CORONAVIRUS UPDATE: ରାଜ୍ୟରେ ଆଜି ୩୨୩୫ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯କୁ ବୃଦ୍ଧି
ଭୁବନେଶ୍ୱର,୨୮ା୯(ବ୍ୟୁରୋ): ସୋମବାର ମୋଟ୍ ୩୦ ଜିଲାରୁ ୩୨୩୫ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨,୧୨,୬୦୯ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ର ୧୯୧୫ଜଣ ଚିହ୍ନଟ…
୧ରୁ ଖୋଲିବ ୪୨ ନେଚର କ୍ୟାମ୍ପ୍
ଭୁବନେଶ୍ୱର,୨୮ା୯(ବ୍ୟୁରୋ): ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ଦ୍ୱାରା ପରିଚାଳିିତ ଓଡ଼ିଶାର ୪୨ଟି ଇକୋ-ଟୁର୍ ଡେଷ୍ଟିନେଶନ ତଥା ନେଚର କ୍ୟାମ୍ପ୍କୁ ପର୍ଯ୍ୟଟକଙ୍କ ପାଇଁ ଆସନ୍ତା ଅକ୍ଟୋବର ୧ ତାରିଖରୁ ଖୋଲାଯିବ। ଏ ନେଇ ଜଙ୍ଗଲ ଓ ପରିବେଶ ବିଭାଗ ରବିବାର ଟୁଇଟ୍…
ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ ପାଇବେ ‘ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର’
ଭୁବନେଶ୍ୱର,୨୮ା୯: ବିଜ୍ଞାନ କ୍ଷେତ୍ରରେ ଦେଶର ସର୍ବୋଚ୍ଚ ସମ୍ମାନ ‘ଶାନ୍ତି ସ୍ବରୂପ ଭଟ୍ଟନାଗର ପୁରସ୍କାର-୨୦୨୦’ ପାଇଁ ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶ ମନୋନୀତ ହୋଇଛନ୍ତି। କାଉନ୍ସିଲ ଫର୍ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍ଆଇଆର୍) ତା’ର ପ୍ରତିଷ୍ଠା ଦିବସ ପାଳନ ଅବସରରେ ଏହି…
କରୋନା ପରିସ୍ଥିତି ଜିଗଲୋ ହେବାକୁ ବାଧ୍ୟ କରିଥିଲା: ମୁହଁ ଖୋଲିଲେ ଠକାମିର ଶିକାର ଯୁବକ
ଭୁବନେଶ୍ୱର,୨୮ା୯ (ବ୍ୟୁରୋ): ରାଜଧାନୀରେ ଜିଗଲୋ (କଲ୍ ବୟ) ର଼୍ୟାକେଟକୁ ନେଇ ଏବେ ଖୋଳତାଡ଼ ଆରମ୍ଭ ହୋଇଛି। ଥାନାରେ ଅଭିଯୋଗ କରିଥିବା ହୋଟେଲ ମ୍ୟାନେଜର ଓ ଜିଗଲୋ ହେବାକୁ ଇଚ୍ଛା କରି ଠକେଇର ଶିକାର ହୋଇଥିବା ଯୁବକଙ୍କୁ ପୋଲିସ ପଚରାଉଚରା କରିଛି। ଜିଗଲୋ…
ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା: ତଦନ୍ତକୁ ନେଇ ଅସନ୍ତୋଷ, ଚିନ୍ମୟୀଙ୍କୁ ଜେରା
ଭୁବନେଶ୍ୱର,୨୮।୯ (ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ୩ମାସ ବିତିଲାଣି। ଏହାସହ କ୍ରାଇମ୍ବ୍ରାଞ୍ଚ ତଦନ୍ତ କରିବାର ୨ମାସ ମଧ୍ୟ ହୋଇଗଲାଣି। ଇତି ମଧ୍ୟରେ କ୍ରାଇମ୍ବ୍ରାଞ୍ଚ କେବଳ ଆଦିତ୍ୟ ସ୍ତ୍ରୀ ବିଦ୍ୟାଶ୍ରୀ ଓ ୩ସାଙ୍ଗକୁ ଜେରା କରିବା ସହ ପଲିଗ୍ରାଫ ଟେଷ୍ଟ…
୫ରେ ଜେଇଇ ଆଡ଼ଭାନ୍ସଡ୍ ରେଜଲ୍ଟ
ଭୁବନେଶ୍ୱର, ୨୮।୯(ବ୍ୟୁରୋ): ଜେଇଇ ଆଡ଼ଭାନ୍ସଡ୍ ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଯାଇଛି। ଦେଶର ୨୨୨ଟି ସହରର ୧୧୫୦ କେନ୍ଦ୍ରରେ ପରୀକ୍ଷା ହୋଇଥିବାବେଳେ ମୋଟ ୧,୬୦,୮୬୪ ଛାତ୍ରୀଛାତ୍ର ପରୀକ୍ଷା ଦେଇଛନ୍ତି। ଓଡ଼ିଶାର ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର ଓ ରାଉରକେଲା ଆଦି ସହରରେ ହୋଇଥିବା…
ଫେରିଯିବ ମୌସୁମୀ
ଭୁବନେଶ୍ୱର,୨୮।୯(ବ୍ୟୁରୋ): ଦକ୍ଷିଣ-ପଶ୍ଚିମ ମୌସୁମୀ ସୋମବାର ଉତ୍ତର ଭାରତର ରାଜସ୍ଥାନଠାରୁ ଅପସାରଣ ଆରମ୍ଭ କରିବ। ଅକ୍ଟୋବର ପ୍ରଥମ ସପ୍ତାହର ଶେଷ ଭାଗରେ ମୌସୁମୀ ଓଡ଼ିଶାରୁ ବିଦାୟ ନେବ। ରାଜ୍ୟରେ ଆଉ ମୌସୁମୀ ବର୍ଷାର ସମ୍ଭାବନା ନାହିଁ। ସ୍ଥାନୀୟ ଜଳବାୟୁ ଆଧାରରେ କାଁ ଭାଁ…
ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ଗୁଳି କରି ହତ୍ୟା: ଦେଢମାସ ପରେ ମାଟିତଳୁ ଉଦ୍ଧାର ହେଲା ମୃତଦେହ
ଆର୍.ଉଦୟଗିରି,୨୭ା୯(ଡି.ଏନ୍.ଏ.)-ଆର୍.ଉଦୟଗିରି ଥାନା ଅବାରସିଂ ପଞ୍ଚାୟତ ଗୁଣ୍ଡୁଲୁ ଗ୍ରାମର ଜଣେ ବୃଦ୍ଧଙ୍କ ମୃତଦେହ ଦେଢମାସପରେ ପୋଲିସ ମାଟିତଳୁ ଉଦ୍ଧାର କରିଛି। ଗୁଣିଗାରେଡିକୁ ନେଇ ତାଙ୍କୁ ଅଗଷ୍ଟ ୯ ତାରିଖରେ ଗୁଳିକରି ହତ୍ୟା କରିବା ପରେ ପୋତି ଦିଆଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ…
ବ୍ୟୋମକେଶଙ୍କୁ ଯୁବ ସଭାପତି, ଦେବୀରଞ୍ଜନଙ୍କୁ ଛାତ୍ର ସଭାପତି ଦାୟିତ୍ୱ ଦେଲେ ନବୀନ
ଭୁବନେଶ୍ୱର,୨୭ା୯(ବ୍ୟୁରୋ)-ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କୁ ବିଜୁ ଯୁବ ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ସେହିପରି ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ ବିଜୁ ଛାତ୍ର ଜନତା ଦଳର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ…
ରାଜ୍ୟରେ ସୁସ୍ଥ ହେଲେ ଆଉ ୩୩୭୮ କରୋନା ଆକ୍ରାନ୍ତ: କଟକ ଜିଲାରୁ ସର୍ବାଧିକ ସୁସ୍ଥ
ଭୁବନେଶ୍ୱର,୨୭।୯(ବ୍ୟୁରୋ)-ରାଜ୍ୟରେ ରବିବାର ଆଉ ୩୩୭୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। କଟକ ଜିଲାରୁ ସର୍ବାଧିକ ୫୪୦ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୮୯, ପୁରୀରୁ ୨୦୦, ଯାଜପୁରରୁ ୧୭୬, ରାୟଗଡାରୁ ୧୪୧, କନ୍ଧମାଳରୁ ୧୩୭, ସୁନ୍ଦରଗଡରୁ ୧୩୭, ମୟୂରଭଞ୍ଜରୁ ୧୩୦, ସମ୍ବଲପୁରରୁ…
ତାପଙ୍ଗରୁ ୨୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ: ୨ ଗିରଫ
ଭୁବନେଶ୍ୱର(ବ୍ୟୁରୋ)/ଖୋର୍ଦ୍ଧା ଅଫିସ,୨୭ା୯- ଖୋର୍ଦ୍ଧା ସଦର ଥାନା ତାପଙ୍ଗ ଅଞ୍ଚଳରେ ରବିବାର କ୍ରାଇମବ୍ରାଞ୍ଚର ଏସ୍ଟିଏଫ୍ ଟିମ ଚଢାଉ କରି ୨୬୨ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି। ଏହି ଘଟଣାରେ…
ପୁରୀ, କୋଣାର୍କକୁ ଗଡ଼ିଲା ‘ମୋ ବସ୍’
ଭୁବନେଶ୍ୱର, ୨୭ା୯ (ବ୍ୟୁରୋ)- ପୁରୀ ଓ କୋଣାର୍କକୁ ମୋ ବସ୍ ସେବା ଆରମ୍ଭ ହୋଇଛି। ରବିବାର ବିଶ୍ୱ ପର୍ଯ୍ୟଟନ ଦିବସରୁ ପର୍ଯ୍ୟଟକମାନଙ୍କ ପାଇଁ ସ୍ବତନ୍ତ୍ର ଉପହାର ସ୍ବରୂପ ମୋ ବସ୍ ସେବା ଆରମ୍ଭ ହେବ ବୋଲି ମୋ ବସ୍ ପରିଚାଳନା ସଂସ୍ଥା…
Archives


