ଏଣିକି ଶନିବାର ସାଢ଼େ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ସ୍କୁଲ, ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

ଖୋର୍ଦ୍ଧା,୧୪ା୯(ପ୍ରଭାତ ପାଣିଗ୍ରାହୀ): ଏଣିକି ଶନିବାର ସାଢେ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ସମସ୍ତ ସରକାରୀ ଶିକ୍ଷାନୁଷ୍ଠାନ। ଏନେଇ ଖୋର୍ଦ୍ଧା ଜିଲା ଶିକ୍ଷାଧିକାରୀ ବିଜ୍ଞପ୍ତି ଜାରି କରିଛନ୍ତି। ଏଥିରେ ଅବହେଳା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଜିଲା ଶିକ୍ଷାଧିକାରୀ। ଏନେଇ ଖୋର୍ଦ୍ଧା ଜିଲାର ସମସ୍ତ ବ୍ଲକ୍‌ ଶିକ୍ଷାଧିକାରୀଙ୍କୁ ଚିଠି କରାଯାଇଛି।

ଚିଠିରେ ଉଲ୍ଲେଖ ଅଛି ଯେ, ଶନିବାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଶାସନ ସଚିବ ଶାଳୀନ ପଣ୍ଡିତ ଖୋର୍ଦ୍ଧା ଗସ୍ତରେ ଆସିଥିବା ବେଳେ ବେଗୁନିଆ ବ୍ଳକର ବିଭିନ୍ନ ପ୍ରାଥମିକ ସ୍କୁଲ ପରିଦର୍ଶନରେ ଯାଇଥିଲେ। ସେଠାରେ କିଛି ପ୍ରାଥମିକ ସ୍କୁଲ ୧୧ଟା ସୁଦ୍ଧା ବନ୍ଦ ହୋଇଥିବା ଦେଖିବାକୁ ପାଇଥିଲେ। ଏପରିକି ଶନିବାର ଠିକ୍‌ ଭାବେ ସ୍କୁଲ ପରିଚାଳନା ହେଉ ନ ଥିବା ଦେଖିଥିଲେ। ତାହାକୁ ନେଇ ସଚିବ ବିରକ୍ତି ପ୍ରକାଶ କରିଥିଲେ। ଶିକ୍ଷାଗତ କ୍ୟାଲେଣ୍ଡର, ୨୦୨୫-୨୬ରେ ନିର୍ଦ୍ଦିଷ୍ଟ ସମସ୍ତ କାର୍ଯ୍ୟକଳାପି ବିଶେଷକରି ଶନିବାର ସ୍କୁଲ ସମୟ ସମ୍ପର୍କରେ କଡ଼ା ଅନୁପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କୌଣସି ପରିସ୍ଥିତିରେ ଶନିବାର ଦିନ ୧୨:୩୦ ଟା ପୂର୍ବରୁ କୌଣସି ବିଦ୍ୟାଳୟ ବନ୍ଦ କରାଯିବ ନାହିଁ। ଏହି କ୍ଷେତ୍ରରେ ଯେକୌଣସି ବିଚ୍ୟୁତିକୁ ଗମ୍ଭୀରତାର ସହ ବିଚାର କରାଯିବ ଏବଂ ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନୁପାଳନ ସୁନିଶ୍ଚିତ କରିବା ପାଇଁ ସମ୍ପୃକ୍ତ ବ୍ଲକର ବିଇଓମାନେ ଦାୟୀ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଲଘୁଚାପକୁ ନେଇ ବଡ଼ ଅପଡେଟ୍‌: ମତ୍ସ୍ୟଜୀବୀଙ୍କୁ ଏଭଳି ପରାମର୍ଶ ଦେଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୦ା୯: ଭୁବନେଶ୍ୱର,୨୦ା୯: ଉତ୍ତର ଆଣ୍ଡାମାନ ସାଗର ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ଘୂର୍ଣ୍ଣିବଳୟ ଶନିବାର ସାନ୍ଧ୍ୟାରେ ଲଘୁଚାପର ରୂପ ନେଇଛି। ଏହା ପଶ୍ଚିମ ଓ ଉତ୍ତର ପଶ୍ଚିମ…

ପାକିସ୍ତାନରେ ହଲଚଲ! ଆନ୍ଦୋଳନ ପୂର୍ବରୁ ପୋଲିସ୍‌ର ବଡ଼ କାର୍ଯ୍ୟାନୁଷ୍ଠାନ, ଗିରଫ ହେଲେ….

ଇସଲାମାବାଦ,୨୦ା୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଓ ପାକିସ୍ତାନ ତେହରିକ୍‌-ଏ-ଇନ୍‌ସାଫ୍‌ (PTI) ମୁଖ୍ୟ ଇମ୍ରାନ ଖାନ୍‌ଙ୍କ ଭଉଣୀ ଅଲିମା ଖାନ୍‌ଙ୍କୁ ଲାହୋର ପୋଲିସ୍‌ ଗିରଫ କରିଛି । ରବିବାର…

ଗର୍ଭବତୀ ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ସ୍ବାମୀ, ଦିଅର କହିଲେ…

ବଲାଙ୍ଗୀର,୨୦ା୯(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କର୍ଲାପିଟା ଗାଁରେ ରବିବାର ବୀଭତ୍ସ ହତ୍ୟାକାଣ୍ଡ ଘଟିଯାଇଛି। ସ୍ବାମୀଙ୍କ ଟାଙ୍ଗିଆ ଚୋଟରେ ୪ ମାସର ଗର୍ଭବତୀ ସ୍ତ୍ରୀ…

ହଠାତ୍ ଆକ୍ରମଣରେ ଥରିଲା ରୁଷିଆ, ହଜାରେରୁ ଅଧିକ ଡ୍ରୋନ୍‌ ମାଡ଼ କଲା ୟୁକ୍ରେନ

ମସ୍କୋ,୨୦ା୯: ରୁଷିଆ ଉପରେ ୟୁକ୍ରେନ୍‌ ବଡ଼ଧରଣର ଡ୍ରୋନ୍‌ ଆକ୍ରମଣ କରିଛି । ରୁଷିଆର ଅଧିକାରୀଙ୍କ ଦାବି ଅନୁସାରେ, ବିଭିନ୍ନ ଅଞ୍ଚଳରେ ୧,୧୦୦ରୁ ଅଧିକ ୟୁକ୍ରେନୀୟ ଡ୍ରୋନ୍‌ ଉଡ଼ିଥିଲା।…

ଏଥର ପୋଲିସ ପାଳି, ବର୍ଦ୍ଦିରେ ରହି ସୋସିଆଲ ମିଡିଆରେ ଫଟୋ ଭିଡିଓ ପୋଷ୍ଟ କଲେ…

ଭୁବନେଶ୍ୱର,୨୦ା୯: ଏଣିକି ପୋଲିସ ପାଳି। ରାଜ୍ୟରେ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ କମିଶନରେଟ୍‌ ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଗାଇଡ୍‌ଲାଇନ୍‌ ଜାରି…

ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ନେଇ ବଢ଼ିଲା ଚିନ୍ତା: ସମୁଦ୍ର ଛାଡ଼ି କୂଳମୁହାଁ ମତ୍ସ୍ୟଜୀବୀ, ଆଶଙ୍କାରେ ଲୋକେ

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସହିତ ସମ୍ଭାବ୍ୟ ବାତ୍ୟା ଅର୍ଣ୍ଣବ ଚିନ୍ତା ବାଇଛି। ଫଳରେ ବିଶେଷ କରି ଉପକୂଳ ଅଞ୍ଚଳ ପାରମ୍ପରିକ ମାଛ…

ଜଙ୍ଗଲରେ ପଡ଼ିଛି ହାତୀର ମୃତଦେହ, ମୃତ୍ୟୁର କାରଣ ଅସ୍ପଷ୍ଟ

ଜଳେଶ୍ୱର,୨୦ା୯(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ବରଡିହା ବନଖଣ୍ଡ କଳମା ପଞ୍ଚାୟତର ଆମ୍ବତୁମ୍ବା ଜଙ୍ଗଲରୁ ଏକ ମାଈହାତୀର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାପ୍ତ ସୂଚନା…

ମାଉଜର ଦେଖାଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କଠାରୁ ଲକ୍ଷାଧିକ ଟଙ୍କା ଝାମ୍ପିନେଲେ ୪ ଦୁର୍ବୃତ୍ତ

ନନ୍ଦପୁର,୨୦ା୯(ତୁଷାରକାନ୍ତ ମହାନ୍ତି): ପାର୍ବଣ ପୂର୍ବରୁ କୋରାପୁଟ ଜିଲାର ବିଭିନ୍ନ ସ୍ଥାନରେ ଚୋରି ଡକାୟତି ରାହାଜାନି ଘଟଣା ଦିନକୁ ଦିନ ବୃଦ୍ଧି ପାଉଛି। ନନ୍ଦପୁର ଥାନା କ୍ଷେତ୍ର ପାଲିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?