ଜେଲ୍‌ର ଜୁଲୁମ୍ ଆଗରେ ନଇଁବନି ଆଦିବାସୀଙ୍କ ଜଳ-ଜଙ୍ଗଲ-ଜମିର ଲଢ଼େଇ; କୁର୍କୁଟି ମୌଜାରୁ ସରକାରଙ୍କୁ ସିଧା ଚ୍ୟାଲେଞ୍ଜ

ଥୁଆମୂଳ ରାମପୁର, ୦୫/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୁଣପୁର ଗ୍ରାମପଞ୍ଚାୟତର ପୁଲିଙ୍ଗପଦର ଗ୍ରାମରୁ ବିଶ୍ୱ ପରିବେଶ ଦିବସ ଅବସରରେ ‘ଖଣ୍ଡୁଆଳମାଳି ସ୍ଥାୟୀ ସୁରକ୍ଷା ସମିତି’ ଏବଂ ‘ମା’, ମାଟି, ମାଳି ସୁରକ୍ଷା ମଞ୍ଚ’ ପକ୍ଷରୁ ଏକ ବିଶାଳ ପ୍ରତିବାଦ ରାଲି ବାହାରିଥିଲା। ଏହି ୪ କିଲୋମିଟର ଦୀର୍ଘ ପଦଯାତ୍ରା ଗ୍ରାମ ପରିକ୍ରମା କରି କୁର୍କୁଟି ମୌଜାଠାରେ ପହଞ୍ଚିବା ପରେ ସେଠାରେ ଆୟୋଜିତ ସଭାରେ ସ୍ଥାନୀୟ ଆଦିବାସୀ, ପରିବେଶ ପ୍ରେମୀ ଓ ସମାଜସେବୀମାନେ ଏକତ୍ରିତ ହୋଇ ଅଞ୍ଚଳର ଜଳ, ଜଙ୍ଗଲ ଓ ଜମିର ସୁରକ୍ଷା ପାଇଁ ଖଣି ଖନନ ବନ୍ଦ କରିବାକୁ ବଜ୍ର ଶପଥ ନେଇଛନ୍ତି। ଗତ କିଛି ମାସ ତଳେ ଖଣି ବିରୋଧୀ ଆନ୍ଦୋଳନ ଯୋଗୁଁ ତଳ ଆମ୍ବପଦର ଅଞ୍ଚଳରୁ ମିଥ୍ୟା ମାମଲାରେ ଜେଲ୍ ଯାଇ ଖଲାସ ହୋଇଥିବା ୨୧ ଜଣ ସଂଗ୍ରାମୀଙ୍କୁ ସଭାସ୍ଥଳରେ ପୁଷ୍ପମାଲ୍ୟ ଦେଇ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ପ୍ରକୃତିର ସୁରକ୍ଷା କରୁଥିବା ଲୋକଙ୍କୁ ସରକାର ପୁରସ୍କୃତ କରିବା ପରିବର୍ତ୍ତେ ଜେଲ୍ ପଠାଉଥିବାରୁ ଜନତା ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ସଭାରେ ଯୁବ ସମାଜସେବୀ ବ୍ରିଟିଶ୍ କୁମାର ସରକାରଙ୍କ ଖଣି ନୀତିକୁ ସମାଲୋଚନା କରି କହିଛନ୍ତି ଯେ, ଗୋଟିଏ ପଟେ ‘ଏକ ପେଡ୍ ମା କେ ନାମ୍’ ଯୋଜନାରେ ଗଛ ଲଗାଯାଉଥିବା ବେଳେ ଅନ୍ୟପଟେ ହଜାର ହଜାର ଏକର ପ୍ରାକୃତିକ ଜଙ୍ଗଲ ଧ୍ୱଂସ କରାଯାଉଛି। ବର୍ତ୍ତମାନର ମୋହନ ଚରଣ ମାଝୀଙ୍କ ସରକାର ପୂର୍ବତନ ବିଜେଡି ସରକାର ସମୟର ଖଣି ଲିଜ୍‌କୁ କାର୍ଯ୍ୟକାରୀ କରୁଛନ୍ତି, ଯାହା ବିକାଶ ବଦଳରେ ବିନାଶ ଆଣିବ ଏବଂ ଏହାଦ୍ୱାରା କେବଳ ଖଣି ମାଫିଆ ଓ ଉଦ୍ୟୋଗପତିମାନେ ଲାଭବାନ ହେବେ। କମ୍ପାନୀମାନଙ୍କୁ ହଜାର ହଜାର ଏକର ଜମି ଦିଆଯାଉଥିବା ବେଳେ ସରକାର ଥୁଆମୂଳ ରାମପୁରରେ ଏକ ଯୁକ୍ତ ୩ ମହାବିଦ୍ୟାଳୟ ଏବଂ ସ୍ଥାନୀୟ କୋର୍ଟ ପ୍ରତିଷ୍ଠା ପାଇଁ ଜମି ଯୋଗାଇ ଦେଇପାରୁନାହାନ୍ତି। ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ, ଖଣ୍ଡୁଆଳମାଳି, କୁଟ୍ରୁମାଳି କିମ୍ବା ସିଜିମାଳିରେ ଖଣି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ସମ୍ବିଧାନର ‘ପେସା ଆଇନ’ ଅନୁଯାୟୀ ପଲ୍ଲୀସଭା ଓ ଗ୍ରାମସଭା ଜରିଆରେ ବିସ୍ଥାପିତ ଅଞ୍ଚଳବାସୀଙ୍କ ମତାମତ ନିଆଯାଉ। ଯଦି କର୍ଲାପାଟ ଅଭୟାରଣ୍ୟ ସଂଲଗ୍ନ ଏହି ଅଞ୍ଚଳରେ ଖଣି ଲିଜ୍ ପ୍ରକ୍ରିୟା ତୁରନ୍ତ ବାତିଲ ନ କରାଯାଏ, ତେବେ ଆଗାମୀ ଦିନରେ ସମଗ୍ର ପ୍ରଭାବିତ ଅଞ୍ଚଳବାସୀ ସାମୂହିକ ଭାବେ “ଭୋଟ୍ ବର୍ଜନ” କରିବେ ବୋଲି ପ୍ରଶାସନକୁ ସିଧାସଳଖ ଚେତାବନୀ ଦେଇଛନ୍ତି। ଏହି ଗଣ-ଆନ୍ଦୋଳନରେ ମା’, ମାଟି, ମାଳି ସୁରକ୍ଷା ମଞ୍ଚର ଲାଇ ମାଝୀ, ଲୁକ୍ଷ୍ମଣ ମାଝୀ, ହିରାମଲ ନାଏକ, ପୁଷ୍ପା ମାଝୀ, ପ୍ରେମଶିଳା ମାଝୀ, ସୁରେଶ୍ୱର ନାଏକ, ବୁଦୁ ମାଝୀ, ମୁକ୍ତା ମାଝୀ, ମୂର୍ତ୍ତି ମାଝୀ, ଫୁଲନ୍ତି ମାଝୀ, ରାଣୀଙ୍ଗ ଦେବ ମାଝୀ, ସୁରେଶ ସଂଗ୍ରାମ, ସନାତନ ପ୍ରଧାନ ଏବଂ ଖଣ୍ଡୁଆଳମାଳି ସୁରକ୍ଷା ସମିତିର କାର୍ତ୍ତିକ ମାଝୀ, ବ୍ରିଟିଶ କୁମାର, ଉପେନ୍ଦ୍ର ନାଏକ, ରୁଖନ୍ ନାଏକ, ନିର୍ମଳ ପତ୍ର, ପ୍ରଧାନ ମାଝୀ, ଭୂପେନ୍ଦ୍ର ମାଝୀ, ରାମ ମାଝୀ, ଦୀପଞ୍ଜଳି ମାଝୀ, କିଶୋର ମାଝୀ, ସାନୁ ମାଝୀ ଓ ଜଗତରାମ ମାଝୀଙ୍କ ସମେତ ହଜାର ହଜାର ଜନସାଧାରଣ ସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ଗାଜଲବାଡ଼ି ଘାଟିରେ ଦୁର୍ଘଟଣା: ଗୁଗୁଲ୍‌ ମ୍ୟାପ୍‌’ ଦେଖି ଫସିଲା ଟ୍ରକ୍‌, ଅଟକି ରହିଛି ଶହ ଶହ…

ଦାରିଙ୍ଗବାଡ଼ି, ୬/୯ (ଅରୁଣ ସାହୁ): କନ୍ଧମାଳ-ଗଞ୍ଜାମ ସୀମାରେ ରହିଥିବା ଗାଜଲବାଡ଼ି ଘାଟିରେ ଏକ ୧୬ ଚକିଆ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା…

ପାଣି ଫ୍ୟାକ୍ଟେରୀରେ କରେଣ୍ଟ ଝଟକା, ଜୀବନ ସହ ଲଢ଼ୁଛନ୍ତି ଶ୍ରମିକ: ଗେଟ୍‌ରେ ଗଣଧାରଣା

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଚାଞ୍ଚେର ପଞ୍ଚାୟତ ଅଧୀନ ଏନ୍‌ଏଚ୍‌-୨୬ ପାର୍ଶ୍ୱରେ ଅବସ୍ଥିତ ଏକ ପାଣି ପାଉଚ୍‌ ଫ୍ୟାକ୍ଟେରୀରେ ଅଭାବନୀୟ ଘଟଣା…

କିଏ ପିନ୍ଧିପାରିବେ କଣ୍ଠି ମାଳା? ଜାଣିରଖନ୍ତୁ ତୁଳସୀ ମାଳା ପିନ୍ଧିବାର ନିୟମ, ନହେଲେ ଭୋଗିବେ…

ସନାତନ ଧର୍ମରେ ତୁଳସୀ ଗଛକୁ କେବଳ ଏକ ସାଧାରଣ ଉଦ୍ଭିଦ ନୁହେଁ ବରଂ ପବିତ୍ର ଓ ପୂଜନୀୟ ଦେବୀର ଆଖ୍ୟା ଦିଆଯାଇଛି । ଶାସ୍ତ୍ର ଅନୁସାରେ ତୁଳସୀ…

ଶିକ୍ଷୟିତ୍ରୀଙ୍କୁ ପାଦ ଛୁଇଁ ପ୍ରଣାମ କଲେ ବିଡିଓ, ଭାବବିହ୍ୱଳ ହୋଇ କହିଲେ ମୋର ଶିକ୍ଷକ ସମାଜ ପ୍ରତି ଯଥେଷ୍ଟ ସମ୍ମାନ ରହିଛି

ଦାରିଙ୍ଗବାଡ଼ି, ୬।୯ (ଅରୁଣ ସାହୁ): ସେପ୍ଟେମ୍ବର ୫ ତାରିଖରେ ଶନିବାର ଗୁରୁଦିବସ ପାଳିତ ହୋଇଥିବା ଅବସରରେ ଦାରିଙ୍ଗବାଡ଼ିସ୍ଥିତ ରାଣୀଦୁର୍ଗା ରେସିଡେନ୍ସିଠାରେ ବ୍ଲକସ୍ତରୀୟ ଗୁରୁଦିବସ ଓ ଗୁରୁ ସମ୍ବର୍ଦ୍ଧନା…

ସୂର୍ଯ୍ୟ-ଶନିଙ୍କ ଷଡାଷ୍ଟକ ଯୋଗରେ ୫ ରାଶି ପାଇଁ ଅଶୁଭ! କ୍ୟାରିୟରରୁ ଟଙ୍କା କମାଇବା ଯାଏ ପଡିବ ଖରାପ ପ୍ରଭାବ

ଆଜି ସେପ୍ଟେମ୍ୱର ୬ ତାରିଖ ଭୋର ୪ଟା ୧୫ ମିନଟରେ ସୂର୍ଯ୍ୟ ଏବଂ ଶନି ଉଭୟ ପରସ୍ପରଠାରୁ ୧୫୦ ଡିଗ୍ରୀ ଦୂରତାରେ ଥିଲେ। ଏହି ଦୁଇ ଗ୍ରହଙ୍କ…

ନଳିନୀଙ୍କ ହାତରେ କେସିଙ୍ଗା ବିଜେଡିର ମଙ୍ଗ: ଗୁରୁଦାୟିତ୍ୱ ଦଲେ ନବୀନ

କେସିଙ୍ଗା, ୬।୯ (ତୁମେଶ୍ୱର ସାହୁ): ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ (ବିଜେଡି)ର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri