କର୍ଫ୍ୟୁ ଭିତରେ ନୂଆବର୍ଷକୁ ସ୍ୱାଗତ

ଭୁବନେଶ୍ୱର,୧।୧(ବ୍ୟୁରୋ):ନା ଥିଲା ଚିକ୍‌ମିକ୍‌ ଲାଇଟ୍‌ ନା ଶୁଭୁଥିଲା କୋଳାହାଳ। ମଧ୍ୟରାତିର ସବୁ ଉତ୍କଣ୍ଠା, ଉତ୍ସାହରେ ରୋକ ଲଗାଇଥିଲା କରୋନା କଟକଣା। ରଙ୍ଗହୀନ ହୋଇଯାଇଥିଲା ଜିରୋନାଇଟ୍‌। କଟକ ଓ ଭୁବନେଶ୍ୱରରେ ୭ ଘଣ୍ଟିଆ କର୍ଫୁ ସତେ ଯେମିତି ସତର୍କ କରାଉଥିଲା। ନିର୍ଜନତା ଭିତରେ ସହର ଷ୍ଟ୍ରିଟ୍‌ ଲାଇଟ୍‌ ବି କିଛି ପରିବର୍ତ୍ତନର ଆହ୍ବାନ ଦେଉଥିଲା। ନୂଆବର୍ଷର ନୂଆ ଖୁସି ସାଉଣ୍ଟିବାକୁ ସଜାଗ କରୁଥିଲା କମିଶନରେଟ ପୋଲିସ୍‌ର ଘନଘନ ସାଇରନ୍‌। ୟାରି ଭିତରେ ନୂଆବର୍ଷକୁ ସ୍ବାଗତ କରିଥିଲେ ସହରବାସୀ। ନାଚଗୀତ ବଦଳରେ ଶାନ୍ତି ମନରେ ୨୦୨୦କୁ ବିଦାୟ ଦେଇ ନୂଆବର୍ଷର ନୂଆ ସ୍ପର୍ଶକୁ ଅନୁଭବ କରିଥିଲେ।
ଜିରୋନାଇଟ୍‌ରେ ପ୍ରତିବର୍ଷ ଦୁଲୁକି ଉଠେ ଦ୍ୱୈତନଗରୀ। କଟକ ଓ ଭୁବନେଶ୍ୱରର ହୋଟେଲ, କ୍ଲବ୍‌ଠାରୁ ଆରମ୍ଭ କରି କଲୋନୀ ସବୁଠି ବିଦାୟ ଓ ସ୍ବାଗତ ପାଇଁ ହୋଇଥାଏ ନାନା ଆୟୋଜନ। ହେଲେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବରୁ କମିଶନରେଟ ପୋଲିସ ଜିରୋ ନାଇଟ୍‌ ସେଲିବ୍ରେଶନ ଉପରେ ରୋକ ଲଗାଇଥିଲେ। ଗୁରୁବାର ସକାଳୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରାତି ୧୦ଟାରୁ ଶୁକ୍ରବାର ସକାଳ ୫ଟା ଯାଏ କର୍ଫ୍ୟୁ ଲଗାଇଥିଲା କମିଶନରେଟ ପୋଲିସ। କର୍ଫ୍ୟୁ ଆରମ୍ଭରୁ ସହର ମୁଖ୍ୟ ରାସ୍ତାରେ ପୋଲିସ ଗାଡ଼ି ପଇଁତରା ମାରିବା ସହ ସାଇରନ୍‌ ବଜାଇ ଲୋକଙ୍କୁ ସତର୍କ କରିଥିଲା। ଭିଡ଼ ଆଶଙ୍କାରେ କଟକଣା ଯୋଗୁ ସନ୍ଧ୍ୟାରୁ ଦୋକାନ, ବଜାର, ହୋଟେଲ୍‌ ଓ ବାର ସବୁ ବନ୍ଦ ରହିଥିଲା। ସହରବାସୀ ମଧ୍ୟ ନିଜେ ସଚେତନ ରହି ଏକତ୍ରିତ ହୋଇ ଭୋଜି ଓ ମଉଜମସ୍ତି କରି ନ ଥିଲେ। ସାରା ରାତି କମିଶନରେଟ ପୋଲିସ ବିଭିନ୍ନ ଛକ ଓ ପ୍ରମୁଖ ସ୍ଥାନରେ ସଜାଗ ରହିଥିଲା। ଯେଉଁ ଅଳ୍ପକିଛି ଲୋକ ଅମାନିଆ ହେଉଥିଲେ ସେମାନଙ୍କୁ ବୁଝାଇ ଛାଡୁଥିଲା। ଅବୁଝା ଅମାନିଆଙ୍କଠାରୁ ଜରିମାନା କଟାଯାଇଥିଲା। ରାଜଧାନୀରେ ଯାଞ୍ଚ ପାଇଁ ସମସ୍ତ ଥାନା ଅଧିକାରୀଙ୍କ ଅଧୀନରେ ୨୯ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯାଇଥିବାବେଳେ ୪୪ ସ୍ଥାନରେ ରାସ୍ତାକୁ ନାକାବନ୍ଦୀ କରାଯାଇ ଯାଞ୍ଚ ହୋଇଥିଲା। ୮ଜଣ ଏସିପି ଓ ୩ ଜଣ ଅତିରିକ୍ତ ଡିସିପି ଏହାକୁ ମନିଟରିଂ କରିଥିଲେ। ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ନିଜେ ରାଜଧାନୀରେ ବୁଲି ସୁରକ୍ଷା ଓ ଯାଞ୍ଚ ସ୍ଥିତିକୁ ତଦାରଖ କରିଥିଲେ। କମିଶନର ଷଡ଼ଙ୍ଗୀଙ୍କ ସହ ଡିସିପି ଉମାଶଙ୍କର ଦାଶ ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବ୍ୟାରିକେଡ୍‌ ଲଗାଇ ଲୋକଙ୍କୁ ଅଟକାଉଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

‘ଆସନ୍ତା ମାର୍ଚ୍ଚ-ଏପ୍ରିଲରେ ପଞ୍ଚାୟତ ନିର୍ବାଚନ’

ଭୁବନେଶ୍ୱର,୫।୯ : ରାଜ୍ୟରେ ଆସନ୍ତା ମାର୍ଚ୍ଚ ମାସ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri