ରାଜ୍ୟ

ପୌରାଞ୍ଚଳରେ କରୋନା ମୁକାବିଲା: ରାଜ୍ୟ ସରକାରଙ୍କ ପକ୍ଷରୁ ୨୧ କୋଟି ଟଙ୍କା ମଞ୍ଜୁର

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପୌରାଞ୍ଚଳରେ କରୋନା ମୁକାବିଲା ନିମନ୍ତେ ରାଜ୍ୟ ସରକାର ୨୧ କୋଟି ୧୦ଲକ୍ଷ ଚଙ୍କା ମଞ୍ଜୁର କରିଛନ୍ତି। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ଏ ନେଇ ସହରାଞ୍ଚଳ ଉନ୍ନୟନ ସଂସ୍ଥା(ସୁଡା)କୁ ଅବଗତ କରି ତୁରନ୍ତ ଟଙ୍କା ପ୍ରଦାନ...

ଆଜିଠାରୁ ବାହାର ରାଜ୍ୟକୁ ଗଡ଼ିବନି ବସ୍‌

ଭୁବନେଶ୍ୱର,୨୨।୩(ବ୍ୟୁରୋ): ରବିବାରଠାରୁ ଆନ୍ତଃରାଜ୍ୟ ବସ୍‌ ଚଳାଚଳ ବନ୍ଦ ରହିବ। ରାଜ୍ୟରୁ କୌଣସି ବସ୍‌ ଅନ୍ୟ ରାଜ୍ୟକୁ ଗଡ଼ିବ ନାହିଁ। ଏନେଇ ଘରୋଇ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

୩ ବିଦେଶ ଫେରନ୍ତାଙ୍କୁ ଆଇସୋଲେଶନରେ ରହିବାକୁ ପରାମର୍ଶ ଦେଲା ପ୍ରଶାସନ

ଭଞ୍ଜନଗର,୨୨।୩(ଡି.ଏନ୍‌.ଏ.): ଇଂଲଣ୍ଡ ଓ କୁଏତ୍‌ରୁ ୨ ଜଣ ଭଞ୍ଜନଗର ବାସିନ୍ଦା ଗତ ସପ୍ତାହରେ ଘରକୁ ଫେରିଥିବା ବେଳେ ଶନିବାର ଦୁବାଇରୁ ଆଉ ଜଣେ ଘରକୁ ଫେରିଛନ୍ତି। ସେମାନେ ସମସ୍ତେ ସୁସ୍ଥ ଥିବା ଜଣାପଡ଼ିଛି। ତଥାପି ଘରେ ଅନ୍ୟମାନଙ୍କ ଠାରୁ ୧୪...

ଝାରସୁଗୁଡ଼ା, ବ୍ରଜରାଜନଗରରେ ଲକ୍‌ଡାଉନ୍‌: ରାସ୍ତାଘାଟ ଶୂନ୍‌ଶାନ, ବଜାର ଫାଙ୍କା

ଝାରସୁଗୁଡା ଅଫିସ,୨୨।୩- କରୋନା ଭୁତାଣୁର ସଂକ୍ରମଣକୁ ରୋକିବା ପାଇଁ ରବିବାର ଦିନିକିଆ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅନୁରୋଧ କରିଥିଲେ। ଏହାଛଡ଼ା ରାଜ୍ୟ ସରକାର ରାଜ୍ୟର ବିଭିନ୍ନ ଜିଲା ଓ ବିଭିନ୍ନ ସହର ସମେତ...

ବାପାଙ୍କୁ ହତ୍ୟାକରି ଆତ୍ମହତ୍ୟା କଲେ ପୁଅ

ଚୌଦ୍ୱାର,୨୨।୩(ଡି.ଏନ୍‌.ଏ.): କଟକ ଜିଲା ଚୌଦ୍ୱାର ସହରରେ ଘଟିଛି ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ ଘଟଣାକୁ ନେଇ ପୁଅ ବାପାଙ୍କୁ ହତ୍ୟା କରିବା ପରେ ନିଜେ ମଧ୍ୟ ଆତ୍ମହତ୍ୟା କରିଛନ୍ତି। ମୃତ ବାପା ହେଲେ ଚୌଦ୍ୱାର ପୌରପାଳିକାର ୧୧...

ଛାତ୍ରୀଛାତ୍ରଙ୍କୁ ଏକାଥରକେ ମିଳିବ ୩ ମାସର ମଧ୍ୟାହ୍ନଭୋଜନ ସାମଗ୍ରୀ: ଗଶଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଏକାଥରକେ ୩ ମାସର ମଧ୍ୟାହ୍ନଭୋଜନ ସାମଗ୍ରୀ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ମାର୍ଚ୍ଚରୁ ଜୁନ୍‌ ୧୩ ପର୍ଯ୍ୟନ୍ତ ମଧ୍ୟାହ୍ନଭୋଜନ ସାମଗ୍ରୀ ଦିଆଯିବ। ପ୍ରଥମରୁ ୮ମ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଏହା ଦିଆଯିବ। ଛାତ୍ରୀଛାତ୍ରଙ୍କ ଅଭିଭାବକମାନେ ଏହାକୁ ସଂଗ୍ରହ କରିବେ।...

କଟକ ରେଳ ଷ୍ଟେଶନ ଖାଁ ଖାଁ

କଟକ ଅଫିସ,୨୨।୩: ଜନତା କର୍ଫ୍ୟୁର ପ୍ରଭାବ ରବିବାର କଟକ ରେଳ ଷ୍ଟେଶନରେ ଦେଖିବାକୁ ମିଳିଛି। ଟ୍ରେନ ଚଳାଚଳ ବାତିଲ ନେଇ ପୂର୍ବରୁ ସୂଚନା ଦିଆଯାଇଥିଲା। ଏଣୁ ଯାତ୍ରୀମାନେ ଆସି ନ ଥିବାରୁ ଷ୍ଟେଶନ ପରିସର ଖାଁ ଖାଁ ହୋଇପଡ଼ିଛି। ତେବେ...

ଓଡ଼ିଶାରେ ‘ଜନତା କର୍ଫ୍ୟୁ’ର ପୂର୍ଣ୍ଣ ପ୍ରଭାବ: ସତର୍କତା, ସଚେତନତା ପଥରେ ଲୋକେ

ଭୁବନେଶ୍ୱର,୨୨।୩(ବ୍ୟୁରୋ): ଘାତକ କରୋନା ଭୂତାଣୁର ପ୍ରକୋପ ସମଗ୍ର ବିଶ୍ୱକୁ ଗ୍ରାସ କରିବାରେ ଲାଗିଛି। ଏହାର କୌଣସି ପ୍ରତିକାର ନ ଥିବାରୁ କେବଳ ସତର୍କତା ଓ ସଚେତନତା ହିଁ ଏହି ରୋଗକୁ ପ୍ରତିହତ କରିପାରିବ। ତେଣୁ ଏହି ଭୂତାଣୁର ଭୟାବହତାକୁ ଦୃଷ୍ଟିରେ...

ଗଞ୍ଜାମ ଜିଲା ଲକ୍‌ଡାଉନ୍‌: ବିଦେଶ ଫେରନ୍ତା ପଞ୍ଜିକରଣ ନ କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର, ୨୨।୩(ଡି.ଏନ୍‌.ଏ.)- ମୁଖମନ୍ତ୍ରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ରବିବାରଠାରୁ ଗଞ୍ଜାମ ଜିଲାରେ ଲକ୍‌ଡାଉନ୍‌ ଆରମ୍ଭ ହୋଇଛି। ଏଥିସହ ଜନତା କର୍ଫ୍ୟୁ ମଧ୍ୟକୁ ଲୋକେ ମାନି ଘରୁ ବାହାରୁ ନ ଥିବା ବେଳେ ସମସ୍ତ ଦୋକାନ ବଜାର ବନ୍ଦ ରହିଛି। ଏହାର...

ସରକାରୀ ନିର୍ଦ୍ଦେଶ ଅବମାନନା କଲେ କାର୍ଯ୍ୟାନୁଷ୍ଠାନ, ଜରୁରୀ ଥିଲେ ବାଇକ୍‌ରେ ନୁହେଁ ଚାଲିକି ଯାଆନ୍ତୁ: ସିପି

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନକ୍ରମେ ରାଜ୍ୟରେ ରବିବାର ଜନତା କର୍ଫ୍ୟୁ ପାଳନ କରାଯାଛି। ଏଥିସହ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଲକ୍‌ଡାଉନ୍‌ ମଧ୍ୟ ଜାରି ରହିଛି। ତେବେ ଏହି ସମୟରେ ସରକାରୀ ନିର୍ଦ୍ଦେଶ ମାନିବାକୁ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ...

‘ଜନତା କର୍ଫ୍ୟୁ’ରେ କମିଶନରେଟ ପୋଲିସର ସ୍ବତନ୍ତ୍ର ପାସ୍‌ ବ୍ୟବସ୍ଥା: ଜରୁରିକାଳୀନ କାମ ପାଇଁ ନେଇପାରିବେ

ଭୁବନେଶ୍ୱର,୨୨।୩(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ଓ ସମସ୍ତଙ୍କୁ ଏହି ଭୂତାଣୁ ସମ୍ପର୍କରେ ସଚେତନ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ କ୍ରମେ ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରାଯାଉଛି। ଏହି ସମୟରେ ଜରୁରିକାଳୀନ କାର୍ଯ୍ୟ ପାଇଁ...

ଋଷିକୂଲ୍ୟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ: ୭ ବର୍ଷ ପରେ ଦିନରେ ଅଣ୍ଡାଦାନ ପ୍ରକ୍ରିୟା

ଗଞ୍ଜାମ,୨୨।୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଣାବନ୍ଧ ଗ୍ରାମ ନିକଟସ୍ଥ ଋଷିକୂଲ୍ୟା ବେଳାଭୂମିରେ ଅଲିଭ୍‌ ରିଡ୍‌ଲେଙ୍କ ଗଣଅଣ୍ଡାଦାନ ପ୍ରକ୍ରିୟା ଜାରିରହିଛି l ଦୀର୍ଘ ୭ ବର୍ଷ ପରେ ଚଳିତ ବର୍ଷ ଏହି ଅଲିଭ୍‌ ରିଡ୍‌ଲେ କଇଁଛମାନେ ଦିନବେଳା (ଦିନରେ ) ଗଣ ଅଣ୍ଡାଦାନ...

ଅଟକିଲା କଟକ

କଟକ ଅଫିସ,୨୨।୩: କଟକ ସହରରେ ଜନତା କର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ସକାଳ ୭ଟାରୁ ସହରର ରାସ୍ତାଘାଟ ଶୂନଶାନ ହୋଇପଡିଛି। ବାଦାମବାଡ଼ି ବସ୍‌ଷ୍ଟାଣ୍ଡରୁ ବସ୍‌ ଚଳାଚଳ ବନ୍ଦ ରହିଛି। ପୂର୍ବରୁ ଏ ନେଇ ବସ୍‌ ମାଲିକ ସଂଘ ପକ୍ଷରୁ ଘୋଷଣା...

‘ଜନତା କର୍ଫ୍ୟୁ’ରେ ଶୂନଶାନ୍‌ ବରଗଡ଼

ବରଗଡ଼ ଅଫିସ,୨୨।୩- କରୋନା ସଂକ୍ରମଣ ରୋକିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିବେଦନ କ୍ରମେ ରବିବାର ଦେଶବ୍ୟାପୀ ଚାଲିଥିବା ଜନତା କର୍ଫ୍ୟୁ ବରଗଡ଼ରେ ଅନୁଭୂତ ହୋଇଛି। ସକାଳୁ ଦୋକାନ ବଜାର ବନ୍ଦ ରହିଥିବା ବେଳେ ରାସ୍ତାଘାଟ ଶୂନଶାନ୍‌ ହୋଇ ପଡିଛି।...

ଦାରିଙ୍ଗବାଡ଼ିରେ ଜନତା କର୍ଫ୍ୟୁର ପ୍ରଭାବ: ଦୋକାନ ବଜାର, ଗାଡ଼ିମୋଟର ଚଳାଚଳ ବନ୍ଦ; ରାସ୍ତାଘାଟ ଜନଶୂନ୍ୟ

ଦାରିଙ୍ଗବାଡି,୨୨।୩(ଡି.ଏନ୍‌.ଏ.)-କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଳକ ଅଞ୍ଚଳରେ ରବିବାର ଜନତାକର୍ଫ୍ୟୁର ପ୍ରଭାବ ଦେଖିବାକୁ ମିଳିଛି। ଦାରିଙ୍ଗବାଡି ସମେତ ସିମନବାଡି, ବ୍ରାହ୍ମଣୀଗାଁ, ଗଦାପୁର ସମେତ ୨୫ ପଞ୍ଚାୟତରେ ଏହାର ପ୍ରଭାବ ପଡିଛି । କାଁ ଭାଁ ସ୍ଥାନକୁ ଛାଡିଦେଲେ ଲୋକେ ସ୍ବତ୍ତପ୍ରବୃତ ଭାବେ...

କଟକଣାକୁ ବେଖାତିର: ବରୁଣେଇରେ ଭୋଜି

ଖୋର୍ଦ୍ଧା ଅଫିସ,୨୨।୩: କରୋନା ଭୂତାଣୁ ସଂକ୍ରମଣ ମୁକାବିଲା ଲାଗି ଖୋର୍ଦ୍ଧା ଜିଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଧାର୍ମିକ ପୀଠ ଏବଂ ପର୍ଯ୍ୟଟନସ୍ଥଳରେ ଭୋଜିଭାତ ଏବଂ ପର୍ଯ୍ୟଟକଙ୍କ ଆଗମନ ଉପରେ କଟକଣା ଲଗାଯାଇଛି। ତେବେ ଜିଲାର ପ୍ରମୁଖ...

ଏସ୍‌ସିବିରେ ବନ୍ଦ ରହିବ ନିୟମିତ ଅପରେଶନ

କଟକ ଅଫିସ, ୨୨।୩: କରୋନା ବିଶ୍ୱରେ ମହାମାରୀ ରୂପ ନେଇଛି। ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଘୋଷଣା କରାଯାଇ ଥିବା ଜନତା କର୍ଫ୍ୟୁର ପ୍ରଭାବ ଏସ୍‌ସିବି ମେଡିକାଲରେ ମଧ୍ୟ ପଡିବ। ଏହାକୁ ଦୃଷ୍ଟିରେ ରଖି ଏସ୍‌ସିବି ମେଡିକାଲରେ ହେବାକୁ ଥିବା ସମସ୍ତ ନିୟମିତ...

ଜନତା କର୍ଫ୍ୟୁ: ଘରୁ ନ ବାହାରିବା ପାଇଁ ପରାମର୍ଶ, କାର୍ଯ୍ୟାନୁଷ୍ଠାନ ନେବ କମିଶନରେଟ ପୋଲିସ

ଭୁବନେଶ୍ୱର,୨୨।୩ (ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସଚେତନତା ଓ କଟକଣାକୁ ଆହୁରି ବ୍ୟାପକ କରିବାକୁ ରବିବାର ସାରା ଦେଶରେ ଜନତା କର୍ଫ୍ୟୁ ଲାଗୁ ହୋଇଛି। ଏହାକୁ ସଫଳ କରିବା ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ପୋଲିସ କମିଶନର ସୁଧାଂଶୁ...