ରାଜ୍ୟ

ଆନ୍ତଃରାଜ୍ୟ ଗ୍ୟାଙ୍ଗ୍‌କୁ ଧରିଲା ପୋଲିସ: ୧୯ ନାମୀଦାମୀ ବାଇକ୍‌ ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି,୨୯ା୯(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ଆନ୍ଧ୍ର ଓ ଓଡ଼ିଶା ଆନ୍ତଃରାଜ୍ୟ ବାଇକ୍‌ ଲୁଟେରାକୁ ଧରିବା ସହ ୧୯ଟି ନାମୀଦାମୀ ବାଇକ୍‌ ଧରିବାରେ ସକ୍ଷମ ହୋଇଛି। ତିନିଦିନ ତଳେ ରାତିରେ ପାରଳାଖେମୁଣ୍ଡି ପୋଲିସ ପାଟ୍ରୋଲିଂ…

ସୀମାରେ ଆଇଇଡି ବିସ୍ଫୋରଣ, ୫ ଯବାନ ଆହତ

ମାଲକାନଗିରି,୨୯ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ଆଇଇଡି ବିସ୍ଫୋରଣ ହୋଇ ୫ ଯବାନ ଆହତ ହୋଇଛନ୍ତି। ସୂଚନା ମୁତାବକ, ଛତିଶଗଡ଼ ବିଜାପୁର ଜିଲା ଚିନ୍ନାଗେଲୁର ସିଆରପିଏଫ୍‌ କ୍ୟାମ୍ପ୍‌ରୁ ରବିବାର ସକାଳୁ ଯବାନମାନେ ସର୍ଚ୍ଚ ଅପରେଶନ ପାଇଁ ଯାଇଥିବା…

କାରରେ ପୁଳାପୁଳା ଟଙ୍କା : ମାଡ଼ିବସିଲା ପୋଲିସ

ଭୁବନେଶ୍ୱର,୨୯।୯: କାରରେ ପୁଳା ପୁଳା ଟଙ୍କା। ଏଭଳି ଘଟଣା ଘଟିଛି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଥାନା ଓମ୍‌ଫେଡ୍‌ ଛକ ନିକଟରେ। ଡ୍ରଙ୍କ ଆଣ୍ଡ ଡ୍ରାଇଭିଂ ଚେକିଂ ବେଳେ ଏକ କାରରୁ ୪ ଲକ୍ଷ ୭୭ ହଜାର ଟଙ୍କା ମିଳିଛି। ଘଟଣାରେ ଦିବ୍ୟଜ୍ୟୋତି ନାୟକ…

ଏହି ଦିନ ଆସିବ ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା: ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୯: ଦ୍ୱିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ପାଇଁ ଲାଗି ରହିଥିବା କଳ୍ପନା ଜଳ୍ପନାର ଏକ ପ୍ରକାର ଅନ୍ତ ଘଟିଛି। ଦ୍ବିତୀୟ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା ଅକ୍ଟୋବର ୯ରେ ଆସିବ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏ ନେଇ ରବିବାର ସୂଚନା ଦେଇଛନ୍ତି। ପ୍ରଥମ…

ମିଡିୟୁବାନ୍ଦା ଜଳପ୍ରପାତରେ କମୁଛି ଜଳସ୍ତର, ପର୍ଯ୍ୟଟକ ମୁହଁ ଫେରାଇବା ଆଶଙ୍କା

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଅନେକ ଜଳପ୍ରପାତ ରହିଛି। ସେଗୁଡିକ ମଧ୍ୟରୁ ପାଙ୍ଗାଲିର ଇନ୍ଦ୍ରଧନୁ ଜଳପ୍ରପାତ ସମେତ ପାଟାବାନ୍ଧା ଜଳପ୍ରପାତ, କିରିକୁଟି ଲଭର୍ସ ପଏଣ୍ଟ ଆଦି ରହିଛି। ତେବେ ପର୍ଯ୍ୟଟକଙ୍କୁ ସବୁଠୁ ଅଧିକ ଆକୃଷ୍ଟ କରିଥାଏ ମିଡିୟୁବାନ୍ଦା ଜଳପ୍ରପାତ।…

କୁମ୍ଭୀର ପାଇଁ ନଦୀକୂଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା,୨୯ା୯ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଦେବେନ୍ଦ୍ର ନାରାୟଣପୁର ଗ୍ରାମର ରଞ୍ଜିତ ମଣ୍ଡଳଙ୍କ ପୋଖରୀରେ ମଙ୍ଗଳବାର ଏକ ବଡ଼ କୁମ୍ଭୀର ପଶିଯାଇଥିଲା। ବନ ବିଭାଗ ପକ୍ଷରୁ ଏହାକୁ ଉଦ୍ଧାର କରାଯାଇ ନିକଟସ୍ଥ ବାଉଁଶଗଡ଼ି ନଦୀରେ ଛଡ଼ାଯାଇଛି। ଏପରି ଘଟଣା…

ସଙ୍ଗଠନ ମଜଭୁତ କରିବାକୁ ନବୀନଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର, ୨୯। ୯(ଅନୀଲ ଦାସ): ନୟାଗଡ଼ ଜିଲା ସାଙ୍ଗଠନିକ କର୍ମକର୍ତ୍ତା ସମ୍ମିଳନୀ ଶନିବାର ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗ ଦେଇ ଜିଲାର କର୍ମକର୍ତ୍ତା, ନିର୍ବାଚିତ ପ୍ରତିନିଧିମାନଙ୍କ…

ଜିଲା ଭାଜପା ସଭାପତିଙ୍କୁ କୋଣଠେସା: ହେଉଛି ଚର୍ଚ୍ଚା

ସମ୍ବଲପୁର, ୨୯। ୯(ଭବାନୀ ଶଙ୍କର ଭୋଇ): ଭାଜପା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଏମ୍‌ପି ବୈଜୟନ୍ତ ପଣ୍ଡା ଶନିବାର ସମ୍ବଲପୁର ଗସ୍ତରେ ଆସି ସଦସ୍ୟତା ଅଭିଯାନରେ ସାମିଲ ହୋଇଥିଲେ। ସମ୍ବଲପୁର ହାଟପଡ଼ା, ଜେଲଛକ ଆଦି ସ୍ଥାନରେ ସ୍ଥାନୀୟ ଲୋକଙ୍କୁ ଅନଲାଇନ୍‌ରେ ଦଳର…

ସୋସିଆଲ ମିଡିଆ ବିବାଦୀୟ ପୋଷ୍ଟ ଘଟଣା: ପହଞ୍ଚିଲେ ରାପିଡ୍‌ ଆକ୍ସନ ଫୋର୍ସ

ଭଦ୍ରକ,୨୯ା୯(ସନାତନ ରାଉତ): ଭଦ୍ରକ ସନ୍ଥିଆଠାରେ ଶୁକ୍ରବାର ଅପରାହ୍ନରେ ଘଟିଥିବା ହିଂସା ଓ ପୋଲିସକୁ ଆକ୍ରମଣ ସହ ଗାଡ଼ି ଭଙ୍ଗାରୁଜା ଘଟଣାକୁ ନେଇ ୪୮ ଘଣ୍ଟା ଇଣ୍ଟରନେଟ୍‌ ସେବା ବନ୍ଦ କରାଯାଇଛି। ସୋସିଆଲ ମିଡିଆରେ ବିବାଦୀୟ ପୋଷ୍ଟ କରିଥିବା ଯୁବକଙ୍କୁ ଗିରଫ କରାଯାଇଛି।…

ସେପ୍ଟେମ୍ବର ସରିଲାଣି: ଆସିନି ଶୀତ, ପର୍ଯ୍ୟଟକ ନିରାଶ

ଦାରିଙ୍ଗବାଡ଼ି,୨୯ା୯(ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳକୁ ଶୀତ ଆସିବାର ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ଦିନକୁ ଦିନ ଜଳବାୟୁର ପରିବର୍ତ୍ତନର ପ୍ରଭାବରେ ବର୍ଷାର ଅନିୟମିତତା ସହ ଗ୍ରୀଷ୍ମ ଋତୁରେ ପ୍ରଚଣ୍ଡ ଗରମ ଅନୁଭୂତି ହେବା ଆଉ ସେପ୍ଟେମ୍ବରରୁ…

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ଢେଙ୍କାନାଳ ଜିଲା ପରଜଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀର ଭାଜପା ବିଧାୟକ ବିଭୂତି ଭୂଷଣ ପ୍ରଧାନ। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ଜିଲା ବିଜେଡି ସଭାପତି ଡା. ନୃସିଂହ ଚରଣ ସାହୁଙ୍କୁ ୩୨,୧୬୨ ଭୋଟରେ ହରାଇ ପ୍ରଥମ ଥର…

ଭୋଟ ପରିଚୟପତ୍ର ସଂଶୋଧନ ପାଇଁ ଶିକ୍ଷକ ନେଲେ ହଜାରେ, ‘ଭୁଲ୍‌’ ପଚାରିବାରୁ ମହିଳାଙ୍କୁ ମାଡ଼

ମହାକାଳପଡ଼ା,୨୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହିଳାଙ୍କ ଭୋଟ ପରିଚୟପତ୍ର ସଂଶୋଧନ କରିବାକୁ ଜଣେ ଶିକ୍ଷକ ହଜାରେ ଟଙ୍କା ନେଇଥିଲେ। ଏହା ଠିକ୍‌ ଭାବେ ସଂଶୋଧନ ନ ହେବାରୁ ପଚାରିବାରୁ ତାଙ୍କୁ ଶିକ୍ଷକ ଜଣକ ମାଡ଼ ମାରିଥିବା ଥାନାରେ ଅଭିଯୋଗ ହୋଇଛି। ଏଭଳି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?