ଏସବୁ ଜିଲାରେ କାଳବୈଶାଖୀ : ୩ ଘଣ୍ଟା ପାଇଁ ଆଲର୍ଟ ଜାରି
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏପରିକି ଓଡ଼ିଶାର ୧୦ ଜିଲାକୁ ଆଲର୍ଟ ଜାରି କରାଯାଇଛି ।...
ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର
ଭୁବନେଶ୍ୱର,୩।୫(ବ୍ୟୁରୋ): ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ତାଙ୍କୁ ବାଧ୍ୟତାମୂଳକ ଅବସର ପାଇଁ ରାଜ୍ୟ ସରକାର ସୁପାରିଶ ଉପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୋହର ମାରିଛନ୍ତି । ଆୟ ବର୍ହିଭୂତ ସମ୍ପତ୍ତିଠୁଳ ଅଭିଯୋଗରେ ପାଠକଙ୍କୁ ଗତବର୍ଷ ଭିଜିଲାନ୍ସ ବିଭାଗ...
‘ଫନି’କୁ ପୂରିଲା ୨ ବର୍ଷ: ଏବେବି ବାତ୍ୟା ନାଁ ଶୁଣିଲେ ଥରି ଉଠୁଛି ଛାତି
ଭୁବନେଶ୍ୱର,୩।୫(ବ୍ୟୁରୋ): ଆଜିର ଠିକ୍ ଏହି ଦିନରେ ଅର୍ଥାତ୍ ମେ’ ୩ରେ ଓଡ଼ିଶାରେ ତାଣ୍ଡବ ରଚିଥିଲା ‘ଫନି’। ୨୦୧୯ ମେ’ ୩ରେ ଓଡ଼ିଶାରେ ଫନି ତା’ର କରାଳ ରୂପ ଦେଖାଇଥିଲା। ଏଥିରେ ଛାରଖାର ହୋଇଯାଇଥିଲା ଅନେକ ଗାଁ। ବିଶେଷକରି ପୁରୀ ଜିଲା...
ସିବିଏସ୍ଇ ଢାଞ୍ଚାରେ ମାଟ୍ରିକ ମୂଲ୍ୟାଙ୍କନ: ଦଶମ ଟେଷ୍ଟ ଏବଂ ନବମ ବାର୍ଷିକ ପରୀକ୍ଷା ନମ୍ବର ଦାଖଲ ପାଇଁ ନିର୍ଦ୍ଦେଶ
କଟକ ଅଫିସ,୩।୫: କରୋନା ମହାମାରୀ ଯୋଗୁ ସରକାର ଚଳିତବର୍ଷ ମାଟ୍ରିକ ପରୀକ୍ଷା ବାତିଲ କରିଛନ୍ତି। ତେବେ ପରୀକ୍ଷା ଫଳ ପ୍ରକାଶ ପାଇଁ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏନେଇ ସମସ୍ତ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଜିଲା ଶିକ୍ଷାଧିକାରୀ...
ଦିଦିଙ୍କୁ ଫୋନ୍ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩।୫(ବ୍ୟୁରୋ): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବିପୁଳ ବିଜୟ ପରେ ମମତା ବାନାର୍ଜୀଙ୍କୁ ଫୋନ୍ କରି ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ସକାଳେ ଦିଦିଙ୍କୁ ଫୋନ୍ କରିଥିଲେ ନବୀନ। ମୋଟ୍ ୨୯୪ଟି ଆସନ ବିଶିଷ୍ଟ ପଶ୍ଚିମବଙ୍ଗ...
ପିପିଲି ଉପନିର୍ବାଚନ: ଆଜିଠୁ ବାଲଟ୍ ମତଦାନ ଆରମ୍ଭ
ଭୁବନେଶ୍ୱର,୩।୫(ବ୍ୟୁରୋ): ଆସନ୍ତା ୧୬ ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ। ସେନେଇ ଜୋର୍ଦାର ପ୍ରସ୍ତୁତି ଚାଲିଛି। ସୋମବାରଠାରୁ ବାଲଟ୍ ମତଦାନ ଆରମ୍ଭ ହୋଇଛି। ଘରଘର ବୁଲି ବାଲଟ୍ ସଂଗ୍ରହ କରିବେ ପୋଲିଂ ପାର୍ଟି। ୮୦ ବର୍ଷରୁ ଅଧିକ ଏବଂ ଦିବ୍ୟାଙ୍ଗମାନଙ୍କଠାରୁ...
କୋଭିଡ୍ ପରିଚାଳନାରେ ଡାକ୍ତରୀ ଛାତ୍ରଙ୍କୁ ନିୟୋଜିତ କଲେ ସରକାର
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦିନକୁ ଦିନ ବଢ଼ି ଚାଲିଥିବା ବେଳେ ମୃତ୍ୟୁ ସଂଖ୍ୟାରେ ମଧ୍ୟ ବ୍ରେକ୍ ଲାଗୁନି। ତେବେ ଏହାର ମୁକାବିଲା ଓ ପରିଚାଳନାରେ ରାଜ୍ୟ ସରକାର ଡାକ୍ତରୀ ଛାତ୍ରୀଛାତ୍ରଙ୍କୁ ନିୟୋଜିତ କରିଥିବା ନେଇ ରାଜ୍ୟ ସ୍ବାସ୍ଥ୍ୟ...
ଶେଷରେ ଶେଷ ଅସ୍ତ୍ର
ଅନୁଗୋଳ ଅଫିସ, ୩ା୫: କରୋନା ସଂକ୍ରମଣ ରୋକିବାକୁ ସରକାର କଟକଣା କଡ଼ାକଡ଼ି କରିଛନ୍ତି। ମାସ୍କ, ସାମାଜିକ ଦୂରତ୍ୱ ନିୟମ ପାଳନ କରୁ ନ ଥିବା ଲୋକଙ୍କ ଠାରୁ ଜରିମାନା ଆଦାୟ କରୁଛନ୍ତି। ଆବଶ୍ୟକସ୍ଥଳେ ସେମାନଙ୍କ ନାମରେ ମାମଲା ରୁଜୁ କରାଯାଉଛି। ବ୍ୟବସାୟୀମାନେ...
ଆଜି ଆଉ ୫ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୨୦୭୩କୁ ବୃଦ୍ଧି
ଭୁବନେଶ୍ୱର,୩ା୫(ବ୍ୟୁରୋ): ଦିନକୁ ଦିନ ରାଜ୍ୟରେ କରୋନା ସ୍ଥିତି ବିଗିଡ଼ିବାରେ ଲାଗିଛି। ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। କରୋନା ସୋମବାର ୫ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର...
ଆଜି ରାଜ୍ୟରୁ ୮୯୧୪ କରୋନା ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬,୫୯୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୭୧,୫୩୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ...
ହାଇକୋର୍ଟଙ୍କୁ ଚିଠି ଲେଖିଲେ ଅଞ୍ଜନା
ଭୁବନେଶ୍ୱର,୩।୫(ବ୍ୟୁରୋ): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣବଳାତ୍କାର ମାମଲାରେ ହାଇକୋର୍ଟଙ୍କୁ ଚିଠି ଲେଖିଛନ୍ତି ନିଜେ ପୀଡିତା। ସେ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ତାଙ୍କ ବଳାତ୍କାର ପଛରେ ଏକ ବଡ଼ ଷଡ଼ଯନ୍ତ୍ର ଥିଲା। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତ...
୫ଦିନ ବର୍ଷା ସହ ଝଡ଼ତୋଫାନ ସମ୍ଭାବନା
ଭୁବନେଶ୍ୱର,୩।୫(ବ୍ୟୁରୋ): ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାବେଳେ ଦିନବେଳା ତାତି ସହ ଗରମ ପବନ ଜନଜୀବନକୁ ପ୍ରଭାବିତ କରୁଛି। ତେବେ ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ବର୍ଷା ଓ ଝଡ଼ତୋଫାନ ହୋଇଥିବାରୁ ପାରଦ ସାମାନ୍ୟ ଖସିଛି। ରବିବାର ୪ଟି...
Archives


