ରାଜ୍ୟ

କାର୍ଯ୍ୟକାରୀ ହେଲାନି ଓଡ଼ିଆରେ ନାମଫଳକ: ବର୍ଷେ ପୂର୍ବରୁ ହୋଇଥିଲା ଗାଇଡ୍‌ଲାଇନ

ନୟାଗଡ଼ ଅଫିସ,୬ା୧୦: ସରକାରୀ, ବେସରକାରୀ ଅନୁଷ୍ଠାନ ହେଉ କି ବ୍ୟବସାୟିକ ପ୍ରତିଷ୍ଠାନ ସମସ୍ତେ ଓଡ଼ିଆରେ ନାମଫଳକ ଲେଖିବାକୁ ସରକାରଙ୍କ ପକ୍ଷରୁ ଗାଇଡ୍‌ଲାଇନ ଜାରି କରାଯାଇଥିଲା। ନୟାଗଡ଼ ଜିଲାରେ ମଧ୍ୟ ଏ ପ୍ରକାର ନିର୍ଦ୍ଦେଶ ଜାରି ହୋଇଥିଲା। ହେଲେ ଇତିମଧ୍ୟରେ ବର୍ଷେ ବିତିବାକୁ…

ମୋ ପୋଖରୀ ଯୋଜନାକୁ ଚାହିଁ ବସିଛନ୍ତି ହିତାଧିକାରୀ

ଭଞ୍ଜନଗର,୬।୧୦(ଡି.ଏନ.ଏ.)-ରାଜ୍ୟରେ ମାଛର ବେଶ୍‌ ଚାହିଦା ରହିଛି। ମାତ୍ର ଯେତିକି ମାଛ ଦୌନନ୍ଦିନ ରାଜ୍ୟରେ ଆବଶ୍ୟକ, ତାଠାରୁ କମ୍‌ ଉତ୍ପାଦନ ହେଉଛି। ତେଣୁ ପଡ଼ୋଶୀ ଆନ୍ଧ୍ର ଉପରେ ମାଛର ଚାହିଦା ମେଣ୍ଟାଇବାକୁ ନିର୍ଭରଶୀଳ ହେବାକୁ ପଡୁଛି ଓଡ଼ିଶାକୁ। ମାଛର ଆବଶ୍ୟକତା ପୂରଣ ପାଇଁ…

ଜୁଆଆଡ୍ଡାରେ ଚଢ଼ାଉବେଳେ ପୋଲିସକୁ ଆକ୍ରମଣ : ଏସ୍‌ଆଇଙ୍କ ହାତକୁ କାମୁଡ଼ି ଦେଲେ, ୧୦ କୋର୍ଟଚାଲାଣ

କୁକୁଡ଼ାଖଣ୍ଡି,୬ା୧୦(ଡି.ଏନ.ଏ.)- ଜୁଆ ଖେଳ ଚାଲିଥିବାବେଳେ ଆଡ୍ଡାରେ ପୋଲିସ ଚଢାଉ କରିଥିଲା। ଅନ୍ଧାରର ସୁଯୋଗ ନେଇ ପୋଲିସ ଉପରକୁ ପାଲଟା ଆକ୍ରମଣ କଲେ ଜୁଆଡି। ଏଭଳି ଘଟଣା ଘଟିଛି ବ୍ରହ୍ମପୁର ପୋଲିସ ଜିଲା ସଦର ଥାନା ଅଞ୍ଚଳରେ। ନଂ.୨୬୧/୨୦୧୯ରେ ମାମଲା ରୁଜୁ କରି…

ମାଛ ବ୍ୟବସାୟୀ ନିଖୋଜ

ବ୍ରହ୍ମପୁର ଅଫିସ,୬ା୧୦-ସହରର ଜଣେ ଜଣାଶୁଣା ମାଛ ବ୍ୟବସାୟୀ ଅମର ସାହୁ ଶୁକ୍ରବାର ଅପରାହ୍ନରୁ ନିଖୋଜ ହୋଇଯାଇଛନ୍ତି। ଏହାକୁ ନେଇ ଏବେ ମାଛ ବ୍ୟବସାୟୀ ଓ ସ୍ଥାନୀୟ ଲୋକଙ୍କ ମନରେ ନାନା କଳ୍ପନାଜଳ୍ପନା ଲାଗି ରହିଛ। ତାଙ୍କ ଝିଅ ବୈଦ୍ୟନାଥପୁର ଥାନାରେ ଅଭିଯୋଗ…

ଏସ୍‌ଓଜିର କୋମ୍ବିଂ ଅପରେଶନ୍‌: ଗନ୍ଧମାର୍ଦ୍ଧନ ପାହାଡ଼ରେ ମାଓବାଦୀ କ୍ୟାମ୍ପ ଠାବ

ଖପ୍ରାଖୋଲ, ୫।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଧନ ପାହାଡ଼ରେ ଶନିବାର ସକାଳେ ଏସ୍‌ଓଜିର କୋମ୍ବିଂ ଅପରେଶନ୍‌ ବେଳେ ମାଓବାଦୀ କ୍ୟାମ୍ପ ଠାବ ହୋଇଛି। ପୋଲିସ ପକ୍ଷରୁ ବ୍ୟାପକ ମାଓବାଦୀ ସାମଗ୍ରୀ ଜବତ ହୋଇଥିବା ବେଳେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି। ଘଟଣାସ୍ଥଳରେ…

ଆମ୍ବୁଲାନ୍ସରୁ ସରିଗଲା ତେଲ: ଡାକ୍ତରଖାନା ଯିବା ରାସ୍ତାରେ ଆଖିବୁଜିଲେ ମା’, ଗର୍ଭସ୍ଥ ଶିଶୁ

ବାରିପଦା ଅଫିସ,୫।୧୦: ଡାକ୍ତରଖାନା ଯିବା ରାସ୍ତାରେ ଆମ୍ବୁଲାନ୍ସରୁ ତେଲ ସରିଯିବାରୁ ଗର୍ଭବତୀ ମହିଳା ଏବଂ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ। ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ହାଣଦା ଗ୍ରାମରେ ଶନିବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା…

ଏଣିକି ରାତି ୧୨ଟା ଯାଏ ବାଜିପାରିବ ମେଲୋଡ଼ି: ପୋଲିସ କମିଶନର

ଭୁବନେଶ୍ୱର, ୫।୧୦(ବ୍ୟୁରୋ): ଆରମ୍ଭ ହୋଇଛି ପାର୍ବଣର ମାହୋଲ। ଦଶହରା ପାଇଁ ଟ୍ବିନ୍‌ ସିଟି ଉତ୍ସବମୁଖର। ପୂଜା ଭିତରେ ଟ୍ବିନ୍‌ ସିଟିର ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବାର ରହିଛି। ଏଣିକି ରାତି ୧୨ଟା ଯାଏ ଟ୍ବିନ୍‌ ସିଟିରେ ମେଲୋଡ଼ି ଓ ଲାଉଡ୍‌ସ୍ପିକର…

ଗନ୍ଧମାର୍ଦ୍ଦନ ପାହାଡରୁ ମାଓବାଦୀ କ୍ୟାମ୍ପ ଠାବ: ବିପୁଳ ମାଓବାଦୀ ସାମଗ୍ରୀ ଜବତ

ଖପ୍ରାଖୋଲ,୫।୧୦: ବଲାଙ୍ଗିର ଜିଲା ଖପ୍ରାଖୋଲ ବ୍ଲକ ଗନ୍ଧମାର୍ଦ୍ଦନ ପାହାଡ଼ରେ ଏସ୍‌ଓଜି ପକ୍ଷରୁ ଶନିବାର ସକାଳେ କୋମ୍ବିଂ ଅପରେଶନ କରାଯାଇଥିଲା। ଏହି ସର୍ଚ୍ଚ ଅପରେଶନ ସମୟରେ ଏସ୍‌ଓଜି ପୋଲିସ ମାଓବାଦୀ କ୍ୟାମ୍ପକୁ ଠାବ କରିବା ସହ ସେଠାରୁ ବିପୁଳ ପରିମାଣରେ ମାଓବାଦୀ ସାମଗ୍ରୀ…

୧୫ ଘଣ୍ଟା ପରେ ଜୁସ୍‌ ପିଇ ଅନଶନ ଭାଙ୍ଗିଲେ ନୀଳଗିରି ବିଧାୟକ

ବାଲେଶ୍ୱର ଅଫିସ/ସଜନାଗଡ଼, ୫।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ମୋହରିଙ୍କ ଚାଳିଆ ଉଚ୍ଛେଦ ଘଟଣାକୁ ନେଇ ତହସିଲଦାରଙ୍କ ସହ ଯୁକ୍ତିତର୍କ ପରେ ଅନଶନରେ ବସିଥିବା ବିଧାୟକ ସୁକାନ୍ତ ନାୟକ ଏଥିରୁ ଓହରି ଯାଇଛନ୍ତି। ସେ ପ୍ରାୟ ୧୫…

ପୋଲିସ୍‌ ଏନ୍‌କାଉଣ୍ଟର: ୨ ଦୁର୍ଦ୍ଦାନ୍ତ ଅପରାଧୀ ଭେଲୁ, ମିଟୁନା ଆହତ

କେନ୍ଦ୍ରାପଡ଼ା ଅଫିସ/ ମାର୍ଶାଘାଇ(ଡି.ଏନ୍‌.ଏ.), ୫ା୧୦: କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଅଙ୍ଗୁଳାଇ ରାସ୍ତାର ପିଏନ୍‌ କଲେଜ ସମ୍ମୁଖ ରାସ୍ତାରେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ଶୁକ୍ରବାର ବିଳମ୍ବିତ ରାତିରେ ଆହତ ହୋଇଛନ୍ତି। ସେମାନେ ହେଲେ ଅନନ୍ତ ପ୍ରସାଦ ଜେନା ଓରଫ୍‌ ଭେଲୁ…

ଆଧାର ନ ଥିଲେ କୃଷି ଋଣ ନାହିଁ

ଭୁବନେଶ୍ୱର, ୫ା୧୦ (ବ୍ୟୁରୋ): ଧାନ ବିକ୍ରି କରିବାକୁ ଆଧାର କାର୍ଡ ବାଧ୍ୟତାମୂଳକ କରାଯାଇଥିବା ବେଳେ ଖରିଫ ଋଣ ପାଇବା ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଯେଉଁ ଚାଷୀମାନେ କୃଷି ଋଣ ପାଇଁ ମନୋନୀତ ହୋଇଛନ୍ତି ସେମାନଙ୍କୁ ଆଧାର କାର୍ଡ ଦେବାକୁ ହେବ।…

‘ଏସ୍‌ଏଚ୍‌ଜିଙ୍କୁ ଅଧିକ ଋଣ ଦିଅନ୍ତୁ ବ୍ୟାଙ୍କ’

ଭୁବନେଶ୍ୱର,୫ା୧୦(ବ୍ୟୁରୋ): ସ୍ବଂୟ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡିକ ବ୍ୟାଙ୍କରୁ ନେଉଥିବା ଋଣକୁ ଠିକ୍‌ ଭାବେ ପୈଠ କରୁଥିବା ବେଳେ ସେମାନଙ୍କ ଉପରେ ଅନାଦାୟ ଋଣ (ଏନ୍‌ପିଏ) ରହୁନାହିଁ। ବ୍ୟାଙ୍କଗୁଡ଼ିକ ରାଜ୍ୟରେ ମୋଟ୍‌ ୨ ଲକ୍ଷ କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି। ଏସ୍‌ଏଚ୍‌ଜିଗୁଡିକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri