ଭୁବନେଶ୍ୱର,୧୫।୧୦: ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଏକ ଚିଠି ଲେଖିଛନ୍ତି। ଚିଠିରେ ଧର୍ମେନ୍ଦ୍ର ଜାତୀୟ ଓ ରାଜ୍ୟ ରାଜପଥରେ ବେଆଇନ ପାର୍କିଂ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି।
ଏପରିକି ରାଜପଥରେ ବେଆଇନ ପାର୍କିଂ ପାଇଁ ବଢୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଧର୍ମେନ୍ଦ୍ର ଉଦ୍ବେଗ ପ୍ରକାଶ କରିଛନ୍ତି। ଜାତୀୟ ରାଜପଥରେ ନିରାପଦ ଯାତ୍ରା ସମସ୍ତଙ୍କ ମୌଳିକ ଅଧିକାର। ହେଲେ ବିଭିନ୍ନ ସମୟରେ ରାଜପଥରେ ବେଆଇଭାବେ ଗାଡ଼ିଗୁଡିକୁ ପାର୍କିଂ କରାଯାଉଛି। ଗାଡ଼ିଗୁଡିକୁ ରାସ୍ତାରେ ଅଟକି ରହୁଥିବାରୁ ସଡ଼କ ଦୁର୍ଘଟଣା ଘଟି ଜୀବନହାନୀ ଘଟୁଛି। ଏନେଇ କମ୍ପାନୀ, ପରିବହନକାରୀ ଓ ଡ୍ରାଇଭରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଧର୍ମେନ୍ଦ୍ର ଦାବି କରିଛନ୍ତି।
ଏପରିକି ମାଇନିଂ କମ୍ପାନୀଗୁଡିକ ପାଇଁ ଅଫ୍ ହାଇୱେ ହୋଲ୍ଡିଂ ୟାର୍ଡ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି। ଅନ୍ୟପକ୍ଷେ ବେଆଇନ ଭାବେ ପାର୍କିଂ ହେଉଥିବା ଗାଡିକୁ ସେକ୍ସନ-୭୨ ଅଧୀନରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରି ଗାଡ଼ି ଜବତ କରିବାକୁ ଧର୍ମେନ୍ଦ୍ର ଚିଠିରେ ଉଲ୍ଳେଖ କରିଛନ୍ତି।

