ବଳଦା ଲୁହାପଥର ଖଣି ହାତେଇଲା ସିରାଜୁଦ୍ଦିନ୍‌

ଭୁବନେଶ୍ୱର,୫-୨(ବ୍ୟୁରୋ):କେନ୍ଦୁଝର ଜିଲାରେ ଥିବା ବଳଦା ଲୁହା ପଥର ଖଣିକୁ ସିରାଜୁଦ୍ଦିନ୍‌ ଆଣ୍ଡ କୋ ନିଜ ପାଖରେ ରଖିବାରେ ସମର୍ଥ ହୋଇଛି। ସୋମବାର ମଧ୍ୟରାତ୍ର ପରେ ମଧ୍ୟ ଏହି ଖଣିର ନିଲାମୀ ପ୍ରକ୍ରିୟା ଜାରି ରହିଥିଲା। ରାତି ୨ଟା ୪୧ ମିନିଟ୍‌ରେ ସେହି ଖଣିର ଲୁହାପଥର ବିକ୍ରିମୂଲ୍ୟର ୧୧୮.୦୫ ପ୍ରତିଶତ ପଏଣ୍ଟରେ ନିଲାମୀ ଶେଷ ହୋଇଥିଲା। ଏହାର ଗୋଟିଏ ଦିନ ପୂର୍ବରୁ ଠାକୁରାଣୀ ଲୁହାପଥର ଖଣିକୁ ଆର୍ସେଲ ମିତ୍ତଲ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ହାତେଇଥିଲା। ଏହା ପୂର୍ବରୁ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ନୂଆଗଁା ଓ ନାରାୟଣପୋଷି ଲୁହାପଥର ଖଣି ହାତେଇଛି। ଏହି ଦୁଇଟି ଖଣିରେ ମୋଟ୍‌ ୯୮୦ ନିୟୁତ ଟନ୍‌ ଲୁହାପଥର ଥିବା କୁହାଯାଇଛି। ନୂଆଗାଁ ଲୁହାପଥର ଖଣିରେ ପ୍ରାୟ ୭୯୦ ନିୟୁତ ଟନ୍‌ ଲୁହାପଥର ଗଚ୍ଛିତ ଥିବାବେଳେ ନାରାୟଣପୋଷି ଲୁହାପଥର ବ୍ଲକରେ ୧୯୦ ନିୟୁତ ଟନ୍‌ ରହିଥିବା ଆକଳନ କରାଯାଇଛି। ସେହିପରି ଶେଷ ଖବରସୁଦ୍ଧା ମଙ୍ଗଳବାର ସୁନ୍ଦରଗଡ ଜିଲାରେ ଥିବା ଗଣୁଆ ଖଣିର ନିଲାମୀ ଜାରି ରହିଥିଲା। ଏହି ଖଣିକୁ ହାତେଇବା ପାଇଁ କେଜେଏସ୍‌ ଆହଲୁୱାଲିଆ, ଜେଏସ୍‌ଡବ୍ଲ୍ୟୁ, ରୁଙ୍ଗଟା, ଶ୍ୟାମ୍‌ ଏବଂ ଅମଲଗମ୍‌ ପ୍ରଭୃତି ଚେଷ୍ଟା କରୁଛନ୍ତି। ଅନୁରୂପଭାବେ ବହୁଚର୍ଚ୍ଚିତ କେନ୍ଦୁଝର ଜିଲା ବଡବିଲ ତହସିଲରେ ଥିବା ଜିଲିଙ୍ଗ୍‌ ଲଙ୍ଗାଲୋଟା ଖଣିର ନିଲାମୀ ବୁଧବାର ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ହାତେଇବା ପାଇଁ ଆଦାନୀ କମ୍ପାନୀ ୮୦.୭୦ ପ୍ରତିଶତ ମୂଲ୍ୟ ରଖି ଆବେଦନ କରିଥିବା ଜଣାପଡିଛି। ତେଣୁ ଏହି ଖଣି କିଏ ହାତେଇପାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ଆସନ୍ତା ମାର୍ଚ୍ଚ ୩୧ ସୁଦ୍ଧା ଲିଜ୍‌ ଅବଧି ଶେଷ ହେଉଥିବା ୧୯ଟି ଖଣିର ନିଲାମ ପ୍ରକ୍ରିୟା ଚାଲିଛି। ସମସ୍ତ ଖଣିର ନିଲାମ ଫେବୃୟାରୀ ୧୮ ସୁଦ୍ଧା ଶେଷ ହେବା ପରେ ନିଲାମଧାରୀଙ୍କୁ ଲେଟର ଅଫ ଇଣ୍ଟେଣ୍ଟ ପ୍ରଦାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri