ରାଜ୍ୟ

ଧର୍ମେନ୍ଦ୍ରଙ୍କ ଘରେ ଚାଲିଛି ମାନସ ମନ୍ଥନ: ଔପଚାରିକ ମେଣ୍ଟ ଘୋଷଣା ବାକି

ଭୁବନେଶ୍ୱର,୧୨।୩: ରାଜ୍ୟରେ ବିଜେଡି-ଭାଜପା ମେଣ୍ଟକୁ ନେଇ ଦିଲ୍ଲୀରେ ମାନସ ମନ୍ଥନ ଚାଲିଛି। ଏବେ ଔପଚାରିକ ଭାବେ ମେଣ୍ଟ ଘୋଷଣା ବାକି ଥିବା ଜଣାପଡିଛି। ମଙ୍ଗଳବାର କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆଦିଲ୍ଲୀରେ ଥିବା ୧୯-କୃଷକ ରୋଡସ୍ଥିତ ସରକାରୀ ବାସଭବନରେ ରାଜ୍ୟ ଭାଜପାର…

ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି: ଏଣିକି ସରପଞ୍ଚଙ୍କୁ ୧୦ ହଜାର, ନାଏବ ସରପଞ୍ଚଙ୍କୁ….

ଭୁବନେଶ୍ବର,୧୨।୩: ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ରାଜ୍ୟ ସରକାର ମଙ୍ଗଳବାର ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନୁଯାୟୀ ସରପଞ୍ଚମାନଙ୍କୁ ପୂର୍ବରୁ ମାସିକ ୨୩୫୦ ଟଙ୍କା ମିଳୁଥିଲା ବେଳେ ଏବେ ସେମାନେ…

ବୁଧବାର ୩ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ପୁରୀ,୧୨।୩: ବୁଧବାର ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଏନେଇ ସା ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ୩ ଘଣ୍ଟା ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଏହି ନୀତି ହେବ। ବନକଲାଗି ନୀତି…

ରାଜ୍ୟ ସରକାରଙ୍କ ଘୋଷଣା: ମହିଳା କର୍ମଚାରୀଙ୍କୁ ମିଳିବ ୧୦ ଦିନ ଅଧିକ ଛୁଟି

ଭୁବନେଶ୍ୱର,୧୨।୩: ରାଜ୍ୟ ସରକାର ମହିଳା କର୍ମଚାରୀଙ୍କ ପାଇଁ ଖୁସିଖବର ଆଣିଛନ୍ତି। ମହିଳା ସରକାରୀ କର୍ମଚାରୀଙ୍କୁ ଅଧିକ ୧୦ ଦିନ ଛୁଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କୁ…

ଓଡ଼ିଶାରେ ଭାଜପା ମେଣ୍ଟ କରିବ ନା ପ୍ରାର୍ଥୀ ଘୋଷଣା କରିବ, ବଢ଼ୁଛି…

ଭୁବନେଶ୍ୱର,୧୨।୩: ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଭାଜପା ଓ କଂଗ୍ରେସ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଖୁବଶୀଘ୍ର ଭାଜପାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ। ସୋମବାର ବିଳମ୍ବିତ ରାତି…

କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା: ଓସେପାର ମେରିଟ୍‌ ଲିଷ୍ଟ ହାଇକୋର୍ଟରେ ଖାରଜ

କଟକ,୧୨।୩(କାର୍ତ୍ତିକ ସାହୁ): କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଓସେପାର ମେରିଟ୍‌ ଲିଷ୍ଟ ମଙ୍ଗଳବାର ହାଇକୋର୍ଟରେ ଖାରଜ ହୋଇଯାଇଛି। ଏହାସହ ଜିଲାଓ୍ବାରୀ ମେରିଟ୍‌ ଲିଷ୍ଟ ମଧ୍ୟ ଖାରଜ କରିଦେଇଛନ୍ତି କୋର୍ଟ। ନିଯୁକ୍ତି ନିୟମାବଳୀ ଅନୁଯାୟୀ ସାନି ମେରିଟ୍‌ ଲିଷ୍ଟ ପ୍ରକାଶ କରିବାକୁ…

ଓଡ଼ିଶାକୁ ମୋଦିଙ୍କ ଉପହାର: ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌

ଭୁବନେଶ୍ୱର,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ଓଡ଼ିଶାବାସୀଙ୍କ ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଚାଲିବ। ଏହି ଟ୍ରେନ ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ…

ଦକ୍ଷ ହେବେ ଚାଷୀ

ଭୁବନେଶ୍ୱର, ୧୨।୩(ଅସମାପିକା ସାହୁ):୫-ଟି ଉପକ୍ରମରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନରେ ଥିବା ସମସ୍ତ ତାଲିମ ପ୍ରତିଷ୍ଠାନରେ ସ୍ମାର୍ଟ କ୍ଲାସ୍‌ରୁମ୍‌ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହା ରାଜ୍ୟର ଚାଷୀ ଏବଂ ବିଭାଗର ସମ୍ପ୍ରସାରଣ କର୍ମଚାରୀଙ୍କୁ ତାଲିମ ପ୍ରଦାନ କ୍ଷେତ୍ରରେ ଗୁଣାତ୍ମକ…

ନିର୍ବାଚନ ପାଇଁ ଓଡ଼ିଶାରେ ୭୫ କମ୍ପାନୀ ସିଏପିଏଫ୍‌

ଭୁବନେଶ୍ୱର,୧୨।୩(ସତ୍ୟଜିତ୍‌ ରାଉତ):ଆସନ୍ତା ସାଧାରଣ ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳଗୁଡିକ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶା ପାଇଁ ୭୫ କମ୍ପାନୀ ସେଣ୍ଟ୍ରାଲ ଆର୍ମଡ୍‌ ପୋଲିସ୍‌ ଫୋର୍ସ (ସିଏପିଏଫ୍‌) ଯୋଗାଇ ଦିଆଯାଇଛି।…

ସଫେଇକର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ:ବିଭିନ୍ନ ସ୍ଥାନରେ ପଡିରହିଛି ଅଳିଆ

ଭୁବନେଶ୍ୱର, ୧୨।୩ (ବନ୍ଦନା ସେଠୀ):ଦାବି ଓ ଆଲୋଚନା ପରେ ଏବେ କାମ ବନ୍ଦ କରି ରାସ୍ତାକୁ ଓହ୍ଲାଇଛନ୍ତି ସଫେଇ କର୍ମଚାରୀ। ଓଦା, ଶୁଖିଲା ଆବର୍ଜନା ପୃଥକ୍‌ କରି ନ ଦେବା ଏବଂ ଦରମା ୯ ହଜାରରୁ ୧୫ହଜାରକୁ ବୃଦ୍ଧି କରିବା ଦାବିରେ…

ମୋଦିଙ୍କୁ ୩ୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟ: ସଂକଳ୍ପପତ୍ର ପାଇଁ ଅଭିମତ ସଂଗ୍ରହ ଅଭିଯାନ ଶୁଭାରମ୍ଭ

ଭୁବନେଶ୍ୱର, ୧୨।୩(ସୁନିତ୍‌ ମିଶ୍ର):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ୩ୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଆସନରେ ବସାଇବା ଲକ୍ଷ୍ୟରେ ଭାଜପା ସାରା ଦେଶରେ ସାଧାରଣ ଜନତାଙ୍କ ମତାମତ ଲୋଡ଼ିବାକୁ ପ୍ରୟାସ ଆରମ୍ଭ କରିଛି। ୩ୟ ଥର ଭାଜପା କ୍ଷମତାକୁ ଆସିଲେ କ’ଣ ସବୁ…

୧୦ ଦୁର୍ନୀତି ପ୍ରସଙ୍ଗରେ ଲୋକଙ୍କ ପାଖକୁ ଯିବ କଂଗ୍ରେସ

ଭୁବନେଶ୍ୱର, ୧୨।୩(ସୁନିତ୍‌ ମିଶ୍ର):ଓଡ଼ିଶାର ୧୦ଟି ଦୁର୍ନୀତି ପ୍ରସଙ୍ଗକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ। ଚିଟ୍‌ଫଣ୍ଡ୍‌ ଦୁର୍ନୀତି, ଖଣି ଦୁର୍ନୀତି, ଗୁଣ୍ଡାରାଜ, ମାସ୍କ ସ୍କାମ୍‌, ତାମିଲ ଶାସନ, ଜମି ହଡ଼ପ, ଜବ୍‌ ଜୁମ୍‌ଲା, ସରକାରୀ ଚାକିରି ବିକ୍ରି, ବିଦ୍ୟୁତ୍‌ ଯନ୍ତ୍ରଣା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?