ରାଜ୍ୟରେ ପୁଣି ଚିହ୍ନଟ ହେଲେ ୭୩୦ କରୋନା ପଜିଟିଭ; ୩୧୬୦୦୧ରେ ପହଞ୍ଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୭୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୬୦୦୧ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।…
ଭିଜିଲାନ୍ସ ଜାଲରେ ଓଡ଼ିଶା ବନୀକରଣ ଅତିରିକ୍ତ ପିସିସିଏଫ୍
ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଅତିରିକ୍ତ ପିସିସିଏଫ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ବନୀକରଣ ଅତିରିକ୍ତ ପିସିସିଏପ୍ ଅଭୟକାନ୍ତ ପାଠକଙ୍କ ଘରେ ଭିଜାଲାନ୍ସ ଚଢ଼ାଉ କରିଛ। ଭୁବନେଶ୍ୱରର ୫ଟି ଏବଂ ମୁମ୍ବାଇ ଓ ପୁଣେର ୭ଟି ସ୍ଥାନରେ…
ରାଜ୍ୟରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ ପ୍ରସ୍ତାବ: କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର, ୨୫।୧୧(ବ୍ୟୁରୋ): ଓଡ଼ିଶାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ସଚିବଙ୍କଚ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ। ସୁନ୍ଦରଗଡ଼ ଜିଲାରେ ଏମ୍ସ ପ୍ରତିଷ୍ଠା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ମୁଖ୍ୟ ଶାସନ ସଚିବ ଚିଠିରେ…
କୋଶଳୀକୁ ସରକାରୀ ଭାଷା ମାନ୍ୟତା ଦାବି
ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ସାନ୍ତାଳୀ ଭାଷା ଭଳି କୋଶଳୀ ଭାଷାକୁ ଓଡ଼ିଶାର ଭାଷା ଭାବେ ସାମ୍ବିଧାନିକ ସ୍ବୀକୃତି ଦେବାକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଦାବି କରିଛନ୍ତି। ମଙ୍ଗଳବାର ବିଧାନସଭାର ଶୂନ୍ୟକାଳରେ ନରସିଂହ ପଶ୍ଚିମ ଓଡ଼ିଶାବାସୀଙ୍କ ଦାବି ପ୍ରସଙ୍ଗ ଗୃହରେ ଉଠାଇଥିଲେ।…
୩ ଦିନିଆ ଓଡ଼ିଶା ଗସ୍ତରେ ଭାଗବତ
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଆର୍ଏସଏସ(ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ) ମୁଖ୍ୟ ମୋହନ ଭାଗବତ ମଙ୍ଗଳବାର ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି। ରାଜଧାନୀଠାରେ ଅନୁଷ୍ଠିତ ହେବାକୁ ଥିବା ଆର୍ଏସ୍ଏସ୍ର ଅଖିଳ ଭାରତୀୟ କାର୍ଯ୍ୟକାରୀ ମଣ୍ଡଳରେ ଭାଗବତ ଯୋଗଦେବେ। ପୂର୍ବ କ୍ଷେତ୍ର ଲାଗି ଉଦ୍ଦିଷ୍ଟ ଏହି…
ଥାର୍ଡ ଡିଗ୍ରୀ ଅଭିଯୋଗର ତଦନ୍ତ ଆରମ୍ଭ
ପୁରୀ ଅଫିସ,୨୫ା୧୧: ଥାନାରେ ଅଭିଯୁକ୍ତଙ୍କୁ ଥାର୍ଡ ଡିଗ୍ରୀ ନେଇ ପୁରୀ ଜିଲା ଚର୍ଚ୍ଚାରେ ରହିଛି। ପୁରୀ ହାଜତ ମୃତ୍ୟୁର ତାତି ଥମି ନ ଥିବାବେଳେ ପିପିଲି ଓ ପୁରୀ ଟାଉନ ଥାନା ପୋଲିସ ନିର୍ଯାତନାର ଅଭିଯୋଗ ଆସିଛି। ଏହି ଦୁଇଟି ଥାର୍ଡ…
୪ ବର୍ଷ ପରେ ବି ମିଳିଲାନି ପରିଚୟ
ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ୨୦୧୬ ନଭେମ୍ବର ୨୪ରେ କଟକ ନରାଜ ବ୍ୟାରେଜ ନିକଟ କାଠଯୋଡ଼ି ପଠାରେ ଜଣେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିଥିଲା। ମହିଳାଙ୍କୁ କେହି ବଳାତ୍କାର କରି ମୁଣ୍ଡ କାଟି ନେଇଥିବା ଚର୍ଚ୍ଚା ହେବା ସହ ଏହି ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା।…
ଆଇସ୍କ୍ରିମ କାଠିରେ ନାଗାର୍ଜୁନ ବେଶ
ପୁରୀ ଅଫିସ,୨୫।୧୧: ଦୀର୍ଘ ୨୫ବର୍ଷ ପରେ ପଡ଼ୁଛି ମହାପ୍ରଭୁଙ୍କ ନାଗାର୍ଜୁନ ବେଶ। ଆସନ୍ତା ୨୭ ତାରିଖରେ ଏହି ଦୁର୍ଲଭ ବେଶ ଅନୁଷ୍ଠିତ ହେବ। ଏଥର କରୋନା ମହାମାରୀ ପାଇଁ ଏହି ବେଶକୁ ଭକ୍ତମାନେ ଦେଖିପାରିବେ ନାହିଁ। ତେବେ ମହାପ୍ରଭୁଙ୍କର ଏହି ମହାର୍ଘ…
ସଂଗ୍ରହାଳୟରେ ରହିବ ନାଗାର୍ଜୁନ ବେଶ
ପୁରୀ ଅଫିସ,୨୫ା୧୧: ନାଗାର୍ଜୁନ ବେଶ ଓଲାଗି ପରେ ଏହି ବେଶ କ’ଣ ହେବ ତାକୁ ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡ଼ିଛି। ପରିଚାଳନା କମିଟି ଏବଂ ଛତିଶା ନିଯୋଗ ବୈଠକରେ ଏହା ଆଲୋଚନା ହୋଇଥିଲେ ବି ଚୂଡ଼ାନ୍ତ ହୋଇପାରି ନ ଥିଲା।…
ପାଖେଇ ଆସୁଛି ବାତ୍ୟା ‘ନିଭାର’
ଭୁବନେଶ୍ୱର, ୨୫ା୧୧(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ବାତ୍ୟା ‘ନିଭାର’ରେ ପରିଣତ ହୋଇଛି। ଏହା ଧୀରେଧୀରେ ଉତ୍ତର-ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି ୨୫ କି.ମି ବେଗରେ ଗତିକରୁଛି। ଅବପାତ ପୁଡୁଚେରୀର ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୪୦୦ କି.ମି ଏବଂ ଦକ୍ଷିଣ-ପୂର୍ବ…
ଏପ୍ରିଲରୁ ଅକ୍ଟୋବର ମଧ୍ୟରେ ୧.୪୭ ଲକ୍ଷ ଅଣକୋଭିଡ୍ ରୋଗୀ ମୃତ
ଭୁବନେଶ୍ୱର,୨୫ା୧୧(ବ୍ୟୁରୋ): ୨୦୨୦ ଏପ୍ରିଲ୍ରୁ ଅକ୍ଟୋବର ମଧ୍ୟରେ ରାଜ୍ୟରେ ୧,୪୭,୮୭୪ଜଣ ଅଣକୋଭିଡ୍ ରୋଗୀଙ୍କ ମୃତ୍ୟୁ ହୋଇଛି। ବିଜେଡି ସଭ୍ୟ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମଙ୍ଗଳବାର ବିଧାନସଭାରେ ଏହା…
ହାଜତ ମୃତ୍ୟୁ ମାମଲାର ବିଚାର ବିଭାଗୀୟ ତଦନ୍ତ ହେବ
ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ପୁରୀ ଓ ସୁନ୍ଦରଗଡ଼ ବୀରମିତ୍ରପୁର ହାଜତ ମୃତ୍ୟୁ ଘଟଣାରେ ମଙ୍ଗଳବାର ବିଧାନସଭାରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ। ଉଭୟ ହାଜତ ମୃତ୍ୟୁ ଘଟଣାରେ ରାଜ୍ୟ ସରକାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ତଦନ୍ତ ପ୍ରକ୍ରିୟାରେ ଏନ୍ଏଚ୍ଆର୍ସିର ସମସ୍ତ ଗାଇଡ୍ଲାଇନକୁ…
Archives


