜାରି ଜାରି କରିଛନ୍ତି। କାରାଗାରରେ ରହୁଥିବା ବନ୍ଦୀ ଏବଂ ବିଚାରାଧୀନ ଅଭିଯୁକ୍ତଙ୍କୁ କିପରି ଏହି ସଂକ୍ରମଣରୁ ଦୂରେଇ ରଖାଯାଇପାରିବ ସେନେଇ ଆବଶ୍ୟକ ପଦକ୍ଷେପ ନେବାକୁ…

ଘୁଞ୍ଚିଲା ହାଇକୋର୍ଟ ବାର୍‌ ନିର୍ବାଚନ

କଟକ ଅଫିସ,୧୯।୩ : ଆସନ୍ତା ୨୮ତାରିଖରେ ହାଇକୋର୍ଟ ବାର୍‌ ସମେତ ରାଜ୍ୟର ସମସ୍ତ ବାର୍‌ରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନକୁ କରୋନା ପାଇଁ ଘୁଞ୍ଚାଇ ଦିଆଯାଇଛି। ଏହି ନିର୍ବାଚନ ଏପ୍ରିଲ ୨୫ତାରିଖରେ ଅନୁଷ୍ଠିତ ହେବ ବୋଲି ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ…

ଆଜିଠୁ ମାଟ୍ରିକ ଖାତା ମୂଲ୍ୟାୟନ

କଟକ ଅଫିସ,୧୯।୩ : ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶା ଦ୍ୱାରା ଆୟୋଜିତ ଦଶମ ଶ୍ରେଣୀ ପରୀକ୍ଷା ଖାତା ମୂଲ୍ୟାୟନ ଗୁରୁବାରଠାରୁ ଆରମ୍ଭ ହେବ। ୬୧ଟି କେନ୍ଦ୍ରରେ ପ୍ରାୟ ୧୬ହଜାର ପରୀକ୍ଷକ ନିୟୋଜିତ ହୋଇଛନ୍ତି। ଖାତା ମୂଲ୍ୟାୟନ ପାଇଁ ସମସ୍ତ କେନ୍ଦ୍ରଗୁଡ଼ିକରେ ବୁଧବାର…

ମଧ୍ୟାହ୍ନଭୋଜନ ସଂକ୍ରାନ୍ତରେ ସପ୍ତାହ ମଧ୍ୟରେ ଜଣାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୯।୩ (ବ୍ୟୁରୋ): କରୋନା(କୋଭିଡ-୧୯) ଭୂତାଣୁ ଯେପରି ସଂକ୍ରମଣ ନ ହେବ ପ୍ରତିକାର ସ୍ବରୂପ ରାଜ୍ୟ ସରକାର ରାଜ୍ୟର ସମସ୍ତ ସ୍କୁଲଗୁଡିକୁ ବନ୍ଦ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ସ୍କୁଲ ପିଲାମାନଙ୍କୁ ମଧ୍ୟାହ୍ନଭୋଜନ ମିଳୁ ନାହିଁ। ବନ୍ଦ ହୋଇଥିବା ସ୍କୁଲଗୁଡିକର ପିଲାମାନଙ୍କୁ…

ମାଈ ହାତୀ ମୃତଦେହ ଉଦ୍ଧାର

ବନ୍ତଳା,୧୯।୩ (ଡି.ଏନ.ଏ.): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ପୁରୁଣାକୋଟ ରେଞ୍ଜ ବାଘମୁଣ୍ଡା ରିଜର୍ଭ ଜଙ୍ଗଲରୁ ବୁଧବାର ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ଖବରପାଇ ସାତକୋଶିଆ ଡିଏଫଓ ରାମସ୍ବାମୀ ପି, ବାଘମୁଣ୍ଡା ବିଟର ଫରେଷ୍ଟର ଓ ବନକର୍ମଚାରୀ ପହଞ୍ଚି ମୃତଦେହ ଜବତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri