Odisha Elections 2024

ଭାଜପା ଛାଡ଼ିଲେ ରଘୁନାଥ ମହାନ୍ତି

ଭୁବନେଶ୍ୱର,୬ା୪: ବରିଷ୍ଠ ନେତା ରଘୁନାଥ ମହାନ୍ତି ଶନିବାର ଭାଜପା ଛାଡ଼ିଛନ୍ତି। ସେ ତାଙ୍କର ଇସ୍ତଫାପତ୍ର ଭାଜପା ସଭାପତି ମନମୋହନ ସାମଲଙ୍କ ନିକଟକୁ ପଠାଇ ଦେଇଛନ୍ତି। ପୂରା ପରିବାର ସହ ରଘୁନାଥ ଭାଜପା ଛାଡ଼ିଥିବା ଜଣାପଡ଼ିଛି।

ରଘୁନାଥ ୧୯୯୦ ଓ ୧୯୯୫ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ଜନତା ଦଳର ପ୍ରାର୍ଥୀ ଭାବରେ ବସ୍ତା ବିଧାନସଭା କ୍ଷେତ୍ରରୁ ନିର୍ବାଚିତ ହୋଇଥିଲେ ।

ଏହାପରେ ୨୦୦୦, ୨୦୦୪ ଓ ୨୦୦୯ରେ ଓଡ଼ିଶା ବିଧାନସଭା ନିର୍ବାଚନରେ ସେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ପୁଣିଥରେ ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୨ତମ, ୧୩ତମ, ୧୪ତମ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ।

ରଘୁନାଥ ୧୩ତମ ଓଡ଼ିଶା ବିଧାନସଭାରେ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ୧୭ ମଇ ୨୦୦୬ରୁ ୨୧ ମଇ ୨୦୦୯ ଯାଏ କାର୍ଯ୍ୟ କରିଥିଲେ।  ଏହା ପରେ ୧୪ତମ ଓଡ଼ିଶା ବିଧାନସଭାରେ ସେ ଶିଳ୍ପ, ଇସ୍ପାତ ଓ ଖଣି ଏବଂ ବୈଦେଶିକ ବ୍ୟାପର ମନ୍ତ୍ରୀ ଭାବରେ ୨୨ ମେ’ ୨୦୦୯, ୨ ଅଗଷ୍ଟ ୨୦୧୨ ଯାଏ କାର୍ଯ୍ୟ କରିଥିଲେ। ୨ ଅଗଷ୍ଟ ୨୦୧୨ରୁ ୧୫ ମାର୍ଚ୍ଚ ୨୦୧୩ଯାଏ ସେ ଆଇନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

୨୦୧୦ରେ ଭାଜପା ଟିକେଟ୍‌ରେ ବି ଲଢ଼ିଥିଲେ। ସେ ସରକାରୀ ଦଳର ମୁଖ୍ୟ ସଚେତକ ଏବଂ ମନ୍ତ୍ରୀ ମଧ୍ୟ ଥିଲେ। ବଧୂ ନିର୍ଯାତନା ମାମଲାରେ ଗିରଫ ହୋଇଥିଲେ। ଏହା ପରେ ବିଜେଡି ତାଙ୍କୁ ଦଳରୁ ନିଲମ୍ବନ କରିଥିଲା। ପରେ ସେ ଭାଜପାରେ ଯୋଗ ଦେଇଥିଲେ। ଆଜି ସେ ଭାଜପା ଛାଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାଖରେ ଭୋଟ୍‌ ପରିଚୟପତ୍ର ନାହିଁ କି? ତଥାପି ଦେଇପାରିବେ ଭୋଟ୍‌… ଜାଣନ୍ତୁ କ’ଣ ରହିଛି ବ୍ୟବସ୍ଥା

ନୂଆଦିଲ୍ଲୀ,୨୪।୫: ସାଧାରଣ ନିର୍ବାଚନ ଲାଗି ବାଜିଛି ବିଗୁଲ। ଏପ୍ରିଲ ୧୯ରେ ଦେଶରେ ଲୋକସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ୨୦୨୪ରେ ୭ଟି ପର୍ଯ୍ୟାୟରେ ବିଭିନ୍ନ...

କଟକ ଜିଲାର ୬ ନିର୍ବାଚନ ମଣ୍ଡଳୀରେ ମତଦାନ ପାଇଁ  ବୁଥ୍‌ ପ୍ରସ୍ତୁତ: ଭୋଟରଙ୍କ ଆଗମନକୁ ଅପେକ୍ଷା

କଟକ,୨୪ା୫ (କାର୍ତ୍ତିକ ସାହୁ): ଏକକାଳୀନ ସାଧାରଣ ନିର୍ବାଚନର ଷଷ୍ଠ ପର୍ଯ୍ୟାୟରେ କଟକ ଜିଲାର ୬ଟି ନିର୍ବାଚନ ମଣ୍ଡଳୀରେ ମେ ୨୫ ତାରିଖ ଶନିବାର ମତଦାନ ଅନୁଷ୍ଠିତ...

ଭୋଟ୍‌ ଦେବାକୁ ଚାଲିଛି ଟଙ୍କା ବଣ୍ଟା, ଭାଇରାଲ ହେଉଛି ଭିଡିଓ…

କଟକ,୨୪ା୫ (କାର୍ତ୍ତିକ ସାହୁ): ରାତି ପାହିଲେ ଭୋଟଦାନ। ମାତ୍ର ତା’ ପୂର୍ବରୁ ଏସ୍‌ଏଚ୍‌ଜି ମହିଳାଙ୍କୁ ୫୦୦ ଟଙ୍କିଆ ନୋଟ୍‌ ଦେଇ  ଭୋଟ ଦେବା ନିମନ୍ତେ ପ୍ରଲୋଭିତ...

ଭୋଗରାଇ ରାଜନୀତିରେ ବଡ଼ ହଲଚଲ, ବିଜେଡି ଛାଡିଲେ ବଡ଼ ନେତା

ବାଲେଶ୍ୱର,୨୪।୫: ରୋଚକ ମୋଡରେ ଭୋଗରାଇ ରାଜନୀତି। ନିର୍ବାଚନକୁ ଆଉ ସପ୍ତାହେ ବାକି ଥିବାବେଳେ ଦଳଡିଆଁ କାର୍ଯ୍ୟକ୍ରମ ଏବେ ବି ଜାରି ରହିଛି। ଏହି କ୍ରମରେ ଶୁକ୍ରବାର...

ନିର୍ବାଚନ ଚାଲିଥିବା ବେଳେ ହତ୍ୟା ଘଟଣାରେ ପୋଲିସ, ଅବକାରୀ ଅଧିକାରୀଙ୍କ ବଦଳି

ବରଗଡ଼,୨୪ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ୨୦ତାରିଖ ମତଦାନ ଚାଲିଥିବା ବେଳେ ସଦର ଥାନା ଅନ୍ତର୍ଗତ ସରସରା ଗ୍ରାମରେ ଅଟୋଚାଳକଙ୍କୁ ହତ୍ୟା ଘଟଣାରେ ଶୁକ୍ରବାର ବରଗଡ଼...

ଏହି ୪ ଭାଜପା ନେତାଙ୍କୁ ଏସସିବି ମନସ୍ତତ୍ତ୍ୱ ବିଭାଗରେ ଦେଖାଇବାକୁ ପରାମର୍ଶ ଦେଲା ବିଜେଡି

ଭୁବନେଶ୍ୱର,୨୪।୫: ନିର୍ବାଚନୀ ପାଗ ଭିତରେ ଥମୁନି ରାଜନୈତିକ ଆରୋପ ପ୍ରତ୍ୟାରୋପ। ରାଜଧାନୀ ପାଗ ମିଜାଜ ବଦଳୁଥିବାବେଳେ ସେଥିରେ ରାଜନୀତିର ପାରା କିନ୍ତୁ ଉପରମୁହାଁ ଧରିଛି। ଏହାରି...

Featured Video Play Icon

ପ୍ରବଳ ବର୍ଷିବ, ୪ଜିଲାକୁ ଆଲର୍ଟ କଲେ SRC

ଭୁବନେଶ୍ୱର,୨୪।୫: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଅବପାତର ରୂପ ନେଇ ବାଂଲାଦେଶ ମୁହାଁ ହେଉଛି। ଯାହା ମେ ୨୬ ମଧ୍ୟରାତ୍ରିରେ ଲ୍ୟାଣ୍ଡଫଲ କରିବ ବୋଲି...

ଶିବବିବାହ ପାଇଁ ଉଠିଲା ଲଗ୍ନଥାଳ 

ଭଦ୍ରକ,୨୪।୫(ସନାତନ ରାଉତ): ଭଦ୍ରକର ପ୍ରସିଦ୍ଧ ଶୈବପୀଠ ଆରଡ଼ି ଆଖଣ୍ଡଳମଣି ପୀଠରେ ଶିବବିବାହ ପାଇଁ ପବିତ୍ର ଚନ୍ଦନ ପୂର୍ଣ୍ଣିମା ଅବସରରେ ଲଗ୍ନ ଧରାଯାଇଛି। ବୈଦିକ ରୀତିନୀତି ଅନୁଯାୟୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri