ମୁହଁମାଡ଼ି ପଡ଼ିଛି ପର୍ଯ୍ୟଟନ ଶିଳ୍ପ

ପୁରୀ ଅଫିସ,୧୩ା୭: ପୁରୀ ଜିଲାର ପର୍ଯ୍ୟଟନ ସ୍ଥଳ ହେଉ କି ବେଳାଭୂମି ସବୁଠି ଏବେ ଛାଇଯାଇଛି ନିର୍ଜନତା। କୌଣସି ଦର୍ଶନୀୟ ସ୍ଥାନରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନାହିଁି କି ଶୁଣାଯାଉନି କୋଳାହଳ। ପୁରୀ ହୋଟେଲଗୁଡ଼ିକରେ ସତେଯେମିତି ଜାରି ହୋଇଛି ଅଘୋଷିତ କର୍ଫ୍ୟୁ। ପ୍ରଥମେ ପୁରୀ ପର୍ଯ୍ୟଟନ ଶିଳ୍ପର ଅଣ୍ଟା ଭାଙ୍ଗି ଦେଇଥିଲା ବାତ୍ୟା ଫନୀ। ଏଥିରୁ ମୁକୁଳିବାକୁ ଚେଷ୍ଟା ଚାଲିଥିବା ବେଳେ ହଠାତ୍‌ ମହାମାରୀ କରୋନା ଦେଇଛି ଶକ୍ତ ପ୍ରହାର। ଫଳରେ ମୁହଁ ମାଡ଼ିପଡିଛି ପୁରୀ ପର୍ଯ୍ୟଟନ ଶିଳ୍ପ। ସ୍ଥିତିରେ କେବେ ସୁଧାର ଆସିବ ତାହାର କୌଣସି ଠିକ୍‌ ଠିକଣା ନ ଥିବାବେଳେ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରୁଥିବା ବ୍ୟକ୍ତିମାନେ ଦେବାଳିଆ ହୋଇପଡ଼ିିଲେଣି।
ପୁରୀ ଜିଲାରେ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, କାକଟପୁର ମା’ ମଙ୍ଗଳା ମନ୍ଦିର, ଅଲାରନାଥ, ବାଲିହରଚଣ୍ଡୀ, ରାମଚଣ୍ଡୀ, ଚଉରାଶିର ବରାହୀ ମନ୍ଦିର, ଚିଲିକା, ସାତପଡ଼ା, ଜାହାନିଅଁା, ପୁରୀ ବେଳାଭୂମି, ରଘୁରାଜପୁର, କୁରୁମ ବୌଦ୍ଧପୀଠ ପ୍ରଭୃତି ଦର୍ଶନୀୟ ସ୍ଥାନ ରହିଛି। ଏସବୁ ସ୍ଥାନକୁ ବର୍ଷତମାମ୍‌
ଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଦେଶ ବିଦେଶରୁ ଆସିଥାନ୍ତି। ଫଳରେ ଶହ ଶହ ଗାଡ଼ି ମାଲିକଙ୍କଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ଉପକୃତ ହୋଇଥାନ୍ତି। ପର୍ଯ୍ୟଟନ ଶିଳ୍ପ ଉପରେ ଜିଲାର ଅନେକ ଲୋକ ନିର୍ଭରଶୀଳ। ହେଲେ କରୋନା ପାଇଁ ୫ ମାସ ହେବ ସମସ୍ତେ ଏକପ୍ରକାର ହାତବାନ୍ଧି ବସିଛନ୍ତି।
ଗତବର୍ଷ ମେ ୩ରେ ବାତ୍ୟା ଫନୀ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଛିନ୍‌ଛତ୍ର କରିଦେଇଥିଲା। ହୋଟେଲ ଶିଳ୍ପକୁ ଉଜାଡ଼ି ଦେଇଥିଲା। କୋଟି କୋଟି ଟଙ୍କା କ୍ଷତି ସହିଥିଲେ ହୋଟେଲ ମାଲିକ। ପର୍ଯ୍ୟଟନ ଶିଳ୍ପର ଏକ ପ୍ରମୁଖ ଅଂଶ ହେଉଛି ହୋଟେଲ। ପୁରୀ ସହରରେ ପ୍ରାୟ ୧,୦୦୦ ଛୋଟ ବଡ଼ ହୋଟେଲ ରହିଛି। ତେବେ କରୋନା ପାଇଁ ଗତ ମାର୍ଚ୍ଚ ୨୦ରୁ ହୋଟେଲଗୁଡ଼ିକ ବନ୍ଦ ରହିଥିଲା। ଜୁନ୍‌ ୮ରୁ ସର୍ତ୍ତମୂଳକ ଅନୁମତି ପରେ ହୋଟେଲ ଖୋଲିଛି। ମାତ୍ର ପର୍ଯ୍ୟଟକ ଆସୁନାହାନ୍ତି। କରୋନାର ଭୟାବହତାକୁ ଦେଖି ବାହାର ଲୋକଙ୍କୁ ଜିଲା ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି। ଫନୀ ପରେ ଜିଲାର ଅଧିକାଂଶ ପର୍ଯ୍ୟଟନସ୍ଥଳ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ବେଳେ କରୋନା ସମସ୍ତ ଆଶାକୁ ଧଳିସାତ୍‌ କରିଛି। ସବୁ ଧର୍ମସ୍ଥଳୀକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଥିବାବେଳେ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଫଳରେ ପୁରୀ ପର୍ଯ୍ୟଟନ ଶିଳ୍ପ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ପର୍ଯ୍ୟଟକଙ୍କୁ ଭିତ୍ତିକରି ଚଳୁଥିବା ଛୋଟ ବଡ ବ୍ୟବସାୟୀ ଚିନ୍ତାରେ ପଡ଼ିିଛନ୍ତି। କେବେ କରୋନାର ଭୟାବହତା କମିବ ଏବଂ ପର୍ଯ୍ୟଟନ ଶିଳ୍ପ ଅଣ୍ଟା ସଳଖିବ ତାହା ଏବେ ବଡ ପ୍ରଶ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ପିଙ୍କ ହସ୍ତକ୍ଷେପ ଲୋଡ଼ିଲେ ଯୋଗାଣ ସହାୟକ: ଦୀର୍ଘଦିନର ସମସ୍ୟା ସମାଧାନ ଦାବି

ଗଞ୍ଜାମ, ୩୦।୯: ଦୀର୍ଘ ୧୪ ବର୍ଷ ଧରି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧୀନରେ କାର୍ଯ୍ୟ କରିଆସୁଥିବା ଯୋଗାଣ ସହାୟକମାନେ ନିଜର ବିଭିନ୍ନ ସମସ୍ୟା…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

ଗିଲ୍‌ଙ୍କୁ ମିଳିଲା ଏତିକି ଟଙ୍କାର ପୁରସ୍କାର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଗୁଆହାଟୀ,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତୀୟ ଅଧିନାୟକ ଶୁବମନ ଗିଲ ଧମାକାଦାର ଦ୍ୱିଶତକ ହାସଲ କରି ଦଳକୁ ଐତିହାସିକ ବିଜୟ ଦେବାରେ ବଡ଼ ଭୂମିକା ନେଇଛନ୍ତି।…

ଐତିହାସିକ ରେକର୍ଡ ହାସଲ କଲେ ହିଟ୍‌ମ୍ୟାନ୍‌: ଏମିତି ମାଇଲଷ୍ଟୋନ କରିବାରେ ବିଶ୍ୱର…

ଗୁଆହାଟୀ,୧।୧୦: ଭାରତୀୟ କ୍ରିକେଟ୍‌ର ଷ୍ଟାର୍‌ ବ୍ୟାଟର୍‌ ରୋହିତ ଶର୍ମା ଦିନିକିଆ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଆଉ ଏକ ବଡ଼ ମାଇଲଷ୍ଟୋନ ହାସଲ କରିଛନ୍ତି। ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ…

ରାଜସ୍ବ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଦଶହରା ପୂର୍ବରୁ ମିଳିବ…

ଭୁବନେଶ୍ୱର,୧।୧୦(ସୁନିତ୍‌ ମିଶ୍ର):ରାଜୀବ ଭବନଠାରେ ବୁଧବାର ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଜପତି,…

ଘୂର୍ଣ୍ଣିବଳୟ ସକ୍ରିୟ: ଘଡ଼ଘଡି ସହ ବର୍ଷା ସମ୍ଭାବନା, ୟେଲୋ ୱାର୍ନିଂ

ଭୁବନେଶ୍ୱର,୧।୧୦(ସୌମ୍ୟରଞ୍ଜନ ରାଉତ):ଉତ୍ତର ମ୍ୟାନ୍‌ମାର, ବାଂଲାଦେଶ ଓ ବଙ୍ଗୋପସାଗର ଉପରେ ରହିଥିବା ସୁସ୍ପଷ୍ଟ ଲଘୁଚାପ କ୍ଷେତ୍ର ମିଜୋରାମ, ତ୍ରିପୁରା ଓ ଦକ୍ଷିଣ-ପୂର୍ବ ବାଂଲାଦେଶ ଆଡ଼କୁ ଗତି କରିବା ସହ…

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?