ଏପ୍ରିଲରେ ପୁରୀ ଐତିହ୍ୟ କରିଡରର ଚୂଡ଼ାନ୍ତ ନକ୍ସା

ଭୁବନେଶ୍ୱର,୫-୨(ବ୍ୟୁରୋ):ପୁରୀ ସହରରେ ହେବାକୁ ଥିବା ନୂତନ ଐତିହ୍ୟ କରିଡର ନକ୍ସାରେ ଶ୍ରୀଜଗନ୍ନାଥ ସଂସ୍କୃତି, ପ୍ରଥା, ପରମ୍ପରା, ରୀତିନୀତିରେ କୌଣସି ପରିବର୍ତ୍ତନ ହେବ ନାହିଁ। ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦିଆଯିବ। ଆସନ୍ତା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଐତିହ୍ୟ କରିଡର ଚୂଡାନ୍ତ ନକ୍ସା ପ୍ରସ୍ତୁତ ହୋଇଯିବ। ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର ଏହି ସୂଚନା ଦେଇଛନ୍ତି। ମଙ୍ଗଳବାର ଭୁବନେଶ୍ୱରଠାରେ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ହେବାକୁ ଥିବା ଐତିହ୍ୟ କରିଡର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ଐତିହ୍ୟ କରିଡର ନିର୍ମାଣ ହେଲେ ବହୁଦିନ ଧରି ଚାଲିଆସୁଥିବା ପରମ୍ପରା ଭଙ୍ଗ ହେବାର ଆଶଙ୍କା ରହିଛି ବୋଲି ବୈଠକରେ ଭାଗ ନେଇଥିବା ସେବାୟତ ପ୍ରତିନିଧିମାନେ ଆଶଙ୍କା କରିଥିଲେ। ପରମ୍ପରା ଅକ୍ଷୁଣ୍ଣ ରହିବ ବୋଲି କ୍ରିଷନ କୁମାର ସେବାୟତମାନଙ୍କୁ ଭରସା ଦେଇଛନ୍ତି।
ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କ୍ରିଷନ କୁମାର କହିଛନ୍ତି ଯେ, ଜନସାଧାରଣ ଚାହିଁଲେ ଐତିହ୍ୟ କରିଡର ପାଇଁ ଇ-ମେଲ୍‌ ମାଧ୍ୟମରେ ନିଜର ମତାମତ ଦେଇ ପାରିବେ। ଐତିହ୍ୟ କରିଡର ପାଇଁ ୪ଟି ଦିଗକୁ ଗୁରୁତ୍ୱ ଦିଆଯାଇଛି। ପ୍ରଥମତଃ ଶ୍ରୀମନ୍ଦିର ଚାରିପଟେ ଥିବା ସାହିକୁ ସାହି କିପରି ଯାତାୟାତ ସୁବିଧା ହୋଇପାରିବ ସେ ନେଇ ମାଇକ୍ରୋ ପ୍ଲାନିଂ କରାଯିବ। ଦ୍ୱିତୀୟତଃ ରଥଯାତ୍ରାର ସମସ୍ତ ପରମ୍ପରାକୁ ପୂର୍ବ ଭଳି ପାଳନ କରାଯିବ। ରଥଖଳା ପୂର୍ବ ପରି ବ୍ୟବସ୍ଥିତ ହେବ। ଚନ୍ଦନ ଯାତ୍ରା ଭଳି ଦେବଦେବୀଙ୍କ ବାହାର ଯାତ୍ରା ପ୍ରତି ବିଶେଷ ଦୃଷ୍ଟି ଦିଆଯିବ। ଶ୍ରୀମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ଭକ୍ତମାନଙ୍କର ହାତ ଓ ପାଦଧୁଆ ପ୍ରତି ସ୍ବତନ୍ତ୍ର ବ୍ୟବସ୍ଥା ହେବ। ତୃତୀୟତଃ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବିତ ନାମ ସଂକୀର୍ତ୍ତନ ପାଇଁ ସ୍ବତନ୍ତ୍ର ଜାଗା ରହିବ। ଚତୁର୍ଥତଃ ଏକା ସାଙ୍ଗରେ ୫ ହଜାର ଭକ୍ତ ମହାପ୍ରସାଦ ସେବନ କଲାଭଳି ବ୍ୟବସ୍ଥା କରାଯିବ।
ଐତିହ୍ୟ କରିଡର ନକ୍ସା ପାଇଁ ଇ-ମେଲ୍‌ ଜରିଆରେ ୨୩୧ ମତାମତ ଓ ପରାମର୍ଶ ଆସିଛି। ଏ ସବୁ ପୂର୍ବତନ ମନ୍ଦିର ପରିଚାଳନା କମିଟି ସଦସ୍ୟ, ବର୍ତ୍ତମାନର ସଦସ୍ୟ, ଗବେଷକଙ୍କଠାରୁ ଆସିଛି। ଯେଉଁ ପ୍ରସଙ୍ଗ ନେଇ ଆଶଙ୍କା ପ୍ରକାଶ ପାଇଛି, ଏକ କମିଟି ବସାଇ ତାହାକୁ ସଂଶୋଧିତ କରାଯାଇ ପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି।
ବୈଠକରେ ଯୋଗଦେଇ ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ କହିଛନ୍ତି ଯେ, ଶ୍ରୀକ୍ଷେତ୍ରର ଐତିହ୍ୟ ସଂସ୍କୃତି, ପରମ୍ପରାକୁ ଆଗେଇ ନିଆଯିବ। ଏହି ମହାନ୍‌ ସଂସ୍କୃତିକୁ ବିଶ୍ୱ ଦରବାରରେ ପହଞ୍ଚାଇବାକୁ ଉଦ୍ୟମ କରାଯିବ। ପୁରୀର ଐତିହ୍ୟ ଓ ସଂସ୍କୃତିରେ ଅନେକ ପରିବର୍ତ୍ତନ ଆସିବ ବୋଲି ଗଜପତି କହିଛନ୍ତି। କରିଡରରେ ସମସ୍ତ କଳାକୃତିରେ ଉତ୍କଳୀୟ ସ୍ଥାପତ୍ୟ ଓ ପରମ୍ପରାର ଝଲକ ରହିବା ଆବଶ୍ୟକ ବୋଲି ପଦ୍ମ ବିଭୂଷଣ ରଘୁନାଥ ମହାପାତ୍ର ମତ ଦେଇଛନ୍ତି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସେବାୟତ ଏବଂ ଶ୍ରୀମନ୍ଦିର ସହ ଜଡ଼ିତ ବିଶେଷ ବ୍ୟକ୍ତିମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

ସାନଖେମୁଣ୍ଡି ବିଧାନସଭା ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥିନୀ ସୁଶ୍ରୀ

ଛତ୍ରପୁର ୨୬। ୪ (ଦିଲ୍ଲୀପ କୁମାର ସାମଲ) : ଗଞ୍ଜାମ ଜିଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆଜିଠାରୁ ନାମଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ...

ମୁଖ୍ୟମନ୍ତ୍ରୀ ୨ଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତାଙ୍କ ଟାର୍ଗେଟ୍‌, କହିଲେ ପାଣ୍ଡିଆନଙ୍କୁ ପଛଦ୍ବାର ବାଟେ…

ଭୁବନେଶ୍ବର, ୨୬।୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନରୁ ଲଢ଼ିବା ପ୍ରସଙ୍ଗରେ ଭାଜପା ନେତା ସମୀର ମହାନ୍ତି ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ଗୁମାସ୍ତା, ରିମୋଟ୍‌...

ଉମରକୋଟରେ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କଲା ପୋଲିସ

ଭୁବନେଶ୍ବର, ୨୬।୪: ଉମରକୋଟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ହେଲିକପ୍ଟର ଯାଞ୍ଚ କରିଛନ୍ତି ମାଜିଷ୍ଟ୍ରେଟ ଓ ପୋଲିସ। ପ୍ରଚାର ପାଇଁ ଯାଇଥିବା ବେଳେ ହେଲିକପ୍ଟର ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri