ରାଜ୍ୟ

ଓପିଏସ୍‌ସିର ନୂଆ ପୋର୍ଟାଲ ଉଦ୍‌ଘାଟିତ: ଛାତ୍ରୀଛାତ୍ରଙ୍କୁ ମିଳିବ ସମସ୍ତ ତଥ୍ୟ

କଟକ ଅଫିସ,୫।୨: ଓଡ଼ିଶା ପବ୍ଲିକ ସର୍ଭିସ କମିଶନ(ଓପିଏସ୍‌ସି)ର ନୂଆ କମ୍ପ୍ରେନସିଭ୍‌ ସିଲେକ୍ସନ ମ୍ୟାନେଜମେଣ୍ଟ ସିଷ୍ଟମ (ସିଏସ୍‌ଏମ୍‌ଏସ୍‌) ପୋର୍ଟାଲ ବୁଧବାର ଉଦ୍‌ଘାଟିତ ହୋଇଯାଇଛି। ଏହି ପୋର୍ଟାଲରେ ଆଶାୟୀ ଛାତ୍ରୀଛାତ୍ରଙ୍କୁ ଓପିଏସ୍‌ସିର ସମସ୍ତ ତଥ୍ୟ ମିଳିପାରିବ। ଏପରିକି ଏଥିରେ ପଞ୍ଜୀକରଣ ବେଳେ ପରୀକ୍ଷାର୍ଥୀଙ୍କୁ...

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ହେବ ଆଲୋଚନା

ପୁରୀ ଅଫିସ,୫।୨: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପରିଚାଳନା କମିଟି ବୈଠକ ବୁଧବାର ଆରମ୍ଭ ହୋଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରାଯିବ। ବିଶେଷକରି ଶ୍ରୀମନ୍ଦିର ଐତିହ୍ୟ କରିଡର, ସୁପ୍ରିମକୋର୍ଟରେ...

ପ୍ରିୟଙ୍କାଙ୍କ ପରିବାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ଝିଅଙ୍କୁ ମିଳିବ ମାଗଣା ଚିକିତ୍ସା, ‘ସୁରଜ ଯୋଜନା’ରେ ସହାୟତା

ଭୁବନେଶ୍ୱର,୫।୨(ବ୍ୟୁରୋ): କିଡ୍‌ନୀ ଦାନ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଥିବା ଦିଗପହଣ୍ଡିର ପ୍ରିୟଙ୍କାରାଣୀ ରାଜୁଙ୍କ ପରିବାର ଲାଗି ମୁଖ୍ୟମନ୍ତ୍ରୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ପ୍ରିୟଙ୍କାଙ୍କ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ଏଥିସହ ‘ସୁରଜ...

ବରଗଡ଼ରେ ବନ୍ଦର ପ୍ରଭାବ: କୋର୍ଟ ସମ୍ମୁଖରୁ ଫେରିଲେ ବିଚାରପତି

ବରଗଡ଼ ଅଫିସ,୫।୨: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ବୁଧବାର ବନ୍ଦ ପାଳନ କରାଯାଉଛି। ଏହି ବନ୍ଦ ପାଳନକୁ ବରଗଡ଼ରେ ସ୍ବତଃସ୍ଫୂର୍ତ୍ତ ସମର୍ଥନ ମିଳିଥିବାବେଳେ ଏହାର ଯଥେଷ୍ଟ ପ୍ରଭାବ ଅନୁଭୂତ ହୋଇଛି। ଦିନ ପ୍ରାୟ ସାଢେ ୧୦ଟାରେ...

ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ, କନଷ୍ଟେବଳ ଗିରଫ

ଭୁବନେଶ୍ୱର,୫-୨(ବ୍ୟୁରୋ):ବିବାହ ଆଳରେ ଯୁବତୀଙ୍କୁ ବଳାତ୍କାର କରି ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ଜଣେ ଯବାନ ସୋମବାର ଗିରଫ ହୋଇଥିଲେ। ମଙ୍ଗଳବାର ଆଉ ଏକ ଘଟଣା ପଦାକୁ ଆସିଛି। ପୋଲିସ ବାବୁଙ୍କ ଦ୍ୱାରା ବାରମ୍ବାର ବଳାତ୍କାରର ଶିକାର ହୋଇଥିବା ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ...

ଗର୍ଭ ନଷ୍ଟ ପାଇଁ ହସ୍ପିଟାଲ ଆଣି ଛାଡ଼ି ପଳାଇଲେ ପ୍ରେମିକ: ବିବାହ ପାଇଁ ଜିଦ୍‌ ଧରି ହାତ କାଟିଲେ ଯୁବତୀ

ଭୁବନେଶ୍ୱର,୫-୨(ବ୍ୟୁରୋ):ପ୍ରେମ ବ୍ୟାପାରକୁ ନେଇ ଇନ୍‌ଫୋସିଟି ଥାନାଞ୍ଚଳରେ ଅପ୍ରୀତିକର ଘଟଣା ଘଟିଛି। ବିବାହ ପାଇଁ ଜିଦ୍‌ ଧରି ଜଣେ ମୁସଲିମ୍‌ ସମ୍ପ୍ରଦାୟ ଯୁବତୀ ହାତ କାଟି ଗୁରୁତର ହୋଇଛନ୍ତି। ଏପରିସ୍ଥଳେ ଯୁବତୀଙ୍କ ଗର୍ଭ ନଷ୍ଟ ପାଇଁ କ୍ୟାପିଟାଲ ହସ୍ପିଟାଲ ଆଣି ତାଙ୍କୁ...

ମୃତ ରେଳ କର୍ମଚାରୀଙ୍କ ପରିବାରକୁ ୪୮ ଘଣ୍ଟାରେ ପେନ୍‌ସନ

ଭୁବନେଶ୍ୱର, ୫-୨:ଗତ ଜାନୁୟାରୀ ୨୮ ଦିନ ଖୋର୍ଦ୍ଧାରୋଡ଼ ଷ୍ଟେସନଠାରେ ରେଳପଥର ପଣ୍ୟବାହୀ ଟ୍ରେନରେ କାର୍ଯ୍ୟରତ ଗାର୍ଡ ପ୍ରଭୁଦତ୍ତ ବେହେରାଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ପରିବାରବର୍ଗଙ୍କୁ ୪୮ ଘଣ୍ଟା ମଧ୍ୟରେ ପେନସନ ସହିତ ଅନ୍ୟାନ ପାଉଣା ପ୍ରଦାନ ନେଇ ରେଳପଥ ପକ୍ଷରୁ...

ବଳଦା ଲୁହାପଥର ଖଣି ହାତେଇଲା ସିରାଜୁଦ୍ଦିନ୍‌

ଭୁବନେଶ୍ୱର,୫-୨(ବ୍ୟୁରୋ):କେନ୍ଦୁଝର ଜିଲାରେ ଥିବା ବଳଦା ଲୁହା ପଥର ଖଣିକୁ ସିରାଜୁଦ୍ଦିନ୍‌ ଆଣ୍ଡ କୋ ନିଜ ପାଖରେ ରଖିବାରେ ସମର୍ଥ ହୋଇଛି। ସୋମବାର ମଧ୍ୟରାତ୍ର ପରେ ମଧ୍ୟ ଏହି ଖଣିର ନିଲାମୀ ପ୍ରକ୍ରିୟା ଜାରି ରହିଥିଲା। ରାତି ୨ଟା ୪୧ ମିନିଟ୍‌ରେ...

ଜେଲରୁ ମୁକୁଳିଲେ ଆଇଏଏସ୍‌ ଅଫିସର ବିଜୟ କେତନ

ଭୁବନେଶ୍ୱର,୫-୨(ବ୍ୟୁରୋ):ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ଆଇଏଏସ୍‌ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ସୋମବାର ହାଇକୋର୍ଟ ଜାମିନ ଦେଇଥିଲେ। ନିମ୍ନ ଅଦାଲତଙ୍କ ସର୍ତ୍ତ ନିର୍ଦ୍ଧାରଣ ପରେ ମଙ୍ଗଳବାର ସନ୍ଧ୍ୟା ୬ଟାରେ ବିଜୟ ଝାରପଡା ଜେଲରୁ...

ଟଙ୍କିକିଆ କଏନ୍‌ରେ ମିନିଏଚର ପେଣ୍ଟିଂ

ଭୁବନେଶ୍ୱର,୫-୨(ବ୍ୟୁରୋ):ଭୁବନେଶ୍ୱରର ଗାୟତ୍ରୀ ମାଭୁରୁ ଟଙ୍କିକିଆ କଏନ୍‌ରେ ମିନିଏଚର ପେଣ୍ଟିଂ କରି ଓ୍ବାର୍ଲଡ ରେକର୍ଡସ ଇଣ୍ଡିଆ (ଡବ୍ଲ୍ୟୁଆର୍‌ଆଇ)ରେ ସ୍ଥାନ ପାଇଛନ୍ତି। କଏନ୍‌ରେ ଏକାଧିକ ନିଆରା ତଥା ଭିନ୍ନ କ୍ଷୁଦ୍ର ଚିତ୍ରକଳାମାନ କରି ସେ ଏହି ରେକର୍ଡ ହାସଲ କରିଛନ୍ତି। ବଜାରକୁ ନୂଆ...

ଖଣି ହାତେଇବାକୁ ଭରପୂର ଉଦ୍ୟମ

ଯୋଡ଼ା,୫-୨(ଡି.ଏନ୍‌.ଏ.):ଆସନ୍ତା ମାର୍ଚ୍ଚ ୩୧ରେ ଲିଜ୍‌ ଅବଧି ଶେଷ ହେବାକୁ ଥିବା ୧୯ ଖଣିର ନିଲାମ ପ୍ରକ୍ରିୟା ଏବେ ଚାଲିଛି। ଏହା ଆସନ୍ତା ୧୮ତାରିଖରେ ଶେଷ ହେବ। ତେବେ ନିଲାମ ହାତେଇବାକୁ ଏବେ ଖଣି ବ୍ୟବସାୟୀଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା...

ଏପ୍ରିଲରେ ପୁରୀ ଐତିହ୍ୟ କରିଡରର ଚୂଡ଼ାନ୍ତ ନକ୍ସା

ଭୁବନେଶ୍ୱର,୫-୨(ବ୍ୟୁରୋ):ପୁରୀ ସହରରେ ହେବାକୁ ଥିବା ନୂତନ ଐତିହ୍ୟ କରିଡର ନକ୍ସାରେ ଶ୍ରୀଜଗନ୍ନାଥ ସଂସ୍କୃତି, ପ୍ରଥା, ପରମ୍ପରା, ରୀତିନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri