ରାଜ୍ୟ

ସଂକ୍ରମଣ ହେଲେ ବଞ୍ଚାଇବା କଷ୍ଟକର, କରୋନା କାଳରେ ବୟସ୍କଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୁଅନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): କରୋନା ସଂକ୍ରମଣ ତାଲିକାରେ ଭାରତ ୪ର୍ଥ ସଂକ୍ରମିତ ରାଷ୍ଟ୍ର ପାଲଟିଲାଣି। ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ଏକ ସପ୍ତାହ ମଧ୍ୟରେ ଭାରତ ୩ୟ ସ୍ଥାନକୁ ପହଞ୍ଚିଯିବ। ଓଡ଼ିଶାରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାରରୁ ଅଧିକ। ଜୁଲାଇ...

ଗଞ୍ଜାମର ଦୁର୍ଦ୍ଦାନ୍ତ ଅପରାଧୀ କୈଳାସଙ୍କ ନା’ରେ ଲାଗିଲା ଏନ୍‌ଏସ୍‌ଏ

ବ୍ରହ୍ମପୁର ଅଫିସ ,୨୪।୬- ଗଞ୍ଜାମ ଜିଲାର ଅନ୍ୟତମ ଦୁର୍ଦ୍ଦାନ୍ତ ଅପରାଧି ତଥା ବଡବଜାର ଥାନା ଅନ୍ତର୍ଗତ ସିତାଢ଼ିମ୍ବିରା ସାହିର କୈଳାସ ଘଡେଇଙ୍କ ନାମରେ ଜାତୀୟ ନିରାପତ୍ତା ଆଇନ( ଏନ୍‌ଏସ୍‌ଏ) ଲାଗିଛି। କୈଳାସଙ୍କ ନାମରେ ୨୦ ରୁ ଊର୍ଦ୍ଧ୍ୱ ହତ୍ୟା,ଡକାୟତି ଭଳି...

ରାଜଧାନୀରୁ ପୁଣି ଚିହ୍ନଟ ହେଲେ ୨୨ କରୋନା ପଜିଟିଭ୍‌: ଅଛନ୍ତି ୧୬ ବେସରକାରୀ ହସ୍ପିଟାଲ୍‌ କର୍ମଚାରୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜଧାନୀରେ ବୁଧବାର ଆଉ ୨୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୨୦କୁ ବୃଦ୍ଧି ପାଇଛି। ସେଥିରୁ ୧୧୩ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦୩ ଆକ୍ଟିଭ୍‌ କେସ୍‌ ରହିଛି।...

ଭୁବନେଶ୍ୱରର ବ୍ଳୁ ହୁଇଲ୍‌ ହସ୍ପିଟାଲ୍‌ ସିଲ୍‌

ଭୁବନେଶ୍ୱର,୨୪।୬(ବ୍ୟୁରୋ): ରାଜଧାନୀ ମଞ୍ଚେଶ୍ୱର ଅଞ୍ଚଳରେ ଥିବା ବ୍ଲୁ ହୁଇଲ୍‌ ହସ୍ପିଟାଲକୁ ବୁଧବାର ସିଲ୍‌ କରିଦିଆଯାଇଛି। କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ ଅଭିଯୋଗରେ ଏହି ହସ୍ପିଟାଲକୁ ବିଏମ୍‌ସି ପକ୍ଷରୁ ସିଲ୍‌ କରିଦିଆଯାଇଛି। ଏଥିସହ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଥିବା...

ସେବାୟତଙ୍କର ଦ୍ୱିତୀୟ ଥର କରୋନା ଟେଷ୍ଟ: ସାନିଟାଇଜ୍‌ ହେବ ପୁରୀ ସହର

ପୁରୀ ଅଫିସ, ୨୪।୬: ଦ୍ୱିତୀୟ ଥର ଲାଗି ଶ୍ରୀମନ୍ଦିର ସେବାୟତଙ୍କର କରୋନା ଟେଷ୍ଟ ହେବ। ଆସନ୍ତା ୨୮ ତାରିଖ ରଥ ଦକ୍ଷିଣ ମୋଡ଼ ପୂର୍ବରୁ ଏହି ଟେଷ୍ଟ ପ୍ରକ୍ରିୟା ଶେଷ ହେବ। ଯେଉଁମାନଙ୍କର ରିପୋର୍ଟ ନେଗେଟିଭ୍‌ ବାହାରିବ ସେମାନଙ୍କୁ ବାହୁଡ଼ା...

କଟକ ସହରରୁ ୨ କରୋନା ପଜିଟିଭ୍‌ ଚିହ୍ନଟ: ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଲା

କଟକ ଅଫିସ,୨୪।୬: କଟକ ସହରରୁ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ନେଇ ବୁଧବାର କଟକ ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି। ୨ ଜଣଙ୍କୁ ମିଶାଇ କଟକ ସହରାଞ୍ଚଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଛି। ଚିହ୍ନଟଙ୍କ...

ପୋଲିସ କର୍ମଚାରୀଙ୍କ କୋଭିଡ୍‌ ଟେଷ୍ଟ: ଆୟୁର୍ବେଦ ମହାବିଦ୍ୟାଳୟ ପରିସରରେ ଚାଲିଛି ସ୍ବାବ୍‌ ସଂଗ୍ରହ

ପୁରୀ ଅଫିସ,୨୪ା୬: କରୋନା ସଂକ୍ରମକୁ ଦୃଷ୍ଟିରେରଖି ପ୍ରଥମେ ରଥଯାତ୍ରାକୁ ଅନୁମତି ଦେଇ ନ ଥିଲେ ସୁପ୍ରିମ୍‌କୋର୍ଟ । ପରବର୍ତ୍ତୀ ସମୟରେ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଥିଲା । ତେବେ କୋଭିଡ୍‌ ସଂକ୍ରମଣ ଯେପରି ନ ବ୍ୟାପିବ ସେଥିପ୍ରତି ପ୍ରାଥମିକତା ଦେବାକୁ...

CORONAVIRUS UPDATE: ରାଜ୍ୟରେ ପୁଣି ୨୮୨ କରୋନା ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୨ରେ ପହଞ୍ଚିଲା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୨୮୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...

କରୋନା କଟକଣା କୋହଳ ସତ୍ତ୍ୱେ ପୁରୀ ନ ଯିବାକୁ ଡିଜିପିଙ୍କ ଅନୁରୋଧ

କଟକ ଅଫିସ,୨୪।୬: ବହୁ ବିବାଦ ପରେ ମଙ୍ଗଳବାର ଶାନ୍ତି ଶୃଙ୍ଖଳାର ସହ ପୁରୀରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ଅବସରରେ ପୁରୀରେ କର୍ଫ୍ୟୁ ଜାରି କରାଯାଇଛି। ସୋମବାର, ମଙ୍ଗଳବାର ଏବଂ ବୁଧବାର ପାଇଁ...

ମହାପ୍ରଭୁ ପରୀକ୍ଷା ନେଲେ: ଗଜପତି

ପୁରୀ ଅଫିସ, ୨୪ା୬: ଲକ୍‌ଡାଉନ କଟକଣା ଯୋଗୁ ସ୍ନାନବେଦିକୁ ଛେରା ପହଁରା କରିବାକୁ ଯାଇ ନ ଥିଲେ ଗଜପତି ମହାରାଜା ଦିବ୍ୟସିଂହ ଦେବ। ଗଜପତି ମହାରାଜାଙ୍କ ପ୍ରତିନିଧି ମୁଦିରସ୍ତ ସ୍ନାନ ପୂର୍ଣ୍ଣିମାରେ ରଥରେ ଛେରାପହଁରା କରିଥିଲେ। ମାତ୍ର ରଥଯାତ୍ରା ପାଇଁ...

୨୫,୨୬ରେ ଝଡ଼ତୋଫାନ ସମ୍ଭାବନା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ଥିବାରୁ ବର୍ଷା ଲାଗି ରହିଛି। କିଛି ସ୍ଥାନରେ ପ୍ରବଳ ବର୍ଷା ମଧ୍ୟ ହେଉଛି। ଆସନ୍ତା ୫ଦିନ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବଳ୍ପ ପରିମାଣ ବର୍ଷା ହେବାର...

୧୭ ଜୀବନ ନେଲାଣି କରୋନା

ଭୁବନେଶ୍ୱର, ୨୪।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନାଜନିତ ମୃତ୍ୟୁ ସଂଖ୍ୟା ବଢ଼ିଚାଲିଛି। ମାର୍ଚ୍ଚ ୧୫ରେ ପ୍ରଥମ ପଜିଟିଭ୍‌ ଚିହ୍ନଟ ହେବା ପରେ ରାଜ୍ୟ ସରକାର ଆକ୍ରାନ୍ତଙ୍କ ସଂଖ୍ୟାକୁ ଆୟତ୍ତ କରିବା ଓ ଗୋଷ୍ଠୀ ସଂକ୍ରମଣ ରୋକିବା ପାଇଁ ସବୁ ପ୍ରକାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri