ଆଜି ରାଜ୍ୟରୁ ୨୪୫ ପଜିଟିଭ୍ ଚିହ୍ନଟ, ଆଉ ୩ ଜଣଙ୍କ ଜୀବନ ଗଲା
ଭୁବନେଶ୍ୱର,୧ା୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରେ ୨୪୫ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୬୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୩୯ ଜଣ...
ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର
ଭୁବନେଶ୍ୱର,୧ା୧(ବ୍ୟୁରୋ): ରାଜ୍ୟର ନୂଆ ମୁଖ୍ୟ ଶାସନ ସଚିବ ଭାବେ ବରିଷ୍ଠ ଆଇଏଏସ ଅଫିସର ସୁରେଶ କୁମାର ମହାପାତ୍ର ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗୁରୁବାର ଅବସର ନେଇଥିଲେ। ଜାନୁୟାରୀ ୧ରେ ଅର୍ଥାତ...
ରାଜ୍ୟବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧।୧(ବ୍ୟୁରୋ): ପବିତ୍ର ଇଂରାଜୀ ନବବର୍ଷ ଅବସରରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇନ୍ତି। ଟୁଇଟ୍ ଯୋଗେ ମୁଖ୍ୟମନ୍ତ୍ରୀ ଏହି ବାର୍ତ୍ତା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ବର୍ଷ ୨୦୨୧ରେ କରୋନା ସଙ୍କଟ ଦୂର ହେବା ସହ ରାଜ୍ୟର...
ବଡ଼କୁ ଛାଡ଼ି ଛୋଟଙ୍କୁ ଧରୁଛନ୍ତି ସରକାର: ଭାଜପା
ଭୁବନେଶ୍ୱର,୧ା୧(ବ୍ୟୁରୋ):୨୦ବର୍ଷ ଧରି ସରକାର ରାଜ୍ୟରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ପ୍ରଶ୍ରୟ ଦେଇ ଚାଲିଛନ୍ତି ା ଏବେ କେବଳ ବାହା ବାହା ନେବା ପାଇଁ ସମ୍ପତ୍ତି ତାଲିକା କଥା ଉଠାଇବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ା ପୂର୍ବରୁ ଗେଜେଟେଡ୍ ସରକାରୀ ଅଧିକାରୀଙ୍କ ସମ୍ପତ୍ତି...
୩ ବର୍ଷରେ ୭୫୦ ସଡ଼କ ଦୁର୍ଘଟଣା, ୨୬୪ ମୃତ
ଖୋର୍ଦ୍ଧା ଅଫିସ, ୧ା୧:ରାଜ୍ୟରେ ସଡ଼କ ଦୁର୍ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ତାଳଦେଇ ମୃତ୍ୟୁହାର ମଧ୍ୟ ବଢିଚାଲିଛି। ସଡ଼କ ଦୁର୍ଘଟଣା ନିୟନ୍ତ୍ରଣ ଲାଗି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାର ନୂତନ ମୋଟରଯାନ ସଂଶୋଧନ ଆଇନ ୨୦୧୯...
ରାସ୍ତା ମରାମତି ଦାବିରେ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ: ରାସ୍ତାରେ ପାଣି ସିଞ୍ଚନ କଲେ ମହିଳା, ପୁରୁଷ
ଲହୁଣୀପଡା, ୧।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୋଇଡା ଓ ଲହୁଣୀପଡା ବ୍ଳକ ଅଧିନରେ ଥିବା ଲୁହାପଥର ଖଣି ଗୁଡିକରୁ ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ବ ସରକାରୀ ତହବିଲକୁ ଯାଉଥିବା ବେଳେ ଉକ୍ତ ଅଞ୍ଚଳରେ ମୌଳିକ ଅଧିକାର ଯୋଗାଇଦେବା ପାଇଁ...
ଚୋରା ଲୁହାପଥର ଟ୍ରକ ସହିତ କାର ଜବତ: ୫ ଗିରଫ
ଲହୁଣୀପଡା, ୧।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା ଲହୁଣୀପଡା ଥାନା ଅନ୍ତର୍ଗତ ରାଜାମୁଣ୍ଡା ଛକରୁ ଗୁରୁବାର ଭୋର ଏକ ଚୋରା ଲୁହାପଥର ବୋଝେଇ ଚଉଦ ଚକିଆ ଟ୍ରକ ଓ କାରକୁ ଜବତ କରିବା ସହିତ ୫ଜଣଙ୍କୁ ଲହୁଣୀପଡା ପୋଲିସ ଗିରଫ କରିଛି।...
ଆଜି ଦାୟିତ୍ୱ ନେବେ ସୁରେଶ ମହାପାତ୍ର
ଭୁବନେଶ୍ୱର,୧ା୧(ବ୍ୟୁରୋ): ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗୁରୁବାର ଅବସର ନେଇଛନ୍ତି। ଜାନୁୟାରୀ ୧ ତାରିଖ ଅର୍ଥାତ୍ ଶୁକ୍ରବାର ନୂଆ ମୁଖ୍ୟ ଶାସନ ସଚିବ ଭାବେ ସୁରେଶ ମହାପାତ୍ର ଦାୟିତ୍ୱ ଗ୍ରହଣ କରିବେ। କୋଭିଡ କଟକକଣା ଥିବାରୁ ବିଦାୟୀ...
ଓବିସି, ଏସ୍ଇବିସି ବର୍ଗଙ୍କ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ରହୁ
ଭୁବନେଶ୍ୱର,୧ା୧(ବ୍ୟୁରୋ): ସରକାରୀ ହାଇସ୍କୁଲରେ ପଢୁଥିବା ଛାତ୍ରୀଛାତ୍ରଙ୍କ ଲାଗି ଡାକ୍ତରୀ ଓ ଇଞ୍ଜିନିୟରିଂ ଭଳି ଉଚ୍ଚଶିକ୍ଷା ନିମନ୍ତେ ସ୍ଥାନ ସଂରକ୍ଷଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି ା ଏହି ପରିପ୍ରେକ୍ଷୀରେ ଅନ୍ୟାନ୍ୟ ପଛୁଆ ବର୍ଗ(ଓବିସି)ଙ୍କୁ ଚାକିରି କ୍ଷେତ୍ରରେ...
ବର୍ଷକରେ ୨୫ କୋଟିର ବ୍ରାଉନ୍ସୁଗାର ଜବତ
ଭୁବନେଶ୍ୱର,୧।୧(ବ୍ୟୁରୋ):କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍ଟିଏଫ)କୁ ୨୦୨୦ରେ ଅନେକ ସଫଳତା ମିଳିଛି। ବାଘଛାଲଠାରୁ ଆରମ୍ଭ କରି ବଜ୍ରକାପ୍ତା ଚାଲାଣ ଓ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଏସ୍ଟିଏଫ୍। ରାଜଧାନୀରୁ କୋରାପୁଟ ପର୍ଯ୍ୟନ୍ତ ସାରା ରାଜ୍ୟରେ ଚଢାଉ କରି ବ୍ରାଉନସୁଗାର ଓ...
କର୍ଫ୍ୟୁ ଭିତରେ ନୂଆବର୍ଷକୁ ସ୍ୱାଗତ
ଭୁବନେଶ୍ୱର,୧।୧(ବ୍ୟୁରୋ):ନା ଥିଲା ଚିକ୍ମିକ୍ ଲାଇଟ୍ ନା ଶୁଭୁଥିଲା କୋଳାହାଳ। ମଧ୍ୟରାତିର ସବୁ ଉତ୍କଣ୍ଠା, ଉତ୍ସାହରେ ରୋକ ଲଗାଇଥିଲା କରୋନା କଟକଣା। ରଙ୍ଗହୀନ ହୋଇଯାଇଥିଲା ଜିରୋନାଇଟ୍। କଟକ ଓ ଭୁବନେଶ୍ୱରରେ ୭ ଘଣ୍ଟିଆ କର୍ଫୁ ସତେ ଯେମିତି ସତର୍କ କରାଉଥିଲା। ନିର୍ଜନତା...
ଜଷ୍ଟିସ୍ ମୁରଲୀଧର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି
ନୂଆଦିଲ୍ଲୀ/ କଟକ ଅଫିସ୍: ୧।୧:ଜଷ୍ଟିସ ଏସ୍. ମୁରଲୀଧର ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଥିବା ଜଷ୍ଟିସ୍ ମୁରଲୀଧରଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ପଦୋନ୍ନତି ଦେବା...
Archives


