ମାନବପ୍ରେମୀ ଆଦିତ୍ୟ ମୃତ୍ୟୁ ମାମଲା: ତଦନ୍ତକୁ ନେଇ ଅସନ୍ତୋଷ, ଚିନ୍ମୟୀଙ୍କୁ ଜେରା

ଭୁବନେଶ୍ୱର,୨୮।୯ (ବ୍ୟୁରୋ): ମାନବପ୍ରେମୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାକୁ ୩ମାସ ବିତିଲାଣି। ଏହାସହ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବାର ୨ମାସ ମଧ୍ୟ ହୋଇଗଲାଣି। ଇତି ମଧ୍ୟରେ କ୍ରାଇମ୍‌ବ୍ରାଞ୍ଚ କେବଳ ଆଦିତ୍ୟ ସ୍ତ୍ରୀ ବିଦ୍ୟାଶ୍ରୀ ଓ ୩ସାଙ୍ଗକୁ ଜେରା କରିବା ସହ ପଲିଗ୍ରାଫ ଟେଷ୍ଟ କରି ବସିପଡିଛି। ହେଲେ ଜିଆର୍‌ପି ଭଳି କ୍ରାଇମ୍‌ବ୍ରାଞ୍ଚର ଏଭଳି ଧିମା ତଦନ୍ତକୁ ନେଇ ଆଦିତ୍ୟଙ୍କ ପରିବାର ଲୋକେ ନାପସନ୍ଦ କରିଛନ୍ତି। ୩ମାସ ହେଲାଣି ପୁଅ ମୃତ୍ୟୁର କାରଣ ଜାଣିପାରୁ ନ ଥିବାରୁ ବାପା ଓ ମା’ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ଏପଟେ ସିବିଆଇ ତଦନ୍ତ ପାଇଁ ପରିବାର ଲୋକେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବାବେଳେ ମାସେ ମଧ୍ୟରେ ତଦନ୍ତ ରିପୋର୍ଟ ଦେବାକୁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ମିଳିବା ପରେ ପରିବାର ଲୋକେ ପରବର୍ତ୍ତୀ ନିଷ୍ପତ୍ତି ନେବେ ବୋଲି ତାଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ କହିଛି। ତେବେ ହାଇକୋର୍ଟଙ୍କ ନିକଟରେ ରିପୋର୍ଟ ଦାଖଲ ହେବାକୁ ଥିବାରୁ କ୍ରାଇମବ୍ରାଞ୍ଚ ଗତ ୧୮ ତାରିଖରେ ଆଦିତ୍ୟଙ୍କ ବାନ୍ଧବୀ ଚିନ୍ମୟୀ ମହାପାତ୍ରଙ୍କୁ ପଚରାଉଚରା କରିଛି। କୌଣସି ସମନ ନୁହେଁ, ଫୋନ୍‌ କଲ୍‌ ପାଇ ଚିନ୍ମୟୀ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ। କ୍ରାଇମ୍‌ବ୍ରାଞ୍ଚର ୩ଜଣିଆ ଟିମ୍‌ ୨ଘଣ୍ଟା ଧରି ତାଙ୍କୁ ମାରାଥନ ଜେରା କରିଥିଲା। ଏହି ସମୟରେ ଚିନ୍ମୟୀଙ୍କ ସହ ତାଙ୍କ ଓକିଲ ମଧ୍ୟ ଉପସ୍ଥିତ ରହିଥିଲେ।
ମିଳିଥିବା ସୂଚନାନୁସାରେ, କ୍ରାଇମ୍‌ବ୍ରାଞ୍ଚର ଅଧିକାରୀମାନେ ଚିନ୍ମୟୀଙ୍କୁ ଆଦିତ୍ୟଙ୍କ ମୃତ୍ୟୁ ସମ୍ପର୍କିତ ଅନେକ ପ୍ରଶ୍ନ ପଚାରିଥିଲେ। କେମିତି ଆଦିତ୍ୟଙ୍କ ସହ ଭେଟ ହୋଇଥିଲା? କେତେଥର ଆଦିତ୍ୟଙ୍କୁ ଦେଖା କରିବାକୁ ଆଶ୍ରମ ଯାଇଛ? ତୁମର ଭଲ ପାଇବା ଏକତରଫା ଥିଲା କି? ଆଦିତ୍ୟଙ୍କ ବିବାହ ଅନ୍ୟତ୍ର ହେଲା ଖବର କିଭଳି ପାଇଲ? ବିବାହ ପରେ ଆଦିତ୍ୟଙ୍କୁ ବ୍ଲାକ୍‌ମେଲ କରୁଥିଲ କି? ତୁମର କିଛି ମାନସିକ ରୋଗ ଅଛି କି? ଟିକ୍‌ଟକ୍‌ରେ ଦେଖି ନେବାକୁ ଆଦିତ୍ୟଙ୍କୁ ଧମକ ଦେଉଥିଲ କି? ଏଭଳି ଅନେକ ପ୍ରଶ୍ନର ସିଧାସିଧା ଉତ୍ତର ରଖିଥିଲେ ଚିନ୍ମୟୀ। ଏହାସହ ବିଦ୍ୟାଶ୍ରୀ କ୍ରାଇମ୍‌ବ୍ରାଞ୍ଚକୁ ମିଛ ତଥ୍ୟ ଦେଇଥିବା ସେ କହିଛନ୍ତି। ଗଣମାଧ୍ୟମରେ ଚିନ୍ମୟୀଙ୍କ ନାମ ପଦାକୁ ଆସିବା ପରେ କ୍ରାଇମ୍‌ବ୍ରାଞ୍ଚ ଫର୍‌ମାଲିଟି ଦୃଷ୍ଟିରୁ ତାଙ୍କୁ ପଚରାଉଚରା ପାଇଁ ଡାକିଥିବା କ୍ରାଇମବ୍ରାଞ୍ଚର ଜଣେ ଅଧିକାରୀ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ବିବାହ ପରେ ଜଣେ ସାଇକୋ ଲେଡି ଆଦିତ୍ୟଙ୍କୁ ବ୍ଲାକ୍‌ମେଲ କରୁଥିବା ବିଦ୍ୟାଶ୍ରୀ ଅଭିଯୋଗ ଆଣିଥିଲେ। ଏପରି କି ଫୋନ୍‌ କରି ଧମକ ଦେବା ସହ ମେସେଜ୍‌ କରୁଥିଲେ। ତେଣୁ ଆଦିତ୍ୟଙ୍କ ମୃତ୍ୟୁ ପଛରେ ତାଙ୍କର ହାତଥିବା ବିଦ୍ୟାଶ୍ରୀ ଅଭିଯୋଗ କରିବା ପରେ ଚିନ୍ମୟୀ ଗଣମାଧ୍ୟମକୁ ଆସି ତାଙ୍କ ପ୍ରେମ ସମ୍ପର୍କରେ ମୁହଁ ଖୋଲିଥିଲେ। ଏହାକୁ ନେଇ କିଛିଦିନ ଟଣାଓଟରା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏବେ କ୍ରାଇମବ୍ରାଞ୍ଚ ତା’ର ତଦନ୍ତକୁ ସେହିଦିଗକୁ ନେଇଥିଲେ ମଧ୍ୟ ଆଦିତ୍ୟଙ୍କ ମୃତ୍ୟୁର ଟିକିଏ ବି ସୁରାକ ପାଇପାରୁ ନ ଥିବାରୁ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri