ଆସନ୍ତା ୨୨ରୁ ବିଧାନସଭା ଅଧିବେଶନ, ୨୫ରେ ବଜେଟ୍
ଭୁବନେଶ୍ୱର,୫।୭: ଆସନ୍ତା ୨୨ ତାରିଖରୁ ସପ୍ତଦଶ ବିଧାନସଭା ଅଧିବେଶନ ଆରମ୍ଭ ହେବ। ଦୁଇଟି ପର୍ଯ୍ୟାୟରେ ଏହି ଅଧିବେଶନ ସେପ୍ଟେମ୍ବର ୧୩ତାରିଖ ପର୍ଯ୍ୟନ୍ତ ଚାଲିବ । ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟଦିବସ ଥିବା ବେଳେ ଜୁଲାଇ ୨୫ରେ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ…
ଓଡ଼ିଶାକୁ ଦାଦନ ଖଟିବାକୁ ଆସି ରାସ୍ତା ନିର୍ମାଣବେଳେ ଚାଲିଗଲା ଜୀବନ
ପଟ୍ଟାଙ୍ଗି,୫।୦୭(ଶରତ ଧଳ): ନିଜ ପରିବାରଙ୍କୁ ବାହାର ରାଜ୍ୟରେ ଛାଡ଼ି ଓଡିଶାରେ ପହଞ୍ଚି କିଛି ରୋଜଗାର କରିବା ସ୍ବପ୍ନ ଦେଖି ଆସିଥିଲେ। ହେଲେ ଲାଲ ବିହାରୀ ମହାରଣାଙ୍କୁ ଓଡ଼ିଶାରେ ମିଳିଥିଲା ଦାଦନ ଚାକିରି। ଏବେ ସେହି ରୋଜଗାର ପରିବାର ସଦସ୍ୟଙ୍କ ପାଇଁ ଦୁଃଖ…
ଭିଜିଲାନ୍ସ ଜାଲରେ ତହସିଲଦାର
ରାୟଗଡ଼ା,୫।୭(ଆଶିଷ ରଞ୍ଜନ ପଣ୍ଡା): ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ରାୟଗଡ଼ା ଜିଲା ଚନ୍ଦ୍ରପୁର ତହସିଲଦାର ବିଚିତ୍ରାନନ୍ଦ ନାୟକ। ତାଙ୍କ ସରକାରୀ ଗାଡି ଭିତରୁ ଜବତ କରାଯାଇଛି ୧ ଲକ୍ଷ ୧୫ ହଜାର ଟଙ୍କା। ହନୁମନ୍ତପୂର ଗ୍ରାମର ଗୋଟିଏ ଗୋଷ୍ଠୀ ଠାରୁ ସେ ଏହି…
ରଥଯାତ୍ରାରେ ପ୍ରବଳ ବର୍ଷା, ସୃଷ୍ଟି ହେଲା ଘୂର୍ଣ୍ଣିବଳୟ
ଭୁବନେଶ୍ୱର,୫।୭: ବର୍ଷାରେ ଭିଜିବେ ମହାପ୍ରଭୁ ଜଗନ୍ନାଥ। ରଥଯାତ୍ରାରେ ପୁରୀରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଶ୍ରୀକ୍ଷେତ୍ର ପରି ରାଜ୍ୟର ଅନେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଆଉ କିଛି ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଏଥିସହ ବଜ୍ରପାତ…
ବିଜେଡି ରାଜ୍ୟ ସଭା ଏମପି ମୁନା ଖାନ୍ଙ୍କ ଦମଦାର୍ ଭାଷଣ, ପ୍ରଶଂସା କଲେ ଧନକର, ଟାର୍ଗେଟରେ ଥିଲେ ମୋଦି
ଭୁବନେଶ୍ୱର,୫।୭: ରାଜ୍ୟ ସଭାରେ ବଦଳିଛି ବିଜୁ ଜନତା ଦଳର ଆଭିମୁଖ୍ୟ। ଆକ୍ରାମଣତ୍ମକ ଢଙ୍ଗରେ ଶାସକ ଭାରତୀୟ ଜନତା ପାର୍ଟିକୁ ଟାର୍ଗେଟ କରୁଛନ୍ତି ବିଜେଡି ଏମପି। ପୂର୍ବରୁ ସବୁ ପ୍ରସଙ୍ଗରେ ବିଜେଡିକୁ ସାଥ୍ ଦେଉଥିବା ଏହି ଦଳ ଏବେ କିନ୍ତୁ ବିରୋଧୀଙ୍କ ସ୍ବରରେ…
ମା’ଙ୍କ ନାକ କାଟି ବନ୍ଧା ହେଲେ ପୁଅ
ସେମିଳିଗୁଡା/ସୁନାବେଡା,୫ା୭(ବାସୁଦେବ ବରାଡ଼/କୃତ୍ତିବାସ): ମା’ଙ୍କ ନାକ କାଟି ବନ୍ଧା ହୋଇଛନ୍ତି ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ସେମିଳିଗୁଡା ଉପରସାହି ଆମ୍ବେଡକର ନଗରରେ। ଏନେଇ ମା’ ଭାନୁ ଖରା (୬୦) ସେମିଳିଗୁଡା ଥାନାରେ ଗୁରୁବାର ଅଭିଯୋଗ କରିବା ପରେ ପୋଲିସ ଘଟଣାର ତଦନ୍ତ…
ମୁଖ୍ୟମନ୍ତ୍ରୀଙ୍କୁ ଖରାପ ବ୍ୟବହାର ଦେଖାଇଥିବା ଆଇଆଇସିଙ୍କୁ ବଦଳି
ପାରଳାଖେମୁଣ୍ଡି,୫ା୭(ଗିରିଧାରୀ ପରିଛା): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପୂର୍ବରୁ ଥାନାରେ ଖରାପ ବ୍ୟବହାର ପ୍ରଦର୍ଶନ କରିଥିବା କେନ୍ଦୁଝର ଆଇଆଇସି ତ୍ରିନାଥ ସେଠୀଙ୍କୁ ଗଜପତି ଜିଲାକୁ ବଦଳି ହୋଇଛି। କଟକ ପୋଲିସ ମୁଖ୍ୟାଳୟରୁ ଏହି ବଦଳି ଆଦେଶ ହୋଇଛି। ସେହିପରି ଭଦ୍ରକ ଥାନାର…
ଓଡ଼ିଶା ପାଇଁ ପ୍ରଭାରୀ ନିଯୁକ୍ତ କଲା ଭାଜପା, ଅପରାଜିତାଙ୍କୁ ମିଳିଲା ବଡ଼ ଦାୟିତ୍ୱ
ଭୁବନେଶ୍ୱର,୫।୭: ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ଭାରତୀୟ ଜନାତା ପାର୍ଟି। ଓଡ଼ିଶାରେ ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀ ଦାୟିତ୍ୱ ଦିଆଯାଇଛି। ଏଥିସହ ଲତା ଉସେଣ୍ଡିଙ୍କୁ ସହ ପ୍ରଭାରୀ ଦାୟିତ୍ୱ ମିଳିଛି। ସେହିପରି ଏମପି ଅପରାଜିତା ଷଡ଼ଙ୍ଗୀଙ୍କୁ…
ପର୍ଯ୍ୟଟକଙ୍କୁ ଧରି ଯାଉଥିବା ମିନି ବସ୍ ଓଲଟିଲା
ଭଞ୍ଜନଗର,୫।୭: ଗଞ୍ଜାମ ଜିଲା ସୋରଡ଼ା ଥାନା ଖୁଣ୍ଟେଶ୍ବରୀ ପାହାଡ଼ ଉପରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ପର୍ଯ୍ୟଟକଙ୍କୁ ଧରି ଯାଉଥିବା ଏକ ମିନି ବସ୍ ପାହାଡ଼ ଉପରେ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାରେ ୧୦ ପର୍ଯ୍ୟଟକ ଆହତ ହୋଇଥିବା ସୂଚନା…
ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ
ଭୁବନେଶ୍ବର,୫।୭: ଓଡ଼ିଶାକୁ ଅଣାଯିବ ୫ ମହାବଳ ବାଘ। ଏ ନେଇ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଡେବ୍ରିଗଡ଼ ଅଭୟାରଣ୍ୟ ପାଇଁ ୩ ଓ ଶିମିଳିପାଳ ପାଇଁ ୨ ବାଘ ଆସିବେ। ଅଗଷ୍ଟ ଶେଷ ସୁଦ୍ଧା ଡେବ୍ରିଗଡ଼ ପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶରୁ…
ରାଜ୍ୟ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ
ପୁରୁଷୋତ୍ତମପୁର,୫।୭(ସିମାଞ୍ଚଳ ମିଶ୍ର) ସର୍ବଭାରତୀୟ ସ୍ତରରେ ୟୁପିଏସ୍ସି ଦ୍ବାରା ପରିଚାଳିତ ସିଡିଏସ୍(ଇଣ୍ଡିଆନ ମିଲିଟାରୀ ପରୀକ୍ଷା)ରେ ଗଞ୍ଜାମ ଜିଲା ପୁଷୋତ୍ତମପୁର ଏନ୍ଏସି ୱାର୍ଡନଂ ୯ ରଥ ସାହିର ସ୍ବନ୍ଦନଦାଶ ୪୨ ନଂ ର଼୍ୟାଙ୍କରେ ପାସ୍ କରିଛନ୍ତି। ସେ ସମଗ୍ର ଓଡ଼ିଶା ସମେତ ଗଞ୍ଜାମ ଜିଲା…
୧ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିବା ଶିଶୁପୁତ୍ର ଉଦ୍ଧାର
ପାରାଦୀପ,୫ା୭: ଜଗତ୍ସିଂହପୁର ଜିଲା ପାରାଦୀପରେ ୩ ଦିନର ନବଜାତ ଶିଶୁପୁତ୍ରଙ୍କୁ ୧ ଲକ୍ଷ ଟଙ୍କାରେ ଜଣେ ଅସହାୟ ମହିଳା ବିକ୍ରିକରି ଦେଇଥିଲେ। ହେଲେ ବିକ୍ରି ହୋଇଥିବା ପୁଅଙ୍କୁ ଶୁକ୍ରବାର ଭାଇଜାଗରୁ ଉଦ୍ଧାର ପରେ ପାରାଦୀପ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଶିଶୁଟିକୁ ନିଜେ…
Archives


