ରାଜ୍ୟ

୨୦ରେ ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତ

ମାଲକାନଗିରି, ୧୭।୮ (ଡି.ଏନ୍‌.ଏ.): ଆସନ୍ତା ୨୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଲକାନଗିରି ଜିଲା ଗସ୍ତରେ ଆସିବେ। ଏନେଇ ବିଜେଡି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହାପୂର୍ବରୁ ୧୮ ଓ ୧୯ ରେ ୮ ଜଣ ମନ୍ତ୍ରୀ ମାଲକାନଗିରି ଗସ୍ତରେ...

ସାଢେ ୩ କୋଟିଙ୍କୁ ସ୍ମାର୍ଟ ହେଲ୍‌ଥ କାର୍ଡ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ୭୫ ତମ ସ୍ବାଧୀନତା ଦିବସ ଅବସରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ହିତାଧିକାରୀଙ୍କ ପାଇଁ ସ୍ମାର୍ଟ ହେଲ୍‌ଥ କାର୍ଡର ଶୁଭାରମ୍ଭ କରିଛନ୍ତି। ରାଜ୍ୟର ୯୬ ଲକ୍ଷ ପରିବାର, ସାଢ଼େ ୩ କୋଟି ଲୋକଙ୍କୁ...

ଆଜି ହକି ଟିମ୍‌କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର, ୧୭।୮ (କ୍ରୀଡ଼ା ପ୍ରତିନିଧି): ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ବିଜୟୀ ଭାରତୀୟ ପୁରୁଷ ହକି ଦଳ ଏବଂ ୪ର୍ଥ ସ୍ଥାନ ହାସଲ କରିଥିବା ମହିଳା ଦଳ ମଙ୍ଗଳବାର ଭୁବନେଶ୍ୱର ଆସିବେ। ଦିନ ୧୧ଟା ବେଳେ ସେମାନେ ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ...

୧ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର,୧୭।୮(ବ୍ୟୁରୋ): ସେପ୍ଟେମ୍ବର ପହିଲାରୁ ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ସେପ୍ଟେମ୍ବର ୯ ତାରିଖ ଯାଏ ଚାଲିବ। ଏହି ଅଧିବେଶନରେ ମୋଟ ୮ଟି କାର୍ଯ୍ୟଦିବସ ରହିଛି। ୮ ଦିନରୁ ୭ ଦିନ ସରକାରୀ ଦିବସ ପାଇଁ ସମୟ ନିର୍ଘଣ୍ଟ...

ବଢ଼ିଲା ପିଲାଙ୍କ ଚିନ୍ତା

ଭୁବନେଶ୍ୱର, ୧୭।୮(ବ୍ୟୁରୋ): ରାଜ୍ୟରେ ଏବେ ଶିଶୁଙ୍କ ଉପରେ କରୋନାର ଆଖି ପଡ଼ିଲାଣି। ଫଳରେ ଚିନ୍ତା ବଢିଛି। ଗତ ଦୁଇଦିନରେ ୧୮ବର୍ଷରୁ କମ୍‌ ବୟସ ବର୍ଗରେ ୨୪୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଦୁଇ ଦିନରେ ରାଜ୍ୟରେ ଚିହ୍ନଟ ହୋଇଥିବା ଦୈନିକ...

ପ୍ରି-ବିଡିଂ ବୈଠକ ହୋଇନି

ଅନୁଗୋଳ ଅଫିସ, ୧୭ା୮ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ କୋଟିଏରୁ ଊର୍ଦ୍ଧ୍ୱ ଟଙ୍କାର ମାନବ ସମ୍ବଳ କାର୍ଯ୍ୟ ପାଇଁ କରାଯାଇଥିବା ପେପର ଟେଣ୍ଡରରେ କୌଣସି ଅନିୟମିତତା ହୋଇ ନ ଥିବା ସଫେଇ ଦିଆଯାଉଛି। ହେଲେ ଏକ ଠିକା ସଂସ୍ଥାକୁ...

ରାତି ସାରା ଝୁଲି ରହିଲା ତ୍ରିରଙ୍ଗା

କୋକସରା,୧୬।୮(ଡି.ଏନ୍‌.ଏ.): ଜାତୀୟ ପତାକାକୁ ଅସମ୍ମାନ କରାଯାଇଛି। ରାତି ସାରା ଝୁଲି ରହିଛି ପତାକା। ଏଭଳି ଏକ ଅଭିଯୋଗ ଆସିଛି କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠି ଶିକ୍ଷା ବିଭାଗ ଅଧୀନ ଲଡୁଗାଁ ପଞ୍ଚାୟତ ସୁପାଡ ଗ୍ରାମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ...

ପଥରରେ ଛେଚି ଦେଲେ

ବଡ଼ବିଲ,୧୬।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ରୁଗୁଡି ଥାନା ଅଧୀନ କ୍ୟାମ୍ପ ହଟିଂ ନିକଟସ୍ଥ ଜଙ୍ଗଲରେ ରବିବାର ରାତିରେ ଜଣେ ଯୁବକଙ୍କୁ ପଥରରେ ଛେଚି ହତ୍ୟା କରାଯାଇଛି। ମୃତକ ହେଲେ ଘନଶ୍ୟାମ ସମାସି(୩୦)। ହତ୍ୟାକାଣ୍ଡରେ ସମ୍ପୃକ୍ତ ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି।...

ଧାନ ରୋଇବାକୁ ଯାଇ ଆଉ ଫେରିଲେନି

ବନ୍ତ,୧୬।୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବନ୍ତ ଥାନା ଅଧୀନ ଚଣ୍ଡିପୁର ଗ୍ରାମରେ ସୋମବାର ବଜ୍ରପାତ ଘଟି ଜଣେ ଯୁବ ଚାଷୀଙ୍କର ମୃତ୍ୟୁ ଘଟିଛି। ସେ ହେଲେ ସେକ୍‌ ସଫିରୁଦ୍ଦିନ(୨୨)। ସୂଚନା ମୁତାବକ, ସଫିରୁଦ୍ଦିନ ଜମିକୁ ଧାନ ରୋଇବାକୁ ଯାଇଥିବା ବେଳେ ବଜ୍ରପାତ...

ଯୁକ୍ତ ୨ ଏକ୍ସ ରେଗୁଲାର ଛାତ୍ରୀଛାତ୍ରଙ୍କ ବିକ୍ଷୋଭ: ମାଟ୍ରିକ ମୂଲ୍ୟ ଆଧାରରେ ମାର୍କ ଦିଅ

ଭୁବନେଶ୍ୱର,୧୬।୮(ବ୍ୟୁରୋ): ମାଟ୍ରିକ ମାର୍କ ଆଧାରରେ ମୂଲ୍ୟାୟନ ଦାବିରେ ସୋମବାର ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଯୁକ୍ତ ୨ ଏକ୍ସ ରେଗୁଲାର ଛାତ୍ରୀଛାତ୍ର ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ କହିଛନ୍ତି ରେଗୁଲାର ପିଲାଙ୍କୁ ଯଦି ମାଟ୍ରିକ ମୂଲ୍ୟ ଆଧାରରେ...

ଅଢ଼େଇ କୋଟିର ବ୍ରାଉନସୁଗାର ଜବତ : ୩ ଜଣଙ୍କୁ ବାନ୍ଧିନେଲା ଏସ୍‌ଟିଏଫ୍‌

ଭୁବନେଶ୍ୱର,୧୬।୮(ବ୍ୟୁରୋ): ବାଲେଶ୍ୱର ଜିଲା ଜଳେଶ୍ୱର ମାର୍କେଟରେ ଏସ୍‌ଟିଏଫ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଏଥିରେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ୨ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଜଳେଶ୍ୱର ଥାନା ଅଞ୍ଚଳର...

ଏଣିକି ସ୍ବର୍ଗଦ୍ୱାରରେ ମୃତଦେହ ସତ୍କାର

ପୁରୀ ଅଫିସ,୧୬ା୮: ଦୀର୍ଘ ୪ ମାସ ପରେ ସୋମବାରଠାରୁ ସ୍ବର୍ଗଦ୍ୱାରରେ ପୁରୀ ଜିଲା ବାହାର ଲୋକଙ୍କ  ମୃତଦେହ ସତ୍କାର କରାଯାଇପାରିବ। ସରକାରଙ୍କ ନିୟମ ଅନୁଯାୟୀ, କେବଳ କୋଭିଡ୍‌ ନେଗେଟିଭ୍‌ ବ୍ୟକ୍ତିଙ୍କର ହିଁ ମୃତଦେହ ସତ୍କାର କରାଯାଇପାରିବ। ଏଥିସହ ସମ୍ପୂର୍ଣ୍ଣ କୋଭିଡ୍‌...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri