ଝିଅ ବାହାଘର ପାଇଁ ରଖିଥିଲେ ଟଙ୍କା: ଘରେ ପଶି ନେଇଗଲେ ଦୁର୍ବୃତ୍ତ
ସାଲେପୁର,୨୫।୩: କଟକ ଜିଲା ଜାହାଙ୍ଗୀରାବାଦ ଗାଁରେ ଏକ ବଡ଼ ଧରଣର ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ବିଜୟ ମହାନ୍ତିଙ୍କ ଘରେ ପଶି ଘରୁ ନଗଦ ୩୦ ଲକ୍ଷ ଟଙ୍କା ସହ ୫୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି। ପୋଲିସ ଘଟଣାସ୍ଥଳରେ…
ବିଜେଡି ଉଠାଇଲା ପଛୁଆବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗ
ଭୁବନେଶ୍ୱର,୨୫ା୩:(ରବିନାରାୟଣ ଜେନା): ବଜେଟ ଅଧିବେଶନ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ହେଲେ କଂଗ୍ରେସ ସେଇ ଗୋଟିଏ ଜିଦ୍ରେ ଅଟଳ ରହିଛି। ମହିଳାଙ୍କ ସୁରକ୍ଷା ପାଇଁ ଗୃହ କମିଟି ଗଠନ କରିବା ଦାବି ନେଇ ସୋମବାର ପୁଣି ହଟ୍ଟଗୋଳ ଜାରି ରଖିଛି। ଅନ୍ୟପକ୍ଷରେ ପ୍ରମୁଖ…
ଭିଜିଲାନ୍ସ ଜାଲରେ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ
ଖୋର୍ଦ୍ଧା,୨୫।୩: ଭିଜିଲାନ୍ସ ଜାଲରେ ଜଟଣୀ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣି ପାଟ୍ଟଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ ଟିମ୍ ମଙ୍ଗଳବାର ଭୋରରୁ ତାଙ୍କ ବାସଭବନ ସମେତ ୯ଟି ସ୍ଥାନରେ ଏକକାଳୀନ ଚଢାଉ ହୋଇଛି। କାର୍ଯ୍ୟନିର୍ବାହୀ ଅଧିକାରୀ ସୂର୍ଯ୍ୟମଣିଙ୍କ କାର୍ଯ୍ୟାଳୟ…
କଟକ SCB ହସ୍ପିଟାଲରେ ଶିଶୁ ଅଦଳବଦଳ: ଜବାବ ମାଗିଲେ ଓଡ଼ିଶା ହାଇକୋର୍ଟ
କଟକ,୨୫ା୩: ସରକାରୀ ସ୍ୱାସ୍ଥ୍ୟ ପ୍ରତିଷ୍ଠାନରେ ସମ୍ପ୍ରତି ଏକ ଶିଶୁ ଅଦଳବଦଳ ଅଭିଯୋଗ ସମ୍ପର୍କରେ କଟକ ସହରର SCB ମେଡିକାଲ କଲେଜ ଏବଂ ହସ୍ପିଟାଲ (SCBMCH)ର ଅଧୀକ୍ଷକଙ୍କୁ ସୋମବାର ଏପ୍ରିଲ ୨, ୨୦୨୫ କିମ୍ବା ତା ପୂର୍ବରୁ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।…
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମହାସ୍ନାନ
ପୁରୀ,୨୫ା୩: ଶ୍ରୀମନ୍ଦିରରେ ମଙ୍ଗଳବାର ମହାପ୍ରଭୁଙ୍କ ମହାସ୍ନାନ ହୋଇଛି। ପାଳିଆ ସେବକଙ୍କୁ ସେବାୟତ ଛୁଇଁ ଦେବାରୁ ମହାପ୍ରଭୁଙ୍କ ମହାସ୍ନାନ କରାଯାଇଛି। ମଇଲମ ଚାଲିଥିବା ବେଳେ ସେବାୟତ ଛୁଇଁ ଦେଇଥିଲେ। ମହାସ୍ନାନ ନୀତି ପାଇଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିଛି। ସୂଚନା ଯୋଗ୍ୟ, ଶନିବାର…
୩ ଦିନରେ ୧.୨୦ ଲକ୍ଷ ଅଲିଭରିଡ୍ଲେଙ୍କ ଗଣ ଅଣ୍ଡାଦାନ
ବ୍ରହ୍ମପୁର,୨୫ା୩(ଅଶୋକ କୁମାର ସାହୁ): ଗଞ୍ଜାମ ଜିଲା ଋଷିକୁଲ୍ୟା ମୁହାଣ ସାମୁଦ୍ରିକ ବେଳାଭୂମିରେ ପୁଣି ଅଲିଭ ରିଡ୍ଲେ କଇଁଛଙ୍କ ଦ୍ୱିତୀୟ ପର୍ଯ୍ୟାୟ ଗଣ ଅଣ୍ଡାଦାନ ଆରମ୍ଭ ହୋଇଛି। ଆଜକୁ ୩ ଦିନ ହେଲା କଇଁଛମାନେ ଅଣ୍ଡାଦେବାରେ ଲାଗିଛନ୍ତି। ୩ ଦିନ ଭିତରେ ୧…
୩୦ରେ ମୁଖ୍ୟମନ୍ତ୍ରୀ ବାଣ୍ଟିବେ ୫୦ ହଜାର ଘର , ଯୋଗ୍ୟ ହିତାଧିକାରୀଙ୍କୁ ବାଦ୍ ଦେଲେ କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଭୁବନେଶ୍ୱର,୨୫ା୩(ରବିନାରାୟଣ ଜେନା): ପ୍ରଧାନମନ୍ତ୍ରୀ ଆବାସ ସର୍ଭେରେ ଅଧିକାରୀଙ୍କୁ କଡ଼ା ଚେତାବନୀ ଦିଆଯାଇଛି। ଯଦି କୌଣସି କ୍ଷେତ୍ରରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରା ନ ଯାଏ ତେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କଳାହାଣ୍ଡିରେ ଚଳିତମାସ ୩୦ରେ ଅନ୍ତ୍ୟୋଦୟ ଯୋଜନାରେ ୫୦ ହଜାର…
ବର୍ଷା ପାଇଁ ୧୩ ଜିଲାକୁ ୟେଲୋ ଓ୍ବାର୍ନିଂ
ଭୁବନେଶ୍ୱର,୨୫ା୩(ଅନୁରାଧା ମହାରଣା): ରାଜ୍ୟରେ ଗତ କିଛିଦିନ ଧରି କାଳବୈଶାଖୀ ପ୍ରଭାବରେ ବର୍ଷା ହେଉଛି। ସୋମବାର ଗୋପାଳପୁରରେ ସର୍ବାଧିକ ୩୦.୮ ମି.ମି. ବର୍ଷା ହୋଇଥିବାବେଳେ କୋରାପୁଟରେ ୨୯, ରାୟଗଡ଼ାରେ ୨୮.୨ ମିମି ରେକର୍ଡ କରାଯାଇଛି। ସେହିଭଳି କେନ୍ଦୁଝର, କଟକ, ଭୁବନେଶ୍ୱର, ବଲାଙ୍ଗୀର ସହ…
୨୦କେଜି ସୁନା, ବିପୁଳ ୫୦୦ ଟଙ୍କିଆ ଜବତ, ମହିଳା ଗିରଫ
ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଋଣ ବା ଲୋନ ଦେବାକୁ କହି ଲୋକମାନଙ୍କୁ ପ୍ରାୟ ୨କୋଟି ଟଙ୍କା ଠକିବା ଅଭିଯୋଗରେ ଚନ୍ଦନପୁର ପୋଲିସ ସୋମବାର ଜଣେ ମହିଳାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଉକ୍ତ ମହିଳାଙ୍କ ଘରେ ଚଢ଼ାଉ ସମୟରେ ୨୦…
ରାଜପଥ ୪ ଘଣ୍ଟା ବନ୍ଦ
ସୁନାବେଡା,୨୪ା୩(କୃତ୍ତିବାସ ପ୍ରଧାନ): ସୁନାବେଡା ୨୬ ନମ୍ବର ଜାତୀୟ ରାଜପଥ ମୋହନପଡାରେ ବିଭାଗ ପକ୍ଷରୁ କାମ ଚାଲୁ ରହିଥିବା ବେଳେ ନୂଆ ମାଟି ପକାଯାଇଛି। ରବିବାର ରାତିରେ କାଳବୈଶାଖୀ ପ୍ରଭାବରେ ଅଞ୍ଚଳରେ ଘଡ଼ଘଡ଼ି ସହ ବର୍ଷା ହୋଇଛି। ହେଲେ ରାସ୍ତା ବର୍ଷା ପାଣିରେ…
କାଳିଆ ହତ୍ୟା ଘଟଣାରେ ୪ ଗିରଫ
ନୂଆପଡ଼ା,୨୪ା୩ (ମକାରୁ ବେମାଲ): ନୂଆପଡ଼ା ଜିଲା ଖଡିଆଳ ଥାନା କିକିରିବେଡା ଗାଁର ବୃଦ୍ଧ କାଳିଆ ମାଝି (୭୦) ହତ୍ୟା ଘଟଣାରେ ପୋଲିସ ସୋମବାର ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କଠାରୁ ଗୋଟିଏ ଛୁରି, ବାଇକ୍ ଓ ରକ୍ତଦାଗ…
ଭାଜପାରେ ମିଶିବାକୁ ନେଇ ହେଉଥିଲା ଜୋର୍ଦାର ଚର୍ଚ୍ଚା: ମୁଁ ବିଜେଡିରେ ଅଛି…
ଦେଓଗାଁ,୨୪ା୩(କୃଷ୍ଣ ପ୍ରସାଦ ପାଣିଗ୍ରାହୀ): ବଲାଙ୍ଗୀର ଜିଲା ଦେଓଗାଁ ବ୍ଲକ୍ ଅଧ୍ୟକ୍ଷ ଦୟାନିଧି ଖମାରୀ ଭାଜପାରେ ମିଶିବା ନେଇ ସାମାଜିକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଆଲୋଚନା ଲାଗି ରହିଥିଲା। ବ୍ଲକ୍ ଅଧ୍ୟକ୍ଷ ଖମାରୀ ସୋମବାର ଖବରଦାତା…

