ଅଧା ବାଟରେ ଖୋଳ

ଯାଜପୁର ଅଫିସ/ ଚଣ୍ଡିଖୋଲ(ଡି.ଏନ.ଏ.),୧୬।୧: ନକଲି ଟ୍ରାଞ୍ଜିଟ୍‌ ପାସ୍‌ (ଟିପି) ତିଆରି କରି ଲୁହାପଥର ଲୁଟ୍‌ ଓ ଚୋରି ଘଟଣା ଏବେ ବୃଦ୍ଧି ପାଇବାରେ ଲାଗିଛି। କେନ୍ଦୁଝର ଓ ଯାଜପୁର ଜିଲାରେ ମୂଲ୍ୟବାନ ଖଣିଜ ପଦାର୍ଥ ନକଲି ଟିପି ସହାୟତାରେ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ବିହାର ରାଜ୍ୟକୁ ଚୋରାଚାଲାଣ କରାଯାଉଥିବା ଏବେ ଦେଖିବାକୁ ମିଳିଛି। କିଛିଦିନ ତଳେ କେନ୍ଦୁଝର ଜିଲା ଚମ୍ପୁଆ, ଯୋଡ଼ା, ବାଲିବନ୍ଧ ଅଞ୍ଚଳରେ ଜଙ୍ଗଲ ଅଧିକାରୀମାନେ ବିପୁଳ ପରିମାଣର ମାଙ୍ଗାନିଜ ଜବତ କରିଥିଲେ। ଗତ ୧୪ ତାରିଖରେ ବଡବିଲ ପୋଲିସ ୭୧ ଟନ ବୋଝେଇ ୨ଟି ଟ୍ରକକୁ ଜବତ କରିଥିବାବେଳେ ଏଥିରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରିଥିଲା। ସେହିପରି ଗତ ଅକ୍ଟୋବର ୩୧ରେ ଯାଜପୁରରୋଡ ଖଣି ଉପନିର୍ଦ୍ଦେଶାଳୟ ପକ୍ଷରୁ ଧର୍ମଶାଳା ତହସିଲ ନେଉଳପୁର ପାହାଡ ଅଞ୍ଚଳରେ ପ୍ରାୟ ୨୦୦ ଟନ ଚୋରା ଲୁହାପଥର ଜବତ ହୋଇଥିଲା। ତେବେ ଏଯାଏ ଏହି ଲୁହାପଥର ଜବତ ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ଟେର ପାଇପାରିନି ଖଣି ବିଭାଗ।
କେନ୍ଦୁଝର, ସୁନ୍ଦରଗଡ଼ ଅଞ୍ଚଳରୁ ଆସୁଥିବା ଏହି ଲୁହାପଥର ବୋଝେଇ ଟ୍ରକ ଯାଜପୁର ଜିଲା ଦେଇ ପାରାଦୀପ ବନ୍ଦରକୁ ଯାତାୟାତ କରିଥାନ୍ତି। କିନ୍ତୁ ଏହି ଟ୍ରକଗୁଡ଼ିକ ପାରାଦୀପ ନ ଯାଇ ସେମାନଙ୍କର ଚାଲାଣଗୁଡ଼ିକୁ ବନ୍ଦର ରପ୍ତାନିକାରୀ ସଂସ୍ଥା ନିକଟକୁ ପଠାଇଦିଅନ୍ତି। ସେଠାରେ ଚାଲାଣ ପାସ୍‌ ହୋଇଗଲା ପରେ ଏହି ଲୁହାପଥର ବୋଝେଇ ଟ୍ରକ୍‌ ଅନ୍ୟ ସ୍ଥାନକୁ ଚାଲିଯାଇଥାଏ। ଆଉ ଏକ ନକଲି ଚାଲାଣ କରାଯାଇ ଏହାକୁ ପଶ୍ଚିମବଙ୍ଗ, ଛତିଶଗଡ଼ ଓ ବିହାରକୁ ପଠାଇ ଦିଆଯାଏ। ଯାଜପୁର ଜିଲା ଦେଇ ୬ ଓ ୫୩ ନମ୍ବର ଜାତୀୟ ରାଜପଥ ଯାଇଛି। ଯେ କୌଣସି ଖଣି ଅଞ୍ଚଳରୁ ଲୁହାପଥର ବୋଝେଇ ହୋଇ ଆସୁଥିବା ଗାଡ଼ି ଏହି ଦୁଇ ଜାତୀୟ ରାଜପଥ ଦେଇ ଅତିକ୍ରମ କରିଥାଏ। ଲୁହାପଥର ଖଣିରୁ ଆଣିଲା ବେଳେ ଟ୍ରକ୍‌ ଡ୍ରାଇଭରମାନଙ୍କୁ ଟିପିି ଦିଆଯାଇଥାଏ। ଏହାକୁ ଅନ୍‌ଲାଇନ ଜରିଆରେ ଦାଖଲ କରାଯାଇଥାଏ। ଯାଜପୁର ଜିଲାର ଚଣ୍ଡିଖୋଲ ହେଉଛି ଦୁଇ ଜାତୀୟ ରାଜପଥର ମିଳନ ସ୍ଥଳ। ସେଥିପାଇଁ ଚଣ୍ଡିଖୋଲଠାରୁ ଟ୍ରକଗୁଡ଼ିକୁ କିପରି ପାରାଦୀପ ବନ୍ଦରକୁ ପଠା ନ ଯାଇ ଲୁହାପଥରକୁ ଅଧା ରାସ୍ତାରେ ଖୋଳ କରାଯିବ ତା’ର ନିର୍ଦ୍ଧାରଣ ଚୋରା ମାଫିଆମାନେ କରିଥାନ୍ତି। ପାଣିକୋଇଲିଠାରୁ ଚଣ୍ଡିଖୋଲ ୬ ନମ୍ବର ଜାତୀୟ ରାଜପଥ ଏବଂ ଡ଼ୁବୁରୀଠାରୁ ଚଣ୍ଡିଖୋଲ ୫୩ ନଂ ଜାତୀୟ ରାଜପଥ କଡ଼ରେ ରହିଥିବା ବିଭିନ୍ନ ନିଛାଟିଆ ସ୍ଥାନ ଓ ଗ୍ରାମରେ ଲୁହାପଥରକୁ କାଢି ଦିଆଯାଉଛି। ସେଥିରୁ ଲୁହାପଥର ଗୁଣ୍ଡ ଓ ଗୁଲି ବିଭିନ୍ନ ବେଆଇନ ସ୍ପଞ୍ଜ କାରଖାନାକୁ ଚାଲାଣ ହେଉଛି। ସେଥିପାଇଁ ଅସଲି ଦେଖାଯିବା ଭଳି ନକଲି କାଗଜପତ୍ର ତିଆରି କରାଯାଉଛି। ତାହାକୁ କେହି ନକଲି ବୋଲି ଜାଣିବା କଷ୍ଟକର। ପାଣିକୋଇଲିଠାରୁ ଚଣ୍ଡିଖୋଲ ମଧ୍ୟରେ ୩ଟି ଏବଂ ଡୁୁବୁରୀରୁ ଚଣ୍ଡିଖୋଲ ମଧ୍ୟରେ ୨ଟି ର଼୍ୟାକେଟ ଲୁହାପଥର ଚୋରାଚାଲାଣରେ ସମ୍ପୃକ୍ତ ଥିବା ସୂଚନା ମିଳିଛି। ବିଭିନ୍ନ ଥାନା ଅଞ୍ଚଳରେ ଏଭଳି ଚାଲୁଥିବାବେଳେ ପୋଲିସ ଓ ଖଣି ଅଧିକାରୀମାନେ ଜାଣିଶୁଣି କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ଯଦି କୌଣସି ସ୍ଥାନରେ କେତେବେଳେ ଅଭିଯୋଗ ହୁଏ ତେବେ କାରବାରରେ ସମ୍ପୃକ୍ତ ମାଫିଆମାନେ ଆରାମରେ ଖସିଯାଇ ଟ୍ରକ୍‌ ଡ୍ରାଇଭରଙ୍କ ଉପରେ ଦୋଷ ଲଦିଥାନ୍ତି। ପୋଲିସ ଡ୍ରାଇଭରଙ୍କୁ କୋର୍ଟଚାଲାଣ କରି ବସିଯାଉଥିବା ଅଭିଯୋଗ ହୋଇଛି। ଏ ସଂକ୍ରାନ୍ତରେ ଯାଜପୁରରୋଡ ଖଣି ଉପନିର୍ଦ୍ଦେଶାଳୟର ଉପନିର୍ଦ୍ଦେଶକ ଜେ.ଏସ. ବାନାରାଙ୍କୁ ପଚାରିବାରୁ ସେ କହିଛନ୍ତି ବିଭାଗୀୟ ସ୍କ୍ବାଡ୍‌ ଜରିଆରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲାରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ବନ୍ଦ ପାଇଁ ନିଆଯିବ କଠୋର ପଦକ୍ଷେପ, ଶିଶୁକନ୍ୟା ମୃତ୍ୟୁହାର କମାଇବାକୁ…

ଛତ୍ରପୁର,୨୬ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଶିଶୁକନ୍ୟା…

ଭୟଙ୍କର! ମନ୍ତ୍ରୀଙ୍କ ଘରେ ପାଣି ପଶିବା ପରେ ବାଲି ପକାଇବାକୁ ଯାଉଥିଲେ ଶ୍ରମିକ, ମଝି ନଦୀରେ ଓଲଟିଲା ଡଙ୍ଗା, ୨୨ ଶ୍ରମିକ…

ପାଟନା,୨୬।୮: ବିହାରର ଭାଗଲପୁରରେ ଗଙ୍ଗା ନଦୀରେ ଏକ ବଡ଼ ଅଘଟଣ ଘଟିଛି । ନବଗଛିଆ ଅନ୍ତର୍ଗତ ଖରୀକ ବ୍ଲକର ରାଘୋପୁର ତଟବନ୍ଧ ନିକଟରେ ୨୨ ଜଣ ଶ୍ରମିକଙ୍କୁ…

ଚନ୍ଦ୍ରଗ୍ରହଣରେ ସମ୍ଭାଳିକି ରୁହନ୍ତୁ ଏହି ଗୋଟିଏ ରାଶି , ବଢ଼ିବ ମାନସିକ ଚାପ, ମାସେ ଯାଏ ଭାବିଚିନ୍ତି ନିଅନ୍ତୁ ନିଷ୍ପତ୍ତି!

ଜ୍ୟୋତିଷ ସିଦ୍ଧାନ୍ତ ଅନୁସାରେ, ଯେତେବେଳେ ବି କୌଣସି ବଡ଼ ଖଗୋଳୀୟ ଘଟଣା ଘଟେ, ସେତେବେଳେ ଏହାର ସିଧାସଳଖ ପ୍ରଭାବ ଦେଶ-ଦୁନିଆ ଏବଂ ରାଶିଗୁଡ଼ିକ ଉପରେ ପଡ଼ିଥାଏ। କିନ୍ତୁ…

ନେପାଳରେ ବନ୍ୟା ବିପର୍ଯ୍ୟୟ: ଭାସିଗଲା ଅନେକ ଗାଁ, ୭ଜଣଙ୍କ ମୃତ୍ୟୁ, ୧୦୫ ଜଣ ଭାରତୀୟଙ୍କ ସମେତ ୨୯୧ ବିଦେଶୀ ନିଖୋଜ

କାଠମାଣ୍ଡୁ,୨୬।୮: ଉତ୍ତର ନେପାଳର ଭୋଟେ କୋଶି ନଦୀରେ ବୁଧବାର ହଠାତ ବନ୍ୟା ଆସିଥିଲା। ଏପର୍ଯ୍ୟନ୍ତ ୭ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ସମୟରେ, ୨୯୧ ବିଦେଶୀ ନାଗରିକଙ୍କ…

‘ଛାତ୍ରଙ୍କୁ ଚାକିରି ନୁହେଁ ଲାଠି ମିଳୁଛି’, ରାସ୍ତାରେ ଗର୍ଜିଲେ ୬ ବର୍ଷର ବାଳକ, ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା…

ପାଟନା,୨୬।୮: ରୋଜଗାର ସମେତ ବିଭିନ୍ନ ଦାବି ନେଇ ପାଟନାର ଡାକବଙ୍ଗଲା ଛକରେ ଛାତ୍ର ଓ ପରୀକ୍ଷାର୍ଥୀଙ୍କ ଆନ୍ଦୋଳନ ଜାରି ରହିଛି । ଏହି ଭିଡ଼ ମଧ୍ୟରେ ପ୍ରାୟ…

Video: ନେପାଳରେ ପ୍ରକୃତିର କୋପ, ଆସିଲା ଭୟଙ୍କର ଭଡ଼ିଓ, ହଠାତ୍‌ ମାଡିଆସିଲା ପାଣି ୧୦୦୦ରୁ ଅଧିକ ଲୋକ ଭାସିଯାଇଥିବା ଆଶଙ୍କା

କାଠମାଣ୍ଡୁ,୨୬।୮: ପ୍ରତିବର୍ଷ ମୌସୁମୀ ଋତୁରେ, ନେପାଳ ଏବଂ ଭାରତର ପାର୍ବତ୍ୟାଞ୍ଚଳ ପ୍ରକୃତିର କୋପ ଦେଖିଥାଏ। ବୁଧବାର ସକାଳେ ନେପାଳରେ ସମାନ ଦୃଶ୍ୟ ଦେଖାଦେଇଥିଲା ଯେତେବେଳେ ତିବ୍ଦତ ସୀମା…

ମାତ୍ର ଏତିକି କିଲୋର କିଣିପାରିବେ ଚିନି! ବିଗ୍‌ବାସ୍କେଟ-ଇନଷ୍ଟାମାର୍ଟ ଭଳି କମ୍ପାନୀ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ, ୨୬।୮: ଭାରତରେ ପର୍ବପର୍ବାଣିର ମୁଖ୍ୟ ଋତୁ ପୂର୍ବରୁ ଯୋଗାଣରେ ହ୍ରାସ କାରଣରୁ D-Mart ଭଳି ରିଟେଲର୍ସ ଏବଂ BigBasket, Blinkit ଓ Swiggy Instamart ଭଳି…

ମହଙ୍ଗା ମାଡ଼: ବଢ଼ିଲା ଅଣ୍ଡା ଦର, ଏତିକି ଟଙ୍କା ହେବ ଚିକେନ ଦାମ୍

ନୂଆଦିଲ୍ଲୀ,୨୬।୮: ଦୈନନ୍ଦିନ ଖାଦ୍ୟସାମଗ୍ରୀର ବୃଦ୍ଧିପାଉଥିବା ଦରଦାମ୍ ମଧ୍ୟରେ ଏବେ ଅଣ୍ଡା ଦର ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ଗୋଟିଏ ବର୍ଷ ମଧ୍ୟରେ ଅଣ୍ଡା ମୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri