ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫୦ ଲକ୍ଷ ଟଙ୍କା ସହାୟତା ପ୍ରଦାନ
ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ଭଦ୍ରକର ପି.ଏନ୍. ଏଜେନ୍ସିି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨.୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ପି.ଏନ୍. ଏଜେନ୍ସିି ପକ୍ଷରୁ ସମାଜସେବୀ ସୀତାଂଶୁ ମହାପାତ୍ର ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସଙ୍କୁ ଏକ...
ରବିବାର ଖୋଲିବ ବହିଦୋକାନ: ରୋଗୀ ଯାତାୟତ ପାଇଁ ପ୍ରଶାସନ ଧାର୍ଯ୍ୟ କଲା ଅଟୋ ଭଡ଼ା
ଭଦ୍ରକ ଅଫିସ,୧୮।୪: କରୋନା ମୁକାବିଲା ପାଇଁ ରାଜ୍ୟରେ ଲକ୍ଡାଉନ୍ ଘୋଷଣା କରାଯାଇଥିବା ବେଳେ ଭଦ୍ରକରେ ଆଶିଂକ ଭାବେ ଏହାକୁ କୋହଳ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରୋଗୀ ନେବା ଆଣିବା ପାଇଁ ଅଟୋ ଚଳାଚଳ କରିବା ଲାଗି ଭଦ୍ରକ ପ୍ରଶାସନ ପକ୍ଷରୁ...
ବାହାରେ ଛେପ ପକାଇଲେ ଜରିମାନା
ଭୁବନେଶ୍ୱର,୧୮ା୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବାକୁ ଦିନକୁ ଦିନ କଠୋର ଆଭିମୁଖ୍ୟ ଆପଣାଉଛନ୍ତି ରାଜ୍ୟ ସରକାର। ଏଣିକି ବାହାରେ ଛେପ ପକାଇଲେ ଜରିମାନା ଗଣିବାକୁ ପଡ଼ିବ। ନିକଟରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବା ସହ ଉଲ୍ଲଂଘନକାରୀଙ୍କଠାରୁ ଜରିମାନା ଆଦାୟ କରାଯାଉଛି। ଏବେ...
ସରକାରଙ୍କଠାରୁ ସହଯୋଗ ଲୋଡ଼ିଲା ସିଆଇଆଇ
ଭୁବନେଶ୍ୱର,୧୮ା୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ହ୍ରାସ କରିବା ପାଇଁ ଦେଶବ୍ୟାପୀ ଲକ୍ଡାଉନ ଜାରି ରହିଛି। ଏହାଦ୍ୱାରା ଅର୍ଥନେତିକ ଗତିବିଧି ବହୁଳ ଭାବେ ପ୍ରଭାବିତ ହୋଇଛି। ତେଣୁ ଏହି କ୍ଷତିପୂରଣ ବାବଦକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମିଳିବା ଦରକାର...
ଶ୍ରମିକଙ୍କ ସମସ୍ୟା ବୁଝିବାକୁ ନୋଡାଲ ଅଫିସର ନିଯୁକ୍ତି କର
ଭୁବନେଶ୍ୱର,୧୮ା୪(ବ୍ୟୁରୋ): କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନକୁ ମେ ୩ ତାରିଖ ଯାଏ ବୃଦ୍ଧି କରିଛନ୍ତି। ଏଥିଯୋଗୁ ବିଭିନ୍ନ ରାଜ୍ୟର ରିଲିଫ କ୍ୟାମ୍ପରେ ଫସି ରହିଥିବା ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ...
ସବୁଠୁ ତତଲା ସହର ସୋନପୁର
ଭୁବନେଶ୍ୱର, ୧୮ା୪(ବ୍ୟୁରୋ): ସାରା ରାଜ୍ୟରେ ଏବେ ତାତି ଅସମ୍ଭାଳ ହୋଇପଡ଼ିଲାଣି। ଶୁକ୍ରବାର ୭ ସହରରେ ପାରଦ ୪୦ ଡିଗ୍ରୀ ଟପିଥିଲା। ସୋନପୁର ସର୍ବାଧିକ ୪୨.୨ ଡିଗ୍ରୀ ତାପମାତ୍ରା ସହିତ ସବୁଠାରୁ ଉତ୍ତପ୍ତ ସହର ହୋଇଛି। ଅନୁଗୋଳ ଓ ବଲାଙ୍ଗୀର ୪୧.୫,...
ଉପବାସରେ କୁଟୀରଶିଳ୍ପ କାରିଗର
କୃଷ୍ଣପ୍ରସାଦ,୧୮ା୪(ଡି.ଏନ.ଏ.): କୁଟୀରଶିଳ୍ପ ପାଇଁ ଓଡ଼ିଶା ସାରା ବିଶ୍ୱରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଲକ୍ଡାଉନ ଯୋଗୁ ଶିଳ୍ପୀ ପରିବାର ଆଜି ଭୋକ ଉପବାସରେ ଦିନ କାଟୁଛନ୍ତି। ଏଭଳି ଦେଖିବାକୁ ମିଳିଛି ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଡଅଁଳ ପଞ୍ଚାୟତ...
ପୁରୀ ସମୁଦ୍ରରୁ ବିରଳ ସାର୍କ ଶିକାର
ପୁରୀ ଅଫିସ,୧୮ା୪: ପୁରୀ ସମୁଦ୍ରରୁ ବିରଳ ପ୍ରଜାତିର ସାର୍କ ମାଛ ଶିକାର କରାଯାଉଛି। ମୁନାଫାଖୋର ମାଛ ଚାଲାଣକାରୀ ମତ୍ସ୍ୟଜୀବୀଙ୍କୁ ହାତ କରି ଏହି ମାଛକୁ ବିଦେଶକୁ ରପ୍ତାନୀ କରୁଛନ୍ତି। ସଚେତନ ଅଭାବରୁ ସାଧାରଣ ମତ୍ସ୍ୟଜୀବୀ ଏହି ମାଛର ମୂଲ୍ୟ ଜାଣିପାରୁ...
୧୦୦ କି.ମି. ଚାଲିଲେ ୫ ଯୁବକ
ପିପିଲି,୧୮ା୪(ଡି.ଏନ.ଏ): ଚାଲିବାକୁ ବଳ ପାଉନାହିଁ। ତଥାପି କଷ୍ଟେମଷ୍ଟେ ପାଦ ପକାଇବାକୁ ପଡ଼ୁଛି। ଭୋକ ବାଟ କଢାଇ ନେଉଛି। ଢେଙ୍କାନାଳରୁ ପିପିଲି ପାଖାପାଖି ୧୦୦ କିମି ଚାଲି ଚାଲି ଘରକୁ ଫେରିଛନ୍ତି କେତେଜଣ ଦିନମଜୁରିଆ। ଶୁକ୍ରବାର ପିପିଲି ବଜାରରେ ଏମାନେ ପହଞ୍ଚିଛନ୍ତି।...
ଅସ୍ତିତ୍ୱ ହରାଉଛି ରତ୍ନଚିରା
ସାକ୍ଷୀଗୋପାଳ,୧୮ା୪(ଡି.ଏନ.ଏ.): ସତ୍ୟବାଦୀ ଅଞ୍ଚଳର ଜୀବନଧାରା ଭାବେ ପରିଚିତ ରନତ୍ଚିରା ନଦୀ ଏବେ ଅସ୍ତିତ୍ୱ ହରାଇଛି। ଉପଯୁକ୍ତ ରକ୍ଷଣାବେକ୍ଷଣ ଓ ପୁନରୁଦ୍ଧାର ଅଭାବରୁ ଏହି ନଦୀ ପୋତି ହୋଇପଡୁଛି। ଏହି ନଦୀ କୂଳରେ ବାସ କରୁଥିବା ପ୍ରାୟ ୧୦୦ଟି ଗ୍ରାମର ଲୋକେ...
ମଟନ ପାଇଁ ଆସି ଔଷଧ ନେବା ଆଳ
ଖୋର୍ଦ୍ଧା ଅଫିସ,୧୮ା୪: ଲକଡାଉନ ବେଳେ ମାସ୍କ ନ ପିନ୍ଧିଲେ ଓ ବିନା କାରଣରେ ବାଇକରେ ବୁଲିଲେ କଡ଼ା କାର୍ଯ୍ୟନୁଷ୍ଠାନ ହେବ ବୋଲି ସରକାରଙ୍କ ନିର୍ଦ୍ଦେଶ ରହିଛି। ତେବେ କେତେଜଣ ଅମାନିଆ ବିଭିନ୍ନ ଆଳ ଦେଖାଇ ବଜାରରେ ବୁଲୁଥିବା ନଜରକୁ ଆସିଛି।...
ଛାତିରୁ ଅଲଗା ହେଲା ମୁହଁ
କଟକ ଅଫିସ,୧୮ା୪: ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଛି ଏକ ବିରଳ ଅସ୍ତ୍ରୋପଚାର। ଆକସ୍ମିକ ଦୁର୍ଘଟଣାର ଶିକାର ହୋଇଥିବା ଜଣେ ୧୪ ବର୍ଷୀୟା ବାଳିକାଙ୍କ ଛାତିରୁ ମୁହଁକୁ ଅଲଗା କରାଯାଇଛି। ବାଳିକା ଜଣଙ୍କ ଦୁର୍ଭାଗ୍ୟବଶତଃ ପୋଡ଼ି ହୋଇଯାଇଥିଲେ। ଯେଉଁଥିରେ...
Archives


