ଲଭ୍, ସେକ୍ସ ଓ ଧୋକା: ବନ୍ଧା ହେଲେ ଡାକ୍ତର

ଭୁବନେଶ୍ୱର, ୨୨।୬: ପ୍ରେମ ସମ୍ପର୍କର ଆଳରେ ଜଣେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ପ୍ରାୟ ୩୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଠକି ନେଇଥିବା ଅଭିଯୋଗରେ ଜଣେ ସରକାରୀ ଡାକ୍ତରଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଡାକ୍ତର ଅବିନାଶ ମହାନ୍ତିଙ୍କୁ ନବରଙ୍ଗପୁର ଜିଲା ଉମରକୋଟରୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ, ଭୁବନେଶ୍ୱର ଏୟାରଫିଲ୍ଡ ଥାନାରେ ଜଣେ ମହିଳା ଡାକ୍ତର ଅବିନାଶ ମହାନ୍ତିଙ୍କ ବିରୋଧରେ ପ୍ରତାରଣା, ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ବିପୁଳ ପରିମାଣର ସୁନା ଗହଣା ହାତେଇ ନେଇଥିବା ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ପରେ ପୋଲିସ ଅଭିଯୁକ୍ତ ଡାକ୍ତରଙ୍କୁ ଉମରକୋଟରୁ ଗିରଫ କରି ଭୁବନେଶ୍ୱରକୁ ଆଣିଛି। ଅବିନାଶ ମହାନ୍ତି ବର୍ତ୍ତମାନ ଗଞ୍ଜାମ ଜିଲାର ସାନଖେମୁଣ୍ଡି ଅଞ୍ଚଳର ଏକ ସରକାରୀ ମେଡିକାଲରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ପୋଲିସ ପକ୍ଷରୁ ଅଭିଯୁକ୍ତଙ୍କୁ ପଚରାଉଚରା ଜାରି ରହିଥିବା ବେଳେ ଘଟଣାର ଅଧିକ ତଦନ୍ତ ଚାଲିଥିବା ସୂଚନା ମିଳିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

IRCTC New Rules: ବଦଳିଲା ତତ୍କାଳ ଟିକେଟ ବୁକିଂ ନିୟମ: ଏବେ ଆଧାର କାର୍ଡ ବିନା ହେବନି କୌଣସି କାମ

ନୂଆଦିଲ୍ଲୀ,୨୨।୬: ଆଜିକାଲି ସମୟରେ ଟ୍ରେନ ଟିକେଟ ମିଳିବା ବହୁତ କଷ୍ଟକର ହୋଇପଡ଼ିଛି। ପର୍ବପର୍ବାଣୀ ସମୟରେ ଯଦି ଘରକୁ ଯିବାକୁ ଥାଏ, ତେବେ ଟିକେଟ ଆଦୌ ମିଳିନଥାଏ। ଏଭଳି…

କୁଲାଡ ଯାଉଥିଲେ ସାଗର, ଧକ୍କା ଦେଲା କାର୍‌: ଆଉ ତା’ପରେ…

ଭଞ୍ଜନଗର,୨୨/୬(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ କାର ଗାଡି ମଧ୍ୟରେ ମୁହାଁମୁହିଁ ଧକ୍କା…

ନାବାଳିକାକୁ ଜଙ୍ଗଲକୁ ନେଇ କରିଥିଲେ ବଳାତ୍କାର, ଏବେ କୋର୍ଟ ଶୁଣାଇଲେ ସଜା, ଅଭିଯୁକ୍ତଙ୍କୁ…

କଟକ,୨୨।୬(ପ୍ରଭୁ କଲ୍ୟାଣ ପାଲ୍‌): ନୃଶଂସତାର ସୀମା ପାର୍‌ । ଗାଁ ଟିୱେଲ ମୂଳରୁ ଟେକି ନେଇ ଜଙ୍ଗଲରେ ବଳାତ୍କାର। ନାବାଳିକାକୁ ବଳାତ୍କାର ମାମଲାରେ ଅଭିଯୁକ୍ତଙ୍କୁ ସଜା ଶୁଣାଇଲେ…

ଲାଲୁ ଜଣେ ବଡ଼ ଖଳନାୟକ: କାହିଁକି ଏମିତି କହିଲେ ମୁଖ୍ୟମନ୍ତ୍ରୀ

ପାଟନା,୨୨।୬:ବିହାର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ପୁଣି ଥରେ ରାଷ୍ଟ୍ରୀୟ ଜନତା ଦଳ (RJD) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାରକୁ ଟାର୍ଗେଟ୍‌ କରିଛନ୍ତି। ଲାଲୁ…

ଟେଷ୍ଟ କ୍ରିକେଟ୍‌କୁ ଫେରିବେ କି ବିରାଟ କୋହଲି, ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୨।୬: ପ୍ରଖ୍ୟାତ ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଆଘାତ ଯୋଗୁ ପଡ଼ିଆରୁ ବାଦ୍‌ ପଡ଼ିଛନ୍ତି। ଏଥିପାଇଁ ସେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ସମ୍ପ୍ରତି ଅନୁଷ୍ଠିତ…

ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପ୍ରଥମ ଥର ପ୍ରତିକ୍ରିୟା ରଖିଲେ ମନ୍ତ୍ରୀ, କହିଲେ…

ଭୁବନେଶ୍ୱର,୨୨।୬: ଇଞ୍ଜିନିଅରିଂ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି,…

କେନ୍ଦ୍ର ସରକାରଙ୍କ ୧୨ ବର୍ଷ , ରାଜ୍ୟ ସରକାରଙ୍କ ୨ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ: ଏହି ବିଷୟ ଉପରେ କଲେ ଆଲୋଚନା

ରାଇକିଆ,୨୨।୬(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ହରି ଓମ କଲ୍ୟାଣ ମଣ୍ଡପ ଠାରେ ସୋମବାର କେନ୍ଦ୍ର ସରକାରଙ୍କ ୧୨ ବର୍ଷ ଓ ରାଜ୍ୟ ସରକାରଙ୍କ ୨ ବର୍ଷ…

ପ୍ରକାଶ ପାଇଲା UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ, ରେଭେନ୍ସା ଆଗରେ

କଟକ,୨୨।୬: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୋମବାର UG ପ୍ରଥମ ରାଉଣ୍ଡ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇଛି। ଏଥିରେ ରେଭେନ୍‌ଶା ବିଶ୍ବବିଦ୍ୟାଳୟ ଆଗରେ ରହିଛି। ରେଭେନ୍‌ଶାରେ କଳା(ରାଜନୀତି ବିଜ୍ଞାନ)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri