ଭାରତ ବୈଶ୍ୱିକ ମଡେଲ୍ ହେବାକୁ ଯାଉଛି: ଧର୍ମେନ୍ଦ୍ର
ଭୁବନେଶ୍ୱର, ୧୨ା୯(ସୁନିତ୍ ମିଶ୍ର): ଭାରତ ବୈଶ୍ୱିକ ମଡେଲ୍ ହେବାକୁ ଯାଉଛି। ଏସବୁ କେବଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱ ଯୋଗୁ ହୋଇପାରୁଛି। ଯେତେବେଳେ ଭାରତ ଚନ୍ଦ୍ରାୟନର ଉପଲବ୍ଧି କରୁଛି, ସୂର୍ଯ୍ୟ ଅଭିଯାନ କରୁଛି ଭାରତ ସେତେବେଳେ ବୈଶ୍ୱିକ ରାଜନୀତିରେ ନିଜର ସ୍ଥିତିକୁ…
କୋଟିଆ ବିବାଦ: ଆନ୍ଧ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୧୨ା୯:କୋଟିଆର କେତେକ ଗ୍ରାମକୁ ନେଇ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ମଧ୍ୟରେ ବିବାଦ ଲାଗିରହିଛି। ଓଡ଼ିଶା ସରକାରଙ୍କ ମୂଳ ପିଟିଶନ ଉପରେ ଜବାବ ଦାଖଲ କରିବାକୁ ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟରେ ଶୁଣାଣି ବେଳେ ଉପସ୍ଥିତ ହୋଇ ନ ଥିବାରୁ…
ଆଗେଇପାରୁନି ‘ମୋ ଘର’ ଯୋଜନା
ଭୁବନେଶ୍ୱର, ୧୨ା୯(ସୁନିତ୍ ମିଶ୍ର):ରାଜ୍ୟରେ ଯେଉଁ ଗରିବ ହିତାଧିକାରୀ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ପାଇବାରୁ ବଞ୍ଚିତ ଅଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ପକ୍କାଘର ଖଣ୍ଡେ କରିପାରୁନାହାନ୍ତି ସେମାନଙ୍କ ଲାଗି ରାଜ୍ୟ ସରକାର ‘ମୋ ଘର’ ଯୋଜନା ଆରମ୍ଭ…
କମୁନି ପିଲାଙ୍କ ବସ୍ତାନି ବୋଝ
ଭୁବନେଶ୍ୱର,୧୨ା୯(ଅସମାପିକା ସାହୁ):ଛୋଟ ଛୋଟ ପିଲାମାନେ ଓଜନିଆ ବ୍ୟାଗ୍ ନେଇ ବିଦ୍ୟାଳୟକୁ ଯାଉଛନ୍ତି। ତାହା ପୁଣି ନିଜ ଓଜନର ପାଖାପାଖି ୩୦ପ୍ରତିଶତ। ସ୍କୁଲ ବ୍ୟାଗ୍ ଓଜନ ନେଇ କେନ୍ଦ୍ର ଓ ରାଜ୍ୟ ସରକାର ସ୍ବତନ୍ତ୍ର ନିୟମ କରିଥିଲେ ମଧ୍ୟ ତାହାକୁ ପାଳନ କରାଯାଉ…
ଶିକ୍ଷାନୁଷ୍ଠାନରୁ ଉଦ୍ୟୋଗୀ ସୃଷ୍ଟି ଲକ୍ଷ୍ୟ
ଭୁବନେଶ୍ୱର,୧୨ା୯(ଅନିଲ ଦାସ):ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭୁବନେଶ୍ୱରରେ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଷ୍ଟାର୍ଟଅପ୍ ଏକ୍ସପ୍ରେସ-୨୦୨୩ର ଶୁଭାରମ୍ଭ କରିଛନ୍ତି। ତୃଣମୂଳ ସ୍ତରରୁ ପୁଞ୍ଜିନିବେଶକ ଏବଂ ଉଦ୍ୟୋଗୀ ସୃଷ୍ଟି ସହ ୨୦୨୫ ସୁଦ୍ଧା ରାଜ୍ୟରେ ୫ ହଜାର ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବା ରାଜ୍ୟ…
ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସଂଶୋଧିତ ବିଜ୍ଞପ୍ତି
ଭୁବନେଶ୍ୱର, ୧୧।୯(ଅସମାପିକା ସାହୁ): ୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ୩ ପ୍ରଥମ ପର୍ଯ୍ୟାୟରେ ନାମଲେଖାଇଥିଲେ ବି ଦ୍ୱିତୀୟ ପର୍ଯ୍ୟାୟରେ ନାମଲେଖା ପାଇଁ ଆବେଦନ କରିପାରିବେ। ଛାତ୍ରୀଛାତ୍ରଙ୍କଠାରୁ ଅଭିଯୋଗ ପାଇବା ପରେ ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସଂଶୋଧିତ ବିଜ୍ଞପ୍ତି ପ୍ରକାଶ ପାଇଛି। ଆବେଦନ ପ୍ରକ୍ରିୟା…
୧,୦୬୫ ଅଧ୍ୟାପକ ପଦବୀ ପାଇଁ ଆବେଦନ ଆରମ୍ଭ
ଭୁବନେଶ୍ୱର,୧୧।୯(ଅସମାପିକା ସାହୁ): ରାଜ୍ୟର ବେସରକାରୀ ଅନୁଦାନପ୍ରାପ୍ତ କଲେଜରେ ୧,୦୬୫ ଅଧ୍ୟାପକ ପଦବୀ ପୂରଣ ହେବ। ଏଥିପାଇଁ ସୋମବାରଠାରୁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ଆବେଦନ ପ୍ରକ୍ରିୟା ଅକ୍ଟୋବର ୧୩ ରାତି ୧୧ଟା ୪୫ ଯାଏ ଚାଲିବ। ଏ ନେଇ…
ଇଥାନଲ ପ୍ଲାଣ୍ଟକୁ ବିରୋଧ
ବରଗଡ଼,୧୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରଗଡ଼ ବ୍ଲକର ଏସ୍. ଡୁମ୍ବେରପାଲି ଏବଂ ସୋହେଲା ବ୍ଲକ ଅଧୀନ ଲେବିଡ଼ି ପଞ୍ଚାୟତରେ ନିର୍ମାଣାଧୀନ ଇଥାନଲ ପ୍ଲାଣ୍ଟକୁ ନେଇ ବିରୋଧ ତେଜିଛି। ଏନେଇ ସୋମବାର ଅଞ୍ଚଳବାସୀ ଜିଲାପାଳଙ୍କୁ ଫେରାଦ ହୋଇଛନ୍ତି। ଜିଲାପାଳ ମୋନିଷା ବାନାର୍ଜୀଙ୍କ ଉଦ୍ଦେଶ୍ୟରେ…
ପାରାଦୀପରେ ମାଛ ମଡ଼କ, ପାଣିର ନମୁନା ସଂଗ୍ରହ ସଂଗ୍ରହ କଲା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ
ପାରାଦୀପ,୧୧ା୯(ଶରତ ରାଉତ): ପାରାଦୀପ ବନ୍ଦର ସହର ଚତୁଃପାଶର୍ବରେ ଥିବା କପିଳଯୋର, କଂସାରୀପାଟିଆ ମତ୍ସ୍ୟଡିଆ ନଦୀ, ଷଣ୍ଢକୁଦ ପାଖ ନଦୀରେ ସୋମବାର ବିପୁଳ ପରିମାଣର ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ଏତେ ମାତ୍ରାରେ ମାଛ ମଡ଼କ ଯୋଗୁ ନଦୀର ପାଣି ନୀଳ…
ତାଳଚେର ରୋଡ୍ରେ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍
ଢେଙ୍କାନାଳ,୧୧ା୯(ରତନ ନାୟାର): ପୁରୀରୁ ଢେଙ୍କାନାଳ ଦେଇ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ପରୀକ୍ଷାମୂଳକ ଭାବେ ସୋମବାର ତାଳଚେର ରୋଡ୍ ପର୍ଯ୍ୟନ୍ତ ଗଡ଼ିଛି। ପୁରୀରୁ ଏହି ଟ୍ରେନ ଟି ଆଗାମି ଦିନରେ ରାଉରକେଲା ଅଭିମୁଖେ ଚାଲିବ ବୋଲି ଜଣାପଡିଛି। ପରୀକ୍ଷାମୂଳକ ଭାବେ ଏହି…
ଆମ ବସ୍ଷ୍ଟାଣ୍ଡ, ବସ୍ ଟର୍ମିନାଲ କାର୍ଯ୍ୟକ୍ଷମ ନେଇ ସନ୍ଦେହ
ଢେଙ୍କାନାଳ,୧୧ା୯(ରତନ ନାୟାର): ଢେଙ୍କାନାଳ ସହରରେ ନିର୍ମାଣାଧୀନ ଆମ ବସ୍ଷ୍ଟାଣ୍ଡ ଓ ମହିଷାପାଟସ୍ଥିତ ଅତ୍ୟାଧୁନିକ ବସ୍ ଟର୍ମିନାଲ କାର୍ଯ୍ୟକାରିତାକୁ ନେଇ ସନ୍ଦେହ ଦେଖାଦେଇଛି। ଏହି ୨ଟି ପ୍ରକଳ୍ପ କାର୍ଯ୍ୟକ୍ଷମ ନେଇ ଜିଲା ଆଞ୍ଚଳିକ ପରିବହନ ବିଭାଗ, ଜିଲା ବସ୍ ମାଲିକ ସଂଘ ଏପରିକି…
କୀଟନାଶକ ପିଇ ପୂରା ପରିବାର ଶେଷ
ସୋହେଲା,୧୧ା୯(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ମାଷ୍ଟରପଡ଼ାର ଗୋଟିଏ ପରିବାରର ୩ ସଦସ୍ୟ କୀଟନାଶକ ପିଇବା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଗୋଟିଏ ପରିବାରର ୩ ସଦସ୍ୟ କୀଟନାଶକ ପିଇ ରବିବାର ଭୀମସାର୍, ବୁର୍ଲାରେ ଚିକିତ୍ସାଧୀନ ଅବସ୍ଥାରେ ସୋହେଲା ମାଷ୍ଟରପଡ଼ାର…
Archives


