ବିପଜ୍ଜନକ ହେଉଛି ଇ-ବର୍ଜ୍ୟବସ୍ତୁ
ଭୁବନେଶ୍ୱର,୧୬।୧(ବ୍ୟୁରୋ): ଇ(ଇଲେକ୍ଟ୍ରୋନିକ)-ବର୍ଜ୍ୟବସ୍ତୁ ପରିବେଶ ପାଇଁ ଅତ୍ୟନ୍ତ କ୍ଷତିକାରକ। ଦିନକୁ ଦିନ ଇଲେକ୍ଟ୍ରୋନିକ ସାମଗ୍ରୀର ବହୁଳ ବ୍ୟବହାର ହେଉଥିବାରୁ ଏହାର ବର୍ଜ୍ୟବସ୍ତୁ ବଢ଼ିବାରେ ଲାଗିଛି। ତେବେ ଏହି ବର୍ଜ୍ୟବସ୍ତୁ ସଂଗ୍ରହ ଓ ପୁନଃ ପ୍ରକ୍ରିୟାକରଣ ହେଉ ନ ଥିବାରୁ ଦିନକୁ ଦିନ ଇ-ବର୍ଜ୍ୟବସ୍ତୁର ବୋଝ…
ଅଧା ବାଟରେ ଖୋଳ
ଯାଜପୁର ଅଫିସ/ ଚଣ୍ଡିଖୋଲ(ଡି.ଏନ.ଏ.),୧୬।୧: ନକଲି ଟ୍ରାଞ୍ଜିଟ୍ ପାସ୍ (ଟିପି) ତିଆରି କରି ଲୁହାପଥର ଲୁଟ୍ ଓ ଚୋରି ଘଟଣା ଏବେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦୁଝର ଓ ଯାଜପୁର ଜିଲାରେ ମୂଲ୍ୟବାନ ଖଣିଜ ପଦାର୍ଥ ନକଲି ଟିପି ସହାୟତାରେ ପଶ୍ଚିମବଙ୍ଗ, ଛତିଶଗଡ଼…
ଦିଲ୍ଲୀ ଗଲେ ୫୦୦ ଚାଷୀ
ଭୁବନେଶ୍ୱର, ୧୬।୧(ବ୍ୟୁରୋ): ନୂତକ କୃଷି ଆଇନକୁ ପ୍ରତ୍ୟାହାର ଦାବିରେ ଦିଲ୍ଲୀରେ ଚାଷୀ ଆନ୍ଦୋଳନ ଚାଲିଛି। ଏହାକୁ ସମର୍ଥନ ଜଣାଇ ଶୁକ୍ରବାର ଓଡ଼ିଶାରୁ ପାଖାପାଖି ୫୦୦ ଚାଷୀ ବସ୍ ଯୋଗେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ସଂଯୁକ୍ତ କିଷାନ ମୋର୍ଚ୍ଚା ଡାକରାରେ ଚାଲିଥିବା…
ଇସ୍ପାତ ଶିଳ୍ପକୁ ରପ୍ତାନି କେନ୍ଦ୍ରିକ କର: ଧର୍ମେନ୍ଦ୍ର
ଭୁବନେଶ୍ୱର,୧୬।୧(ବ୍ୟୁରୋ): ଏକବିଂଶ ଶତାବ୍ଦୀରେ ଭାରତର ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ ପାଇଁ ନରେନ୍ଦ୍ର ମୋଦି ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ଶୁକ୍ରବାର ଇଣ୍ଡିଆନ ଷ୍ଟିଲ ଆସୋସିଏଶନ(ଆଇଏସ୍ଏ) ପକ୍ଷରୁ ଆୟୋଜିତ ୱେବିନାରରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ‘ଇସ୍ପାତ ନିର୍ମାଣ ଏବଂ ଭିତ୍ତିଭୂମି…
ରାଜ୍ୟ ସରକାର ଭ୍ରମିତ କରୁଛନ୍ତି: ଭାଜପା
ଭୁବନେଶ୍ୱର,୧୬।୧(ବ୍ୟୁରୋ) : ପରୀ ହତ୍ୟାକାଣ୍ଡକୁ ନେଇ ଚାଲିଥିବା ଏସ୍ଆଇଟି ତଦନ୍ତ ପ୍ରସଙ୍ଗରେ ଜନ ସୂଚନା ଅଧିକାର କର୍ମୀ ହେମନ୍ତ ପଣ୍ଡା ହାଇକୋର୍ଟରୁ ତଥ୍ୟ ମାଗିଥିଲେ। ହେମନ୍ତଙ୍କ ଆବେଦନର ଉତ୍ତର ଗତ ୬ ତାରିଖରେ ହାଇକୋର୍ଟରୁ ଆସିଛି, ଯେଉଁଥିରେ ହାଇକୋର୍ଟ ସ୍ପଷ୍ଟଭାବେ ଉଲ୍ଲେଖ…
ନବୀନ ପୁଣି ନମ୍ବର ଓ୍ବାନ୍
ଭୁବନେଶ୍ୱର,୧୬।୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ନମ୍ବର ଓ୍ବାନ୍ ହୋଇଛନ୍ତି । ଦେଶର ସବୁଠୁ ଭଲ ଓ ଏକ ନମ୍ବର ମୁଖ୍ୟମନ୍ତ୍ରୀ ହେବାର ଗୌରବ ଅର୍ଜନ କରିଛନ୍ତି। ସି ଭୋଟର ଏବଂ ଏବିପି ଦେଶ୍କା ମୁଡ୍ ସର୍ଭେରୁ ଏହା ସ୍ପଷ୍ଟ ହୋଇଛି।…
ଆଜିଠୁ କରୋନା ସହ ନିର୍ଣ୍ଣାୟକ ଲଢ଼େଇ
ଭୁବନେଶ୍ୱର, ୧୬।୧(ବ୍ୟୁରୋ): ଏବେ କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ। ବଡ଼ଧରଣର ପ୍ରସ୍ତୁତି ପରେ ଶନିବାରଠାରୁ ଓଡ଼ିଶା ସମେତ ସାରା ଦେଶରେ ଆରମ୍ଭ ହେଉଛି ଟିକାକରଣ। ରାଜ୍ୟରେ ପୂର୍ବରୁ ସରକାରୀ ଡାକ୍ତରଖାନା ସହ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ଘରୋଇ ଡାକ୍ତରଖାନାକୁ…
ଟିକେଟ ଦେୟକୁ ବଳିଯାଉଛି ଟ୍ରେନ୍ ଧରିବା ଖର୍ଚ୍ଚ
ବଇଣ୍ଡା,୧୬ା୧: ଅନୁଗୋଳ ଜିଲା କିଶୋରନଗର ବ୍ଲକର ବଇଣ୍ଡା ରେଳଷ୍ଟେଶନ ସର୍ବଦା ବ୍ୟସ୍ତବହୁଳ। ଆଠମଲ୍ଲିକ ଉପଖଣ୍ଡର ବଇଣ୍ଡା ଏକ ବ୍ୟବସାୟିକ କେନ୍ଦ୍ର ହୋଇଥିବାବେଳେ ଏହି ଷ୍ଟେଶନ ଉପରେ ୪୧ଟି ପଞ୍ଚାୟତର ଯାତ୍ରୀ ନିର୍ଭର କରନ୍ତି। କିନ୍ତୁ ଜିଲାର ଏହି ପ୍ରମୁଖ ଷ୍ଟେଶନ ଦେଇ…
କେମିକାଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ
ରାଉରକେଲା,୧୫ା୧: ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଶ୍ରୀୟା ମେଟାଲିକ ଏଣ୍ଡ କେମିକାଲ ଫ୍ୟାକ୍ଟ୍ରିରେ ଶୁକ୍ରବାର ରାତିରେ ନିଆଁ ଲାଗିଯାଇଥିଲା। ଏହା ଦେଖି ସ୍ଥାନୀୟ କର୍ମଚାରୀ ସେଠାରୁ ଦୌଡ଼ି ପଳାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବିଦ୍ୟୁତ ସଟ୍…
ଅଢ଼େଇ ବର୍ଷ ପରେ ଲୋୟର ସୁକ୍ତେଲ ଡ୍ୟାମ୍ ଆପ୍ରୋଚ୍ ରାସ୍ତା କାମ ଆରମ୍ଭ
ବଲାଙ୍ଗୀର ଅଫିସ, ୧୫ା୧: ପ୍ରାୟ ଅଢ଼େଇ ବର୍ଷ ପରେ ଲୋୟର ସୁକ୍ତେଲ ଡ୍ୟାମ ସାଇଟ୍ ଅଞ୍ଚଳରେ ଶୁକ୍ରବାରଠାରୁ ଡ୍ୟାମ ଆପ୍ରୋଚ୍ ରାସ୍ତା କାମ ଆରମ୍ଭ ହୋଇଛି। ପ୍ରଶାସନ ପକ୍ଷରୁ ପୋଲିସ ଫୋର୍ସ ଉପସ୍ଥିତିରେ ଏହି ରାସ୍ତା କାମ ଆରମ୍ଭ କରାଯାଇଛି। ସୁକ୍ତେଲ…
ମିଳିଲା ମୃତ ଗାଁ ସାଥୀଙ୍କ କଟା ମୁଣ୍ଡ
ସୁନ୍ଦରଗଡ,୧୫।୧: ସୁନ୍ଦରଗଡ଼ ସଦର ବ୍ଲକ କିରେଇ ପଞ୍ଚାୟତର ନିଖୋଜ ଗାଁ ସାଥୀ ରମେଶ ସିଂ(୩୫)ଙ୍କୁ ଖଣ୍ଡ ଖଣ୍ଡ କରି ହତ୍ୟା କରାଯାଇଛି । ହତ୍ୟାର କାରଣ ଜଣାପଡି ନ ଥିବା ବେଳେ ପରକୀୟା ପ୍ରୀତିକୁ ନେଇ ଏହା ଘଟିଥିବା କୁହାଯାଉଛି ।…
ରାଜ୍ୟରେ ସୁସ୍ଥ ହେଲେ ୨୫୬ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୧୫।୧: ଓଡ଼ିଶାରେ ଶୁକ୍ରବାର ୨୫୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ ରାଜ୍ୟରେ କରୋନାରୁ ମୁକ୍ତ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ୩,୨୯,୦୮୮ରେ ପହଞ୍ଚିଛି। ବଲଙ୍ଗୀର ଓ ସୁନ୍ଦରଗଡ଼ ଜିଲରୁ ଆରୋଗ୍ୟ ଲାଭ କରିଛନ୍ତି ସର୍ବାଧିକ ୪୦ ଜଣ। ବରଗଡ଼ରୁ ୨୫, ଅନୁଗୁଳରୁ…
Archives


