ଚଳନ୍ତା ଟ୍ରେନ୍ରୁ ଖସିପଡ଼ିଲେ ଯୁବକ
ଛତ୍ରପୁର,୧୪ା୯(ସନ୍ତୋଷ ପାଢ଼ୀ/ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ରେଳ ଷ୍ଟେଶନ ନିକଟରେ ଚଳନ୍ତା ଏକ୍ସପ୍ରେସ ଟ୍ରେନ୍ରୁ ଖସି ପଡ଼ି ଜଣେ ଯୁବକ ଗୁରୁତର ହୋଇଛନ୍ତି। ଯୁବକ ଜଣକ ହେଲେ ଯାଜପୁରରୋଡ୍ ଅଞ୍ଚଳର ଶ୍ରୀନିବାସ ଖଡ଼ଙ୍ଗା। ସେ ସାଲିମାରଠାରୁ ଭାସ୍କୋଡଗାମା ଅଭିମୁଖେ…
ପ୍ରେସରକୁକର ଖୋଲୁଥିବାବେଳେ ନାବାଳିକାଙ୍କ ଉପରେ ପଡ଼ିଲା ଗରମ ଡାଲି, ଆଉ ତା’ ପରେ…
ବଲାଙ୍ଗୀର,୧୪ା୯(ସୁନୀଲ କୁମାର ମହାନ୍ତି): ପ୍ରେସରକୁକରରୁ ଗରମ ଡାଲି ପାଣି ପଡ଼ି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଟେକେନପଦର ଗ୍ରାମର ଜଣେ ନାବାଳିକା ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ୧୩ ବର୍ଷୀୟା ନାବାଳିକା…
ଚାଷ କରି ନ ଥିବା ଲୋକଙ୍କୁ ଇନ୍ପୁଟ୍ ସବ୍ସିଡି, ବାଦ୍ ପଡିଛନ୍ତି ଅନେକ କ୍ଷତିଗ୍ରସ୍ତ ଚାଷୀ
ବରଗଡ଼,୧୪ା୯(ପ୍ରେମାନନ୍ଦ ଖମାରୀ): ଅଦିନିଆଁ ବର୍ଷାରେ ହୋଇଥିବା ଫସଲକ୍ଷତି ବାବଦକୁ ଇନପୁଟ ସହାୟତା ପ୍ରଦାନକୁ ନେଇ ବରଗଡ଼ ଜିଲାରେ ବ୍ୟାପକ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ନେଇ ଶନିବାର ଜିଲାର ବରପାଲି ବ୍ଲକ କାଇଁଶିର ପଞ୍ଚାୟତ ଅନ୍ତର୍ଗତ ବାରଙ୍ଗପାଲି ଏବଂ…
ବାକ୍ସ ଭିତରୁ ତୃତୀୟ ଶ୍ରେଣୀ ଛାତ୍ର ଉଦ୍ଧାର ଘଟଣା: ଦାୟିତ୍ୱରୁ ହଟିଲେ ଶିକ୍ଷୟିତ୍ରୀ
ବଣାଇ,୧୪ା୯(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜର୍ଡ଼ାର ଏକ ବିଦ୍ୟାଳୟ ଛାତ୍ରାବାସରେ ପହଞ୍ଚି ପ୍ରଶାସନ ଖୋଳତାଡ଼ ଆରମ୍ଭ କରିଛି। ତୃତୀୟ ଶ୍ରେଣୀ ଛାତ୍ର ବାକ୍ସରୁ ଉଦ୍ଧାର ଘଟଣାରେ ଆକ୍ସନ ନେଇଛି ପ୍ରଶାସନ। ହଷ୍ଟେଲ ଦାୟିତ୍ୱରେ ଥିବା ଶିକ୍ଷୟିତ୍ରୀଙ୍କୁ ଦାୟିତ୍ୱରୁ…
ରାଜ୍ୟରେ ବର୍ଷାପବନକୁ ନେଇ IMDଙ୍କ ବଡ଼ ସୂଚନା, କହିଲେ ଆସନ୍ତା ୨୦ ତାରିଖରେ ହେବ…
ଭୁବନେଶ୍ୱର,୧୪ା୯: ରାଜ୍ୟରେ ବର୍ଷା ସ୍ଥିତିକୁ ନେଇ ଆଇଏମ୍ଡି ଡ.ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୨୦ ତାରିଖ ବେଳକୁ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ତେବେ ଆଜିର ସ୍ଥିତିରେ ଏହା ଅଧିକ ଘନୀଭୂତ ହେବାର…
ଏଣିକି ଶନିବାର ସାଢ଼େ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ସ୍କୁଲ, ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ
ଖୋର୍ଦ୍ଧା,୧୪ା୯(ପ୍ରଭାତ ପାଣିଗ୍ରାହୀ): ଏଣିକି ଶନିବାର ସାଢେ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ। ଏନେଇ ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲା…
ଗଞ୍ଜାମରେ ଏବେ ବି ରହିଛି ଶଗଡ଼ର ଚାହିଦା
ଗଞ୍ଜାମ,୧୪ା୯(ବିଦ୍ୟାଧର ସାହୁ): ପୂର୍ବକାଳରେ ଚାଷକାର୍ଯ୍ୟ ନିମନ୍ତେ ଶଗଡ଼ ବଳଦର ନିହାତି ଆବଶ୍ୟକତା ଥିଲା। ଜମିରେ ହଳଠାରୁ ଅମଳ ପର୍ଯ୍ୟନ୍ତ ଶଗଡ଼ ବଳଦ ଦ୍ୱାରା ଚାଷକାର୍ଯ୍ୟ ସମ୍ପନ୍ନ ହୋଇଥାଏ। ବର୍ତ୍ତମାନ ବିଜ୍ଞାନ ଯୁଗରେ ଚାଷକାର୍ଯ୍ୟ ନିମନ୍ତେ ଅତ୍ୟାଧୁନିକ ଯନ୍ତ୍ରପାତି ମିଳିବା ଓ ଯେକୌଣସି…
ଷ୍ଟେଜ୍ ଉପରେ ଡ୍ରେସ୍ ଖୋଲିଦେଲେ ନିଶା ନିଜକୁ ସମ୍ଭାଳି ପାରିଲେନି ଏଏସ୍ଆଇ : ପରେ ଯାହା ହେଲା…
ପାଟଣା,୧୪ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଏଏସ୍ଆଇ ସରୋଜ କୁମାର ସେଠୀଙ୍କୁ ବିବାଦୀୟ ଆଇଟମ ଗର୍ଲ ନିଶା ମହାରଣାଙ୍କ ସହ ଫଟୋ ଉଠାଇବା ମହଙ୍ଗା ପଡ଼ିଛି। ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଥାଇ ଫଟୋ ଉଠାଇବାକୁ ନେଇ ଏସ୍ପି ନୀତିନ…
ଅକ୍ଟୋବରରେ ବଡ଼ ବାତ୍ୟା ଆଶଙ୍କା! ସତର୍କ କରାଇଲେ ଆଇଏମ୍ଡି ଡିଜି
ଭୁବନେଶ୍ୱର, ୧୪ା୯(ବନ୍ଦନା ସେଠୀ): ଚଳିତ ବର୍ଷ ବହୁଦିନ ଧରି ମୌସୁମୀ ବର୍ଷା ଲାଗି ରହିଛି। ଇତିମଧ୍ୟରେ ବଙ୍ଗୋପସାଗରରେ ୧୫ରୁ ଊର୍ଦ୍ଧ୍ୱ ଲଘୁଚାପ କ୍ଷେତ୍ର ଓ ଘୂର୍ଣ୍ଣିବଳୟ ଆଗକୁ ପ୍ରାକୃତିକ ଦୁର୍ବିପାକର ସଙ୍କେତ ଦେଉଛି। ଏପରିସ୍ଥିତିରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ଓଡ଼ିଶା…
ନୂଆପଡ଼ା ଉପନିର୍ବାଚନ: ଜାଣନ୍ତୁ ଏସ୍ଆଇଆର୍, ଏସ୍ଏସ୍ଆର୍ ମଧ୍ୟରେ ପାର୍ଥକ୍ୟ କ’ଣ?
ଭୁବନେଶ୍ୱର, ୧୪।୯(ସୁନିତ୍ ମିଶ୍ର): ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ହେଉଛି ଘରକୁ ଘର ଯାଇ ଭୋଟରମାନଙ୍କ ଗଣନା କରି ନୂଆ ଭୋଟର ତାଲିକା ପ୍ରସ୍ତୁତ କରିବା। ପ୍ରଚଳିତ ତାଲିକାକୁ ବିଚାରକୁ ନ ନେଇ ଗଣନାକାରୀମାନେ ପ୍ରତି ଘରକୁ ଯାଇ ଧାର୍ଯ୍ୟ ତାରିଖ…
ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ଏସ୍ଏସ୍ଆର୍
ଭୁବନେଶ୍ୱର, ୧୪।୯(ସୁନିତ୍ ମିଶ୍ର): ନୂଆପଡା ବିଧାନସଭା ଆସନରେ ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ(ଏସ୍ଏସ୍ଆର୍) କରାଯିବ। ଆଗକୁ ଏହି ବିଧାନସଭା ଆସନ ଲାଗି ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ହିଁ ଏସ୍ଏସ୍ଆର୍ କରାଯିବ। ନୂଆପଡ଼ା ଆସନରେ ଅନୁଷ୍ଠିତ ହେବାକୁ ଥିବା ଉପନିର୍ବାଚନ ପାଇଁ ଜନପ୍ରତିନିଧିତ୍ୱ…
କଂଗ୍ରେସରେ ଯୋଗଦେଲେ ବିକଳ୍ପ ଓଡିଶା ସଭାପତି
ଭୁବନେଶ୍ୱର,୧୩।୯(ସୁନିତ୍ ମିଶ୍ର): ‘ବିକଳ୍ପ ଓଡିଶା’ ସଭାପତି କୈଳାଶ ମିଶ୍ର ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି। ଏଆଇସିସି ଓଡିଶା ପ୍ରଭାରୀ ଅଜୟ ଲାଲୁଙ୍କ ପୌରୋହିତ୍ୟରେ କଂଗ୍ରେସ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ କୈଳାଶ ମିଶ୍ର ୨ ଶହରୁ ଅଧିକ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଆସି…
Archives


