ଜଙ୍ଗଲରୁ ୩ ବନ୍ଧୁକ ଜବତ କରି ଶିକାରୀଙ୍କୁ ଖୋଜୁଛି ପୋଲିସ
ଦାରିଙ୍ଗବାଡ଼ି,୪ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା। ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ପର୍ତ୍ତମାହା ଜଙ୍ଗଲରେ ପୋଲିସ ଚଢ଼ାଉ କରି ୩ ଦେଶୀ ବନ୍ଧୁକ ଉଦ୍ଧାର କରିଛି। ଏନେଇ କେସ୍ ନଂ ୧୦୬/୨୬ରେ ରୁଜୁ କରି ଅଭିଯୁକ୍ତଙ୍କୁ…
ବାହାଘର ଭୋଜିରୁ ଫେରିବାବେଳେ ମର୍ମନ୍ତୁଦ ଦୁର୍ଘଟଣା: ବୋଲେରୋ-ହାଇଓ୍ବା ଧକ୍କା, ଚାଲିଗଲା ୫ ଜୀବନ
ଧର୍ମଶାଳା,୪ା୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବୋଲେରୋ ସହିତ ହାଇଓ୍ବା ଧକ୍କା ହେବାରୁ ଘଟଣାସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଚାଳକ ଗୁରୁତର ରହିଛନ୍ତି।…
ରାସ୍ତାରେ ଶୋଇଥିବା ଷଣ୍ଢପଲ ଉପରେ ମାଡ଼ିଗଲା ହାଇଓ୍ବା, ତାତିଲେ ଲୋକେ, ଗାଡ଼ିରେ ଲଗାଇଦେଲେ ନିଆଁ
ଚାନ୍ଦବାଲି,୪ା୫(ଅଶୋକ ପଣ୍ଡା): ଭଦ୍ରକ-ଚାନ୍ଦବାଲି ମୁଖ୍ୟ ରାସ୍ତା ନାଲଗୁଣ୍ଡା ଛକ ନିକଟରେ ଶୋଇଥିବା ୮ ଷଣ୍ଢଙ୍କ ଉପରେ ମାଡ଼ିଗଲା ହାଇଓ୍ବା। ଡ୍ରାଇଭରଙ୍କ ବେପରୁଆ ଗାଡ଼ିଚାଳନାରୁ ଏପରି ଘଟିଛି। ସୂଚନାନୁଯାୟୀ, ଭଦ୍ରକରୁ ଏକ ମାଲ୍ ବୋଝେଇ ହାଇଓ୍ବା ଚାନ୍ଦବାଲି ଅଭିମୁଖେ ଆସୁଥିବା ବେଳେ ଚାନ୍ଦବାଲି…
କାର୍ ରଖି ଚାହୁଁଚାହୁଁ ଟ୍ରେନ୍ ସାମ୍ନାକୁ ଦୌଡ଼ିଗଲେ କ୍ରୀଡ଼ା ଶିକ୍ଷକ, ଏବେ ଟ୍ରାକ୍ରେ ପଡ଼ିଛି ମୃତଦେହ
ବଲାଙ୍ଗୀର,୪ା୫(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସୁଡ଼ପଡ଼ା ଗ୍ୟାସ ଗୋଦାମ ନିକଟ ରେଳ ଫାଟକ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ପଡ଼ିଥିବା ସୋମବାର ସକାଳେ ଦେଖାଯାଇଛି। ମୃତ ବ୍ୟକ୍ତି ଜଣକ ହେଲେ ମଲମଣ୍ଡା ଗାଁ ସ୍କୁଲର କ୍ରୀଡ଼ା ଶିକ୍ଷକ ଦେବୀପ୍ରସାଦ ରାଉତ (୫୮)। ଆଜି…
ଦ୍ରୁତଗତିରେ ଆସି ବୋଲେରୋକୁ ସାମ୍ନାପଟୁ ଧକ୍କା ଦେଲା କାର୍, ଆଉ ତା’ପରେ…
ଦେବଡ଼,୪ା୫(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡା ନିକଟ ରାଜ୍ୟ ରାଜପଥରେ ରବିବାର ରାତିରେ ଏକ ବୋଲେରୋ ଏବଂ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣାରେ ଉଭୟ ଗାଡ଼ିର ୮ ଜଣ ଆହତ ହୋଇଥିବା ବେଳେ ୨ ଜଣ…
ବିଜେଡିରୁ ଶୁଭେନ୍ଦୁ ସାମଲ ନିଲମ୍ୱିତ
ଭୁବନେଶ୍ୱର,୩।୫: ବିଜୁ ଜନତା ଦଳ(ବିଜେଡି) ପକ୍ଷରୁ ରବିବାର ଚୌଦ୍ୱାର ମ୍ୟୁନିସିପାଲିଟି ଉପାଧ୍ୟକ୍ଷ ଶୁଭେନ୍ଦୁ ସାମଲଙ୍କୁ ଦଳରୁ ନିଲମ୍ୱନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ ପାଇଁ ଶୁଭେନ୍ଦୁଙ୍କୁ ନିଲମ୍ୱନ କରାଯାଇଛି ବୋଲି ବିଜେଡି ଉପସଭାପତି(ମୁଖ୍ୟାଳୟ) ପ୍ରତାପ ଜେନା ଦଳୀୟ ନିର୍ଦ୍ଦେଶନାମାରେ ଦର୍ଶାଇଛନ୍ତି।
ଖାରବେଳଙ୍କ ଉପରୁ ଉଠିଲା ନିଲମ୍ୱନ
ଭୁବନେଶ୍ୱର,୩।୫: ବରିଷ୍ଠ ଭାଜପା ନେତା ଐର ଖାରବେଳ ସ୍ୱାଇଁଙ୍କ ଉପରୁ ରବିବାର ନିଲମ୍ୱନ ଆଦେଶ ପ୍ରତ୍ୟାହୃତ ହୋଇଛି। ଭାଜପା ରାଜ୍ୟ ଶୃଙ୍ଖଳା କମିଟି ଆବାହକ ସୁଦର୍ଶନ ନାୟକ ଏହି ସୂଚନା ଦେଇଛନ୍ତି। ଦଳୀୟ ଶୃଙ୍ଖଳା ଭଙ୍ଗ କାରଣରୁ ଖାରବେଳ ଭାଜପାରୁ ନିଲମ୍ୱିତ…
ଯୌତୁକ ଜନିତ ବଧୂହତ୍ୟା ଘଟଣା, ୩ ମାସ ପରେ ବନ୍ଧା ହେଲେ ଶ୍ବଶୁର-ଦିଅର
ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଜକରାପଲ୍ଲୀ ଗ୍ରାମର ଅଜିତ ବିଷୋୟୀଙ୍କ ସ୍ତ୍ରୀ ସନ୍ଧ୍ୟାରାଣୀ ବିଷୋୟୀଙ୍କୁ ଗତ ଫେବୃଆରୀ ୪ ତାରିଖରେ ଅଧିକା ଯୌତୁକ ପାଇଁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ…
ବରଗଡ଼ ଜିଲା ପ୍ରିମିୟର ଲିଗ୍ ଉଦଘାଟିତ
ବରଗଡ଼,୩।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ୍ ଆସୋସିଏସନ୍ ଆନୁକୂଲ୍ୟରେ ରବିବାର ସନ୍ଧ୍ୟାରେ ବରଗଡ଼ ଜିଲା ପ୍ରିମିୟର ଲିଗ୍(ବିଡିପିଏଲ) ଉଦଘାଟିତ ହୋଇଛି। ବରଗଡ ଜିଲା କ୍ରିକେଟ ଏସୋସିଏସନର ସଭାପତି ହରିହର ପ୍ରଧାନଙ୍କ ସଭାପତିତ୍ବ ଓ ଯୁଗ୍ମ ସମ୍ପାଦକ ସଚ୍ଚିଦାନନ୍ଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ…
ରାସ୍ତା ଉପରେ ପଡ଼ିଲା ବିରାଟକାୟ ଗଛ; ଅଳ୍ପକେ ବର୍ତ୍ତିଲେ ପଥଚାରୀ, ଯାତାୟତ ବାଧାପ୍ରାପ୍ତ
ଥୁଆମୂଳ ରାମପୁର,୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ରବିବାର ବିରାଟକାୟ ଗଛ ପଡ଼ି ଯାତାୟତ ବାଧାପ୍ରାପ୍ତ ହୋଇଛି । ସୂଚନା ଅନୁଯାୟୀ, ରବିବାର ସକାଳେ ଡାବ୍ରିଗୁଡ଼ା ଓ ବଡ଼ଛତ୍ରଙ୍ଗ ମଧ୍ୟବର୍ତ୍ତୀ ସ୍ଥାନରେ ଏକ ବିଶାଳ…
ଶୁଦ୍ଧି ହେବେ ଜିତୁ ମୁଣ୍ଡା
ପାଟଣା,୩ା୫(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍ ଡିଆନାଳି ଚତୁରିସାହିର ଜିତୁ ମୁଣ୍ଡା ଭଊଣୀ କାଲାରା ମୁଣ୍ଡାଙ୍କ କଙ୍କଳା ନେଇ ମଲ୍ଲିପୋଷି ଓଡ଼ିଶା ଗ୍ରାମୀଣ ବ୍ୟାଙ୍କୁ ନେବା ଘଟଣା ପରେ ଚର୍ଚ୍ଚା ଧମିବାରେ ନା ଧରୁନି। କଙ୍କାଳ ଖୋଳି ନେବା…
ପରିସ୍ରା ପାଇଁ ଯାଇଥିବା ବେଳେ ଯୁବତୀଙ୍କୁ କାମୁଡିଦେଲା ସାପ, ଚାଲିଗଲା ଜୀବନ
ଦିଗପହଣ୍ଡି,୩ା୫(ଅଶେଷ ନାଥ ମିଶ୍ର): ସାପ କାମୁଡାରେ ଯୁବତୀଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ତଲାସିଙ୍ଗି ଗ୍ରାମରୁ ସାମ୍ନାକୁ ଆସିଛି । ଯୁବତୀଙ୍କୁ ଏକ ବିଷଧର ଚିତି ସାପ କାମୁଡିବାରୁ…

