ହବିଷ୍ୟାଳୀଙ୍କ ପାଇଁ କଟକଣା ଜାରି: ପୁରୀ ନ ଆସିବାକୁ ଅନୁରୋଧ

ପୁରୀ ଅଫିସ,୨୯ା୧୦: ମହାମାରୀ କରୋନା ବିପଦ ସମ୍ପୂର୍ଣ୍ଣ ଭାବେ ଟଳି ନାହିଁ। ପୂର୍ବାପେକ୍ଷା ଅଧିକ ସତର୍କ ହେବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି। ଏହାକୁ ଆମ ସମସ୍ତଙ୍କୁ ମାନିବାକୁ ପଡ଼ିବ। ନଚେତ କରୋନା ସ୍ଥିତି ପୁଣି ସାଂଘାତିକ ହୋଇପାରେ। ତେଣୁ କାର୍ତ୍ତିକ ବ୍ରତ ପାଳନ ପାଇଁ ହବିଷିଆଳିମାନେ ଏହିବର୍ଷ ଶ୍ରୀକ୍ଷେତ୍ର ଆସନ୍ତୁ ନାହିଁ। ନିଜ ଘରେ ରହି ବ୍ରତ ପାଳନ କରନ୍ତୁ। ପୁରୀ ଜିଲା ପ୍ରଶାସନ ପକ୍ଷରୁ ହବିଷିଆଳିମାନଙ୍କୁ ଏହି ଅନୁରୋଧ କରାଯାଇଛି। ପ୍ରଶାସନ ପକ୍ଷରୁ ଉପଜିଲାପାଳ ଭବତାରଣ ସାହୁ ହବିଷିଆଳିଙ୍କୁ ପୁରୀ ନ ଆସିବା ଲାଗି ନିବେଦନ କରିଛନ୍ତି। ବିଗତ କିଛିବର୍ଷ ଧରି ପୁରୀରେ ହବିଷିଆଳିଙ୍କ ଲାଗି ଯେଉଁ ଶିବିର ଆୟୋଜନ କରାଯାଇଥାଏ ଚଳିତବର୍ଷ ତାହା କରାଯାଉ ନାହିଁ। ତେଣୁ ଘରେ ରହି ମହାପ୍ରଭୁଙ୍କୁ ପ୍ରାର୍ଥନା କରିବା ଲାଗି ଉପଜିଲାପାଳ ସାହୁ ସେମାନଙ୍କୁ ଅନୁରୋଧ କରିଛନ୍ତି।
ପ୍ରତିବର୍ଷ କାର୍ତ୍ତିକ ମାସ ଆରମ୍ଭରୁ ଓଡ଼ିଶାର ବିଭିନ୍ନ ଜିଲାରୁ ପୁରୀକୁ ହଜାର ହଜାର ସଂଖ୍ୟାରେ ହବିଷିଆଳି ଆସିଥାନ୍ତି। ଏଠାକାର ମଠ, ମନ୍ଦିର, ଧର୍ମାନୁଷ୍ଠାନରେ ରହି କାର୍ତ୍ତିକ ବ୍ରତ ପାଳିଥାନ୍ତି। ପ୍ରାତଃରୁ ମାର୍କଣ୍ଡ, ଶ୍ୱେତଗଙ୍ଗା, ନରେନ୍ଦ୍ର ଏବଂ ଇନ୍ଦ୍ରଦ୍ୟୁମ୍ନ ଆଦି ପବିତ୍ର ପୁଷ୍କରିଣୀରେ ସ୍ନାନ କରି ମହାପ୍ରଭୁଙ୍କ ମଙ୍ଗଳ ଆଳତି ଦର୍ଶନ କରିଥାନ୍ତି। ଦର୍ଶନ ପରେ ସେମାନେ ରହୁଥିବା ମଠ, ଧର୍ମଶାଳା ଏବଂ ଆଶ୍ରୟସ୍ଥଳୀର ତୁଳସୀ ଚଉରା ମୂଳେ ପୂଜା କରିଥାନ୍ତି। ସେମାନେ ଦିନରେ ଗୋଟିଏ ଥର ମହାପ୍ରସାଦ ସେବନ ଅର୍ଥାତ୍‌ ହବିଷାନ୍ନ କରି ବ୍ରତ ପାଳିଥାନ୍ତି। ୨୦୧୬ରୁ ରାଜ୍ୟ ସରକାର ହବିଷିଆଳି ଯୋଜନାରେ ପ୍ରାୟ ୩ହଜାରରୁ ଊର୍ଦ୍ଧ୍ୱ ହବିଷିଆଳିଙ୍କ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଆସୁଛନ୍ତି। ୩/୪ଟି (ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ, ରେଲୱେ ଯାତ୍ରୀ ନିବାସ, ମୋଚିସାହି ନିକଟ ପୌରସଂସ୍ଥା କଲ୍ୟାଣ ମଣ୍ଡପ ଓ ଜଗନ୍ନାଥ ବଲ୍ଲଭ ମଠ ପରିସର) ସ୍ଥାନରେ ହବିଷିଆଳି ଶିବିର କରି ବ୍ରତଧାରୀଙ୍କ ମାଗଣାରେ ରହିବା, ମହାପ୍ରସାଦ ସେବନ ଏବଂ ମନ୍ଦିର ଦର୍ଶନ ବ୍ୟବସ୍ଥା କରିଥାନ୍ତି। ମାତ୍ର ଏବର୍ଷ କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ହବିଷିଆଳି ଶିବିର କରାଯାଇ ନାହିଁ। ସେହିପରି କୋଭିଡ୍‌ କଟକଣା ପାଇଁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଛି। ହବିଷିଆଳିମାନେ ମନ୍ଦିର ଭିତରକୁ ଯାଇପାରିବେ ନାହିଁ। ତେଣୁ ପରିଣତ ବୟସରେ ଶ୍ରୀକ୍ଷେତ୍ରକୁ ବ୍ରତ ପାଳନ ପାଇଁ ଆସୁଥିବା ହବିଷିଆଳି ଏସବୁକୁ ନଜରରେ ରଖି ଅନ୍ତତଃପକ୍ଷେ ଚଳିତବର୍ଷ ନ ଆସିବା ଲାଗି ପ୍ରଶାସନ ଅନୁରୋଧ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ଥିତି ସମୀକ୍ଷା କଲେ ବିଧାୟକ

ପଦ୍ମପୁର,୨୪ା୪(ଡି.ଏନ୍‌.ଏ.)- ବାସୁଦେବପୁର ବିଧାୟକ ବିଷ୍ଣୁବ୍ରତ ରାଉତରାୟ ବୁଧବାର ଲକ୍‌ ଡାଉନ ପରିସ୍ଥିତିର ସମୀକ୍ଷା କରିଛନ୍ତି। ମହାମାରୀ କରୋନାର ସଂକ୍ରମଣ ରୋକିବା ପାଇଁ ବାସୁଦେବପୁରବାସୀଙ୍କୁ କିଭଳି ସଚେତନ...

ବେଦାନ୍ତ ପାଉଁଶ ଡମ୍ପିଂ ବିରୋଧରେ ମହିଳା ଏକାଠି

ଝାରସୁଗୁଡ଼ା ଅଫିସ,୧୬ା୬: ଝାରସୁଗୁଡ଼ା ଭୁର୍କାମୁଣ୍ଡାଠାରେ ଥିବା ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ଜିଲାବାସୀଙ୍କୁ ଅତିଷ୍ଠ କରିଛି। ପରିସ୍ଥିତି ଏପରି ହୋଇଛି ଯେ ଏହା ବିରୋଧରେ ଝାରସୁଗୁଡ଼ା...

ପୁରୀରେ ପୁଣି ବୋମାମାଡ଼

ପୁରୀ ଅଫିସ, ୨୪ା୬: ପୁଣି ପୁରୀ ସହରରେ ବୋମାମାଡ଼। ଶୁକ୍ରବାର ରାତି ପ୍ରାୟ ୯ଟାରେ ପୁରୀ ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗର ଅଞ୍ଚଳରେ...

ଗାଡ଼ିରେ ପ୍ରେସ୍‌ ଲେଖି ଚାଲାଣ କରୁଥିଲେ ଗଞ୍ଜେଇ

ବରଗଡ଼ ଅଫିସ୍‌,୧୭।୭: ସୋନପୁରରୁ ଛତିଶଗଡ଼ ଚାଲାଣ ହେଉଥିବା ବେଳେ ୨ଟି ଗଞ୍ଜେଇ ବୋଝେଇ କାର୍‌କୁ ବରଗଡ଼ ଜିଲା ସୋହେଲା ପୋଲିସ ଜବତ କରିଛି। ଜବତ ଗଞ୍ଜେଇର...

ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରି ୨ ମହିଳା ଗୁରୁତର

ଝାରସୁଗୁଡ଼ା ଅଫିସ୍‌,୪।୩: ସ୍ବାସ୍ଥ୍ୟ ବିଭାଗ ତରଫରୁ ଝାରସୁଗୁଡ଼ା ଜିଲା ଲଖନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମହିଳାଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିଲ। ଏଥିରେ ତ୍ରୁଟି ଦେଖାଦେବାରୁ ୨ଜଣ...

ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ, ହସ୍ପିଟାଲରେ ହେବ ୭୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

କୋରାପୁଟ,୫।୯,(ସ୍ବ.ପ୍ର): କୋରାପୁଟ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଶନିବାର ପୁଣି ଜିଲାରେ ୮୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲାର ମୋଟ...

ହଡ଼ପ ଟଙ୍କାରେ ମଉଜ

ଭୁବନେଶ୍ୱର,୫।୫(ବ୍ୟୁରୋ): ସିଭି ରମଣ ବିଶ୍ୱବିଦ୍ୟାଳୟର ୯୭ ଲକ୍ଷ ଟଙ୍କା ହଡ଼ପ ଘଟଣାରେ ଗିରଫ ହୋଇଥିବା ଆକାଉଣ୍ଟାଣ୍ଟ ପାୟଲ ମହାପାତ୍ର ଓ ପ୍ରେମିକ ବିକାଶ କୁମାରଙ୍କୁ ରିମାଣ୍ଡରେ...

ଏମ୍‌ସରେ କର୍କଟ ରୋଗୀଙ୍କ ପାଇଁ ସ୍ବତନ୍ତ୍ର ଡେ’ କେୟାର

ଭୁବନେଶ୍ୱର, ୨୪।୫(ବ୍ୟୁରୋ):ଭୁବନେଶ୍ୱର ଏମ୍‌ସରେ ସ୍ବତନ୍ତ୍ର ମେଡିକାଲ୍‌ ଅନ୍‌କୋଲୋଜି ୟୁନିଟ୍‌ ସୋମବାର ଖୋଲିଛି। ଏଥିରେ ମେଡିକାଲ ଅନ୍‌କୋଲୋଜି/ହେମାଟୋଲୋଜି ବିଭାଗର ମେଡିକାଲ ଅନ୍‌କୋଲୋଜି ଡିଭିଜନ ପକ୍ଷରୁ ଏକ ଉତ୍ସର୍ଗୀକୃତ...

Advertisement
Archives

Model This Week