ତ୍ୱରାନ୍ବିତ ହେବ ରଥ ନିର୍ମାଣ କାର୍ଯ୍ୟ: ସମସ୍ତ ମହାରଣା, ସେବାୟତଙ୍କ ହେବ ସ୍ବାସ୍ଥ୍ୟ ପରୀକ୍ଷା
ପୁରୀ ଅଫିସ,୮।୫: ରଥ ନିର୍ମାଣ କାର୍ଯ୍ୟକୁ କିଭଳି ତ୍ୱରାନ୍ବିତ କରାଯିବ ସେନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି। ବିଶେଷକରି ରଥ କାର୍ଯ୍ୟରେ ନିୟୋଜିତ ସେବାୟତମାନେ କିଭଳି ସୁରୁଖୁରୁରେ ରଥ ନିର୍ମାଣ କରିବେ ତା ଉପରେ...
କ୍ୱାରାଣ୍ଟାଇନ ବ୍ୟବସ୍ଥାରେ ଅବହେଳା: ପ୍ରତିବାଦରେ ଡାକ୍ତରଙ୍କ ସହ ଏମ୍କେସିଜି ଛାତ୍ରୀଛାତ୍ରଙ୍କ ଧାରଣା
ବ୍ରହ୍ମପୁର ଅଫିସ, ୮।୫: ବ୍ରହ୍ମପୁର ଉପକଣ୍ଠ ଶୀତଳାପଲିରେ ଥିବା ଟାଟା କୋଭିଡ-୧୯ ହସ୍ପିଟାଲରେ କାମସାରି ଫେରୁଥିବା ଡାକ୍ତରଙ୍କୁ କ୍ୱାରାଣ୍ଟାଇନରେ ରଖିବାନେଇ ପ୍ରଶାସନ ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନ ଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ଶୁକ୍ରବାର ଶିତଳାପଲ୍ଲି ଟାଟା...
ଏମ୍କେସିଜିରେ ୨୯ କରୋନା ସନ୍ଧିଗ୍ଧ ଚିକିତ୍ସିତ
ବ୍ରହ୍ମପୁର ଅଫିସ, ୮।୫ -ଗଞ୍ଜାମ ଜିଲାରେ ଏବେ ସୁରଟ ଫେରନ୍ତାଙ୍କୁ ନେଇ ଚିନ୍ତା ବଢ଼ିବାରେ ଲାଗିଛି । ନିକଟରେ ଗଞ୍ଜମକୁ ସୁରାଟରୁ ଫେରିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ବିଭିନ୍ନ ସଙ୍ଗରୋଧ କକ୍ଷରେ ରଖାଯାଇଛି। ଏବେ ସେମାନଙ୍କ ସ୍ବାବ୍ ରିପୋର୍ଟରେ ଦିନକୁ ଦିନ...
ନୂଆପଡ଼ାରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ: ରହିଛି ୧୬୫ ଶଯ୍ୟା, ୫ ଆଇସିୟୁ
ଭୁବନେଶ୍ୱର, ୮।୫(ବ୍ୟୁରୋ): ନୂଆପଡ଼ା ଜିଲାରେ ଥିବା କୋଭିଡ ହସ୍ପିଟାଲକୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ଶୁକ୍ରବାର ବୁଲି ଦେଖିବା ସହ ଏହାର କାର୍ଯ୍ୟ କାରିତା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏଠାରେ ୧୬୫ଟି ଶଯ୍ୟା ଉପଲବ୍ଧ...
ଗଞ୍ଜାମରେ ସୁରଟ ଫେରନ୍ତାଙ୍କୁ ବିରୋଧ: ଟେକାପଥର ମାଡ଼, ପୋଲିସର ଲାଠି ଚାଳନା
ଛତ୍ରପୁର,୮।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଆର୍ଯ୍ୟପଲ୍ଲୀ ପଞ୍ଚାୟତର କ୍ୱାରାଣ୍ଟାଇନ୍ ସେଣ୍ଟରରେ ଗୁରୁବାର ରାତିରେ ସୁରଟ ଫେରନ୍ତାଙ୍କୁ ରଖିବାକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏପରିକି ପୋଲିସ ଉପରକୁ କେତେକ ଲୋକ ଟେକା ପଥର, କାଚ ବୋତଲ ମାଡ଼ କରିଥିଲେ। ଏହାକୁ...
କଟକରେ ବିକ୍ରି ହେବନି ମଦ: ସମସ୍ତ ଦୋକାନ ସିଲ୍ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ
କଟକ ଅଫିସ,୮।୫- କଟକ ଜିଲାରେ ମଦ ବିକ୍ରି ହେବନାହିଁ। ଜିଲାର ସମସ୍ତ ମଦ ଦୋକାନକୁ ସିଲ୍ କରିବା ପାଇଁ ଶୁକ୍ରବାର ନିର୍ଦ୍ଦେଶ ଦେଇଛନ୍ତି ଜିଲାପାଳ ଭବାନୀ ଶଙ୍କର ଚୟନୀ। କଟକ ଜିଲା ଗ୍ରୀନ ଜୋନରେ ରହିଛି। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ...
ସାଇକେଲରେ ବାରାଣସୀରୁ ଗଞ୍ଜାମ ଯାତ୍ରା: ରାସ୍ତାରେ ଅଟକାଇ କ୍ୱାରାଣ୍ଟାଇନ୍ରେ ରଖିଲା ବନହରପାଲି ଥାନା ପୋଲିସ
ଲଖନପୁର,୮।୫(ଡି.ଏନ୍.ଏ.)- ସାରା ବିଶ୍ୱରେ ମହାମାରୀ କରୋନା ଆଲୋଡନ ସୃଷ୍ଟି କରିଛି। ଏହି ସଂକ୍ରମଣକୁ ନିୟନ୍ତ୍ରଣ କରିବାପାଇଁ ଦେଶରେ ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଛି। ଏଥିମଧ୍ୟରେ ଯାନବାହାନ ବନ୍ଦ ରହିଛି। ଏଭଳି ସ୍ଥିତିରେ ପ୍ରବାସୀ ଓଡିଆମାନେ ନିଜ ରାଜ୍ୟକୁ ଫେରିବାପାଇଁ...
ଟ୍ରେନ୍ ବଗିରେ କରୋନା ହସ୍ପିଟାଲ: ଭୁବନେଶ୍ୱର, ଖୋର୍ଦ୍ଧା ରୋଡ ଷ୍ଟେଶନରେ ହେବ କୋଭିଡ କେୟାର ସେଣ୍ଟର
ଭୁବନେଶ୍ୱର, ୮।୫(ବ୍ୟୁରୋ): ରାଜ୍ୟର ୨ଟି ରେଳ ଷ୍ଟେଶନରେ କୋଭିଡ କେୟାର ସେଣ୍ଟର ହେବ। ଭୁବନେଶ୍ୱର ଓ ଖୋର୍ଦ୍ଧା ରୋଡ ଷ୍ଟେଶନରେ ଟ୍ରେନ୍ ବଗିରେ କୋଭିଡ କେୟାର ସେଣ୍ଟର ନିର୍ମାଣ କରାଯିବ। ଉକ୍ତ କୋଭିଡ କେୟାର ସେଣ୍ଟରରେ ରେଲଓ୍ବେର ସ୍ବାସ୍ଥ୍ୟ କର୍ମଚାରୀ...
ନିଶ୍ଚିନ୍ତକୋଇଲି ବ୍ଲକରେ ପ୍ରଶାସନିକ ଅବହେଳା: ୨୧ ପଞ୍ଚାୟତରେ ସଙ୍ଗରୋଧ କେନ୍ଦ୍ର କାର୍ଯ୍ୟ ଅଧାପନ୍ତରିଆ, ଫେରିଲେ ୫୨ ପ୍ରବାସୀ
ନିଶ୍ଚିନ୍ତକୋଇଲି,୮।୫(ସ୍ବ.ପ୍ର.)- କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଳକ ୪୧ଟି ପଞ୍ଚାୟତ ମଧ୍ୟରୁ ମାତ୍ର ୨୦ଟି ପଞ୍ଚାୟତରେ ପ୍ରବାସୀ ଓଡିଆଙ୍କ ପାଇଁ ସଙ୍ଗରୋଧ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିବା ଅନ୍ୟ ୨୧ଟି ପଞ୍ଚାୟତରେ କାର୍ଯ୍ୟ ଅଧାପାନ୍ତରିଆ ହୋଇପଡିଛି। ବ୍ଲକ ପ୍ରଶାସନର ବ୍ୟାପକ...
ଭୁବନେଶ୍ୱର ୨୨୭ନଂ ଆକ୍ରାନ୍ତ ନିଶ୍ଚିନ୍ତକୋଇଲି କଟିକଟା ପଞ୍ଚାୟତର: ଦେହ ଖରାପ ହେବା ପରେ ଏକ ମାସ ଧରି ରହିଥିଲେ ଘରେ, ବୁଲିଛନ୍ତି ହାଟ ବଜାର
ନିଶ୍ଚିନ୍ତକୋଇଲି,୮।୫(ସ୍ବ.ପ୍ର.)- ଭୁବନେଶ୍ୱର ଭିଏସ୍ଏସ୍ ନଗର କରୋନା ଆକ୍ରାନ୍ତ ହେଉଛନ୍ତି କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ପଞ୍ଚାୟତ ମିରା ସାହିର। ଏହି ୩୪ ବର୍ଷୀୟ ଯୁବକ ଭୁବନେଶ୍ୱରରେ ରହି ଏକ ହୋଟେଲରେ ରହି କାମ କରନ୍ତି। ତେବେ ମାସକ ତଳେ...
ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ: ମୋଟ ଆରୋଗ୍ୟ ସଂଖ୍ୟା ୬୩ରେ ପହଞ୍ଚିଲା
ଭୁବନେଶ୍ୱର, ୮।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର ଆଉ ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେ ରାଉରକେଲାର ବୋଲି ଜଣାପଡ଼ିଛି। ତେବେ ଏହାକୁ ମିଶାଇ ରାଜ୍ୟରେ ୬୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...
CORONAVIRUS UPDATE : ନୂଆ ୨୬ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ରାଜ୍ୟ ସରକାର: ଜଣଙ୍କୁ ଛାଡ଼ି ସମସ୍ତେ ସୁରଟ ଫେରନ୍ତା, ଅଧିକାଂଶଙ୍କଠାରେ ଲକ୍ଷଣ ଥିଲା
ଭୁବନେଶ୍ୱର, ୮।୫(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ଚିହ୍ନଟ ନୂଆ ୨୬ ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। ଏହି ୨୬ଜଣଙ୍କ ମଧ୍ୟରେ ଗଞ୍ଜାମ ଜିଲାର ୧୯ ଜଣ ରହିଥିବା ବେଳେ କେନ୍ଦ୍ରପଡ଼ାର ୫ ଓ ଭଦ୍ରକ ଜିଲାର ୨ ଆକ୍ରାନ୍ତ ରହିଛନ୍ତି।...
Archives


