ଟଙ୍କିକିଆ କଏନ୍‌ରେ ମିନିଏଚର ପେଣ୍ଟିଂ

ଭୁବନେଶ୍ୱର,୫-୨(ବ୍ୟୁରୋ):ଭୁବନେଶ୍ୱରର ଗାୟତ୍ରୀ ମାଭୁରୁ ଟଙ୍କିକିଆ କଏନ୍‌ରେ ମିନିଏଚର ପେଣ୍ଟିଂ କରି ଓ୍ବାର୍ଲଡ ରେକର୍ଡସ ଇଣ୍ଡିଆ (ଡବ୍ଲ୍ୟୁଆର୍‌ଆଇ)ରେ ସ୍ଥାନ ପାଇଛନ୍ତି। କଏନ୍‌ରେ ଏକାଧିକ ନିଆରା ତଥା ଭିନ୍ନ କ୍ଷୁଦ୍ର ଚିତ୍ରକଳାମାନ କରି ସେ ଏହି ରେକର୍ଡ ହାସଲ କରିଛନ୍ତି। ବଜାରକୁ ନୂଆ ଆସିଥିବା ଟଙ୍କିକିଆ ମୁଦ୍ରାର ଉପର ପାର୍ଶ୍ୱକୁ ଛୋଟ କାନ୍‌ଭାସ୍‌ ଭାବେ ବ୍ୟବହାର କରି ଆକର୍ଷଣୀୟ ଚିତ୍ରକଳା ପ୍ରସ୍ତୁତ କରିଥିବାବେଳେ ଏଥିରେ ସେ ଆକ୍ରିଲିକ୍‌ ପେଣ୍ଟିଂ କରିଥିଲେ। ଏହି ହାତତିଆରି ପୋଟ୍ରେଟ୍‌ ମାତ୍ର ୨୦ମିମି ବ୍ୟାସ ବିଶିଷ୍ଟ ହୋଇଥିବାରୁ ସେ ଏହି ବିରଳ ରେକର୍ଡ ହାସଲ କରିବାରେ ସଫଳ ହୋଇଛନ୍ତି।
ବହୁମୁଖୀ ପ୍ରତିଭାର ଅଧିକାରିଣୀ ଗାୟତ୍ରୀ ଏକାଧାରାରେ ଜଣେ ଚିତ୍ରଶିଳ୍ପୀ, କବି, ଶିକ୍ଷାବିତ୍‌, ସାମାଜିକ କର୍ମୀ ଓ ଉଦ୍ୟୋଗୀ। ସେ ଏକାସଙ୍ଗେ ୧୦ ଭିନ୍ନ ଭିନ୍ନ ସିରିଜରେ ମୋଟ ୧୦୦ କଏନକୁ ଚିତ୍ରିତ କରିଛନ୍ତି। ପ୍ରଭୁ ଶ୍ରୀଗଣେଶ, ଗୌତମ ବୁଦ୍ଧ, ବନ୍ଦ କବାଟ, ଫୁଲ, ସୂର୍ଯ୍ୟଦେବ, ଗ୍ରହ ଓ ଉପଗ୍ରହ, ପ୍ରଜାପତି, ନୌକା ଓ ଜାହାଜ, କୋଇ ଫିସ୍‌, ସିସ୍କେପ୍‌ସ, ସିନେରୀ ଆଦି ସିରିଜ ଉପରେ ସେ ଏହି ଚିତ୍ରକଳା କରିଥିଲେ। ତେବେ ୧୦୦ କଏନ୍‌କୁ ଚିତ୍ରିତ କରିବା ପାଇଁ ଗାୟତ୍ରୀଙ୍କୁ ପ୍ରାୟ ୧୦୦ ଘଣ୍ଟା ସମୟ ଲାଗିଥିଲା। ଜାନୁୟାରୀରେ ସେ ଏହି ଓ୍ବାର୍ଲଡ୍‌ ରେକର୍ଡ ହାସଲ କରିବାରେ ସଫଳ ହୋଇଥିଲେ। ଅନ୍ୟପଟେ ଗାୟତ୍ରୀ ବିଭିନ୍ନ ସାମାଜିକ କାମରେ ମଧ୍ୟ ନିଜକୁ ନିୟୋଜିତ ରଖିଛନ୍ତି। ଗରିବ ଘରର ପିଲାଙ୍କ ନିକଟରେ ଶିକ୍ଷା ପହଞ୍ଚାଇବା ପାଇଁ ସେ ନିଜସ୍ବ ଉଦ୍ୟମରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ଏହାସହ ମହିଳାଙ୍କ ସଶକ୍ତୀକରଣ କ୍ଷେତ୍ରରେ ସେ କାର୍ଯ୍ୟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri