ମୁହଁମାଡ଼ି ପଡ଼ିଛି ପର୍ଯ୍ୟଟନ ଶିଳ୍ପ

ପୁରୀ ଅଫିସ,୧୩ା୭: ପୁରୀ ଜିଲାର ପର୍ଯ୍ୟଟନ ସ୍ଥଳ ହେଉ କି ବେଳାଭୂମି ସବୁଠି ଏବେ ଛାଇଯାଇଛି ନିର୍ଜନତା। କୌଣସି ଦର୍ଶନୀୟ ସ୍ଥାନରେ ପର୍ଯ୍ୟଟକଙ୍କୁ ଦେଖିବାକୁ ମିଳୁନାହିଁି କି ଶୁଣାଯାଉନି କୋଳାହଳ। ପୁରୀ ହୋଟେଲଗୁଡ଼ିକରେ ସତେଯେମିତି ଜାରି ହୋଇଛି ଅଘୋଷିତ କର୍ଫ୍ୟୁ। ପ୍ରଥମେ ପୁରୀ ପର୍ଯ୍ୟଟନ ଶିଳ୍ପର ଅଣ୍ଟା ଭାଙ୍ଗି ଦେଇଥିଲା ବାତ୍ୟା ଫନୀ। ଏଥିରୁ ମୁକୁଳିବାକୁ ଚେଷ୍ଟା ଚାଲିଥିବା ବେଳେ ହଠାତ୍‌ ମହାମାରୀ କରୋନା ଦେଇଛି ଶକ୍ତ ପ୍ରହାର। ଫଳରେ ମୁହଁ ମାଡ଼ିପଡିଛି ପୁରୀ ପର୍ଯ୍ୟଟନ ଶିଳ୍ପ। ସ୍ଥିତିରେ କେବେ ସୁଧାର ଆସିବ ତାହାର କୌଣସି ଠିକ୍‌ ଠିକଣା ନ ଥିବାବେଳେ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରୁଥିବା ବ୍ୟକ୍ତିମାନେ ଦେବାଳିଆ ହୋଇପଡ଼ିିଲେଣି।
ପୁରୀ ଜିଲାରେ ଶ୍ରୀମନ୍ଦିର, କୋଣାର୍କ ସୂର୍ଯ୍ୟ ମନ୍ଦିର, କାକଟପୁର ମା’ ମଙ୍ଗଳା ମନ୍ଦିର, ଅଲାରନାଥ, ବାଲିହରଚଣ୍ଡୀ, ରାମଚଣ୍ଡୀ, ଚଉରାଶିର ବରାହୀ ମନ୍ଦିର, ଚିଲିକା, ସାତପଡ଼ା, ଜାହାନିଅଁା, ପୁରୀ ବେଳାଭୂମି, ରଘୁରାଜପୁର, କୁରୁମ ବୌଦ୍ଧପୀଠ ପ୍ରଭୃତି ଦର୍ଶନୀୟ ସ୍ଥାନ ରହିଛି। ଏସବୁ ସ୍ଥାନକୁ ବର୍ଷତମାମ୍‌
ଯାତ୍ରୀ, ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଦେଶ ବିଦେଶରୁ ଆସିଥାନ୍ତି। ଫଳରେ ଶହ ଶହ ଗାଡ଼ି ମାଲିକଙ୍କଠାରୁ ଆରମ୍ଭ କରି ବିଭିନ୍ନ ବ୍ୟବସାୟୀ ଉପକୃତ ହୋଇଥାନ୍ତି। ପର୍ଯ୍ୟଟନ ଶିଳ୍ପ ଉପରେ ଜିଲାର ଅନେକ ଲୋକ ନିର୍ଭରଶୀଳ। ହେଲେ କରୋନା ପାଇଁ ୫ ମାସ ହେବ ସମସ୍ତେ ଏକପ୍ରକାର ହାତବାନ୍ଧି ବସିଛନ୍ତି।
ଗତବର୍ଷ ମେ ୩ରେ ବାତ୍ୟା ଫନୀ ବିଭିନ୍ନ ପର୍ଯ୍ୟଟନସ୍ଥଳୀକୁ ଛିନ୍‌ଛତ୍ର କରିଦେଇଥିଲା। ହୋଟେଲ ଶିଳ୍ପକୁ ଉଜାଡ଼ି ଦେଇଥିଲା। କୋଟି କୋଟି ଟଙ୍କା କ୍ଷତି ସହିଥିଲେ ହୋଟେଲ ମାଲିକ। ପର୍ଯ୍ୟଟନ ଶିଳ୍ପର ଏକ ପ୍ରମୁଖ ଅଂଶ ହେଉଛି ହୋଟେଲ। ପୁରୀ ସହରରେ ପ୍ରାୟ ୧,୦୦୦ ଛୋଟ ବଡ଼ ହୋଟେଲ ରହିଛି। ତେବେ କରୋନା ପାଇଁ ଗତ ମାର୍ଚ୍ଚ ୨୦ରୁ ହୋଟେଲଗୁଡ଼ିକ ବନ୍ଦ ରହିଥିଲା। ଜୁନ୍‌ ୮ରୁ ସର୍ତ୍ତମୂଳକ ଅନୁମତି ପରେ ହୋଟେଲ ଖୋଲିଛି। ମାତ୍ର ପର୍ଯ୍ୟଟକ ଆସୁନାହାନ୍ତି। କରୋନାର ଭୟାବହତାକୁ ଦେଖି ବାହାର ଲୋକଙ୍କୁ ଜିଲା ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି। ଫନୀ ପରେ ଜିଲାର ଅଧିକାଂଶ ପର୍ଯ୍ୟଟନସ୍ଥଳ ଧୀରେ ଧୀରେ ସ୍ବାଭାବିକ ଅବସ୍ଥାକୁ ଫେରୁଥିବା ବେଳେ କରୋନା ସମସ୍ତ ଆଶାକୁ ଧଳିସାତ୍‌ କରିଛି। ସବୁ ଧର୍ମସ୍ଥଳୀକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ରହିଥିବାବେଳେ ପର୍ଯ୍ୟଟନସ୍ଥଳୀଗୁଡ଼ିକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଫଳରେ ପୁରୀ ପର୍ଯ୍ୟଟନ ଶିଳ୍ପ ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଛି। ପର୍ଯ୍ୟଟକଙ୍କୁ ଭିତ୍ତିକରି ଚଳୁଥିବା ଛୋଟ ବଡ ବ୍ୟବସାୟୀ ଚିନ୍ତାରେ ପଡ଼ିିଛନ୍ତି। କେବେ କରୋନାର ଭୟାବହତା କମିବ ଏବଂ ପର୍ଯ୍ୟଟନ ଶିଳ୍ପ ଅଣ୍ଟା ସଳଖିବ ତାହା ଏବେ ବଡ ପ୍ରଶ୍ନ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri