ସମ୍ପତ୍ତି ପାଇଁ ସୈତାନ ସାଜିଲେ ପଡ଼ୋଶୀ, ଶିଶୁପୁତ୍ରକୁ ବିଷ ଦେଇ ମାରିବାକୁ ଚେଷ୍ଟା!

ସାଲେପୁର,୮ା୬(ଅରବିନ୍ଦ ଭୂୟାଁ): ସମ୍ପତ୍ତି ଲୋଭରେ ଛୋଟ ଶିଶୁପୁତ୍ରକୁ ବିଷ ଖୁଆଇ ମାରିବାକୁ ଉଦ୍ୟମ କରାଯାଇଛି । କଟକ ଜିଲା ସାଲେପୁର ଥାନା ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଏହି ଘଟଣା ଘଟିଛି। ସମ୍ପୃକ୍ତ ଶିଶୁ ହେଲେ ଏହି ଗ୍ରାମର ଅଜୟ ମଲ୍ଲିକଙ୍କ ପୁଅ ଦିବ୍ୟ ରଞ୍ଜନ ମଲ୍ଲିକ (ସାଢ଼େ ୫ ବର୍ଷ)। ଏବେ ସେ ଶିଶୁ ଭବନର ଆଇସିୟୁରେ ଚିକିତ୍ସାଧୀନ ଥିଲାବେଳେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ଏହାକୁ ଭିତ୍ତିକରି ପୋଲିସ ମାମଲା (ନଂ.୩୩୫/୨୬) ରୁଜୁ କରି ତଦନ୍ତ ଜାରି ରଖିଛି।
ଅଭିଯୋଗ ଅନୁଯାୟୀ, ମେ’୨୨ରେ ଦିବ୍ୟ ରଞ୍ଜନଙ୍କୁ ପଡ଼ିଶାଘରର ଲୋକେ ମିଠା ଖୁଆଇଥିଲେ। ଏହା ପରେ ସେ ଆସି ଘରେ ନୀଳ ବାନ୍ତି ଓ ଝାଡ଼ା କରିଥିଲେ । ଏନେଇ ପରିବାର ସଦସ୍ୟ ତାଙ୍କୁ ନେଇ ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ। ହେଲେ ୨୩ ତାରିଖରେ ଦିବ୍ୟ ରଞ୍ଜନଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଶିଶୁ ଭବନ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦିବ୍ୟରଞ୍ଜନଙ୍କୁ ବିଷ ଦିଆଯାଇଥିବା ଜଣାପଡ଼ିଥିଲା। ପୂର୍ବରୁ ମଧ୍ୟ ଅନେକ ଥର ସମ୍ପତ୍ତି ପାଇଁ ଅଜୟଙ୍କ ଉପରେ ଆକ୍ରମଣ ହୋଇଥିବାରୁ ଏବେ ବିଷ ଦିଆଯାଇ ପୁଅକୁ ମାରିବା ପାଇଁ ଉଦ୍ୟମ କରାଯାଇଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଅଜୟ ଦାବି କରିଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପଞ୍ଚାୟତ ନିର୍ବାଚନ: ଏବେଠୁ ଅଣ୍ଟାଭିଡ଼ିଲାଣି ଭାଜପା ଯୁବମୋର୍ଚ୍ଚା

ପାଟଣା, ୮।୬ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ସୋମବାର ସରାପଶି ଲକ୍ଷ୍ମୀ ମଣ୍ଡପ ପରିସରରେ ଭାଜପା ପାଟଣା ମଣ୍ଡଳ ଯୁବମୋର୍ଚ୍ଚାର…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବୃଦ୍ଧ ମୃତ, ୩ ଗୁରୁତର

ଆଳି, ୮।୬ (ବନମାଳୀ ସେନାପତି): କଟକ–ଚାନ୍ଦବାଲି ମୁଖ୍ୟ ରାସ୍ତାର ଆଳି ନିଆଳ ହାଟ ଛକ ନିକଟରେ ରବିବାର ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏକ…

କନ୍‌ଷ୍ଟେବଲ ପୋଡ଼ିହେବା ଘଟଣାର ନୂଆଁମୋଡ଼

ବ୍ରହ୍ମପୁର,୮ା୬(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅଧୀନ ବିଜିପୁର ସୁନ୍ଦରନଗର ପୋଲିସ କଲୋନିରେ କନ୍‌ଷ୍ଟେବଲ ଆଶୁତୋଷ ମୃଦଙ୍ଗିଆ ପୋଡ଼ି ହେବା ଘଟଣାରେ ତାଙ୍କ କନ୍‌ଷ୍ଟେବଲ ସ୍ତ୍ରୀ…

ଅଷ୍ଟମ ଦିନରେ ପହଞ୍ଚିଲା ଡଭା ସୋସାଇଟି ଚାଷୀଙ୍କ ଆମରଣ ଅନଶନ, ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ୪….

ଝାରବନ୍ଧ,୮ା୬(ଦେବେନ୍ଦ୍ର ସାହୁ ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନର୍ଗତ ଡଭା ଆଞ୍ଚଳିକ କୃଷକ ସଂଗଠନ ତରଫରୁ ଚାଷୀଙ୍କ ଆମରଣ ଅନଶନ ଜାରି ରହିଛି । ଟୋକନ…

ହଷ୍ଟେଲରୁ ପୁରୁଷ ବନ୍ଧୁ ବାହାରକୁ ଡାକି ନେଇ ହୋଟେଲରେ କଲେ ବଳତ୍କାର : ବାନ୍ଧିଲା ପୋଲିସ…

ଭୁବନେଶ୍ୱର, ୮।୬: ରାଜଧାନୀ ଭୁବନେଶ୍ୱରର ଧଉଳି ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳତ୍କାର  କରାଯାଇଥିବା ନେଇ ଅଭିଯୋଗ ହୋଇଛି। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ…

ମହିଳାଙ୍କ ଆକସ୍ମିକ ମୃତ୍ୟୁ, ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ଜଳିଲା ଜୁଇ

ଦିଗପହଣ୍ଡି,୮ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସିଦ୍ଧଖଣ୍ଡି ଗ୍ରାମର ସଚଳା ରାଉତ(୩୫)ଙ୍କ ଆକସ୍ମିକ ମୃତ୍ୟୁ ଘଟିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ସୋମବାର ସକାଳେ…

‘ବିଜେଡିକୁ ଆସୁଛନ୍ତି ସୁଜାତା’: ଗ୍ରହଣ କରିବେ ନାହିଁ ପଦବୀ, ହେବେ ନାହିଁ ଉତ୍ତରାଧିକାରୀ, ହେଲେ ଏହି…

ଭୁବନେଶ୍ୱର, ୮।୬: ବିଜୁ ଜନତା ଦଳରେ ଖୁବଶୀଘ୍ର ସୁଜାତା ଆର୍‌. ପାଣ୍ଡିଆନ ଯୋଗଦେବେ ବୋଲି ଦଳର ବରିଷ୍ଠ ନେତା ମନ୍ମଥ ରାଉତରାୟ ବଡ଼ ବୟାନ ଦେଇଛନ୍ତି। ସେ…

Video: ସାମ୍ନାକୁ ଆସିଲା ଫିଲିପାଇନ୍ସ ଭୂକମ୍ପର ଭୟଙ୍କର ଭିଡ଼ିଓ, ୪ ମୃତ ୨ଶହରୁ ଅଧିକ ଆହତ

ମାନିଲା,୮।୬: ସୋମବାର ଫିଲିପାଇନ୍ସରେ ଏକ ଶକ୍ତିଶାଳୀ 8.1 ତୀବ୍ରତାର ଭୂମିକମ୍ପ ଘଟି ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଦକ୍ଷିଣ ଫିଲିପାଇନ୍ସର ମିଣ୍ଡାନାଓ ଦ୍ୱୀପ ନିକଟରେ ଘଟିଥିବା ଏହି ଭୂମିକମ୍ପ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri