ଜିତୁ ମୁଣ୍ଡା ଘଟଣାରେ ମୁହଁ ଖୋଲିଲେ ନବୀନ: କହିଲେ ମୁଁ ବଞ୍ଚିଥିବା ଯାଏ…
ଭୁବନେଶ୍ୱର,୩୦।୪: କେନ୍ଦୁଝର କଙ୍କାଳ ଘଟଣାକୁ ନେଇ ବର୍ଷିଲେ ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ମାଟି ତଳୁ କଙ୍କାଳ କାଢ଼ି ପ୍ରମାଣ ଦେବା କିଭଳି ମହିଳା ସଶକ୍ତିକରଣ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ନବୀନ କହିଛନ୍ତି, ଡବଲ…
ସ୍ବତନ୍ତ୍ର ଅଧିବେଶନରେ ବର୍ଷିଲେ ମୁଖ୍ୟମନ୍ତ୍ରୀ: ରାଷ୍ଟ୍ରପତି-କେନ୍ଦ୍ର ଅର୍ଥମନ୍ତ୍ରୀ-ଉପମୁଖ୍ୟମନ୍ତ୍ରୀଙ୍କ ଉଦାହରଣ ଦେଇ କହିଲେ…
ଭୁବନେଶ୍ୱର,୩୦ା୪: ବିଧାନସଭା ସ୍ବତନ୍ତ୍ର ଅଧିବେଶନରେ ପ୍ରବଳ ବର୍ଷିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ କହିଛନ୍ତି, ମହିଳାଙ୍କୁ ଉଚିତ୍ ନ୍ୟାୟ ଦେବାରେ ଅବହେଳା କରାଯାଇଛି। ଆଲୋଚନାକୁ ଆଗେଇ ଆସିବା ବଦଳରେ ନକାରାତ୍ମକ ମନ୍ତବ୍ୟ ଦେଉଛନ୍ତି। କଂଗ୍ରେସ ନିଜ ସରକାର ସମୟରେ ମହିଳା…
ଦୁଇ ଟ୍ରକ୍ ମୁହାଁମୁହିଁ ପରେ ଲାଗିଲା ନିଆଁ: ଜିଅନ୍ତା ଜଳିଗଲେ ଚାଳକ
ହେମଗିର,୩୦ା୪(ଚୈତନ୍ୟ ପଟେଲ): ସୁନ୍ଦରଗଡ଼ ଜିଲାସ୍ଥିତ ଗୋପାଳପୁର ଡିବିଏଲ କମ୍ପାନୀ ସମ୍ମୁଖରେ ଦୁଇଟି ଟ୍ରକ୍ ମୁହାଁମୁହିଁ ହେବାରୁ ନିଆଁ ଲାଗିଯାଇଥିଲା। ଫଳରେ ଟ୍ରକ୍ ଚାଳକ ନିଆଁରେ ପୋଡ଼ି ହୋଇ ମୃତ୍ୟୁବରଣ କରିଛନ୍ତି। ଏହିପରି ଦୁଃଖଦ ଘଟଣା ଘଟିଛି ଗୋପାଳପୁରରେ। ଗୋଟିଏ ଆଇରନ ବୋଝେଇ…
ଶେଷ ପର୍ଯ୍ୟାୟରେ ମା’ ରାମଚଣ୍ଡୀ ମନ୍ଦିରର ନବୀକରଣ କାର୍ଯ୍ୟ: ଏମ୍ପି-ବିଧାୟକ ସମୀକ୍ଷା କରି କହିଲେ…
ମହାକାଳପଡ଼ା,୩୦ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ମା’ ରାମଚଣ୍ଡୀ ମନ୍ଦିର ନବୀକରଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଏମ୍ପି ବୈଜୟନ୍ତ ପଣ୍ଡା ଓ ବିଧାୟକ ଡ. ଦୁର୍ଗାପ୍ରସନ୍ନ ନାୟକ ମା’ଙ୍କ ମନ୍ଦିର ପରିଦର୍ଶନ…
ଯୁବତୀ-ଯୁବକଙ୍କ ଭିତରେ ପଶିଲା ପୋଲିସ, ୩କର୍ମୀଙ୍କୁ ପିଟିପିଟି…
କଟକ,୩୦।୪(ପ୍ରଭୁକଲ୍ୟାଣ ପାଲ୍): କଟକ ଓଏମପି ସ୍ଥିତ ଷଷ୍ଠ ବାଟାଲିୟନ ପରିସରରେ ପୋଲିସ କର୍ମଚାରୀଙ୍କୁ ଅସାମାଜିକ ଯୁବକଙ୍କ ଦ୍ୱାରା ଧାରୁଆ ଅସ୍ତ୍ରରେ ସଂଘବଦ୍ଧ ଆକ୍ରମଣ କରାଯାଇଛି । ଏହି ଆକ୍ରମଣରେ ତିନିଜଣ ପୋଲିସ କର୍ମଚାରୀ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ…
ପଞ୍ଚାୟତରେ ନାହିଁ ବ୍ୟାଙ୍କ ସେବା: ଭତ୍ତା ପାଇଁ ଦେଶୀଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା କରୁଛନ୍ତି ହିତାଧିକାରୀ
ନନ୍ଦପୁର,୩୦ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ପରଜା ବଡ଼ପଡ଼ା ପଞ୍ଚାୟତର ବୃଦ୍ଧା, ବୃଦ୍ଧ, ବିଧବା, ଅସହାୟମାନଙ୍କୁ ଡିବିଟି ମାଧ୍ୟମରେ ଦିଆଯାଉଥିବା ଭତ୍ତା ଟଙ୍କା ଉଠାଣ ଲାଗି ଜୋଲାପୁଟ ଜଳଭଣ୍ଡାର ପାର ହେବାକୁ ବିପଦସଙ୍କୁଳ ଅବସ୍ଥାରେ ଦେଶୀଡଙ୍ଗା ଯାତ୍ରା କରିବାକୁ ପଡୁଛି।…
ନବୀନଙ୍କ ଦଶା ଭୋଗିବେ କି ମମତା? ଟିଏମସିରେ ଚହଳ!
କୋଲକାତା,୩୦।୪: ପଶ୍ଚିମବଙ୍ଗ ରାଜନୀତିରେ ଏବେ ନୂଆ ଚର୍ଚ୍ଚା ଜୋର ଧରିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ଦୁଇଟି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବାକୁ ନିଷ୍ପତ୍ତି ନେଇଥିବା ଖବର ରାଜନୈତିକ ମହଲରେ ଅନେକ ପ୍ରଶ୍ନ ଉଠାଇଛି। ସାଧାରଣତଃ ଶକ୍ତିଶାଳୀ ନେତାମାନେ ନିଜ ଗଡ଼…
ଜିତୁ ମୁଣ୍ଡା ଭଉଣୀର କଙ୍କାଳ ଧରି ବ୍ୟାଙ୍କ ଯିବା ଘଟଣା: ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ ପରେ ଗାଁରେ ପହଞ୍ଚିଲା…
ପାଟଣା,୩୦।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳି ଗ୍ରାମ ଚତୁରୀ ସାହିର ଜିତୁ ମୁଣ୍ଡା ଗତ ସୋମବାର ମୃତ ଭଉଣୀଙ୍କ କଙ୍କାଳ ଖୋଳି ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସମ୍ମୁଖରେ ରଖିବା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି…
ଜିତୁ ମୁଣ୍ଡାଙ୍କୁ ମାସକର ଦରମା ଦେବେ ରାଜସ୍ଥାନ ଭାଜପା ମନ୍ତ୍ରୀ: କହୁ କହୁ କହିଦେଲେ ଏମିତି କଥା
ଜୟପୁର,୩୦ା୪ (ପି.ଟି.):କେନ୍ଦୁଝର ଜିଲାରେ ଜମା ଟଙ୍କା ପାଇବା ପାଇଁ ବ୍ୟାଙ୍କକୁ ଜଣେ ଆଦିବାସୀ ବ୍ୟକ୍ତି ଭଉଣୀଙ୍କ କଙ୍କାଳ ବୋହି ଆଣିବା ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ରାଜସ୍ଥାନର କୃଷିମନ୍ତ୍ରୀ କିରୋଡି ଲାଲ ମୀନା। ଏହି ଅଭାବନୀୟ ଘଟଣାକୁ ସଭ୍ୟ…
ଦିନରେ ଗୁଳୁଗୁଳି, ଅପରାହ୍ନରେ ଝଡ଼ବର୍ଷା: ୫ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ
ଭୁବନେଶ୍ୱର, ୩୦ା୪(ଅନୁରାଧା ମହାରଣା):ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଛି। ଆସନ୍ତା ୬ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ଦିନରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେବାକୁ ଥିବାବେଳେ ଅପରାହ୍ନରେ ଝଡ଼ବର୍ଷା ସମ୍ଭାବନା ରହିଛି। ଏଥିପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା…
ଆଜି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ: ମହିଳା ପ୍ରସଙ୍ଗରେ…
ଭୁବନେଶ୍ୱର,୩୦ା୪(ରବିନାରାୟଣ ଜେନା):ବିଧାନସଭାର ଦିନିକିଆ ସ୍ବତନ୍ତ୍ର ଅଧିବେଶନ ଗୁରୁବାର ପୂର୍ବାହ୍ନ ୧୧ଟାରେ ଆରମ୍ଭ ହେବ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ବିଧାନସଭାକୁ ରଖାଯାଇଛି। ଏହାସହିତ ଲୋୟର ପିଏମ୍ଜିରେ ୧୪୪ ଧାରା ଜାରି…
ମହିଳା ସିଆରସିସିଙ୍କ ଏତଲା ପରେ ବଢ଼ିଲା ଅଡୁଆ: ଥାନାରେ ଶିକ୍ଷା ବିଭାଗର ୨ ଅଧିକାରୀ
ବରଗଡ଼,୨୯ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନାରେ ଜିଲା ଶିକ୍ଷା ବିଭାଗରେ କାର୍ଯ୍ୟରତ ୩ ଅଧିକାରୀ ଏବଂ କର୍ମଚାରୀଙ୍କ ଉପସ୍ଥିତି ବୁଧବାର ଚର୍ଚ୍ଚାର ବିଷୟ ହୋଇଛି। ସେମାନଙ୍କ ମଧ୍ୟରେ ୨ ପଦସ୍ଥ ଅଧିକାରୀ ଏବଂ ଅନ୍ୟ ଜଣେ କର୍ମଚାରୀ ରହିଥିବା ସୂଚନା ମିଳିଛି।…

