ମହିଳା ଆଇନଜୀବିଙ୍କୁ ତହସିଲଦାରଙ୍କ ଆସୌଜନ୍ୟ ବ୍ୟବହାର ଅଭିଯୋଗ: ଧାରଣାରେ  ଆଇନଜୀବୀ

ଦିଗପହଣ୍ଡି,୫|୬(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାନଖେମୁଣ୍ଡି  ତହସିଲଦାର ରାମଚନ୍ଦ୍ର ପଟ୍ଟନାୟକ ତାଙ୍କ ପ୍ରକୋଷ୍ଠରେ ମହିଳା ଆଇନଜୀବି ଏମ. ପ୍ରତିଭା କୁମାରୀ ରେଡ୍ଡୀଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିଥିବା ଅଭିଯୋଗ ହୋଇଛି। ପ୍ରତିବାଦରେ ଶୁକ୍ରବାର ଆଇନଜୀବି ଜଣକ ତହସିଲ କାର୍ଯ୍ୟାଳୟର ତହସିଲଦାରଙ୍କ ପ୍ରକୋଷ୍ଠ ସମ୍ମୁଖରେ  ଧାରଣାରେ ବସିରହିଥିଲେ। ଖବରପାଇ ପାଟପୁର ଥାନା ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଏବଂ ତହସିଲଦାରଙ୍କ ସମେତ କାର୍ଯ୍ୟାଳୟର ବହୁ ସଂଖ୍ୟକ କର୍ମଚାରୀ ଆଇନଜୀବୀଙ୍କୁ ଧାରଣାରୁ ଉଠିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେ ନିଜ ଜିଦ୍ ରେ ଅଟଳ ରହିଥିଲେ। ଆଇନଜୀବୀ ଜଣକ ସୂଚନା ଅଧିକାର ଆଇନ ଅନୁସାରେ ତହସିଲ କାର୍ଯ୍ୟାଳୟରୁ ୧୦ ଟି ତଥ୍ୟ ମାଗିଥିଲେ। ସେଥିରୁ ସଂଖ୍ୟାଧିକ ତଥ୍ୟ ଆଇନଜୀବୀଙ୍କୁ ଦିଆଯାଇ ନ ଥିଲା। ସେ ଏନେଇ ତହସିଲଦାରଙ୍କ ପ୍ରକୋଷ୍ଠକୁ ଯାଇ ପଚାରିବାରୁ ଆମେ କୌଣସି ତଥ୍ୟ ଦେଇପାରିବୁ ନାହିଁ। ତୁମ ହାତରେ ଯାହା ହେବ କର ମୁଁ କାହାରିକୁ ଖାତିର କରୁନାହିଁ ବୋଲି ନାଲି ଆଖି ଦେଖାଇଥିବା ନେଇ ଆଇନଜୀବୀ ଜଣକ ଅଭିଯୋଗ କରିଛନ୍ତି। ଏନେଇ ତହସିଲଦାରଙ୍କୁ ପଚାରିବାରୁ ସେ ସମସ୍ତ ଅଭିଯୋଗକୁ ଅସ୍ବୀକାର କରିବା ସହ ମହିଳା ଆଇନଜୀବୀଙ୍କୁ ସେ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରି ନ ଥିବା କହିଛନ୍ତି। ଅତିରିକ୍ତ ତହସିଲଦାର ଦିଲ୍ଲୀପ କୁମାର ଜେନା ଜନସୂଚନା ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। କର୍ମଚାରୀ ଦୁର୍ଗା ଶବର ଆରଟିଆଇ ସମ୍ପର୍କିତ କାମ ତଦାରଖ କରୁଛନ୍ତି। ଏମ. ପ୍ରତିଭା କୁମାରୀ ରେଡ୍ଡୀ  ଗତ ୧୯୭୦ ମସିହାରୁ ତହସିଲ କାର୍ଯ୍ୟାଳୟ ରାଜସ୍ବ ବିଭାଗ ଅଧିନରେ ଥିବା କେତେ ସରକାରୀ ଜମି କାହାରିକୁ ଦିଆଯାଇଛି। ସେ ନେଇ ୧୦ଟି ପ୍ରଶ୍ନ ପଚାରିଥିଲେ। ସେ ସବୁ ପ୍ରଶ୍ନର ଉତ୍ତର ତାଙ୍କୁ ପ୍ରଦାନ କରାଯାଇଛି। ସେ ଏଥିରେ ସନ୍ତୁଷ୍ଟ ନ ହୋଇ ସମ୍ପୁର୍ଣ୍ଣ ତଥ୍ୟ ମୋତେ ପ୍ରଦାନ କରାଯାଇନାହିଁ। ତେଣୁ ଆପଣ ସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ ନ କଲେ ମୁଁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିବି ବୋଲି ମୋତେ ସେ ପୂର୍ବରୁ କହିଥିଲେ।

ସୂଚନା ଅଧିକାର ଆଇନ ଅନୁସାରେ ତହସିଲ କାର୍ଯ୍ୟାଳୟର ପ୍ରଥମ ଅପିଲ କର୍ତ୍ତୃପକ୍ଷ ହେଉଛନ୍ତି ତହସିଲଦାର। ସେ ଯଦି ପ୍ରଦାନ କରାଯାଇଥିବା ତଥ୍ୟରେ ସନ୍ତୁଷ୍ଟ ନାହାନ୍ତି। ତା ହେଲେ ସେ ଦ୍ଵିତୀୟ ଅପିଲ କର୍ତ୍ତୃପକ୍ଷ ଉପ ଜିଲାପାଳଙ୍କ ନିକଟରେ ଆବେଦନ କରିବାକୁ ପରାମର୍ଶ ଦେବାରୁ ସେ ଏଥିପାଇଁ ବର୍ଷାଧିକ ସମୟ ଲାଗିବ ଏବଂ ଅଧିକା ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ବୋଲି ସେ ତାଙ୍କୁ କହିଥିଲେ। ତେଣୁ ଏ ନେଇ ଅଯଥା ତାଙ୍କ ବିରୋଧରେ ନିରାଧାର ଅଭିଯୋଗ କରାଯାଇଥିବା ନେଇ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଏନେଇ ଆଇନଜୀବୀଙ୍କୁ ପଚାରିବାରୁ ସେ ଗତ ଜାନୁୟାରୀ ୮ ତାରିଖରେ ସୂଚନା ଅଧିକାର ଆଇନ ଅନୁସାରେ ତହସିଲ କାର୍ଯ୍ୟାଳୟରୁ ତଥ୍ୟ ପ୍ରଦାନ ପାଇଁ ଦରଖାସ୍ତ କରିଥିଲି। କିନ୍ତୁ ବହୁ ବିଳମ୍ବରେ ମୋତେ ଅସମ୍ପୂର୍ଣ୍ଣ ତଥ୍ୟ ପ୍ରଦାନ କରାଗଲା। ମୁଁ ଏନେଇ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲି। ସେ ଗତ ମେ ୮ ତାରିଖ ସୁଦ୍ଧା ବଳକା ତଥ୍ୟ ଦିଆଯିବ ବୋଲି ମୋତେ ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ନିର୍ଦ୍ଧାରିତ ସମୟ ମଧ୍ୟରେ ସୂଚନା ଦିଆ ନ ଯିବା କାରଣରୁ ତହସିଲଦାରଙ୍କ ପ୍ରକୋଷ୍ଠ  ସମ୍ମୁଖରେ ଧାରଣା ରେ ବସି ରହିବେ ବୋଲି ସେ ଏନେଇ ପୂର୍ବରୁ ଗଞ୍ଜାମ ଜିଲାପାଳ,ଛତ୍ରପୁର ଏସ.ପି ଏବଂ ସ୍ଥାନୀୟ ପାଟପୁର ଥାନାରେ ଲିଖିତ ଭାବେ ଜଣାଇଥିଲେ। ଅପରାହ୍ନରେ ତହସିଲଦାର ପ୍ରତିଶ୍ରୁତି ଦେବାରୁ ସେ ଧାରଣାକୁ ପ୍ରତ୍ୟାହାର କରିଥିବା କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ଅଟକରୁ ମୁକ୍ତ ହେବା ପରେ ୪ ବଡ଼ ସର୍ତ୍ତ ରଖିଲେ ରାହୁଲ ଗାନ୍ଧୀ, ସରକାରଙ୍କୁ ପଶିଲା ଭୟ

ନୂଆଦିଲ୍ଲୀ,୨୨।୭: NEET-UG ପରୀକ୍ଷାରେ ଅନିୟମିତତା ଏବଂ ଛାତ୍ରୀଛାତ୍ରଙ୍କ ଉପରେ ହୋଇଥିବା ପୋଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ଦେଶର ରାଜଧାନୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି। ଲୋକ ସଭାର ବିରୋଧୀ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ଦିନକୁ ୫ କପ୍‌ କଫି କମାଏ ହୃଦ୍‌ରୋଗ ଆଶଙ୍କା: ଆସିଲା ଚାଞ୍ଚଲ୍ୟକର ରିପୋର୍ଟ

ନୂଆଦିଲ୍ଲୀ,୨୨ା୭(ପି.ଟି.):ପ୍ରତିଦିନ ସୀମିତ ପରିମାଣର କଫି ସେବନ ଶରୀର ପାଇଁ କ୍ଷତିକାରକ ନୁହେଁ, ବରଂ ଏହା ହୃତ୍‌ପିଣ୍ଡକୁ ସୁସ୍ଥ ରଖିବାରେ ସହାୟକ ହୋଇପାରେ। ଜଣେ ସୁସ୍ଥ ବୟସ୍କ ବ୍ୟକ୍ତି…

ନିଟ୍‌ ପରୀକ୍ଷାରେ ସାଇ ସୋହମ ବଡ଼ ସଫଳତା: ଅଞ୍ଚଳ ପାଇଁ ଆଣିଲେ ଗୌରବ

ସାକ୍ଷୀଗୋପାଳ,୨୨।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଚଳିତବର୍ଷ ପ୍ରକାଶିତ ନିଟ୍‌ (ୟୁଜି) ପରୀକ୍ଷା ଫଳରେ ସତ୍ୟବାଦୀ ଅଞ୍ଚଳର ସାଇ ସୋହମ ପ୍ରଧାନ ସର୍ବଭାରତୀୟ ସ୍ତରରେ ୫୨୬୫ ସ୍ଥାନରେ ସଫଳତାର…

ପ୍ରଶାସନର ବିସ୍ଥାପନ ଉଦ୍ୟମ ଅଟକିଲା: ଭିଟାମାଟି ଛାଡ଼ିଲେ ନାହିଁ କୁମିଆପାଲି ଗ୍ରାମବାସୀ

ବଲାଙ୍ଗୀର/ଲୋଇସିଂହା,୨୨ା୭(ବୀରେନ୍ଦ୍ର କୁମାର ଝାଙ୍କର/ସୁଶାନ୍ତ ବାରିକ):ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗାଁରେ ମଙ୍ଗଳବାର ବିସ୍ଥାପନକୁ ନେଇ ଗ୍ରାମବାସୀ ଏବଂ ଜିଲା ପ୍ରଶାସନ ମୁହଁାମୁହିଁ ହୋଇଥିଲେ। ପ୍ରଶାସନ…

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri