ରାଜ୍ୟ

ଛତିଶଗଡ଼ ଓଡ଼ିଆ ଶିକ୍ଷକଙ୍କ ପାରିଶ୍ରମିକ ବଢ଼ିବ

ଭୁବନେଶ୍ୱର,୭।୨(ବ୍ୟୁରୋ): ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଏହାସହ ଛତିଶଗଡ଼ରେ ବସବାସ କରୁଥିବା ଓଡ଼ିଆଙ୍କ ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେବାକୁ ଯାଉଛନ୍ତି। ମୁଖ୍ୟତଃ...

୧୩ ଜିଲାରେ ବର୍ଷା, ୪ ଜିଲାରେ କୁହୁଡ଼ି

ଭୁବନେଶ୍ୱର,୭।୨(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କଟକ, ନୟାଗଡ଼, ଖୋର୍ଦ୍ଧା, କନ୍ଧମାଳ ଏବଂ ଗଞ୍ଜାମ ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବାନ ରହିଛି। ଏହି...

ଆଜିଠାରୁ ଭାଲେଣ୍ଟାଇନ୍ସ ଓ୍ବିକ୍‌

ଭୁବନେଶ୍ୱର,୭।୨(ବ୍ୟୁରୋ)ବର୍ଷକର ଅପେକ୍ଷା ପରେ ପାଖେଇ ଆସୁଛି ପ୍ରେମ ଓ ପ୍ରେମୀଯୁଗଳଙ୍କ ଖାସ୍‌ ଦିନ ଭାଲେଣ୍ଟାଇନ୍ସ ଡେ। ଏନେଇ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ରହିଥିବାବେଳେ ଫେବୃୟାରୀ ୭ରୁ ୧୪ ପର୍ଯ୍ୟନ୍ତ ଭାଲେଣ୍ଟାଇନ୍ସ ୱିକ୍‌ ବା ପ୍ରେମ ସପ୍ତାହ ଭାବେ ପାଳନ...

ଗଞ୍ଜାମରେ ସମୁଦ୍ର ପଥ ମୁକୁଳା, ସୁରକ୍ଷା ଚିନ୍ତା

ଛତ୍ରପୁର,୭ା୨(ଡି.ଏନ.ଏ.)- ଗଞ୍ଜାମ ଜିଲା ଦେଇଯାଇଥିବା ସମୁଦ୍ର ପଥ ମୁକୁଳା ରହିଛି। ଏନେଇ ସୁରକ୍ଷା ଚିନ୍ତା ଆହୁରି ବଢିଯାଇଛି। ସାମୁଦ୍ରିକ ଥାନା ବୋଟ୍‌ରେ ସମୁଦ୍ରରେ ପାଟ୍ରୋଲିଂ ହୋଇପାରୁନି। ଅଧିକାଂଶ ମତ୍ସ୍ୟଜୀବୀଙ୍କ ନିକଟରେ ମତ୍ସ୍ୟ ବିଭାଗ ପ୍ରଦତ୍ତ ପରିଚୟ ପତ୍ର ନାହିଁ। ଅନେକ...

ଟ୍ରକ ବନ୍ଦୀରେ କେନ୍ଦୁଝର ସହର

କେନ୍ଦୁଝର, ୭ା୨ (ସ୍ବ.ପ୍ର.)-ବହୁ ସଂଖ୍ୟାରେ ଏବଂ ଅନିୟନ୍ତ୍ରିତ ଲୁହାପଥର ବୋଝେଇ ଟ୍ରକ ଚଳାଚଳ ଯୋଗୁ କେନ୍ଦୁଝର ସହରରେ ଟ୍ରାଫିକ ସମସ୍ୟା ଗୁରୁତର ହୋଇପଡିଛି। କଟକଣା ଅଭାବରୁ କେନ୍ଦୁଝର ସହର ଦେଇ ହଜାର ହଜାର ସଂଖ୍ୟାରେ ଲୁହାପଥର ବୋଝେଇ ଟ୍ରକ ଦିନ...

ଆଜି ମନ୍ତ୍ରୀ ପରିଷଦ, କ୍ୟାବିନେଟ୍‌ ବୈଠକ

ଭୁବନେଶ୍ୱର,୭-୨(ବ୍ୟୁରୋ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ରାଜ୍ୟ କ୍ୟାବିନେଟ୍‌ ଏବଂ ମନ୍ତ୍ରୀପରିଷଦ ବୈଠକ ବସିବ। ପୂର୍ବାହ୍ନ ୧୧ଟା ୪୫ ମିନିଟ୍‌ରେ ମନ୍ତ୍ରୀପରିଷଦ ବୈଠକ ବସିବାର କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇଛି। ଏଥିରେ ୨୦୨୦-୨୧ ଆର୍ଥିକବର୍ଷ ପାଇଁ ଚଳିତ ମାସ ୧୮ରେ ଆଗତ...

ସବୁଜ ସଙ୍କେତ ଦେଉନାହିଁ କେନ୍ଦ୍ର

ଭୁବନେଶ୍ୱର,୭-୨(ବ୍ୟୁରୋ): ଓଡ଼ିଶାରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି) ଏବଂ ସାମାଜିକ, ଆର୍ଥିକ ପଛୁଆ ବର୍ଗ(ଏସ୍‌ଇବିସି) ସଂଖ୍ୟା ବହୁତ। ହେଲେ ସେମାନଙ୍କ ପ୍ରକୃତ ସଂଖ୍ୟା କେତେ ତାହାର କୌଣସି ସରକାରୀ ହିସାବ ନାହିଁ। ତେଣୁ ୨୦୨୧ ଜନଗଣନାରେ ଏମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ...

ମେଣ୍ଟିପାରୁନି ପାହାଡ଼ତଳି ବାସିନ୍ଦାଙ୍କ ଶୋଷ

ଖଇରା, ୭।୨(ଡି.ଏନ.ଏ.) – ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଶାରୀଶୁଆ ପାହାଡ ପାଦଦେଶରେ ଥିବା ପଞ୍ଚାୟତଗୁଡିକରେ ପାନୀୟଜଳ ସମସ୍ୟା ବହୁ ପୁରୁଣା। ପଥୁରିଆ ଅଞ୍ଚଳ ଯୋଗୁ ଖରାଦିନ ହେଲେ ଅଧିକାଂଶ ନଳକୂପ ଅଚଳ ହୋଇପଡେ। ଅନେକ ସମୟରେ ବ୍ଲକ...

ବଲାଙ୍ଗୀରରେ ଯୋଗାଣ ମନ୍ତ୍ରୀଙ୍କ ସମୀକ୍ଷା ବୈଠକକୁ ଧସେଇ ପଶିଲେ ଚାଷୀ

ବଲାଙ୍ଗୀର ଅଫିସ, ୬।୨- ବଲାଙ୍ଗୀର ଗସ୍ତରେ ଆସି ସ୍ଥାନୀୟ ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ରାଜ୍ୟ ଖାଦ୍ୟ ଓ ଯୋଗାଣ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସାଇଁ ସମୀକ୍ଷା କରୁଥିବାବେଳେ ବୈଠକ ଭିତରକୁ କିଛି ଚାଷୀ ଧସେଇ ପଶିଥିଲେ। ଚାଷୀଙ୍କ ସହ...

ଜୁଆ ନିଶାରେ ମସ୍‌ଗୁଲ ଧରାକୋଟ ଥାନା ପୋଲିସ: ଭିଡିଓ ଭାଇରାଲ ପରେ ତଦନ୍ତ ନିର୍ଦ୍ଦେଶ

ଧରାକୋଟ, ୬।୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ବାରାକ୍‌ ମଧ୍ୟରେ ଥାନାର ପୋଲିସ କର୍ମଚାରୀମାନେ ତାସ୍‌ ଖେଳିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ୪ରୁ ୫ଜଣ କର୍ମଚାରୀ ଖାକି ଓ ସାଦା ପୋଷାକରେ ନଗଦ ଟଙ୍କା ଏବଂ ମୋବାଇଲ...

ଗାଧୋଇବା ସମୟରେ ଭସାଇନେଲା ଲହଡ଼ି: ୪ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍‌ଗାର୍ଡ

ପୁରୀ ଅଫିସ, ୬।୨: ପୁରୀ ସମୁଦ୍ରରେ ବୁଡିଯାଉଥିବା ବେଳେ ୪ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଗୁରୁବାର ଲାଇଫ୍‌ଗାର୍ଡ ଉଦ୍ଧାର କରିଛନ୍ତି। ଉଦ୍ଧାର ପର୍ଯ୍ୟଟକମାନେ ହେଲେ ପଶ୍ଚିମବଙ୍ଗ ହାୱଡାର ଦମ୍ପତି ଗୋବିନ୍ଦ ଧର(୪୨)ଓ ତନୁଶ୍ରୀ(୨୬) ଏବଂ ବାବୁଲା ମାଲକର୍‌(୩୪) ଓ ତାଙ୍କ ସ୍ତ୍ରୀ...

କରୋନା ମୁକାବିଲା ଚିନ୍ତା: ଓଡ଼ିଶାରେ କେନ୍ଦ୍ରୀୟ ଟିମ୍‌; ଏସ୍‌ସିବିରେ କରୁଛନ୍ତି ପରିସ୍ଥିତି ଅନୁଧ୍ୟାନ

କଟକ ଅଫିସ,୬।୨: ସାରା ବିଶ୍ୱରେ ପ୍ରାଣଘାତକ କରୋନା ଭୂତାଣୁ ଆତଙ୍କ ଖେଳାଇଥିବା ବେଳେ ଭାରତର କେରଳରେ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହୋଇଛି। ଓଡ଼ିଶାରେ ମଧ୍ୟ କିଛି ରୋଗୀଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଟିମ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri