ରାଜ୍ୟ

ପରୀ ପ୍ରସଙ୍ଗ: ଆନ୍ଦୋଳନ ଜିଦ୍‌ରେ ଭାଜପା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ନୟାଗଡ଼ ଜିଲାର ପରୀ ହତ୍ୟାକାଣ୍ଡକୁ ନେଇ ରାଜନୈତିକ ଲଢ଼େଇ ଥମିବାର ନଁା ଧରୁନାହିଁ। କିନ୍ତୁ ବିଧାନସଭାରେ ଏହି ପ୍ରସଙ୍ଗକୁ ନେଇ ବିରୋଧୀ ଦଳ ମଧ୍ୟରେ ମତଭେଦ ଦେଖିବାକୁ ମିଳିଲାଣି। ଉକ୍ତ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଆଇଟି ତଦନ୍ତ ନେଇ ଘୋଷଣା…

୧୬୩ ଆହାର କେନ୍ଦ୍ରରେ ୧୭୦୦ ଏସ୍‌ଏଚ୍‌ଜି ମହିଳା

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ) :ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଆହାର କାର୍ଯ୍ୟକ୍ରମ ସଫଳତାର ଶିଖର ଛୁଇଁଛି। ରାଜ୍ୟର ଗରିବ ଓ ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଆହାର କେନ୍ଦ୍ରଗୁଡ଼ିକ ନୂଆ ରେକର୍ଡ ସୃଷ୍ଟି କରିଛି। ୧୬୩ ଆହାର କେନ୍ଦ୍ରରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ର…

ସହାୟତା ଡେସ୍କରୁ ମିଳୁନି ସହଯୋଗ

ଅନୁଗୋଳ ଅଫିସ, ୩୦।୧୧: ମେଡିକାଲ ଆସିଥିବା ରୋଗୀଟିଏ ଉପଯୁକ୍ତ ଚିକିତ୍ସା ସେବା ପାଇପାରୁ ନ ଥିବା ଅନେକ ସମୟରେ ଦେଖାଯାଇଥାଏ। ଏପରି କି ବିଭାଗୀୟ ଡାକ୍ତରଙ୍କ ନିକଟରେ ସେ କିପରି ତୁରନ୍ତ ପହଞ୍ଚିପାରିବ ତାହା ମଧ୍ୟ ଜାଣି ନ ଥାଏ। ଏପରି ରୋଗୀଙ୍କୁ…

ଗାଇବନ୍ଧା ଗାଁକୁ ନାହିଁ ରାସ୍ତା କି ପିଇବା ପାଇଁ ପାଣି ନାହିଁ; ସୋଲାର ପାଣି ଟାଙ୍କି ୨ ବର୍ଷ ହେବ ଅଚଳ

କୋକସରା, ୩୦।୧୧ (ଡି.ଏନ.ଏ.)  କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତ ଅଧୀନ ଆଦିବାସୀ ବହୁଳ ଗାଁ ହେଉଛି ଗାଇବନ୍ଧା । ଏଠାରେ ୩୦ରୁ ଊଦ୍ଧ୍ୱର୍ର୍ ସାନ୍ତା ପରିବାରର ପାଖାପାଖି ୧ ଶହ ୫୦ରୁ ଊଦ୍ଧ୍ୱର୍ର୍ ଲୋକେ ବାସ କରନ୍ତି ।…

ଆରମ୍ଭରୁ ହାତ ଟେକିଲେଣି

ଯୋଡ଼ା,୩୦।୧୧(ଡି.ଏନ୍‌.ଏ.) ଚଳିତବର୍ଷ ମାର୍ଚ୍ଚରେ ଶେଷ ହୋଇଥିବା ରାଜ୍ୟର ବିଭିନ୍ନ ଖଣିମଣ୍ଡଳର ୧୭ଟି ଲୁହାପଥର ଖଣି ପାଇଁ ୨୦୧୯ ଶେଷ ଭାଗରେ ନିଲାମ ଡକାଯାଇଥିଲା। ସେଥିମଧ୍ୟରୁ ଯୋଡ଼ା ଖଣିମଣ୍ଡଳରେ ୯ଟି ଖଣି ରହିଥିଲା। ନିଲାମ ପ୍ରକ୍ରିୟାରେ ବହୁ କମ୍ପାନୀ ପ୍ରତିଦ୍ୱନ୍ଦ୍ୱିତା କରି ଖଣି…

ତେଲ ଦର ବୃଦ୍ଧି ଥମୁନି: ପେଟ୍ରୋଲ ୧.୩୫ ଟଙ୍କା, ଡିଜେଲ ୨.୧୯ ଟଙ୍କା ବଢ଼ିଲା

ଭୁବନେଶ୍ୱର,୩୦ା୧୧:ପେଟ୍ରୋଲ ଏବଂ ଡିଜେଲ ଦର ଥମୁନାହିଁ। ଗତ ୧୦ ଦିନ ମଧ୍ୟରେ ତେଲ ଦର ୯ ଥର ବୃଦ୍ଧି ପାଇଛି। ଏହାକୁ ନେଇ ଖାଉଟିଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି। କରୋନା ମହାମାରୀ ସମୟରେ ଲଗାତର ତେଲ ଦର ବୃଦ୍ଧି ଯୋଗୁ…

୫ଜଣଙ୍କୁ ମିଳିଲା ‘ଧର୍ମପଦ ପୁରସ୍କାର’

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ଓଡ଼ିଶା ଲଳିତ କଳା ଏକାଡେମୀର ସର୍ବୋଚ୍ଚ ତଥା ମର୍ଯ୍ୟାଦାଜନକ ସମ୍ମାନ ‘ଧର୍ମପଦ ପୁରସ୍କାର’ ୫ବର୍ଷ ପାଇଁ ୫ଜଣଙ୍କୁ ପ୍ରଦାନ କରାଯାଇଛି। ସେହିଭଳି ୨୫ଜଣ ବୟୋଜ୍ୟେଷ୍ଠ ଶିଳ୍ପୀଙ୍କୁ ‘ଶିଳ୍ପୀ ସମ୍ବର୍ଦ୍ଧନା’ ଦିଆଯାଇଛି। ରବିବାର ସଂସ୍କୃତି ଭବନ ପରିସରରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଓଡ଼ିଆ…

ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ

ଭୁବନେଶ୍ୱର,୩୦ା୧୧(ବ୍ୟୁରୋ):ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭା ଶୀତକାଳୀନ ଅଧିବେଶନରେ ରବିବାର ବ୍ୟୟମଞ୍ଜୁରୀ ବିଲ୍‌ ଗୃହୀତ ହୋଇଛି। ପୂର୍ବାହ୍ନ ଅଧିବେଶନରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହରେ ୨୦୨୦-୨୧ ବର୍ଷ ପାଇଁ ୧୧,୭୦୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍‌ ଆଗତ କରିଥିଲେ। ଗୃହର ମଞ୍ଜୁରୀ…

ଭିତରକନିକା ସୀମା ନିର୍ଦ୍ଧାରଣ ପ୍ରସଙ୍ଗରେ ବାଚସ୍ପତିଙ୍କ ରୁଲିଂ: ଜନପ୍ରତିନିଧିଙ୍କ ସହ ମନ୍ତ୍ରୀ ଆଲୋଚନା କରନ୍ତୁ

ଭୁବନେଶ୍ୱର(ବ୍ୟୁରୋ)/ରାଜନଗର,୩୦ା୧୧(ଡି.ଏନ.ଏ.):ଭିତରକନିକା ଜାତୀୟ ଉଦ୍ୟାନର ସୀମା ନିର୍ଦ୍ଧାରଣ ପୂର୍ବରୁ ସ୍ଥାନୀୟ ଲୋକ ପ୍ରତିନିଧିମାନଙ୍କୁ ଡାକି ଆଲୋଚନା କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର। ରବିବାର ଶୂନ୍ୟକାଳରେ ଭିତରକନିକାର ସୀମା ନିର୍ଦ୍ଧାରଣ ନେଇ କେନ୍ଦ୍ରାପଡ଼ା ଜିଲାର…

ନାଗାର୍ଜୁନ ବେଶ ଚନ୍ଦ୍ର, ସୂର୍ଯ୍ୟ ନେଇଯିବା ଘଟଣା:ସିଂହଦ୍ୱାର ଥାନାରେ ଏତଲା

ପୁରୀ ଅଫିସ, ୩୦ା୧୧:ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ନେଇଯିବା ଘଟଣାରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ରବିବାର ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଛି। ମଞ୍ଚ ଉପସଭାପତି ଲଲାଟେନ୍ଦୁ ମିଶ୍ର ଏହି ଏତଲା ଦେଇଛନ୍ତି। ଏଥିରେ ସେ ଦର୍ଶାଇଛନ୍ତି ଯେ,…

ମାସକ ପୂର୍ବରୁ ସରିଲା ଶୀତ ଅଧିବେଶନ

ଭୁବନେଶ୍ୱର,୨୯ା୧୧(ବ୍ୟୁରୋ)-ଷୋଡ଼ଶ ବିଧାନସଭାର ଶୀତକାଳୀନ ଅଧିବେଶନ ନିର୍ଦ୍ଧାରିତ କାର୍ଯ୍ୟସୂଚୀର ୩୦ଦିନ ପୂର୍ବରୁ ଶେଷ ହୋଇଛି। କୋଭିଡ୍‌ କଟକଣା ଭିତରେ ଗତ ୨୦ ତାରିଖରୁ ଆରମ୍ଭ ହୋଇଥିବା ଅଧିବେଶନ ମାତ୍ର ୧୦ ଦିନରେ ଶେଷ ହୋଇଛି। ୨୦୨୦-୨୧ ବର୍ଷ ପାଇଁ ୧୧,୭୦୦ କୋଟି ଟଙ୍କାର…

ଅପମିଶ୍ରିତ ଘିଅ, ତେଲ କାରଖାନା ଠାବ: ୫୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ସାମଗ୍ରୀ ଜବତ

କଟକ ସଦର,୨୯ା୧୧(ଡି.ଏନ୍‌.ଏ.): କଟକ ସଦର ଥାନା ଅଧୀନ ୪୨ ମୌଜା ଶ୍ରୀରାମ ଗ୍ରାମରେ ଥିବା ଅପମିଶ୍ରିତ ଘିଅ ଓ ତେଲ କାରଖାନାକୁ ରବିବାର ପୋଲିସ ଠାବ କରିଛି। ସେଠାରେ ଚଢ଼ାଉବେଳେ ନାମୀଦାମୀ କମ୍ପାନୀର ପାଉଚ୍‌ ଓ ଡବାରେ ଥିବା ଅପମିଶ୍ରିତ ଘିଅ,…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri