ରାଜ୍ୟ

ଏକାମ୍ର ପ୍ରକଳ୍ପ କାର୍ଯ୍ୟକୁ ଏଏସ୍‌ଆଇର ବିରୋଧ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ୫ଟି କାର୍ଯ୍ୟକ୍ରମ ଅଧୀନରେ ହେଉଥିବା ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ବିରୋଧ କରିଛି। ନିର୍ମାଣ କାର୍ଯ୍ୟକୁ ବେଆଇନ୍‌ ଦର୍ଶାଇ ଏଏସ୍‌ଆଇ ଭୁବନେଶ୍ୱର ସର୍କଲର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଅରୁଣ ମଲ୍ଲିକ ରାଜ୍ୟ ପୂର୍ତ୍ତ ବିଭାଗ…

ଗଙ୍ଗଓ୍ବାରଙ୍କୁ ଚିଠି ଲେଖିଲେ ନବୀନ : ଇପିଏଫ୍‌ ପେନ୍‌ସନ ପୁନଃ ନିର୍ଦ୍ଧାରଣ କରାଯାଉ

ଭୁବନେଶ୍ୱର,୧୮ା୧୨(ବ୍ୟୁରୋ): କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍‌) ପେନ୍‌ସନ ଉପଭୋକ୍ତାଙ୍କ ସର୍ବନିମ୍ନ ପେନ୍‌ସନ ପୁନଃ ନିର୍ଦ୍ଧାରଣ କରିବା ଲାଗି ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ନେଇ କେନ୍ଦ୍ର ଶ୍ରମ ଓ ନିୟୋଜନ…

ପ୍ରଦୀପଙ୍କ ସହଯୋଗୀ ସର୍ବେଶ୍ୱର ଗିରଫ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପ୍ରମୁଖ ସହଯୋଗୀ ଭି. ସର୍ବେଶ୍ୱର ରାଓଙ୍କୁ ଗୁରୁବାର କ୍ରାଇମବ୍ରାଞ୍ଚ ଏସ୍‌ଆଇଟି ଗିରଫ କରିଛି। ଟାଟା ମୋଟର୍ସ ନାଁରେ ଜାଲ୍‌ ନିଯୁକ୍ତି ଓ ଠକେଇ ମାମଲାରେ ବ୍ରହ୍ମପୁରରେ ଡେରା ପକାଇଥିବା କ୍ରାଇମବ୍ରାଞ୍ଚ ଟିମ୍‌ ପ୍ରଥମେ ସର୍ବେଶ୍ୱରଙ୍କୁ…

ଅଭୟକାନ୍ତଙ୍କୁ ବାଧ୍ୟତାମୂଳକ ଅବସର ସୁପାରିସ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ):ଦୁର୍ନୀତି ବିରୋଧରେ ସର୍ବଦା କଡ଼ା ଆଭିମୁଖ୍ୟ ପୋଷଣ କରିଆସୁଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁୁବାର ଆଉ ଏକ ପଦକ୍ଷେପ ନେଇଛନ୍ତି। ଦୁର୍ନୀତି ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇ ଜେଲ ଯାଇଥିବା ଭାରତୀୟ ବନ…

ଲମ୍ବୁଛି ଚୋରା ମଦ ଚେର

ବଇଣ୍ଡା,୧୮ା୧୨(ପରିକ୍ଷିତ ସାହୁ) ଚୋରା ମଦ କାରବାର ରୋକିବାକୁ ସ୍ବତନ୍ତ୍ର ଅବକାରୀ ଥାନା ପ୍ରତିଷ୍ଠା ହୋଇଛି। ଅବକାରୀ ବିଭାଗ ସହ ପୋଲିସ ମିଳିତ ପଦକ୍ଷେପ ନେଉଛି। ନୂତନ କରି ଗଠନ ହୋଇଥିବା ବିବିଧ ଶୃଙ୍ଖଳା ଟିମ୍‌ ମଧ୍ୟ ଚଢ଼ାଉରେ ସାମିଲ ହେଉଛି। ହେଲେ…

କରୋନା ସଚେତନତା କାର୍ଯ୍ୟକ୍ରମ

ଦେବଗଡ଼,୧୮।୧୨(ଡି.ଏନ.ଏ.) ଦେବଗଡ ନେହେରୁ ଯୁବକେନ୍ଦ୍ର ଓ ବାରକୋଟ ବ୍ଲକ ଶିରିଗିଡା ବାବା ବାଣେଶ୍ୱର କ୍ଲବ ମିଳିତ ଆନୁକୂଲ୍ୟରେ ଶିରିଗିଡା ଗ୍ରାମରେ ଏସ୍‌ଏଚଜି ସଦସ୍ୟାଙ୍କୁ ନେଇ କରୋନା ସଚେତନତା ଓ ଶ୍ରମଦାନ କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଯୁବକେନ୍ଦ୍ରର ସଂଯୋଜିକା ରୀତା ଶାନ୍ତି…

ୱେସ୍କୋ ଘରୋଇକରଣକୁ ବିରୋଧ

ଦେବଗଡ଼,୧୮ା୧୨ (ଡି.ଏନ୍‌.ଏ.) ୱେସ୍କୋ ଘରୋଇକରଣକୁ ବିରୋଧ କରି ଦେବଗଡ଼ ବିଦ୍ୟୁତ୍‌ ବିଭାଗର କର୍ମଚାରୀମାନେ ବିଭାଗ ମୁଖ୍ୟ କାର୍ଯ୍ୟାଳୟଠାରେ ଧାରଣା ଦେଇଥିଲେ ା ହୀରାଖଣ୍ଡ ବିଦ୍ୟୁତ କର୍ମଚାରୀ ସଂଘ, ହିରା ଜିଇଡ଼ି କର୍ମଚାରୀ ସଂଘ, ସ୍ବେସ୍କୋ ଇଞ୍ଜିନିୟର୍ସ୍‌ ସର୍ଭିସ୍‌ ଆସୋସିଏଶନ୍‌ ଏବଂ ଡ଼ିପ୍ଲୋମା…

ଓଡିଶାରୁ ଅପହୃତ ନାବାଳକ ପଶ୍ଚିମବଙ୍ଗରୁ ଉଦ୍ଧାର: ୪ ଗିରଫ

ରାଉରକେଲା ଅଫିସ, ୧୭ା୧୨-ରାଉରକେଲା ରେଳଷ୍ଟେଶନ ନିକଟରୁ ଅପହୃତ ହୋଇଥିବା ୫ବର୍ଷର ନାବାଳକକୁ ପଶ୍ଚିମବଙ୍ଗ ମେଦିନାପୁରରୁ ଉଦ୍ଧାର କରାଯାଇଛି। ରାଉରକେଲା ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ଏହି ଘଟଣାରେ ଗୁରୁବାର ୪ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଉଦିତନଗର ଥାନା ଅନ୍ତର୍ଗତ ବିରଜାପାଲ୍ଲୀର ଅଶ୍ରଫ…

ଭିଜିଲାନ୍ସ ଜାଲରେ ଆଇଟିଡିଏର ୩ ଯନ୍ତ୍ରୀ

ନବରଙ୍ଗପୁର,୧୭।୧୨(ବି.ପ୍ର.)-ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ)ର ଅଫିସ ଗାଡ଼ିରେ ଟଙ୍କା ନେଇ ଯାଉଥିବାବେଳେ ୨ ଜଣ ସହକାରୀ ଯନ୍ତ୍ରୀ ଓ ଜଣେ ଅତିରିକ୍ତ ନିର୍ବାହୀ ଯନ୍ତ୍ରୀ ଗୁରୁବାର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେମାନେ ହେଲେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ଅତିରିକ୍ତ…

ଆସନ୍ତା କାଲିଠାରୁ ଖୋଲିବ ଜନଜାତି ସଂଗ୍ରହାଳୟ

ଭୁବନେଶ୍ୱର,୧୭ା୧୨(ବ୍ୟୁରୋ)-ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ତାଲିମ ପ୍ରତିଷ୍ଠାନ ପରିସରରେ ଥିବା ରାଜ୍ୟ ଜନଜାତି ସଂଗ୍ରହାଳୟକୁ ୧୮ ତାରିଖ ଶୁକ୍ରବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲାଯିବ। କୋଭିଡ୍‌-୧୯କୁ ଦୃଷ୍ଟିରେ ରଖି ଏହି ସଂଗ୍ରହାଳୟକୁ ଗତ ୯ ମାସ ଧରି ବନ୍ଦ…

ରାଜ୍ୟରେ ସୁସ୍ଥ ହେଲେ ୩୭୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭।୧୨(ବ୍ୟୁରୋ)-ରାଜ୍ୟରେ ଗୁରୁବାର ଆଉ ୩୭୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୫୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୪୮, ସୁନ୍ଦରଗଡରୁ ୪୩, ବାଲେଶ୍ୱରରୁ ୨୩, କଟକରୁ ୨୩, ପୁରୀରୁ ୨୨, ବରଗଡରୁ ୧୯, ବଲାଙ୍ଗୀରରୁ ୧୯,…

ଆଉ ଜଣେ ଶିଶୁଙ୍କୁ ଅପହରଣ : ଗାଁ ଦାଣ୍ଡରୁ ଉଠାଇ ନେଲେ ୨ ଦୁର୍ବୃତ୍ତ

କାଶୀନଗର,୧୭ା୧୨(ଡି.ଏନ୍‌.ଏ.)- ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଶୁ ଅପହରଣକୁ ନେଇ ତୁମ୍ବିତୋଫାନ ଚାଲିଥିବାବେଳେ ଗଜପତି ଜିଲା କାଶୀନଗର ଅଞ୍ଚଳରୁ ଗୁରୁବାର ପୁଣି ଜଣେ ଶିଶୁଙ୍କୁ ଅପହରଣ କରାଯାଇଛି। ଦାଣ୍ଡରେ ଖେଳୁଥିବାବେଳେ ଗଜପତି ଜିଲା କାଶୀନଗରସ୍ଥିତ ଜନଗହଳିପୂର୍ଣ୍ଣ ବସ୍‌ଷ୍ଟାଣ୍ଡ ନିକଟ ମର୍ଣ୍ଣିଂ ସାହିରୁ ଜଣେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri