ଶ୍ରୀମୟୀ ଆଉଟ୍‌! ଅନନ୍ତ-ଅମରେଶଙ୍କୁ ମିଳିବନି ଟିକେଟ୍‌

ଭୁବନେଶ୍ୱର,୬।୪: ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀକୁ ନେଇ ବଢୁଛି ସସପେନ୍ସ। ଆଶାୟୀଙ୍କ ଭିତରେ ଚାଲିଛି ଛକାପଞ୍ଝା। ଗୋଟିଏ ପଟେ ବର୍ତ୍ତମାନର ବିଧାୟକ ଥିବା ଅନନ୍ତ ନାରାୟଣ ଜେନା ପୁଣିଥରେ ଟିକେଟ୍‌ ପାଇବା ନେଇ ଲବିରେ ଥିବାବେଳେ ଆଉ ଜଣେ ଯୁବ ଚେହେରା ଅମରେଶ ଜେନା ମଧ୍ୟ ଟିକେଟ୍‌କୁ ନେଇ ଜିଦ୍‌ରେ ଅଟଳ। ଅନ୍ୟପଟେ ସମାଜସେବୀ ରୁଦ୍ର ନାରାୟଣ ସାମନ୍ତରାୟ ମଧ୍ୟ ଟିକେଟ୍‌ ଆଶାୟୀ ଅଛନ୍ତି। ଏହାରି ଭିତରେ ଭୁବନେଶ୍ୱର ଏମପି ପ୍ରାର୍ଥୀ ଲବିରେ ଥିବା ଶ୍ରୀମୟୀ ମିଶ୍ର ଟିକେଟ୍‌ ନ ପାଇ ନିରାଶ ହୋଇଛନ୍ତି। ତେଣୁ ସେ ମଧ୍ୟ ଭୁବନେଶ୍ୱର ମଧ୍ୟରୁ ଟିକେଟ୍‌ ଆଶାୟୀ ଥିବା ଚର୍ଚ୍ଚା ହେଉଛି। ତେବେ ବିଧାୟକ ଅନନ୍ତ ନାରାୟଣଙ୍କ ଗୋଷ୍ଠୀ ନିର୍ବାଚନ ମଣ୍ଡଳୀରେ ସକ୍ରିୟଥିବାବେଳେ ଆଉ ଦୁଇ ଆଶାୟୀ ରୁଦ୍ର ସାମନ୍ତରାୟ ଓ ଅମରେଶ ଜେନା ମଧ୍ୟ ମିଳିତ ଅଭିଯାନ ଜାରି ରଖିଛନ୍ତି। ହେଲେ ଶ୍ରୀମୟୀ ମିଶ୍ରଙ୍କ ସକ୍ରିୟତା ଜଣା ପଡୁନାହିଁ।

ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବିଜେଡିର ବିଭିନ୍ନ ଗୋଷ୍ଠୀ ନିଜ ନିଜ ପାଇଁ ଏମିତି ପ୍ରଚାର କରୁଛନ୍ତି ଲାଗୁଛି ଯେମିତି ବିଜେଡି ଦୁଇଫାଳ ହୋଇଯାଇଛି। ଅମରେଶ ଜେନାଙ୍କ ସହ ବର୍ତ୍ତମାନ କେହି କର୍ପୋରେଟର ନାହାନ୍ତି। ଅନନ୍ତ ନାରାୟଣ ବର୍ତ୍ତମାନର କର୍ପୋରେଟର ଓ ବିଭିନ୍ନ ସଂଗଠନର ନେତାଙ୍କୁ ଡାକି ପ୍ରସ୍ତୁତି ଚଲାଇଛନ୍ତି। ଏମିତି କି ଏମପି ପ୍ରାର୍ଥୀ ମନ୍ମଥଙ୍କ ସହ ପ୍ରଚାର ଜୋରଦାର କରିଛନ୍ତି। ଏପରି ସ୍ଥିତିରେ ବିଜେଡିର ଶୀର୍ଷନେତାମାନେ ଉଭୟ ପକ୍ଷକୁ ଡାକି ଆଲୋଚନା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ।

କୁହାଯାଉଛି ଦଳ ଏହି ଦୁଇନେତାଙ୍କୁ ବାଦ୍‌ ଦେଇ ଅନ୍ୟ କାହାକୁ ପ୍ରାର୍ଥୀ କରିପାରେ। ଏନେଇ ଶୀର୍ଷ ମହଲରେ ଆଲୋଚନା ମଧ୍ୟ ଚାଲିଛି। ଯଦି ବିଜେଡି ଏଠି ଅନ୍ୟ କାହାକୁ ପ୍ରାର୍ଥୀ କରେ ତେବେ ଏଠି ମଧ୍ୟ ଦୁଇଜଣଙ୍କ ନାଁ ସାମ୍ନାକୁ ଆସୁଛି। ଜଣେ ହେଲେ ପୂର୍ବତନ ବିଧାୟକ ବିଜୟ ମହାନ୍ତି ଅନ୍ୟଜଣେ ହେଲେ ଶ୍ରୀମୟୀ ମିଶ୍ର। ତେବେ ବଡ଼କଥା ହେଉଛି ନିର୍ବାଚନ ମଣ୍ଡଳୀର ଆଶାୟୀ ପ୍ରାର୍ଥୀମାନେ ନିଜନିଜ ଶକ୍ତି ପ୍ରଦର୍ଶନ କରୁଥିବାବେଳେ ଶ୍ରୀମୟୀ କାହିଁକି ଆସୁ ନାହାନ୍ତି ତାହା ବଡ଼ ପଶ୍ନବାଚୀ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଆଳୁ ସଙ୍କଟ, ଓଡ଼ିଶାରେ ହାହାକାର

ଭୁବନେଶ୍ୱର,୨୭।୭: ରାଜ୍ୟରେ ଆଳୁ ଦର ହୁ ହୁ ହୋଇ ବଢୁଛି । କଟକ, ଭୁବନେଶ୍ବର, ବ୍ରହ୍ମପୁର, ବାଲେଶ୍ବର, ସମ୍ବଲପୁର ସବୁଠି ଆଳୁ ଦର ୫୦ ଟଙ୍କା...

ତେଲ ନଦୀ ଉପରେ ୪ ଫୁଟ ପାଣି: ଭାସିଗଲା କ୍ରେନ୍‌

ପାଟଣା,୨୭।୭(ବୀରକିଶୋର ଦାଶ): ଲଗାଣ ବର୍ଷାରେ କେନ୍ଦୁଝର ଜିଲା ସାହାରପଡା ବ୍ଲକ ବେହାଲ ହୋଇପଡିଛି। ସାହାରପଡ଼ା ବ୍ଲକ କୁମୁଳା ବାହାଳୀ ନିକଟ ତେଲ ନଦୀ ପୋଲଉପରେ ଶନିବାର...

ରାଜ୍ୟରେ ଆଗାମୀ ୪ ଦିନ ଯାଏ ପ୍ରବଳ ବର୍ଷା, ୧୦ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୨୭।୭: ଉତ୍ତର ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ଉତ୍ତର ଓ ଓ ଉପକୂଳ ଓ ପ୍ରବଳ ବର୍ଷା ହେବାର...

ନୂଆ ବିଧାୟକମାନେ ଶୁଣାଇଲେ ନିଜ ଅଞ୍ଚଳର ସମସ୍ୟା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ଅପରାହ୍ନରେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ସୁରୁଖୁରୁରେ ଚଳାଇବା ଲାଗି ପ୍ରଥମେ ପରାମର୍ଶଦାତା କମିଟି ଗଠିତ ହୋଇଛି। ଏଥିରେ ବାଚସ୍ପତି...

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri