ଏପ୍ରିଲରେ ପୁରୀ ଐତିହ୍ୟ କରିଡରର ଚୂଡ଼ାନ୍ତ ନକ୍ସା

ଭୁବନେଶ୍ୱର,୫-୨(ବ୍ୟୁରୋ):ପୁରୀ ସହରରେ ହେବାକୁ ଥିବା ନୂତନ ଐତିହ୍ୟ କରିଡର ନକ୍ସାରେ ଶ୍ରୀଜଗନ୍ନାଥ ସଂସ୍କୃତି, ପ୍ରଥା, ପରମ୍ପରା, ରୀତିନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଐତିହ୍ୟ କରିଡର ଚୂଡାନ୍ତ ନକ୍ସା ପ୍ରସ୍ତୁତ ହୋଇଯିବ। ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଭୁବନେଶ୍ୱରଠାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେବାକୁ ଥିବା ଐତିହ୍ୟ କରିଡର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଐତିହ୍ୟ କରିଡର ନିର୍ମାଣ ହେଲେ ବହୁଦିନ ଧରି ଚାଲିଆସୁଥିବା ପରମ୍ପରା ଭଙ୍ଗ ହେବାର ଆଶଙ୍କା ରହିଛି ବୋଲି ବୈଠକରେ ଭାଗ ନେଇଥିବା ସେବାୟତ ପ୍ରତିନିଧିମାନେ ଆଶଙ୍କା କରିଥିଲେ। ପରମ୍ପରା ଅକ୍ଷୁଣ୍ଣ ରହିବ ବୋଲି କ୍ରିଷନ କୁମାର ସେବାୟତମାନଙ୍କୁ ଭରସା ଦେଇଛନ୍ତି।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କ୍ରିଷନ କୁମାର କହିଛନ୍ତି ଯେ, ଜନସାଧାରଣ ଚାହିଁଲେ ଐତିହ୍ୟ କରିଡର ପାଇଁ ଇ-ମେଲ୍‌ ମାଧ୍ୟମରେ ନିଜର ମତାମତ ଦେଇ ପାରିବେ। ଐତିହ୍ୟ କରିଡର ପାଇଁ ୪ଟି ଦିଗକୁ ଗୁରୁତ୍ୱ ଦିଆଯାଇଛି। ପ୍ରଥମତଃ ଶ୍ରୀମନ୍ଦିର ଚାରିପଟେ ଥିବା ସାହିକୁ ସାହି କିପରି ଯାତାୟାତ ସୁବିଧା ହୋଇପାରିବ ସେ ନେଇ ମାଇକ୍ରୋ ପ୍ଲାନିଂ କରାଯିବ। ଦ୍ୱିତୀୟତଃ ରଥଯାତ୍ରାର ସମସ୍ତ ପରମ୍ପରାକୁ ପୂର୍ବ ଭଳି ପାଳନ କରାଯିବ। ରଥଖଳା ପୂର୍ବ ପରି ବ୍ୟବସ୍ଥିତ ହେବ। ଚନ୍ଦନ ଯାତ୍ରା ଭଳି ଦେବଦେବୀଙ୍କ ବାହାର ଯାତ୍ରା ପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଭକ୍ତମାନଙ୍କର ହାତ ଓ ପାଦଧୁଆ ପ୍ରତି ସ୍ବତନ୍ତ୍ର ବ୍ୟବସ୍ଥା ହେବ। ତୃତୀୟତଃ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବିତ ନାମ ସଂକୀର୍ତ୍ତନ ପାଇଁ ସ୍ବତନ୍ତ୍ର ଜାଗା ରହିବ। ଚତୁର୍ଥତଃ ଏକା ସାଙ୍ଗରେ ୫ ହଜାର ଭକ୍ତ ମହାପ୍ରସାଦ ସେବନ କଲାଭଳି ବ୍ୟବସ୍ଥା କରାଯିବ।
ଐତିହ୍ୟ କରିଡର ନକ୍ସା ପାଇଁ ଇ-ମେଲ୍‌ ଜରିଆରେ ୨୩୧ ମତାମତ ଓ ପରାମର୍ଶ ଆସିଛି। ଏ ସବୁ ପୂର୍ବତନ ମନ୍ଦିର ପରିଚାଳନା କମିଟି ସଦସ୍ୟ, ବର୍ତ୍ତମାନର ସଦସ୍ୟ, ଗବେଷକଙ୍କଠାରୁ ଆସିଛି। ଯେଉଁ ପ୍ରସଙ୍ଗ ନେଇ ଆଶଙ୍କା ପ୍ରକାଶ ପାଇଛି, ଏକ କମିଟି ବସାଇ ତାହାକୁ ସଂଶୋଧିତ କରାଯାଇ ପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି।
ବୈଠକରେ ଯୋଗଦେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ, ଶ୍ରୀକ୍ଷେତ୍ରର ଐତିହ୍ୟ ସଂସ୍କୃତି, ପରମ୍ପରାକୁ ଆଗେଇ ନିଆଯିବ। ଏହି ମହାନ୍‌ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଉଦ୍ୟମ କରାଯିବ। ପୁରୀର ଐତିହ୍ୟ ଓ ସଂସ୍କୃତିରେ ଅନେକ ପରିବର୍ତ୍ତନ ଆସିବ ବୋଲି ଗଜପତି କହିଛନ୍ତି। କରିଡରରେ ସମସ୍ତ କଳାକୃତିରେ ଉତ୍କଳୀୟ ସ୍ଥାପତ୍ୟ ଓ ପରମ୍ପରାର ଝଲକ ରହିବା ଆବଶ୍ୟକ ବୋଲି ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ମତ ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସେବାୟତ ଏବଂ ଶ୍ରୀମନ୍ଦିର ସହ ଜଡ଼ିତ ବିଶେଷ ବ୍ୟକ୍ତିମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

ଗଣେଶପୂଜା କମିଟିକୁ ପୋଲିସର କଡ଼ା ନିର୍ଦ୍ଦେଶ, ଡିଜେ ସାଉଣ୍ଡ, ଅଶ୍ଳୀଳ ନୃତ୍ୟ ସମ୍ପୂର୍ଣ୍ଣ ମନା

ପୁରୁଷୋତ୍ତମପୁର,୮।୯(ସବିତା ମିଶ୍ର): ଆସନ୍ତା ୧୪ ତାରିଖରେ ହେବାକୁ ଥିବା ଗଣେଷପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବାକୁ ପୁରୁଷୋତ୍ତମପୁର ପୋଲିସ ଏବଂ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri