ପୂର୍ବରୁ ଥିଲା ଶତ୍ରୁତା, ବଚସା ପରେ ଯୁବକଙ୍କୁ ମଦ କାଚ ଭୁସି ହତ୍ୟା
ରାୟଗଡ଼ା,୨୭।୩(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ସହରର ରାମକୃଷ୍ଣ ନଗରରେ ଜଣେ ଯୁବକଙ୍କୁ ମଦ କାଚରେ ଭୁସି ହତ୍ୟା କରାଯାଇଛି। ମୃତ ଯୁବକ ହେଲେ କ୍ରିଷ୍ଣା କଣ୍ଡାଗରି (୩୦)। ତାଙ୍କ ଘର ରାୟଗଡ଼ା ସହରର ରେଳବାଇ କୋଲୋନୀରେ। ଘାସିରାମ ଝୋଡିଆ ନାମକ ଯୁବକ ତାଙ୍କୁ…
ମନ୍ମଥ ଯେଉଁ ଦଳକୁ ଯାଉନା କାହିଁକି ସେ ମୋ’ ପୁଅ, ଆମେ ତାକୁ ଜିତାଇବା: ସୁର ରାଉତରାୟ
ଭୁବନେଶ୍ୱର,୨୭।୩: ବିଜେଡିରେ ସାମିଲ ହୋଇଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ବୁଧବାର ଶଙ୍ଖ ଭବନରେ ଆୟୋଜିତ ମିଶ୍ରଣ ପର୍ବରେ ବିଧିବଦ୍ଧ ଭାବେ ସେ ବିଜେଡିରେ ଯୋଗଦାନ କରିଛନ୍ତି। ଏହା ପୂର୍ବରୁ ମନ୍ମଥ ଭୁବନେଶ୍ୱର ମାଉସୀ…
‘ମୋଦିଙ୍କୁ ଆଣିବାକୁ ହେଲେ ଅପରାଜିତାଙ୍କୁ ଜିତାଇବାକୁ ପଡ଼ିବ’
ଭୁବନେଶ୍ୱର,୨୭।୩: ଆଗାମୀ ସାଧାରଣ ନିର୍ବାଚନରେ ଭୁବନେଶ୍ୱର ଲୋକ ସଭା ଆସନରୁ ଲଢ଼ିବେ ଏମ୍ପି ଅପରାଜିତା ଷଡ଼ଙ୍ଗୀ। ପ୍ରାର୍ଥୀଭାବେ ଟିକେଟ ଘୋଷଣା ପରେ ବୁଧବାର ସେ ଭୁବନେଶ୍ୱର ଫେରିଛନ୍ତି। ଏହି ଅବସରରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କର୍ମୀଙ୍କ…
ବିଜେଡିରେ ମିଶିଲେ ମନ୍ମଥ ରାଉତରାୟ, ଜଟଣୀ ଆସନରୁ ଲଢ଼ିବା ନେଇ ଚର୍ଚ୍ଚା !
ଭୁବନେଶ୍ୱର,୨୭।୩: ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ବୁଧବାର ଶଙ୍ଖ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ବିଜେଡି ଏମ୍ପି ମାନସ ମଙ୍ଗରାଜ, ପୂର୍ବତନ ବିଧାୟକ ବିଭୂତି…
ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଯାତ୍ରୀବାହୀ ବସ୍
କୋରାପୁଟ,୨୭।୩(ଅମିତାଭ ବେହେରା): ବିଦ୍ୟୁତ୍ ଖୁଣ୍ଟକୁ ଧକ୍କା ଦେଇ ଓଲଟି ପଡିଲା ଖାମ୍ବେଶ୍ୱରୀ ନାମକ ଯାତ୍ରୀବାହୀ ବସ୍। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ନାରାୟଣ ରଥ (୫୪)ବୋଲି ସୂଚନା ମିଳିଛି। କୋରାପୁଟ…
୪ ଘଣ୍ଟା ପାଇଁ ଆଜି ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ
ପୁରୀ,୨୭।୩: ଆଜି ପୁରୀ ଶ୍ରୀମନ୍ଦିରରେ ବନକଲାଗି ନୀତି ଅନୁଷ୍ଠିତ ହେବ। ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସା ୬ରୁ ରାତି ୧୦ଟା ପର୍ଯ୍ୟନ୍ତ ୪ ଘଣ୍ଟା ପାଇଁ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ଗୁପ୍ତନୀତି ହୋଇଥିବାରୁ ଦର୍ଶନ…
ନବୀନ ନିବାସରେ ବିଜେଡି ଟିକେଟ୍ କସରତ: ଆଜି ମୟୁରଭଞ୍ଜ ସମେତ ଏହି ୪ ଜିଲା ଉପରେ ହେବ ସମୀକ୍ଷା
ଭୁବନେଶ୍ୱର,୨୭।୩: ନବୀନ ନିବାସରେ ବିଜେଡି ଟିକେଟ୍ କସରତ ଆରମ୍ଭ ହୋଇଛି । ଆଜି ମୟୁରଭଞ୍ଜ, କେନ୍ଦୁଝର, ବାଲେଶ୍ୱର ଏବଂ ଭଦ୍ରକ ପାଇଁ ବୈଠକ ବସିବ। ସଂସଦୀୟ କ୍ଷେତ୍ରର ସମସ୍ତ ବିଧାୟକ ଓ ପର୍ଯ୍ୟବେକ୍ଷକ ଉପସ୍ଥିତ ରହିବେ। ପୂର୍ବାହ୍ନ ୧୧ଟାରେ ମୟୁରଭଞ୍ଜ, ୧୨ଟାରେ…
ପ୍ରଦୀପଙ୍କ ବିରୋଧରେ ମାନସଙ୍କୁ ପ୍ରାର୍ଥୀ କରିପାରେ ବିଜେଡି
ଭୁବନେଶ୍ୱର,୨୭।୩: ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ କସରତ ଆରମ୍ଭ ହୋଇଛି । ଦଳ ଛାଡି ଅନେକ ନେତା ଭାଜପାରେ ସାମିଲ ହେଉଛନ୍ତି। ଯାହାକୁ ନେଇ ବିଜେଡିର ଅଡୁଆ ବଢିବାରେ ଲାଗିଛି। ଏବେ ବିଜେଡିର ନିଜର ଗଞ୍ଜାମରେଏବେ ବ୍ୟାକଫୁଟରେ…
ସମ୍ବଲପୁରରେ ବୋମା ମାଡ଼ ପରେ ଉତ୍ତେଜନା
ସମ୍ବଲପୁର,୨୬।୩: ପୁଣି ଅସାନ୍ତ ହୋଇପଡିଛି ସମ୍ବଲପୁର। ମଙ୍ଗଳବାର ସନ୍ଧ୍ୟାରେ ପୀରବାବା ଛକ ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଏକ ବୁଲେଟ(ବାଇକ୍) ଛିଡ଼ା ହୋଇଥିଲା। ସେତିକିବେଳେ କେତେକ ଦୁର୍ବୃତ୍ତ ବୁଲେଟ୍ ଉପରକୁ ବୋମା ମାଡ଼ କରି ଫେରାର ହୋଇଯାଇଥିଲେ। ବୋମା ମାଡ଼ରେ ୨ଜଣ ଗୁରୁତର…
ହୋଲି ଖେଳ ହେଲା କାଳ
ବାରଙ୍ଗ/ପାରାଦୀପ/ସମ୍ବଲପୁର,୨୬।୩(ଲିଙ୍ଗରାଜ ରାଉତ/ ଶରତ ରାଉତ/ ପ୍ରମୋଦ ବହିଦାର): ହୋଲି ଖେଳ ହେଲା କାଳ। ହୋଲି ଖେଳି ଗାଧୋଇବାକୁ ଯାଇଥିବା ବେଳେ ବିଭିନ୍ନ ସ୍ଥାନରେ ପାଣିରେ ବୁଡି ୨ ନାବାଳକ ଏବଂ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ହୋଲି ଖେଳି ବାରଙ୍ଗ-ପୁରୀ ମେନ୍…
ହୋଲି ଅଘଟଣ: ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଛାତ୍ର
ଭୁବନେଶ୍ୱର,୨୬।୩: ରଙ୍ଗର ପର୍ବ ହୋଲିରେ ଘଟିଛି ଅଘଟଣ । ପୋଖରୀରେ ଗାଧୋଇଲା ବେଳେ ବୁଡ଼ି ୨ଜଣଙ୍କ ମୃତ୍ୟୁ ଘଟିଛି। କଟକ ଜିଲା ସାଲେପୁର ଥାନା ଅଧୀନ କରମୁଆଁ ଗାଁରେ ପୋଖରୀରେ ବୁଡ଼ି ଜଣେ ଯୁକ୍ତ୨ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତ ଛାତ୍ର…
ଭାଗବତ ଟୁଙ୍ଗିରେ ସଂକୀର୍ତ୍ତନ ସହ ହୋଲି
ଦାରିଙ୍ଗବାଡି,୨୬।୩ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ରଙ୍ଗର ପର୍ବ ହୋଲି ବଡ଼ ଧୁମ୍ଧାମରେ ପାଳନ ହୋଇଛି। ବିଶେଷ କରି ଛୋଟ ପିଲାଙ୍କ ମଧ୍ୟରେ ଏହି ହୋଲିର ପର୍ବ ବଡ଼ ଖୁସିର ସହ ପାଳନ ହେଉଛି। ଅନେକ…
Archives


