Posted inରାଜ୍ୟ

ରାଇପାହାଡ଼ର ଘରେ ଘରେ ଆନ୍ଧ୍ର, ଓଡ଼ିଶା ବିଦ୍ୟୁତ୍‌ ମିଟର

ନନ୍ଦପୁର,୨୭ା୪ (ତୁଷାରକାନ୍ତ ମହାନ୍ତି): ଗୋଟିଏ ଘରେ ଲାଗିଛି ଦୁଇ ରାଜ୍ୟର ବିଦ୍ୟୁତ୍‌ ମିଟର। ଗୋଟିଏ ଆନ୍ଧ୍ରର ଅନ୍ୟଟି ଓଡ଼ିଶାର। ଏଭଳି ଘଟଣା ନନ୍ଦପୁର ବ୍ଲକ୍‌ ଗୋଲୁର ପଞ୍ଚାୟତର ରାଇପାହାଡ ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମରେ ଆନ୍ଧ୍ର ପକ୍ଷରୁ ଲାଗିଥିବା ମିଟରରେ ବିଦ୍ୟୁତ୍‌ ସଂଯୋଗ ରହିଛି। କିନ୍ତୁ ଓଡ଼ିଶା ମିଟରରେ ବିଦ୍ୟୁତ୍‌ ସଂଯୋଗ ନାହିଁ। ଏହି ଗ୍ରାମର ସମସ୍ତ ୧୬ ପରିବାର ଆନ୍ଧ୍ର ବିଦ୍ୟୁତ୍‌ ବିଭାଗର ଉପଭୋକ୍ତା ରହିଛନ୍ତି। ଆନ୍ଧ୍ରର ବିଦ୍ୟୁତ୍‌ ସଂଯୋଗ କଟିଲେ ଓଡ଼ିଶା ମିଟରରେ ବିଦ୍ୟୁତ୍‌ ସଂଯୋଗ ଦେବାକୁ ଟିପିଏସ୍‌ଓଡିଏଲ୍‌ ବିଭାଗ ଅପେକ୍ଷା କରିରହିଛି।

ଗ୍ରାମରେ ପାନୀୟ ଜଳ ଯୋଗାଣ ମଧ୍ୟ ସମାନ ସ୍ଥିତି। ଗ୍ରାମରେ ଆନ୍ଧ୍ର ଏବଂ ଓଡ଼ିଶାର ପାଣି ଟ୍ୟାପ୍‌ ରହିଛି। ଲୋକେ ଦୁଇ ରାଜ୍ୟରୁ ପାନୀୟ ଜଳ ସୁବିଧା ପାଉଛନ୍ତି। ରାଇପାହାଡ଼ ଗ୍ରାମର ୧୬ ପରିବାର ୨ ରାଜ୍ୟର ହିତାଧିକାରୀ ବୋଲି ଆଲୋଚନା ହେଉଛି। ସୂଚନା ଅନୁଯାୟୀ, ଗତ ୧୮ ତାରିଖରେ ରାଇପାହାଡ଼ବାସୀ ଓଡ଼ିଶା ଦ୍ୱାରା ଅଣଦେଖା ଅଭିଯୋଗ କରି ଆନ୍ଧ୍ରରେ ମିଶିବାକୁ ଇଚ୍ଛା ପ୍ରକାଶ କରିବା ସହ ଆନ୍ଧ୍ରପ୍ରଦେଶର ଡୁମୁରିଗୁଡ଼ା ବ୍ଲକ୍‌ ବିଡିଓ, ତହସିଲଦାର ଓ କୁଣ୍ଡ୍ରୁମ୍‌ ପଞ୍ଚାୟତ ପ୍ରତିନିଧିଙ୍କୁ ଭେଟିଥିଲେ। ଏହାପରେ କୋରାପୁଟ ଜିଲାପାଳ ଭି.କୀର୍ତ୍ତିଭାସନ ନନ୍ଦପୁର ବିଡିଓ ଦୁର୍ଗାପ୍ରସାଦ ଦୋରା ଓ ତହସିଲଦାର ପ୍ରଭାତୀ ଝୋଡିଆଙ୍କୁ ରାଇପାହାଡ଼ ଗ୍ରାମକୁ ଯାଇ ତଦାରଖ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ଦୁଇ ଅଧିକାରୀ ଶୁକ୍ରବାର ଗ୍ରାମକୁ ଯାଇ ଗ୍ରାମବାସୀ ଓ ଆନ୍ଧ୍ର ଦ୍ୱାରା ନିଯୁକ୍ତ ଆଶା ଓ ଅଙ୍ଗନଓ୍ବାଡି କର୍ମୀଙ୍କ ସହ ଆଲୋଚନା କରିଥିଲେ। ୨୦୨୨ ପର୍ଯ୍ୟନ୍ତ ଓଡ଼ିଶା ପ୍ରଶାସନ ପକ୍ଷରୁ ରାଇପାହାଡ଼କୁ ଅଣଦେଖା କରାଯାଉଥିଲା। ଆନ୍ଧ୍ର ପକ୍ଷରୁ ବିଦ୍ୟୁତ୍‌, ପାଣି, ଆଧାର, ରାଶନ୍‌, ଭୋଟର କାର୍ଡ, ଶିକ୍ଷା ଓ ସ୍ବାସ୍ଥ୍ୟ ଆଦି ସମସ୍ତ ସୁବିଧା ଗ୍ରାମକୁ ଯୋଗାଇ ଦିଆଯାଉଥିଲା। କିନ୍ତୁ ୨୦୨୩ରେ ଆନ୍ଧ୍ରର ଅନୁପ୍ରବେଶ ଓ ଗ୍ରାମବାସୀଙ୍କୁ ବିଭିନ୍ନ ଯୋଜନାରେ ସାମିଲ କରିବା ଘଟଣା ସାମ୍‌ନାକୁ ଆସିବା ପରେ ସେମାନେ କୌଣସି ଗୋଟିଏ ରାଜ୍ୟର ହୋଇପାରୁ ନ ଥିବା ଗ୍ରାମର ରାଜାରାଓ ହନ୍ତାଳ, ଦଶରଥ ଗେମେଲ, କମୂଳୁ ଖରା ଓ ରାମବାବୁ ଗେମେଲ ପ୍ରମୁଖ ନନ୍ଦପୁର ବ୍ଲକ୍‌ ପ୍ରଶାସନିକ ଟିମ୍‌କୁ କହିଛନ୍ତି।

ଓଡ଼ିଶା ଦ୍ୱାରା ସ୍ଥାପିତ ଅଚଳ ସୌରଚାଳିତ ପାନୀୟ ଜଳ ପ୍ରକଳ୍ପକୁ ମରାମତି, ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରିବାକୁ ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି। ସୌରଚାଳିତ ପ୍ରକଳ୍ପର ମରାମତି ଦୁଇଦିନରେ କରାଯିବ ବୋଲି ତଦାରଖ କରିବାକୁ ଯାଇଥିବା ନନ୍ଦପୁର ବିଡିଓ ଦୋରା, ତହସିଲଦାର ଝୋଡିଆ ଗ୍ରାମବାସୀଙ୍କୁ କହିଛନ୍ତି। ଟିପିଏସ୍‌ଓଡିଏଲ୍‌ ଏସ୍‌ଡିଓ ଗୋପାଳକୃଷ୍ଣ ପ୍ରଧାନ ଆନ୍ଧ୍ର ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କଲେ ହିଁ ଓଡ଼ିଶା ସ୍ଥାପିତ ମିଟରରେ ବିଦ୍ୟୁତ୍‌ ସଂଯୋଗ ଦିଆଯାଇପାରିବ ବୋଲି କହିଥିବା ଗ୍ରାମବାସୀ ଅଧିକାରୀଙ୍କୁ ଜଣାଇଥିଲେ। ଏ ନେଇ ଜିଲାପାଳଙ୍କୁ ଅବଗତ କରି ତାଙ୍କ ନିର୍ଦ୍ଦେଶ ମୁତାବକ କାର୍ଯ୍ୟ କରାଯିବ ବୋଲି ବିଡିଓ ଏବଂ ଅନ୍ୟ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

ଆନନ୍ଦପୁର ବ୍ଲକରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି: ବିଡିଓଙ୍କ ବିରୋଧରେ ଉଠିଥିବା ଅଭିଯୋଗକୁ…

ବଞ୍ଚୋ, ୧।୭ (ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ବ୍ଲକ ପରିସରରେ ଭାଜପାର ଦୁଇ ଗୋଷ୍ଠୀ ମଧ୍ୟରେ ଘଟିଥିବା ହାତାହାତି ଘଟଣାକୁ ନେଇ ବ୍ଲକ ବିକାଶ ଅଧିକାରୀ (ବିଡିଓ)ଙ୍କ ବିରୋଧରେ…

ଅଲାରନାଥ ମନ୍ଦିରରେ ଭକ୍ତଙ୍କ ଭିଢ଼, କାହିଁକି ବର୍ଷକରେ…

ବ୍ରହ୍ମଗିରି,୧ା୭: ସ୍ନାନପୂର୍ଣ୍ଣିମାରେ ସୋମବାର ଦାରୁଦିଅଁ ୧୦୮ କଳସୀ ଜଳରେ ମହାସ୍ନାନ କରି ଏବେ ଅଣସରପିଣ୍ଡିରେ ଗୁପ୍ତସେବା ପାଉଛନ୍ତି। ଏପଟେ ପୁରୀ ଜିଲାର ବ୍ରହ୍ମଗିରିସ୍ଥିତ ଅଲାରନାଥ ମନ୍ଦିରରେ ମହାପ୍ରଭୁ…

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

ବଙ୍ଗୋପସାଗରରେ ହଲଚଲ! ଓଡ଼ିଶା ମୁହାଁ ମାଡ଼ି ଆସୁଛି…

ଭୁବନେଶ୍ୱର,୧।୭: ଉତ୍ତରବଙ୍ଗୋପସାଗର ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ବାୟୁମଣ୍ଡଳର ଦେଢ଼ରୁ ୫.୮ କିଲୋମିଟିର ଉଚ୍ଚତା ଯାଏଁ ସକ୍ରିୟ ରହିଛି ଲଘୁଚାପ। ପ୍ରଭାବରେ…

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri