ଶ୍ରୀମୟୀ ଆଉଟ୍‌! ଅନନ୍ତ-ଅମରେଶଙ୍କୁ ମିଳିବନି ଟିକେଟ୍‌

ଭୁବନେଶ୍ୱର,୬।୪: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀକୁ ନେଇ ବଢୁଛି ସସପେନ୍ସ। ଆଶାୟୀଙ୍କ ଭିତରେ ଚାଲିଛି ଛକାପଞ୍ଝା। ଗୋଟିଏ ପଟେ ବର୍ତ୍ତମାନର ବିଧାୟକ ଥିବା ଅନନ୍ତ ନାରାୟଣ ଜେନା ପୁଣିଥରେ ଟିକେଟ୍‌ ପାଇବା ନେଇ ଲବିରେ ଥିବାବେଳେ ଆଉ ଜଣେ ଯୁବ ଚେହେରା ଅମରେଶ ଜେନା ମଧ୍ୟ ଟିକେଟ୍‌କୁ ନେଇ ଜିଦ୍‌ରେ ଅଟଳ। ଅନ୍ୟପଟେ ସମାଜସେବୀ ରୁଦ୍ର ନାରାୟଣ ସାମନ୍ତରାୟ ମଧ୍ୟ ଟିକେଟ୍‌ ଆଶାୟୀ ଅଛନ୍ତି। ଏହାରି ଭିତରେ ଭୁବନେଶ୍ୱର ଏମପି ପ୍ରାର୍ଥୀ ଲବିରେ ଥିବା ଶ୍ରୀମୟୀ ମିଶ୍ର ଟିକେଟ୍‌ ନ ପାଇ ନିରାଶ ହୋଇଛନ୍ତି। ତେଣୁ ସେ ମଧ୍ୟ ଭୁବନେଶ୍ୱର ମଧ୍ୟରୁ ଟିକେଟ୍‌ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ତେବେ ବିଧାୟକ ଅନନ୍ତ ନାରାୟଣଙ୍କ ଗୋଷ୍ଠୀ ନିର୍ବାଚନ ମଣ୍ଡଳୀରେ ସକ୍ରିୟଥିବାବେଳେ ଆଉ ଦୁଇ ଆଶାୟୀ ରୁଦ୍ର ସାମନ୍ତରାୟ ଓ ଅମରେଶ ଜେନା ମଧ୍ୟ ମିଳିତ ଅଭିଯାନ ଜାରି ରଖିଛନ୍ତି। ହେଲେ ଶ୍ରୀମୟୀ ମିଶ୍ରଙ୍କ ସକ୍ରିୟତା ଜଣା ପଡୁନାହିଁ।

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଭିନ୍ନ ଗୋଷ୍ଠୀ ନିଜ ନିଜ ପାଇଁ ଏମିତି ପ୍ରଚାର କରୁଛନ୍ତି ଲାଗୁଛି ଯେମିତି ବିଜେଡି ଦୁଇଫାଳ ହୋଇଯାଇଛି। ଅମରେଶ ଜେନାଙ୍କ ସହ ବର୍ତ୍ତମାନ କେହି କର୍ପୋରେଟର ନାହାନ୍ତି। ଅନନ୍ତ ନାରାୟଣ ବର୍ତ୍ତମାନର କର୍ପୋରେଟର ଓ ବିଭିନ୍ନ ସଂଗଠନର ନେତାଙ୍କୁ ଡାକି ପ୍ରସ୍ତୁତି ଚଲାଇଛନ୍ତି। ଏମିତି କି ଏମପି ପ୍ରାର୍ଥୀ ମନ୍ମଥଙ୍କ ସହ ପ୍ରଚାର ଜୋରଦାର କରିଛନ୍ତି। ଏପରି ସ୍ଥିତିରେ ବିଜେଡିର ଶୀର୍ଷନେତାମାନେ ଉଭୟ ପକ୍ଷକୁ ଡାକି ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

କୁହାଯାଉଛି ଦଳ ଏହି ଦୁଇନେତାଙ୍କୁ ବାଦ୍‌ ଦେଇ ଅନ୍ୟ କାହାକୁ ପ୍ରାର୍ଥୀ କରିପାରେ। ଏନେଇ ଶୀର୍ଷ ମହଲରେ ଆଲୋଚନା ମଧ୍ୟ ଚାଲିଛି। ଯଦି ବିଜେଡି ଏଠି ଅନ୍ୟ କାହାକୁ ପ୍ରାର୍ଥୀ କରେ ତେବେ ଏଠି ମଧ୍ୟ ଦୁଇଜଣଙ୍କ ନାଁ ସାମ୍ନାକୁ ଆସୁଛି। ଜଣେ ହେଲେ ପୂର୍ବତନ ବିଧାୟକ ବିଜୟ ମହାନ୍ତି ଅନ୍ୟଜଣେ ହେଲେ ଶ୍ରୀମୟୀ ମିଶ୍ର। ତେବେ ବଡ଼କଥା ହେଉଛି ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀମାନେ ନିଜନିଜ ଶକ୍ତି ପ୍ରଦର୍ଶନ କରୁଥିବାବେଳେ ଶ୍ରୀମୟୀ କାହିଁକି ଆସୁ ନାହାନ୍ତି ତାହା ବଡ଼ ପଶ୍ନବାଚୀ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

କଳାହାଣ୍ଡି ପୋଲିସର ବଡ଼ ଧରଣର ଚଢ଼ାଉ: ୨୦ କୁଇଣ୍ଟାଲ ଗଞ୍ଜେଇ ଜବତ,୪ ଗିରଫ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍. ରାମପୁର ଥାନା ମୋହନଗିରି ଫାଣ୍ଡି ଅନ୍ତର୍ଗତ ଜାମୁଲି ଗ୍ରାମ ନିକଟସ୍ଥ ଜଙ୍ଗଲରେ ବେଆଇନ ଗଞ୍ଜେଇ ରଖାଯାଇଥିବା ଖବର ପାଇ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

‘ଶିକ୍ଷକଙ୍କ ହାତରେ ରହିଛି ଉତ୍ତମ ଶିଶୁ ଗଠନର ଦାୟିତ୍ୱ’

ଭୁବନେଶ୍ୱର,୫ା୯: ବାଲିପୁଟର ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେଣ୍ଟ୍‌ ଜାଭିଅର କିଡ୍ସରେ ନିଆରା ଢଙ୍ଗରେ ପାଳିତ ହୋଇଯାଇଛି ଗୁରୁଦିବସ। ବିଦ୍ୟାଳୟର ପ୍ରାର୍ଥନା ପର୍ବ ପରେ ପୂର୍ବତନ ରାଷ୍ଟ୍ରପତି ତଥା…

ସତ୍‌ସଙ୍ଗ ଚାଲିଥିବା ବେଳେ ଖଣ୍ଡାରେ ମରଣାନ୍ତକ ଆକ୍ରମଣ

ବାଙ୍କୀ, ୫।୯ (ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ଥାନା ଅନ୍ତର୍ଗତ ବେଦପୁର ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଓ ଗଣ୍ଡଗୋଳ ତୀବ୍ରତର…

ଗିରଫ ପରେ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ କୋର୍ଟରେ ହାଜର କରାଗଲା; ଏବେ ଗୋଟିଏ ଦିନର ପୋଲିସ ହେପାଜତକୁ ପଠାଇ ଦିଆଯାଇଛି

ନୂଆଦିଲ୍ଲୀ,୫।୯: ଦିଲ୍ଲୀ ପୋଲିସ ସ୍ବତନ୍ତ୍ର ଭରଦ୍ୱାଜଙ୍କୁ ଗିରଫ କରିଛି। ତାଙ୍କୁ ପଟିଆଲା ହାଉସ କୋର୍ଟର ବିଚାରପତିଙ୍କ ବାସଭବନରେ ହାଜର କରାଯାଇଥିଲା, ଯାହା ପରେ କୋର୍ଟ ତାଙ୍କୁ ଗୋଟିଏ…

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri