ରାଜ୍ୟ

ଭୁବନେଶ୍ୱର ବସ୍ତି ନାଁ ଶୁଣିଲେ ଭୟ ଘାରୁଛି

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ରାଜ୍ୟର ଆଉ ଏକ ହଟ୍‌ସ୍ପଟ୍‌ ପାଲଟିବାକୁ ଯାଉଛି ରାଜଧାନୀ। ବସ୍ତି ପାଇଁ ବିଗିଡି ଗଲାଣି ସ୍ଥିତି। ସାଲିଆ ସାହି ବସ୍ତିରୁ ପଜିଟିଭ୍‌ ଠାବ ହେବାର ମାତ୍ର କେଇଟା ଦିନ ଭିତରେ ଏହି ମହାମାରୀ ଏବେ ସହରର ୧୦ରୁ ଊର୍ଦ୍ଧ୍ୱ ବସ୍ତିକୁ…

ନନ୍ଦିଘୋଷ ରଥ ଭାଙ୍ଗିଲେ ଲକ୍ଷ୍ମୀ ଠାକୁରାଣୀ

ପୁରୀ ଅଫିସ,୨୮ା୬: ନବଦିନାତ୍ମକ ଯାତ୍ରାରେ ଆସି ଆଡ଼ପମଣ୍ଡପରେ ବିରାଜମାନ କରିଛନ୍ତି ଚତୁର୍ଦ୍ଧାବିଗ୍ରହ। ଶ୍ରୀଗୁଣ୍ଡିଚା ମନ୍ଦିରରେ ଚାଲିଛି ନୀତିକାନ୍ତି। ଘୋଷଯାତ୍ରାର ଏକ ଅନନ୍ୟ ନୀତି ହେଉଛି ହେରାପଞ୍ଚମୀ। ଦାରୁବିଗ୍ରହଙ୍କ ମାନବୀୟ ଲୀଳାର ଏହା ଏକ ଅଂଶ। ଶନିବାର ଗୁଣ୍ଡିଚା ମନ୍ଦିରରେ ଏହି ନୀତି…

ରଥଯାତ୍ରାକୁ ଜାତୀୟ ଛୁଟି ଘୋଷଣା କରାଯାଉ

ଭୁବନେଶ୍ୱର,୨୮ା୬(ବ୍ୟୁରୋ): ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ଜାତୀୟ ଛୁଟି ଦିବସ ଭାବେ ଘୋଷଣା କରାଯାଉ। ଏନେଇ ଦାବି ଜୋର୍‌ ଧରିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ଦାବି ଉପସ୍ଥାପନ କରିଛି ଓଡ଼ିଶା କଲଚରାଲ୍‌ ସର୍କଲ। ଏହାର ଅଧ୍ୟକ୍ଷ ତଥା ହୋଟେଲ୍‌ ଆଣ୍ଡ୍‌ ରେଷ୍ଟୁରାଣ୍ଟ…

ଓଡ଼ିଶାରୁ ମୁହଁ ଫେରାଉଛନ୍ତି ଶିଳ୍ପସଂସ୍ଥା

ଭୁବନେଶ୍ୱର,୨୮।୬(ବ୍ୟୁରୋ): ରାଜ୍ୟରେ ଆଲୁମିନିୟମ, ଇସ୍ପାତ, ଆଲୁମିନା, ସାର, ପେଟ୍ରୋ କେମିକାଲ, ପ୍ଲାଷ୍ଟିକ, ସିମେଣ୍ଟ ଭଳି ବୃହତ୍‌ ଶିଳ୍ପ ସାଙ୍ଗକୁ କୃଷି, ଖାଦ୍ୟ ପ୍ରକ୍ରିୟାକରଣ, ସ୍ବାସ୍ଥ୍ୟ, ପର୍ଯ୍ୟଟନ, ପ୍ରତିରକ୍ଷା, ଶକ୍ତି, ସୂଚନା ପ୍ରଯୁକ୍ତି କ୍ଷେତ୍ର ପାଇଁ ବୃହତ୍‌ ପୁଞ୍ଜିନିବେଶ ହେବ। ବେକାର ଯୁବତୀ…

ପୂର୍ବତନ ମନ୍ତ୍ରୀ ଲାଲ୍‌ବିହାରୀ ହିମିରିକା ଅସୁସ୍ଥ

ରାୟଗଡ଼ା ଅଫିସ,୨୭ା୬: ପୂର୍ବତନ ମନ୍ତ୍ରୀ ତଥା ପୂର୍ବତନ ଉପବାଚସ୍ପତି ଲାଲ୍‌ବିହାରୀ ହିମିରିକା ଶୁକ୍ରବାର ରାତିରେ ହଠାତ୍‌ ଅସୁସ୍ଥ ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଝାଡ଼ା, ପରିସ୍ରା ହେବାରେ ସମସ୍ୟା ରହଛି। ତେବେ…

ଆଇଏଏସ ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୨୭।୬(ବ୍ୟୁରୋ)- ରାଜ୍ୟ ସରକାର ଆଇଏଏସ ସ୍ତରରେ ଅଦଳ ବଳଦ କରିଛନ୍ତି। ୨୦୧୭ ବ୍ୟାଚର ୫ ଜଣ ଆଇଏଏସ ଅଫିସରଙ୍କୁ ବଦଳି କରାଯାଇଛି। ରବିବାର ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ, ଓମଫେଡ…

୩୦ ରାତିରୁ ପୁରୀ ଜିଲାରେ କର୍ଫ୍ୟୁ

ପୁରୀ ଅଫିସ,୨୭।୬- ବିଶ୍ୱ ପ୍ରସିଦ୍ଧ ବାହୁଡା ରଥଯାତ୍ରା ପାଇଁ ପୁଣି ପୁରୀ ଜିଲାରେ ଜାରି ହେବ କର୍ଫ୍ୟୁ। ଜୁନ ୩୦ ରାତି ୧୦ଟାରୁ ଜୁଲାଇ୨ ରାତି ୧୦ଟା ଯାଏଁ କର୍ଫ୍ୟୁ ବଳବତ୍ତର ରହିବ। ଏ ନେଇ ଶନିବାର ପୁରୀ ଜିଲାପାଳ ବଲଓ୍ବନ୍ତ…

ଉଲିବୁରୁ ଖଣି ଦୁର୍ନୀତି ମାମଲା: ଜେଲରୁ ମୁକୁଳିଲେ ଦୀପକ ଗୁପ୍ତା

କେନ୍ଦୁଝର,୨୭।୬(ସ୍ବ.ପ୍ର)-ଉଲିବୁରୁ ଖଣି ମହାଦୁର୍ନୀତି ମାମଲାର ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଶନିବାର ସାରେ କେନ୍ଦୁଝର ଜେଲରୁ ଜାମିନ ପାଇ ମୁକୁଳିଛନ୍ତି। ଗତକାଲି ହାଇକୋର୍ଟରେ ତାଙ୍କୁ ଏକ ମାସ ପାଇଁ ସର୍ତ୍ତମୂଳକ ଜାମିନ ଆଦେଶ ପରେ ଆଜି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ…

CORONAVIRUS UPDATE: ରାଜ୍ୟରେ ସୁସ୍ଥ ହେଲେ ଆଉ ୧୮୪ ଆକ୍ରାନ୍ତ, ଅଛନ୍ତି ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୨୭।୬(ବ୍ୟୁରୋ): ରାଜ୍ୟରେ ଶନିବାର ୮୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୪୮ଜଣ ଥିବା ବେଳେ ଖୋର୍ଦ୍ଧାର ୪୫, ବାଲେଶ୍ୱରର ୩୧, ଗଜପତି ୧୨, ଭଦ୍ରକର ୧୦, ଜଗତସିଂହପୁର ୬, ଝାରସୁଗୁଡ଼ାର ୬, କେନ୍ଦ୍ରାପଡ଼ା-ପୁରୀର ୫ ଲେଖାଏ, ସୁନ୍ଦରଗଡ଼ର…

ଗଞ୍ଜାମ ଜାହାଡ଼ା ପଞ୍ଚାୟତରେ ୩ଜଣ ନୁହେଁ, ଜଣଙ୍କର ମୃତ୍ୟୁ ହୋଇଛି: ଜିଲାପାଳ

ଛତ୍ରପୁର,୨୭।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ଜାହାଡ଼ା ପଞ୍ଚାୟତରେ ତିନିଜଣଙ୍କର ନୁହେଁ ଜଣଙ୍କର ମୃତ୍ୟୁ ଘଟିଛି। ଏନେଇ ଶନିବାର ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି। ଜିଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଟୁଇଟ୍‌ରେ କୁହାଯାଇଛି, କରୋନାରେ ୩ଜଣଙ୍କ ନୁହେଁ…

ଆଜି ଭୁବନେଶ୍ୱରରେ ପୁଣି ୯ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ଆଉ ୧୦

ଭୁବନେଶ୍ୱର,୨୭ା୬(ବ୍ୟୁରୋ) : ଶନିବାର ରାଜଧାନୀ ଭୁବନେଶ୍ୱରରେ ଆଉ ୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ  ୮ ଜଣ ସ୍ଥାନୀୟ ଅଞ୍ଚଳରୁ ସଂକ୍ରମିତ ହୋଇଥିବା ବେଳେ ଜଣେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ…

ଖାଁ ଖାଁ ବ୍ରହ୍ମପୁର: ଘରୁ ବାହାରୁନାହାନ୍ତି ଲୋକେ

ବ୍ରହ୍ମପୁର ଅଫିସ,୨୭।୬- ଗଞ୍ଜାମ ଜିଲାରେ କରୋନା ସଂକ୍ରମଣ ବନ୍ଦ ହେବାର ନା ନେଉନାହିଁ। ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ରଖି ରାଜ୍ୟ ସରକାର ୧୧ ଟି ଜିଲାରେ ଜୁନ ମାସ ପ୍ରତି ସପ୍ତାହର ଶେଷ ଦୁଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri