ରାଜ୍ୟ

ଆଜିଠୁ ମିଳିବ ଘରୋଇ ବିମାନ ସେବା

ଭୁବନେଶ୍ୱର,୨୫।୫(ବ୍ୟୁରୋ): ଚତୁର୍ଥ ପର୍ଯ୍ୟାୟ ଲକ୍‌ଡାଉନ୍‌ ଅବଧି ସରି ଆସୁଥିବାବେଳେ ଧୀରେ ଧୀରେ ଯାତ୍ରୀ ପରିବହନ ସେବା ସ୍ବାଭାବିକ ହେବାରେ ଲାଗିଛି। ପ୍ରାୟ ୨ମାସ ଧରି ବନ୍ଦ ରହିଥିବା ଘରୋଇ ବିମାନ ସେବା ସୋମବାରଠାରୁ ଆରମ୍ଭ ହେଉଛି। ଦେଶର ବିଭିନ୍ନ ସ୍ଥାନକୁ ଘରୋଇ…

ଅଂଶୁଘାତ ମୁକାବିଲା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ: ତୁରନ୍ତ ଅଚଳ ନଳକୂପ, ପାନୀୟ ଜଳ ପ୍ରକଳ୍ପ ମରାମତି କରିବାକୁ ପରାମର୍ଶ

ଭୁବନେଶ୍ୱର,୨୫।୫(ବ୍ୟୁରୋ): ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ହେଲାଣି। ପ୍ରବଳ ତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି। ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ, ପଶ୍ଚିମ ଏବଂ ଉପକୂଳ ଓଡ଼ିଶାର ୧୦ଟି ଜିଲାରେ ଗ୍ରୀଷ୍ମ ପ୍ରବାହ ଅଧିକ ରହିବ। ଏପିରି କି ପାରଦ…

‘ଉମଙ୍ଗ’ରେ ଭୁବନେଶ୍ୱର ପାଣିପାଗ କେନ୍ଦ୍ର

ଭୁବନେଶ୍ୱର,୨୫।୫(ବ୍ୟୁରୋ): ମୋବାଇଲ୍‌ ଆପ୍‌ ମାଧ୍ୟମରେ ମିଳିବ ପାଣିପାଗର ଆଗୁଆ ସୂଚନା। ଏଣିକି ଘରେ ବସି ଜାଣିହେବ ପାଣିପାଗର ଟିକିନିଖି ସୂଚନା। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଡିଜିଟାଲ ଇଣ୍ଡିଆ ମାଧ୍ୟମରେ ୨୦୧୭ରେ ପ୍ରସ୍ତୁତ ହୋଇଥିବା ଉମଙ୍ଗ ଆପ୍‌ରେ ଏବେ ଭୁବନେଶ୍ୱର ପାଣିପାଗ…

୪ ଦିନ ୧୦ ଜିଲାରେ ହିଟ୍‌ ୱେଭ୍‌

ଭୁବନେଶ୍ୱର,୨୫।୫(ବ୍ୟୁରୋ): ସାରା ରାଜ୍ୟରେ ଅସମ୍ଭାଳ ହୋଇପଡ଼ିଛି ଖରା ତାତି। ଗତ ଦୁଇଦିନ ହେଲା ୪୫ ଡିଗ୍ରୀ ଉପରେ ପାରଦ ରହିଥିବାବେଳେ ରବିବାର ମଧ୍ୟ ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ଡେଇଁଥିଲା। ତାଳଚେରରେ ୪୪.୪ ଡିଗ୍ରୀ, ବଲାଙ୍ଗୀର ଓ ଭବାନୀପାଟଣାରେ ୪୪,…

ଆମ୍ବୁଲାନ୍ସ ଆସିଲାନି: ବିଡିଓଙ୍କ ସରକାରୀ ଗାଡିରେ ଡାକ୍ତରଖାନା ଗଲେ ମହିଳା

ସୋର, ୨୫ା୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ସୋର ବ୍ଲକ ଅଧୀନ ସରଶଂଖ ଗ୍ରାମରେ ଥିବା ସଂଗରୋଧ କେନ୍ଦ୍ରରେ ଶନିବାର ମଧ୍ୟରାତ୍ରିରେ ଜଣେ ମହିଳା ଅନ୍ତେବାସିନୀଙ୍କ ପେଟରେ ଯନ୍ତ୍ରଣା ହେବାରୁ ତାଙ୍କୁ ବିଡିଓ ସରକାରୀ ଗାଡିରେ ବାଲେଶ୍ୱର କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର କରିଛନ୍ତି। ଏହି…

ମନ୍ଦିର, ମସ୍‌ଜିଦ୍‌ରେ ୧୪୪ ଧାରା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ, ୨୫ା୫- ମହାମାରୀ କରୋନା ପାଇଁ ଏଥର ସବୁ ମନ୍ଦିର ଓ ମସ୍‌ଜିଦ୍‌ରେ ୧୪୪ ଧାରା ଜାରି ହୋଇଛି। ଏଥିଯୋଗୁ ସୋମବାର ପାଳନ ହେବାକୁ ଥିବା ଇଦ୍‌ ପର୍ବ ଏକ ପ୍ରକାର ଫିକା ପଡ଼ିବ ବୋଲି କୁହାଯାଉଛି। ଇଦ୍‌ ପର୍ବରେ…

ପାଲାରେ ତାଲା: ପରିବା ବିକୁଛନ୍ତି ଗାୟକ, ବାୟକ

ବଇଣ୍ଡା,୨୫ା୫(ପରିକ୍ଷିତ ସାହୁ): ଦିନେ ତାଙ୍କ ଉପସ୍ଥିତି ପରିବେଶକୁ ପବିତ୍ର କରିଦେଉଥିଲା। ମନରେ ଧାର୍ମିକ ଭାବନା ଉଦ୍ରେକ କରୁଥିଲା। ତାଙ୍କ ଚରଣ ଓ ଚାମର ସ୍ପର୍ଶ ପାଇଁ ଆପେ ଆପେ ମଥା ନଇଁଯାଉଥିଲା। ହେଲେ ଆଜି ବଦଳି ଯାଇଛି ସେହି ସମୟ। କେଉଁଠି…

୨ ସ୍ବାସ୍ଥ୍ୟକର୍ମୀଙ୍କୁ କରୋନା, ଜଗନ୍ନାଥପ୍ରସାଦ ଶଟ୍‌ଡାଉନ୍‌

ଜଗନ୍ନାଥପ୍ରସାଦ,୨୫ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଅଞ୍ଚଳରେ କାର୍ଯ୍ୟରତ ୨ଜଣ ପୁରୁଷ ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାବ୍‌ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଥିଲା। ଶନିବାର ରାତିରେ ରିପୋର୍ଟ ପଜିଟିଭ ଆସିବା ପରେ ସେମାନଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁରସ୍ଥିତ କୋଭିଡ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…

ଧରିତ୍ରୀ ପ୍ରଭାବ: ଖବର ପ୍ରକାଶ ପରେ ମିଳିଲା ରାଶନକାର୍ଡ

ବାଲିଗୁଡା,୨୫ା୫(ଡି.ଏନ୍‌.ଏ.)- ବାଲିଗୁଡା ଏନ୍‌ଏସି ୬ନଂ. ଓ୍ବାର୍ଡର ଶିବ ପ୍ରସାଦ ପଟ୍ଟନାୟକ ରାଶନକାର୍ଡ ପାଇବାକୁ ଯୋଗ୍ୟ ଥାଇ ମଧ୍ୟ ପାଇ ନ ଥିଲେ। ଶିବପ୍ରସାଦ ବାଲିଗୁଡା ବଜାରରେ ଏକ ଛୋଟ ଘଣ୍ଟା ମରାମତି ଦୋକାନ କରି ପରିବାର ଚଳାନ୍ତି। ଘର ନ ଥିବାରୁ…

ଜୀବନଜୀବିକା ଲାଗି ଏକାଠି ହେଲେ ବ୍ୟାଣ୍ଡବାଜା, ରାମଳୀଳା କଳାକାର

ଦେଓଗାଁ,୨୫ା୫(ଡି.ଏନ.ଏ.) ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ଜରାସିଂହା ପଞ୍ଚାୟତ ଅନ୍ତର୍ଗତ ଚନ୍ଦ୍ରପୁର ଆମ୍ରକାନନଠାରେ ରବିବାର ଜିଲାସ୍ତରୀୟ ରାମଲୀଳା କଳାକାରଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶରତ କୁମାର ପୁଟେଲଙ୍କ ପରିଚାଳନାରେ ବୈଠକ ଅନୁଷ୍ଠିତ ହୋଇଥିଲା। ସାମାଜିକ ଦୂରତ୍ୱ ରକ୍ଷାକରି କଳାକାରଙ୍କ ବିଭିନ୍ନ ସମସ୍ୟା…

ସଙ୍ଗରୋଧ କେନ୍ଦ୍ରରେ ଶିକ୍ଷକଙ୍କୁ ଆକ୍ରମଣ, ତୋଟାପଡାରେ ଉତ୍ତେଜନା

ଖଇରା, ୨୫।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ତୋଟାପଡା ହାଇସ୍କୁଲ ସଙ୍ଗରୋଧ କେନ୍ଦ୍ରରେ ବାଇକ ନେବା ଘଟଣାରେ କେନ୍ଦ୍ର ଦାୟିତ୍ୱରେ ଥିବା ଖେଳ ଶିକ୍ଷକ ଲକ୍ଷ୍ମୀଧର ପରିଡାଙ୍କୁ ନିକଟସ୍ଥ ଗଗନଧୂଳି ଗ୍ରାମର ୪ଜଣ ଯୁବକ ମରଣାନ୍ତକ ଆକ୍ରମଣ କରିଛନ୍ତି।…

ପଶ୍ଚିମବଙ୍ଗ ଗଲେ ଅଗ୍ନିଶମ ବିଭାଗ, ଓଡ୍ରାଫର ୪୦ ଟିମ୍‌

ବାଲେଶ୍ୱର ଅଫିସ, ୨୫।୫-ମହାବାତ୍ୟା ଅମ୍ପନ ଯୋଗୁ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ସେଠାରେ ପୁନରୁଦ୍ଧାର କାର୍ଯ୍ୟ ପାଇଁ ସହଯୋଗର ହାତ ବଢାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ଅଗ୍ନିଶମ ବିଭାଗର ୩୦ଟି ଟିମ ଏବଂ ଓଡ୍ରାଫ୍‌ର ୧୦ଟି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri