୬ ମାସର ପାରିଶ୍ରମିକ ଦାବିରେ ଆଶା କର୍ମୀଙ୍କ ଆନ୍ଦୋଳନ
ଖଡ଼ିଆଳ, ୩୧।୮ (ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାର୍ଯ୍ୟରତ ସମସ୍ତ ଆଶା କର୍ମୀଙ୍କ ୬ ମାସର ଆର୍ଥିକ ସହାୟତା ପ୍ରଦାନ ଦାବିରେ ଆନ୍ଦୋଳନ ଆରମ୍ଭ ହୋଇଛି। ଏଥିସହ ସେମାନେ କାର୍ଯ୍ୟବନ୍ଦ ଡାକରା ଦେଇଛନ୍ତି। ଆଶା…
ସଫଳତା ପାଇଁ ଗଞ୍ଜାମ ଏନ୍ଏସି ପୁରସ୍କୃତ: ମିଳିଲା ୨ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କାର ଗ୍ରହଣ କଲେ…
ଗଞ୍ଜାମ, ୩୧/୮ (ବିଦ୍ୟାଧର ସାହୁ): ୨୦୨୫-୨୬ ଆର୍ଥିକ ବର୍ଷରେ ରାଜସ୍ୱ ଆଦାୟ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ତଥା ଉଲ୍ଲେଖନୀୟ ସଫଳତା ପାଇଁ ଗଞ୍ଜାମ ଏନ୍ଏସି ପୁରସ୍କୃତ ହୋଇଛି। ସ୍ୱାୟତ୍ତ ଶାସନ ଦିବସ ଅବସରରେ କୃଷି ଓ ପ୍ରଯୁକ୍ତି ବିଦ୍ୟା ବିଶ୍ୱବିଦ୍ୟାଳୟର କୃଷି…
ସ୍ତ୍ରୀଙ୍କୁ ଶାବଳରେ ପିଟି ହତ୍ୟା, ସ୍ୱାମୀଙ୍କୁ ଆଜୀବନ
ଵ୍ରହ୍ମପୁର,୩୧।୮(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୪ ମସିହାରେ ସଦର ଥାନା ଅନ୍ତର୍ଗତ ରୋହିଗାଁ’ରେ ନିଜ ସ୍ତ୍ରୀ’ଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିଲେ । ଜିଲା ଦୌରା ଜଜ ଅଶାନ୍ତ କୁମାର ଦାସ ଆଜି ଉକ୍ତ ମାମଲାର ଶୁଣାଣି କରିଛନ୍ତି । ଜଜ ଅଭିଯୁକ୍ତଙ୍କୁ…
ଟିଚ୍ କନ୍ଧମାଳ: ଲାଲ ବାହାଦୁର ବିଦ୍ୟାପୀଠରେ ପାଠ ପଢ଼ାଇଲେ ବିଡିଓ ପ୍ରୀତିରଞ୍ଜନ, ସିଆଙ୍ଗବାଲିରେ ଉପଜିଲାପାଳ
ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ରେ ଶିକ୍ଷାର ବିକାଶ ଓ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ବୃଦ୍ଧି ଉଦ୍ଦେଶ୍ୟରେ ଜିଲାର ବିଭିନ୍ନ ବିଭାଗର ଉଚ୍ଚପଦାଧିକାରୀମାନେ ବିଦ୍ୟାଳୟକୁ ଯାଇ ଶିକ୍ଷାଦାନ କରିଛନ୍ତି। ‘ଟିଚ୍ କନ୍ଧମାଳ’ କାର୍ଯ୍ୟକ୍ରମ ଅଧୀନରେ ଏହି…
ବହୁଚର୍ଚ୍ଚିତ ପୀତବାସ ପଣ୍ଡା ହତ୍ୟା ମାମଲା; ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ
କଟକ,୩୧।୮(ପ୍ରଭୁକଲ୍ୟାଣ ପାଲ୍): ବହୁ ଚର୍ଚ୍ଚିତ ଆଇନଜୀବୀ ପୀତବାସ ପଣ୍ଡା ହତ୍ୟାକାଣ୍ଡରେ ଫସିଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଅଶ୍ଵସ୍ତି ମିଳିଛି । ଆଜି ବିକ୍ରମ ପଣ୍ଡାଙ୍କ ଜାମିନ ମଞ୍ଜୁର କରିଛନ୍ତି ହାଇକୋର୍ଟ । ଜାମିନ ଦେବା ସମୟରେ ନିମ୍ନ ଅଦାଲତ ଆବଶ୍ୟକ…
ଦାରିଙ୍ଗବାଡ଼ି ଅଞ୍ଚଳରେ ଲଘୁଚାପଜନିତ ବର୍ଷା ଜାରି, ଘନ କୁହୁଡ଼ି ସାଙ୍ଗକୁ କୋହଲା ପବନ
ଦାରିଙ୍ଗବାଡ଼ି, ୩୧/୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଗତ କିଛି ଦିନ ହେଲା ଲଘୁଚାପଜନିତ ବର୍ଷା ଲାଗିରହିଛି। ଦିନରାତି ଝିପିଝିପି ବର୍ଷା ହେଉଥିବା ବେଳେ କେତେବେଳେ ପ୍ରବଳ ବର୍ଷା ମଧ୍ୟ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ବର୍ଷା…
ଗୁଡାରି ଏନଏସିକୁ ମିଳିଲା ଦୁଇ କୋଟି ଟଙ୍କାର ଚେକ୍, ମୁଖ୍ୟମନ୍ତ୍ରୀ….
ଗୁଡାରି,୩୧।୮(ପ୍ରମୋଦ କୁମାର ପତି ): ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ ଗୁଡାରି ଏନଏସିକୁ ୨ କୋଟି ଟଙ୍କାର ଚେକ ପ୍ରଦାନ କରାଯାଇଛି । ଏନଏସି…
OSEPAର ବଡ଼ ଘୋଷଣା: ଏହି ଦିନ ହେବ ସମେଟିଭ-୧ ପରୀକ୍ଷା
ଭୁବନେଶ୍ୱର,୩୧।୮: OSEPA ପକ୍ଷରୁ ଛାତ୍ରୀଛାତ୍ରମାନଙ୍କ ପାଇଁ ସୋମବାର ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ସେପ୍ଟେମ୍ବର ଚତୁର୍ଥ ସପ୍ତାହରେ ଛାତ୍ରୀଛାତ୍ରମାନଙ୍କ ସମେଟିଭ ଆସେସମେଣ୍ଟ-୧ ପରୀକ୍ଷା ହେବ ବୋଲି ଘୋଷଣା କରାଯାଇଛି। ଶିଶୁବାଟିକା-୩ରୁ ଅଷ୍ଟମ ଶ୍ରେଣୀ ଯାଏ ରାଜ୍ୟର ସମସ୍ତ ବିଦ୍ୟାଳୟରେ ଏହି ପରୀକ୍ଷା…
୭୫ ବର୍ଷର ସୁବର୍ଣ୍ଣପୁର ପୌରପାଳିକା: ଏବେ ବି ବିକାଶଠୁ ବହୁ ଦୂରରେ…
ସୋନପୁର,୩୧।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ପୌରପାଳିକା ଓଡ଼ିଶାର ଅନ୍ୟତମ ପୁରାତନ ପୌରପାଳିକା। ୧୯୫୦ ମସିହାରେ ବ୍ରିଟିଶ ଶାସନ ସମୟରେ ସୋନପୁର ରାଜ୍ୟରେ ପୌରପାଳିକା ସ୍ଥାପନ ହୋଇଥିଲା। ସ୍ବାଧୀନତା ପରେ ସହରର ଗୁରୁତ୍ୱ ତଥା ସେତେବେଳର ବାଣିଜ୍ୟ ବ୍ୟବସାୟକୁ ଦୃଷ୍ଟିରେ ରଖି ୧୯୫୧ରେ ରାଜ୍ୟ…
ଧାନ ବିକ୍ରି ପଞ୍ଜୀକରଣ ପାଇଁ ପାକ୍ସରେ ଚାଷୀଙ୍କ ଭିଡ଼
ଅମରପାଲି,୩୧ା୮(ପୀତାମ୍ବର ସାହୁ): ଚାଷ ଓ ଚାଷୀଙ୍କ ଜିଲା ସୁବର୍ଣ୍ଣପୁର। ଜିଲାର ଅଧିକାଂଶ ଧାନ ଚାଷ କରନ୍ତି। ଚଳିତ ଖରିଫ ଋତୁରେ ଧାନ ବିକ୍ରି ପାଇଁ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଏବେ ଚାଷୀ ପଞ୍ଜୀକରଣ ଯୋରଦାର ଭାବେ ଚାଲିଛି। ଚଳିତବର୍ଷ ମହିଳା…
ବିଜେଡିର ବଡ଼ ଚେତାବନୀ: MMDR ପ୍ରତ୍ୟାହାର ନ ହେଲେ ଧାରଣା
ଭୁବନେଶ୍ୱର,୩୧।୮:ଖଣି ଏବଂ ଖଣିଜ (ବିକାଶ ଏବଂ ନିୟନ୍ତ୍ରଣ) ସଂଶୋଧନ ଆଇନ, ୨୦୨୬(MMDR) ପ୍ରତ୍ୟାହାର ନ ହେବା ଯାଏ ରାଜଭବନ ଆଗରେ ଧାରଣା ଦିଆଯିବ ବୋଲି ସୋମବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ଚିନ୍ମୟ ସାହୁ…
ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ଏସ୍ପି: ଭିତ୍ତିଭୂମି ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ….
ଦାରିଙ୍ଗବାଡ଼ି, ୩୧।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ସୋମବାର କନ୍ଧମାଳ ଏସ୍ପି ରମେନ୍ଦ୍ର ପ୍ରସାଦ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ପାଠ ପଢ଼ାଇଛନ୍ତି। ଏସ୍ପିଙ୍କୁ ନିକଟରେ ପାଇ ଛାତ୍ରୀଛାତ୍ରଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଏସ୍ପି ରମେନ୍ଦ୍ର…

