ରାଜ୍ୟ

ଆଜି ରାଜ୍ୟରୁ ୫୮ ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ରାଜ୍ୟରୁ ୫୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୦୪୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୫ ଜଣ…

ଆଜି ଟୁଇନ୍‌ ସିଟିରେ ଘନ କୁହୁଡ଼ି, ମୁହଁକୁ ମୁହଁ ଦେଖାଯାଉନି

ଭୁବନେଶ୍ୱର,୧୨।୨(ବ୍ୟୁରୋ): ଶୁକ୍ରବାର ସକାଳେ ଟୁଇନ୍‌ ସିଟି ଅର୍ଥାତ୍‌ କଟକ ଭୁବନେଶ୍ୱରରେ ଘନ କୁହୁଡ଼ି ଦେଖିବାକୁ ମିଳିଥିଲା। ସକାଳୁ ଅତି ନିକଟରୁ ମଧ୍ୟ ମୁହଁକୁ ମୁହଁ ଦେଖାଯାଉନି। ଫଳରେ ଯାତାୟାତରେ ବାଧା ସୃଷ୍ଟି ହୋଇଛି। ସେହିପରି ରାଜ୍ୟର ବିଭିନ୍ନ ଜିଲାରେ ମଧ୍ୟ କୁହୁଡ଼ି…

କଟାମୁଣ୍ଡର କାହାଣୀ…

ଭୁବନେଶ୍ୱର,୧୨।୨ (ବ୍ୟୁରୋ): ଫେବୃୟାରୀ ୩ରୁ ୧୧। କମିଶନରେଟ ପୋଲିସ୍‌ ପାଇଁ ଥିଲା ସବୁଠୁ ବଡ଼ ଚ୍ୟାଲେଞ୍ଜ। ଚନ୍ଦକା ଥାନା ଅନ୍ତର୍ଗତ ଅନ୍ଧାରୁଆ-ଦାସପୁର ରାସ୍ତା ପାର୍ଶ୍ୱରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ଘଟଣା ପୋଲିସ ଆଖିରୁ ନିଦ ହଜାଇ ଦେଇଥିଲା। ମୁଣ୍ଡ ନ…

୧୫ରୁ ହାଇକୋର୍ଟରେ ସିଧାସଳଖ ଶୁଣାଣି

କଟକ ଅଫିସ,୧୨।୨: ଆସନ୍ତା ୧୫ ତାରିଖରୁ ହାଇକୋର୍ଟ ସ୍ବାଭାବିକ ଭାବେ କାର୍ଯ୍ୟ କରିବ। କରୋନା ମହାମାରୀ ଯୋଗୁ ହାଇକୋର୍ଟରେ ବିଭିନ୍ନ ମାମଲାର ଶୁଣାଣି ଭର୍ଚୁଆଲ ମାଧ୍ୟମରେ ହେଉଥିଲା। ଏଥିପାଇଁ ହାଇକୋର୍ଟ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଗୁରୁବାର ଏସ୍‌ଓପି ଜାରି କରାଯାଇଛି। କୋର୍ଟ କାର୍ଯ୍ୟ…

ଗୁଣ୍ଡିଚା ମନ୍ଦିର ରତ୍ନସିଂହାସନ ନିଲାମକୁ ବିରୋଧ

ପୁରୀ ଅଫିସ,୧୨।୨: ଶ୍ରୀଗୁଣ୍ଡିଚା ମନ୍ଦିର ରତ୍ନସିଂହାସନ ନିଲାମକୁ ବିରୋଧ କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ନିଲାମରେ ଦେଉଥିବା ଶ୍ରୀଗୁଣ୍ଡିଚା ରତ୍ନସିଂହାସନ ସୁରକ୍ଷିତ ନୁହେଁ ବୋଲି ଅଭିଯୋଗ ଉଠିଛି। ଶ୍ରୀଗୁଣ୍ଡିଚା ମନ୍ଦିର ନିଲାମ ହେବା କାରଣରୁ ରତ୍ନସିଂହାସନ କ୍ରମଶଃ ଅସୁରକ୍ଷିତ ହେବାରେ ଲାଗିଛି। ବର୍ଷ…

ପୁରୀ ପ୍ରବେଶ ପଥ, ବେଳାଭୂମିରେ କଡ଼ା ସୁରକ୍ଷା

ପୁରୀ ଅଫିସ,୧୨।୨: ଶ୍ରୀମନ୍ଦିରରେ କଟକଣାମୁକ୍ତ ଧାଡ଼ି ଦର୍ଶନ ଆରମ୍ଭ ହେବା ପୂର୍ବରୁ ଗୁରୁବାର ପୁରୀ ପୋଲିସ ଡ୍ରାଏ ମକ୍‌ଡ୍ରିଲ କରିଛି। ମାତ୍ରାଧିକ ଗହଳିକୁ କିଭଳି ଭାବେ ନିୟନ୍ତ୍ରଣ କରାଯିବ, ଜରୁରିକାଳୀନ ସ୍ଥିତିରେ ଡାକ୍ତରୀ ସୁବିଧା ପାଇଁ ରୋଗୀଙ୍କୁ ସ୍ଥାନାନ୍ତର ଓ ଶୃଙ୍ଖଳିତ…

ଟୋକନ୍‌ ଅଛି, ଧାନ କିଣା ହେଉନି

ପୁରୀ ଅଫିସ,୧୨।୨: ଟୋକନ୍‌ ମିଳିସାରିଛି, ମାତ୍ର ଧାନ ବିକ୍ରି ହୋଇ ପାରୁନାହିଁ। ଏ ନେଇ ଗୁରୁବାର ଗୋପ ବ୍ଲକ୍‌ର ଛଇତନା ଓ ଇତିଭୂଆଁ ଗ୍ରାମପଞ୍ଚାୟତର ଚାଷୀମାନେ ଜିଲାପାଳ ସମର୍ଥ ବର୍ମାଙ୍କୁ ଅଭିଯୋଗପତ୍ର ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଛଇତନା ସମବାୟ ସମିତି ମଣ୍ଡିରେ…

୨୮ କୋଟିର ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ବ୍ୟୁରୋ),୧୨।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନଫରେନ୍ସ ଜରିଆରେ ହିଞ୍ଜିଳି ପୌର ପରିଷଦ ଅଞ୍ଚଳରେ ୨୮ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ପିଲାମାନେ ହେଉଛନ୍ତି ଏ ଜାତିର ଏ ଦେଶର ଭବିଷ୍ୟତ। ଶିକ୍ଷା ହେଉଛି…

ଗହୀରମଥାରେ ୩୦୦ ଡଲ୍‌ଫିନଙ୍କ ଜଳକ୍ରୀଡ଼ା

ରାଜନଗର,୧୨।୨(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଜଳରାଶିରେ ୩୦୦ ଡଲ୍‌ଫିନ  ଜଳକ୍ରୀଡ଼ା କରୁଥିବା ଦେଖିବାକୁ ମିଳିଛି। ଏକଦା ଡଲ୍‌ଫିନଙ୍କ ଜଳକ୍ରୀଡ଼ା ସ୍ଥାନ ଭାବେ ଓଡ଼ିଶାର ଚିଲିକା ପରିଚିତ ଥିଲା। ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଡଲ୍‌ଫିନଙ୍କ ସଂଖ୍ୟା ବୃଦ୍ଧି ପ୍ରାଣୀବିଜ୍ଞାନୀଙ୍କ ମଧ୍ୟରେ…

ଇ-ବିଧାନସଭା ହେବ ଷଷ୍ଠ ଅଧିବେଶନ

ଭୁବନେଶ୍ୱର,୧୨।୨ (ବ୍ୟୁରୋ): ଷୋଡ଼ଶ ବିଧାନସଭାର ଷଷ୍ଠ ଅଧିବେଶନ ସମ୍ପୂର୍ଣ୍ଣ ଇ-ବିଧାନସଭା ରୂପେ କାର୍ଯ୍ୟ କରିବ। ଏ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଗୁରୁବାର ଏକ ଉଚ୍ଚସ୍ତରୀୟ ବୈଠକ ଡାକି ସମୀକ୍ଷା କରିଛନ୍ତି। ରାଜ୍ୟପାଳଙ୍କ ଅଭିଭାଷଣଠାରୁ ଆରମ୍ଭକରି ବଜେଟ ଉପସ୍ଥାପନ, ବିଧାନସଭା ସଦସ୍ୟମାନଙ୍କ…

ଜଙ୍ଗଲ ସୁରକ୍ଷାରେ ମଦନ

ବନ୍ତ,୧୨।୨(ଡି.ଏନ.ଏ.)-ଆଧୁନିକ ଚାକଚକ୍ୟ ଭିତରେ ନିଜକୁ ପ୍ରତିଷ୍ଠିତ କରିବାକୁ ଲୋକଙ୍କ ଭିତରେ ପ୍ରତିଯୋଗିତା ଚାଲିଥିବା ବେଳେ ପରିବେଶ ସୁରକ୍ଷା ପ୍ରତି କାହାରି ନିଘା ନାହିଁ। କଳ କାରଖାନା ଗଢ଼ିବା ପାଇଁ ଜଙ୍ଗଲ କାଟି ସଫା କରି ଦିଆଯାଉଛି। ଶିକ୍ଷିତ ସମାଜ ପରିବେଶ ସୁରକ୍ଷାକୁ…

ନୂଆ ରୂପ ପାଇବ ତାଳସାରୀ-ଉଦୟପୁର ବେଳାଭୂମି

ଭୋଗରାଇ, ୧୨।୨(ଡି.ଏନ.ଏ.)-ପର୍ଯ୍ୟଟନସ୍ଥଳୀ ତାଳସାରୀ-ଉଦୟପୁର ଏବେ ନୂଆ ରୂପରେ ଶୋଭା ପାଇବ। ବଙ୍ଗୋପସାଗର କୂଳରେ ଥିବା ବାଲେଶ୍ୱର ଜିଲା ଭୋଗରାଇ ବ୍ଲକର ଏହି ଦୁଇ ବେଳାଭୂମିକୁ ବିଶ୍ୱମାନର ପର୍ଯ୍ୟଟନସ୍ଥଳୀ ରୂପେ ଗଢ଼ି ତୋଳିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଭିଡିଓ କନ୍‌ଫରେନ୍ସରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri