ଲଭ,ସେକ୍ସ, ଧୋକ୍କା: ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ, ଜେଲଗଲେ ଅଭିଯୁକ୍ତ ଡାକ୍ତର

ଦିଗପହଣ୍ଡି,୨୨।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଆଡ଼ପଡ଼ା ଗ୍ରାମ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ ଡେଙ୍ଗାଓସ୍ତା ଗ୍ରାମ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଅବିନାଶ ମହାନ୍ତିଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଡାକ୍ତରଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ଡାକ୍ତର ଜଣେ ଯୁବତୀଙ୍କୁ ଲଭ ସେକ୍ସ ପରେ ବିବାହର ପ୍ରତିଶ୍ରୁତି ଦେଇ ଧୋକା ଦେବା ସହ ବ୍ଲାକମେଲ କରି ତାଙ୍କ ନିକଟରୁ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ନେଇଯାଇଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି। ପୀଡ଼ିତା ଏନେଇ ଏତଲା ଦେବାପରେ ପୋଲିସ ମକଦ୍ଦମା ରୁଜୁ କରି ତାଙ୍କ ପୈତୃକ ଗ୍ରାମ ଉମରକୋଟରୁ ଅଭିଯୁକ୍ତ ଡାକ୍ତରଙ୍କୁ ଗିରଫ କରିଥିଲେ।ପୀଡ଼ିତା ଓ ଅଭିଯୁକ୍ତଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ଜଣେ ମହିଳା ପୋଲିସ ଅଧିକାରୀ ପୀଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ।ପରେ ମାଜିଷ୍ଟ୍ରେଟଙ୍କ ସମ୍ମୁଖରେ ପୀଡ଼ିତା ସମୁଦାୟ ଘଟଣା ସମ୍ପର୍କରେ ବୟାନ ଦେଇଥିଲେ। ଗତ କିଛିବର୍ଷ ପୂର୍ବେ ସୋସିଆଲ ମିଡ଼ିଆରେ ଯୁବତୀ ଜଣକ ତାଙ୍କ ଦୁଃଖ କାହାଣୀ ପୋଷ୍ଟ କରିଥିଲେ।ସୋସିଆଲ ମିଡିଆରୁ ଯୁବତୀଙ୍କ ଫୋନ ନଂ ସଂଗ୍ରହ କରି ଡାକ୍ତର ତାଙ୍କୁ ଫୋନ କରି ସହାୟତାର ପ୍ରତିଶ୍ରୁତି ଦେଇଥିଲେ।ପରେ ତାଙ୍କୁ ଲୋକେସନ ପଠାଇବାକୁ ଅନୁରୋଧ କରିଥିଲେ। ଯୁବତୀ ଜଣକ ତାଙ୍କୁ ଅନେକଥର ସାକ୍ଷାତ କରିବା ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ହୋଇଥିଲା। ପରବର୍ତ୍ତୀ ସମୟରେ ପରସ୍ପର ମଧ୍ୟରେ ସୁସମ୍ପର୍କ ଗଢି ଉଠିଥିଲା। ଭବିଷ୍ୟତରେ ଉଭୟେ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ।ବିଭିନ୍ନ ପର୍ଯ୍ୟଟନ କେନ୍ଦ୍ର ଓ ଦର୍ଶନୀୟ ସ୍ଥାନମାନଙ୍କୁ ଯାଇ ବୁଲାବୁଲି କରୁଥିଲେ।ସମ୍ପର୍କ ବଢିବା ପରେ ଉଭୟେ ଦୁବାଇ ଯାଇଥିଲେ। ଯୁବତୀଙ୍କ ସହ ଡାକ୍ତର ନିୟମିତ ବ୍ୟବଧାନରେ ଶାରୀରିକ ସମ୍ପର୍କ ରଖିଥିଲେ। ବିଭିନ୍ନ ପର୍ବ ପର୍ବାଣୀରେ ଡାକ୍ତର ଜଣକ ବିବାହ କରିବାର ପ୍ରତିଶ୍ରୁତି ଦେଇ ରୀତିମତ ଯୁବତୀଙ୍କ ସରଳତାର ସୁଯୋଗ ନେଇ ବଳାତ୍କାର କରୁଥିଲେ। ଯୁବତୀଙ୍କ ଅଜାଣତରେ ଡାକ୍ତର ଜଣକ ନିଜ ମୋବାଇଲରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଉତ୍ତୋଳନ କରି ପାଖରେ ରଖିଥିଲେ। ଉଭୟେ ଦୁବାଇରୁ ଓଡ଼ିଶା ଫେରିବା ରାସ୍ତାରେ ଅନ୍ୟ ଜଣେ ଯୁବତୀଙ୍କ ସହ ଡାକ୍ତରଙ୍କ ସମ୍ପର୍କ ଥିବା ଜଣାପଡିଥିଲା। ସେ ଏନେଇ ପଚାରିବାରୁ ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା। ପରେ ଡାକ୍ତର ଜଣକ ଯୁବତୀଙ୍କ ସହ ସମସ୍ତ ସମ୍ପର୍କ ଚ୍ଛିନ୍ନ କରି ଅନ୍ୟତ୍ର ବିବାହ କରିବାକୁ ଯୋଜନା କରୁଥିବା ନେଇ ଯୁବତୀ ଜଣକ ପ୍ରମାଣ ପାଇଥିଲେ। ସାମାଜିକ ଲୋକ ଲଜ୍ଜା ଭୟରେ ଯୁବତୀ ଜଣକ କାହାରିକୁ କିଛି କହିନଥିଲେ। ବିବାହ ପରେ ମଧ୍ୟ ତୁମକୁ ସ୍ତ୍ରୀର ମର୍ଯ୍ୟାଦା ଦେବି ବୋଲି ସେ ତାଙ୍କୁ ପ୍ରତିଶ୍ରୁତି ଦେଇ ବିଭିନ୍ନ ହୋଟେଲ ଓ ଲଜିଂକୁ ଡକାଇ କଥାହେବା ବାହାନାରେ ତାଙ୍କୁ ଭୟଭୀତ କରାଇ ଜବରଦସ୍ତ ବଳାତ୍କାର କରିଥିଲେ। ତା ପୂର୍ବରୁ ଯୁବତୀଙ୍କୁ ଭୁବନେଶ୍ୱର ଡକାଇ ତାଙ୍କ ସହ କୌଣସି ସମ୍ପର୍କ ରଖିବାକୁ ଚେଷ୍ଟା କଲେ ତାଙ୍କ ନିକଟରେ ଥିବା ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ କରିଦେବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ପୋଲିସ କହିଛି।

 

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

UPI Charges: ୟୁପିଆଇକୁ ନେଇ ବଡ଼ କଥା କହିଲେ ଅର୍ଥମନ୍ତ୍ରୀ ସୀତାରାମଣ

ନୂଆଦିଲ୍ଲୀ,୨୨।୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମଣ UPI ପାଇଁ ଲାଗୁ ହେବାକୁ ଥିବା ନୂତନ ‘ମର୍ଚ୍ଚାଣ୍ଟ ଡିସକାଉଣ୍ଟ ରେଟ’ (MDR) ସମ୍ବନ୍ଧୀୟ ସ୍ଥିତିକୁ ସ୍ପଷ୍ଟ କରିଛନ୍ତି। ସେ…

ଆଜି ସୁପ୍ରିମକୋର୍ଟରେ ଡିଜିପି ଚୟନ ଶୁଣାଣି

ଭୁବନେଶ୍ୱର, ୨୨।୯(ସୁନିତ୍‌ ମିଶ୍ର): ଓଡ଼ିଶାର ଡିଜିପି ଚୟନ ନେଇ ସୁପ୍ରିମକୋର୍ଟରେ ମଙ୍ଗଳବାର ଶୁଣାଣି ହେବ। ଏନେଇ ସୁପ୍ରିମକୋର୍ଟଙ୍କ ଲିଷ୍ଟିଂରେ ଓଡ଼ିଶା ଡିଜିପି ଚୟନ ପ୍ରସଙ୍ଗକୁ ସାମିଲ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?