ରାସ୍ତା ମରାମତି ଦାବିରେ ଗ୍ରାମବାସୀଙ୍କ ଅଭିନବ ପ୍ରତିବାଦ: ରାସ୍ତାରେ ପାଣି ସିଞ୍ଚନ କଲେ ମହିଳା, ପୁରୁଷ

ଲହୁଣୀପଡା, ୧।୧ (ଡି.ଏନ.ଏ)- ସୁନ୍ଦରଗଡ ଜିଲା କୋଇଡା ଓ ଲହୁଣୀପଡା ବ୍ଳକ ଅଧିନରେ ଥିବା ଲୁହାପଥର ଖଣି ଗୁଡିକରୁ ବାର୍ଷିକ କୋଟି କୋଟି ଟଙ୍କା ରାଜସ୍ବ ସରକାରୀ ତହବିଲକୁ ଯାଉଥିବା ବେଳେ ଉକ୍ତ ଅଞ୍ଚଳରେ ମୌଳିକ ଅଧିକାର ଯୋଗାଇଦେବା ପାଇଁ ପ୍ରଶାସନ ତରଫରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନାହିଁ । ଫଳରେ ଜନସାଧାରଣ ଅତି ଦୟନୀୟ ଅବସ୍ଥାରେ ଜୀବନ କାଟୁଥିବା ପରିଲକ୍ଷିତ ହେଉଛି । କଲେଇପୋଷରୁ ବରସୁଆଁକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗର ରାସ୍ତାର ଦୂରତା ମାତ୍ର ୧୯.୦୦ କିମି । ବିଗତ ଦୁଇ ବର୍ଷ ପୂର୍ବେ ଦଲମକୁଚାରୁ ବରସୁଆଁ ୧୪ କି.ମି ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। କିନ୍ତୁ କଲେଇପୋଷରୁ ଦଲମକୁଚା ପର୍ଯ୍ୟନ୍ତ ୫ କି.ମି ରାସ୍ତା ବର୍ତ୍ତମାନ ଅତ୍ୟନ୍ତ ଶୋଚନୀୟ ହୋଇପଡିଛି । ତେଣୁ ଘଣ୍ଟା ଘଣ୍ଟା ଧରି ରାସ୍ତା ଜାମ ରହୁଛି । ଦୈନିକ ଶହ ଶହ ଟ୍ରକ ଲୁହାପଥର ବୋଝେଇ କରି ଭାରିଯାନ ଗୁଡିକ ରାଜ୍ୟର ବିଭିନ୍ନ ସ୍ଥାନକୁ ଉକ୍ତ ରାସ୍ତା ଦେଇ ଯାତାୟତ କରିଥାନ୍ତି । କିଛି ଦିନ ପୂର୍ବେ ବିଭାଗୀୟ ଅଧିକାରୀ କାରଖାନାରୁ ନିର୍ଗତ ସ୍ଲାଗ ପକାଇବାରୁ ରାସ୍ତାରେ ଯାତାୟତ ସମ୍ଭବପର ହୋଇଥିଲା । କିନ୍ତୁ କିଛି ଦିନ ପରେ ତାହା ଗୁଣ୍ଡରେ ପରିଣତ ହେବାରୁ ରାସ୍ତାରେ ପ୍ରବଳ ଧୂଳି ଉଡିଥିଲା । ରାସ୍ତା ପୂର୍ବ ଅବସ୍ଥାକୁ ଫେରି ଆସିଥିଲା । ଯଦ୍ୱାରା ସାଧାରଣ ଜୀବନ ଯାତ୍ରା ବିପର୍ଯ୍ୟସ୍ତ ପାଲଟିବା ସହିତ ଯାତ୍ରୀବାହୀ ବସ, ଅଟୋ, ଆମ୍ବୁଲାନ୍ସ, ଜରୁରୀକାଳୀନ ସେବା ଆଦି ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହେବା ସହ ଦୈନିକ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେଉଥିବା ପରିଲକ୍ଷିତ ହେଉଛି । ଫଳରେ ବିଲେଇପଡା ଗ୍ରାମ୍ୟ ରାସ୍ତା ଦେଇ ଗାଡି ଯାତାୟତ କରୁଥିବା ଦେଖିବାକୁ ମିଳିଛି । ରାସ୍ତାର ଉଭୟ ପାର୍ଶ୍ୱରେ ବାସୁବାହାଲ ଗ୍ରାମ୍ୟ ଜନବସତି ଗଢ଼ି ଉଠିଥିବା ବେଳେ ବାଡିରେ ଚାଷ କରିଥିବା ପନିପରିବା, ରୋଷେଇ ଘର, ଗ୍ରାମ୍ୟ ପୋଖରୀରେ ଧୂଳିର ଆସ୍ତରଣ ଯୋଗୁଁ ଯକ୍ଷ୍ମା, ଆଜ୍ଜା, ଶ୍ୱାସ ଭଳି ମାରାତ୍ମକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ନଜିର ରହିଛି । ଏହାର ସ୍ଥାୟୀ ପ୍ରତିକାର ନେଇ ସ୍ଥାନୀୟ ବାସିନ୍ଦାମାନେ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ସମେତ ବଣାଇ ଉପ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ସହିତ ରାସ୍ତା ମରାମତି ହେବା ପର୍ଯ୍ୟନ୍ତ ନିୟମିତ ପାଣି ସିଞ୍ଚନ କରିବା ପାଇଁ ଦାବି କରିଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରା ନ ଯିବାରୁ ଗୁରୁବାର ବାଧ୍ୟହୋଇ ସ୍ଥାନୀୟ ଲୋକମାନେ ଅଭିନବ ଉପାୟରେ ପ୍ରତିବାଦ କରିବା ସହିତ ନିଜେ ଖାଲଗୁଡିକରେ ପଥର ପକାଇ ମରାମତି କରିବା ସହିତ ପାଣି ବୋହି ରାସ୍ତାରେ ପାଣି ପକାଇଥିବା ଦେଖିବାକୁ ମିଳିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦଳୀୟ ପ୍ରାର୍ଥୀଙ୍କ ଖେଳ ବିଗାଡ଼ିଲେ ଅସନ୍ତୁଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୮।୩: ଆସନ୍ତା ସାଧାରଣ ନିର୍ବାଚନକୁ ଆଉ ଦୁଇବର୍ଷ ବାକି ଅଛି। ଏହା ପୂର୍ବରୁ ରାଜ୍ୟରେ ଲୋକଙ୍କ ମତିଗତିକୁ ପଞ୍ଚାୟତ ଓ ପୌର ନିର୍ବାଚନରେ...

କରୋନା ଗୀତକୁ ନେଇ କମେଣ୍ଟ, ପେଟ୍ରୋଲ ପମ୍ପରେ ମାରପିଟ୍‌

କଟକ ରୋଡ,୧୯।୩ (ଡି.ଏନ୍‌.ଏ.): କରୋନା ଗୀତକୁ କେନ୍ଦ୍ରକରି ମଙ୍ଗଳବାର ରାଜଧାନୀର ଏକ ପେଟ୍ରୋଲ ପମ୍ପରେ ଯୁବତୀ ଓ ଯୁବକମାନଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏହି ଘଟଣାରେ...

ଘରେ ବସି ଦେଖିପାରିବେ ନନ୍ଦନକାନରର ଜୀବଜନ୍ତୁଙ୍କୁ

ଭୁବନେଶ୍ୱର, ୨୯।୧୦(ବ୍ୟୁରୋ): ମହାମାରୀ କରୋନା ପାଇଁ ଦୂରଦୂରାନ୍ତରୁ ନନ୍ଦନକାନନ ଆସିପାରୁ ନ ଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଯଦି କେହି ନନ୍ଦନକାନନ ଆସିପାରୁ ନାହାନ୍ତି...

ମାଓବାଦୀ କାର୍ଯ୍ୟକଳାପ ହ୍ରାସପାଇଛି

ଭୁବନେଶ୍ୱର,୧୩।୩(ବ୍ୟୁରୋ):୨୦୨୦ରେ ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ହ୍ରାସ ପାଇଛି। ଶୁକ୍ରବାର ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଏହା କୁହାଯାଇଛି। ଏହି ବର୍ଷରେ ରାଜ୍ୟରେ...

କମୁଛି ସବୁ ନଦୀ ଜଳସ୍ତର, ଆଜି ଝଡ଼ତୋଫାନ ସହ ବଜ୍ରପାତ ଆଶଙ୍କା

ଭୁବନେଶ୍ୱର, ୧୮।୮(ବ୍ୟୁରୋ): ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ଼ ବନ୍ୟାର ଭୟ ଟଳିଯାଇଛି। ମହାନଦୀ ସମେତ ପ୍ରାୟ ସମସ୍ତ ନଦୀରେ ବନ୍ୟାଜଳ ବିପଦ...

ଗାନ୍ଧିମାର୍ଗରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ

ଭୁବନେଶ୍ୱର,୨୬।୧(ବ୍ୟୁରୋ): ଆଜି ୭୩ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ ଭୁବନେଶ୍ୱରସ୍ଥିତ ଗାନ୍ଧିମାର୍ଗରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି...

ଭିତ୍ତିଭୂମିକୁ ଗୁରୁତ୍ୱ ନାହିଁ

ଛେଣ୍ଡିପଦା,୨୮।୪(ସ୍ବ.ପ୍ର.):  ରୋଗୀ ସେବାକୁ ନେଇ ଦିନେ ଯେଉଁ ସ୍ବାସ୍ଥ୍ୟକେନ୍ଦ୍ର ସୁନାମ ଅର୍ଜନ କରିଥିଲା, ଦୀର୍ଘବର୍ଷ ହେଲା ତାହାକୁ ଅଣଦେଖା କରାଯାଉଛି। ଏପରି କି ଦୁର୍ବଳ ଭିତ୍ତିଭୂମିରେ ପରିବର୍ତ୍ତନ...

ମାଡ଼ ମାରି ନିଆଁ ଲଗାଇଦେଲେ ବଏ ଫ୍ରେଣ୍ଡ

କାମାକ୍ଷାନଗର,୧୬ା୩(ଡି.ଏନ.ଏ.): ମିସ୍‌ଡକଲ୍‌ରୁ ବିବାହିତା ମହିଳାଙ୍କ ସହ ପ୍ରେମ। ଆଉ ଅନୈତିକ ସମ୍ପର୍କ ପରେ ଚରିତ୍ରକୁ ସନ୍ଦେହ କରି ତାଙ୍କୁ ମାଡ଼ ମାରିବା ସହ ଦେହରେ ନିଆଁ...

Advertisement
Archives

Model This Week