ରାଜ୍ୟ

ପିଚୁ ପ୍ଲାଣ୍ଟରେ ଲାଗିଲା ନିଆଁ, ଜଳିଗଲା ଲକ୍ଷାଧିକ ଟଙ୍କାର ଯନ୍ତ୍ରପାତି

ଦାରିଙ୍ଗବାଡ଼ି,୧୩ା୬(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କିରିକୁଟି ପଞ୍ଚାୟତ ଅଲାରୀଠାରେ ଏକ ପିଚୁ ପ୍ଲାଣ୍ଟରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡ଼ିଛି। ଉକ୍ତ ପ୍ଲାଣ୍ଟର ମୁଖ୍ୟାଂଶ ବ୍ୟାଗରେ କାର୍ଯ୍ୟରତ ମିସ୍ତ୍ରୀ ଓ ଶ୍ରମିକମାନେ ଧୂଆଁ…

ଶ୍ରୀମନ୍ଦିର ୪ଦ୍ୱାର ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ମହାପ୍ରଭୁଙ୍କ ଆଶୀର୍ବାଦରେ ହୋଇଛି ସମ୍ଭବ

ଭୁବନେଶ୍ୱର,୧୩।୬: ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ…

୧୦ ବର୍ଷ ହେଲା ବନ୍ଦ ପଡ଼ିଛି ବିଜୟାନନ୍ଦ ଚିନିକଳ

ଦେଓଗାଁ ,୧୩ା୬(କୃଷ୍ଣ ପ୍ରସାଦ ପାଣିଗ୍ରାହୀ)ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ ସାଗରପାଲି କଲୋନୀ ନିକଟରେ ଥିବା ଜିଲାର ଏକମାତ୍ର କୃଷିଭିତ୍ତିକ ଶିଳ୍ପ ବିଜୟାନନ୍ଦ ସମବାୟ ଚିନିକଳ ପ୍ରାୟ ୧୦ ବର୍ଷ ହେଲା ବନ୍ଦ ହୋଇ ପଡିରହିଛି। ଏବେ ରାଜ୍ୟରେ ସରକାର ପରିବର୍ତ୍ତନ ପରେ…

ଶହେ ମିଟରରୁ ୮.୭ କି.ମି. ଇକୋ ସେନ୍‌ସେଟିଭ୍‌ ଜୋନ୍‌

ରାଜନଗର,୧୩ା୬(ଭାସ୍କର ରାଉତରାୟ)ଭିତରକନିକା ଜାତୀୟ ଉଦ୍ୟାନ, ଭିତରକନିକା ଅଭୟାରଣ୍ୟ ଓ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ୧ ଶହ ମିଟରଠାରୁ ୮.୭ କି.ମି. ପର୍ଯ୍ୟନ୍ତ ଇକୋ ସେନସେଟିଭ ଜୋନ୍‌ ଭାବେ ଘୋଷଣା କରାଯାଇଛି। କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ…

ରାତାରାତି କଟା ପୋଖରୀ ହୁଡ଼ା ବନ୍ଧାଗଲା

ଓଡ଼ଗାଁ,୧୩ା୬(ଆଦର୍ଶ କୁମାର ପଟ୍ଟନାୟକ)ଗ୍ରୀଷ୍ମରେ ଲୋକେ ପାଣି ଗରାଏ ପାଇଁ ବ୍ୟସ୍ତ ହେଉଥିବା ବେଳେ ମୌସୁମୀର ଆଗମନ ହୋଇଛି ା ହେଲେ ପଡୋଶୀ ଜିଲାରେ ପ୍ରାକ୍‌ ମୌସୁମୀ ବର୍ଷା ଅନୁଭୁତ ହୋଇଥିବା ବେଳେ ନୟାଗଡ଼ ଜିଲା ଓଡ଼ଗାଁରେ ଏଯାବତ୍‌ ବର୍ଷା ହୋଇନାହିଁ। ଏପରିସ୍ଥଳେ…

ଜଗନ୍ନାଥଙ୍କ ଅବଢ଼ା ନିଲାମରେ ଅନିୟମିତତା

ନୟାଗଡ଼,୧୩।୬(ଲୋକନାଥ ମିଶ୍ର)ନୟାଗଡ଼ ପୁରୁଣା ସହରରେ ପୂଜା ପାଉଥିବା ଜଗନ୍ନାଥ ମହାପ୍ରଭୁଙ୍କ ଅବଢ଼ା ଟେଣ୍ଡରରେ ଅନିୟମିତତା ହୋଇଛି । ନିଲାମଧାରୀଙ୍କ ଠାରୁ ୧ ଲକ୍ଷ ବା ତାଠାରୁ ଅଧିକ ଲାଞ୍ଚ ନେଇ ସେମାନଙ୍କୁ ନିଲାମ ଟଙ୍କା ନ ଦେବା ପାଇଁ ଅନୁକମ୍ପା ଦେଖା…

ସରପଞ୍ଚରୁ କ୍ୟାବିନେଟ୍‌ ପାହ୍ୟା

ଗୋପାଳପୁର,୧୩ା୬(ନବୀନ ରାଜ ଆଚାରୀ)ଗଞ୍ଜାମ ଜିଲା ଗୋପାଳପୁର ନିର୍ବାଚନ ମଣ୍ଡଳୀର ନବନିର୍ବାଚିତ ଭାଜପା ବିଧାୟକ ବିଭୂତି ଭୂଷଣ ଜେନାଙ୍କୁ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ପାହ୍ୟା ମିଳିଛି। ଏହା ଜାଣିବା ପରେ ତାଙ୍କ ସମର୍ଥକ ଓ କର୍ମୀମାନେ ବାଣ ଫୁଟାଇ, ମିଠା ବଣ୍ଟନ କରି ଖୁସି…

୨୩ ବର୍ଷ ପରେ ମିଳିଲା ମନ୍ତ୍ରୀପଦ

ଢେଙ୍କାନାଳ,୧୩ା୬(ରତନ ନାୟାର)ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀକୁ ୨୩ବର୍ଷ ପରେ ମିଳିଛି ମନ୍ତ୍ରୀପଦ। ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ଭାଜପା ବିଧାୟକ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ରାଜ୍ୟ ମନ୍ତ୍ରିମଣ୍ଡଳରେ କ୍ୟାବିନେଟ୍‌ ପାହ୍ୟା ମିଳିଛି। ଏହି ଖବର ମିଳିବା ପରେ ଢେଙ୍କାନାଳ ଭାଜପା ଶିବିରରେ ଖୁସିର ଲହରି…

ଏମ୍‌ଏଲ୍‌ଏ ସାହି ଭାବେ ପରିଚିତ ବଡ଼ମହାନ୍ତ

କେନ୍ଦୁଝର,୧୩ା୬(ନରେଶ ଚନ୍ଦ୍ର ପଟ୍ଟନାୟକ)କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ୍‌ ରାଇକଳା ପଞ୍ଚାୟତର ରାଇକଳା ଗ୍ରାମର ବଡ଼ମହାନ୍ତ ସାହିର ପୁଅ ମୋହନ ମାଝି ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ମୋହନ ବିଧାୟକ ଭାବେ ନିର୍ବାଚିତ ହେବା ପରେ ସେ ରହୁଥିବା…

ଇଞ୍ଜିନିୟରରୁ ରାଷ୍ଟ୍ରମନ୍ତ୍ରୀ

ଭଦ୍ରକ,୧୩।୬ (ସନାତନ ରାଉତ)ଭଦ୍ରକ ଜିଲା ଧାମନଗରର ନବନିର୍ବାଚିତ ବିଧାୟକ ସୂର୍ଯ୍ୟବଂଶୀ ସୂରଜଙ୍କୁ ରାଷ୍ଟ୍ରମନ୍ତ୍ରୀ (ସ୍ବାଧୀନ ପାହ୍ୟା) ପଦ ମିଳିଛି। ଇଞ୍ଜିନିୟରିଂରେ ଡିଗ୍ରୀ ଅର୍ଜନ କରିବା ପରେ ସେ ବିଦେଶରେ ଏକ କମ୍ପାନୀରେ କିଛି ମାସ କାମ କରିଥିଲେ। ପିତା ତଥା ପୂର୍ବତନ…

ପ୍ରଥମ ବିଜୟରେ ପ୍ରଦୀପ ମନ୍ତ୍ରୀ

ଯାଜପୁର,୧୩ା୬(ହର୍ଷବର୍ଦ୍ଧନ ବେହେରା)ମୋହନ ମାଝିଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି ଯାଜପୁର ଜିଲା ସୁକିନ୍ଦା ବିଧାୟକ ପ୍ରଦୀପ ବଳସାମନ୍ତ(ଟୁଟୁ)ା ସେ ରାଷ୍ଟ୍ରମନ୍ତ୍ରୀ(ସ୍ବାଧୀନ ପାହ୍ୟା) ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବରୁ ଉକ୍ତ ନିର୍ବାଚନମଣ୍ଡଳୀରୁ ନିର୍ବାଚିତ ହୋଇଥିବା ଶରତ ରାଉତ, ପ୍ରଫୁଲ୍ଲ ଘଡ଼େଇ ଓ ପ୍ରୀତିରଞ୍ଜନ…

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡରୁ ସ୍ବେଚ୍ଛାକୃତ ଅବସର ଗ୍ରହଣ କରିଥିଲେ

ବଲାଙ୍ଗୀର,୧୩ା୬(ବୀରେନ୍ଦ୍ର କୁମାର ଝାଙ୍କର)ଓଡ଼ିଶାରେ ପ୍ରଥମ ଭାଜପା ସରକାରରେ ବଲାଙ୍ଗୀର ଜିଲାକୁ ମିଳିଛି ଦୁଇଟି ପଦବୀ। ପାଟଣାଗଡ଼ ବିଧାୟକ ତଥା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓ ଉପମୁଖ୍ୟମନ୍ତ୍ରୀ ଭାବେ ଓ ଲୋଇସିଂହା ବିଧାୟକ ତଥା ଭାଜପାର ଯୁବ ଚେହେରା ଡ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?